କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଘଟଣାରେ ଶିକାର ହୋଇଛନ୍ତି । ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ବର୍ଦ୍ଧମାନରୁ କୋଲକାତା ଫେରୁଥିôବା ବେଳେ ତାଙ୍କ ଗାଡି ଦୁର୍ଘଟଣାରେ ଶିକାର ହୋଇଛି । କୁହୁଡି କାରଣରୁ ଚାଳକ ହଠାତ୍ ବ୍ରେକ୍ ମାରିବାରୁ ମମତାଙ୍କ ମୁଣ୍ଡରେ ଆଘାତ ଲାଗିଛି । କୁହାଯାଉଛି କି, ମମତାଙ୍କ ଗାଡି ସାମ୍ନାକୁ ହଠାତ ଅନ୍ୟ ଏକ ଗାଡଇ ଆସିଯିବାରୁ ଚାଳକ ବ୍ରେକ୍ ମାରିଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ଦ୍ଧମାନରContinue reading “ମମତା ବାନାର୍ଜୀଙ୍କ ମୁଣ୍ଡରେ ଆଘାତ । କୁହୁଡି ଯୋଗୁଁ ଦୁର୍ଘଟଣାରେ ଶିକାର ହେଲା ମମତାଙ୍କ ଗାଡି”
Author Archives: Raghaba
ଛାତ୍ରଙ୍କ ଚେତବନୀ ପରେ ପ୍ରଶାସନର ନିଷ୍ପତ୍ତି । ଦୀର୍ଘ ୪ ବର୍ଷ ପରେ ଜେଏନୟୁରେ ହେବାକୁ ଯାଉଛି ଛାତ୍ରସଂଘ ନିର୍ବାଚନ
କନକ ବ୍ୟୁରୋ : ଦୀର୍ଘ ୪ ବର୍ଷର ଅପେକ୍ଷା ପରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ହେବାକୁ ଯାଉଛି ଛାତ୍ରସଂଘ ନିର୍ବାଚନ । ଜେଏନୟୁ ଅଧିକାରୀଙ୍କ ତରଫରୁ ଏନେଇ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ବିଭିନ୍ନ ଛାତ୍ର ସଂଗଠନ ନିର୍ବାଚନ କରାଇିବା ନେଇ ବାରମ୍ବାର ବିରୋଧ ପ୍ରଦର୍ଶନ କରିବା ପରେ ପ୍ରଶାସନ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଶେଷଥର ପାଇଁ ୨୦୧୯ ମସିହାରେ ଜେଏନୟୁରେ ଛାତ୍ରସଂଘ ନିର୍ବାଚନ ହୋଇଥିଲା । ଜେଏନୟୁରେ ଛାତ୍ରସଂଘ ନିର୍ବାଚନContinue reading “ଛାତ୍ରଙ୍କ ଚେତବନୀ ପରେ ପ୍ରଶାସନର ନିଷ୍ପତ୍ତି । ଦୀର୍ଘ ୪ ବର୍ଷ ପରେ ଜେଏନୟୁରେ ହେବାକୁ ଯାଉଛି ଛାତ୍ରସଂଘ ନିର୍ବାଚନ”
ଦିନେ ଭାରତକୁ ଜିତାଇଥିଲେ ବିଶ୍ୱକପ: ଆଜି ଭାରତ ବିପକ୍ଷରେ ମ୍ୟାଚ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି ଉନ୍ମୁକ୍ତ
କନକ ବ୍ୟୁରୋ: ଉନ୍ମୁକ୍ତ ଚାନ୍ଦ । କେବେ ନା କେବେ ଏହି କ୍ରିକେଟକଙ୍କ ନାଁ ଆପଣ ନିଶ୍ଚୟ ଶୁଣିଥିବେ । ଦିନେ ଭାରତୀୟ କ୍ରିକେଟରେ ନିଜ କ୍ୟାରିୟର ଆରମ୍ଭ କରୁ କରୁ ଶେଷ ହୋଇଯାଇଥିଲା । ଆଉ ଏବେ ଏହି କ୍ରିକେଟର ସମସ୍ତଙ୍କ ପାଇଁ ଅପରିଚିତ ହୋଇଯାଇଛନ୍ତି । ହେଲେ ଦିନେ ଉନ୍ମୁକ୍ତ ଚାନ୍ଦ ଟିମ ଇଣ୍ଡିଆକୁ ବିଶ୍ୱକପ ଜିତାଇଥିଲେ । ୨୦୧୨ ମସିହାରେ ଉନ୍ମୁକ୍ତ ୧୯ ବର୍ଷରୁ କମ ଭାରତୀୟ ଟିମର ଅଧିନାୟକ ରହିଥିଲେ ।Continue reading “ଦିନେ ଭାରତକୁ ଜିତାଇଥିଲେ ବିଶ୍ୱକପ: ଆଜି ଭାରତ ବିପକ୍ଷରେ ମ୍ୟାଚ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି ଉନ୍ମୁକ୍ତ”
ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା: ହାଇକୋର୍ଟରେ ଜବାବ ଦାଖଲ କଲେ ରାଜ୍ୟ ସରକାର
କନକ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛି ଓସେପା । ଟୁଇଟ୍ କରି ଓସେପା କହିଛି, ଜାନୁଆରୀ ୧୫ ତାରିଖରେ ଇଡିସିଆଇଏଲ ମେରିଟ ତାଲିକା ଦେଇଥିଲା । ସେହି ଦିନ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବା ସହ ଅପଲୋଡ କରାଯାଇଥିଲା । ଇଡିସିଆଇଏଲ୍ କନିଷ୍ଠ ଶିକ୍ଷକଙ୍କ ପରୀକ୍ଷା କରାଇଥିଲା ବୋଲି ଓସେପା କହିଛି । କନିଷ୍ଠ ଶିକ୍ଷକ କାଟାଗୋରୀ ୱାନ ଓ ଟୁ ପାଇଁ ଅଗଷ୍ଟ ୨୨ ତାରିଖରେContinue reading “ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା: ହାଇକୋର୍ଟରେ ଜବାବ ଦାଖଲ କଲେ ରାଜ୍ୟ ସରକାର”
ମୟୁରଭଞ୍ଜ ଦୁର୍ଘଟଣାରେ ୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା, ଆହତଙ୍କୁ ଉତ୍ତମ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
କନକ ବ୍ୟୁରୋ: ମୟୁରଭଞ୍ଜର ଦ୍ବାରଶୁଣି ଘାଟିରେ ଏକ ସଡକ ଦୁର୍ଘଟଣାରେ ୬ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହାସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତିContinue reading “ମୟୁରଭଞ୍ଜ ଦୁର୍ଘଟଣାରେ ୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା, ଆହତଙ୍କୁ ଉତ୍ତମ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ”
କାନାଡାରେ ବିମାନ ଦୁର୍ଘଟଣାଗ୍ରସ୍ତ, ୬ ଜଣଙ୍କର ମୃତ୍ୟୁ, ଉଦ୍ଧାର ଏବଂ ସର୍ଚ୍ଚ ଅପରେସନ ଜାରି
ଜାନୁଆରୀ ୨୩ ରେ କାନାଡାର ଉତ୍ତର-ପଶ୍ଚିମ ଅଞ୍ଚଳର ଫୋର୍ଟ ସ୍ମିଥ ନିକଟରେ ଖଣି କର୍ମଚାରୀଙ୍କୁ ନେଇ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବାଯୋଗୁ ୬ ଜଣ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାର କାରଣ ଜଣା ପଡ଼ିନାହିଁ । ଗୋଟିଏ ଦିନ ପୂର୍ବରୁ ପଡୋଶୀ ବ୍ରିଟିଶ କଲମ୍ବିଆରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାପରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଥିଲେ । ଜାନୁଆରୀ ୨୩ ରେ, କାନାଡାର ଉତ୍ତର-ପଶ୍ଚିମ ଅଞ୍ଚଳର ଫୋର୍ଟ ସ୍ମିଥContinue reading “କାନାଡାରେ ବିମାନ ଦୁର୍ଘଟଣାଗ୍ରସ୍ତ, ୬ ଜଣଙ୍କର ମୃତ୍ୟୁ, ଉଦ୍ଧାର ଏବଂ ସର୍ଚ୍ଚ ଅପରେସନ ଜାରି”
ମମତାଙ୍କ ପରେ ଇଣ୍ଡିଆ ମେଣ୍ଟକୁ ଝଟକା ଦେବାକୁ ଆପ୍ ପ୍ରସ୍ତୁତ । ପଞ୍ଜାବରେ ଏକାକୀ ଲଢିବା ନେଇ ସଂକେତ ଦେଲେ ଭଗୱନ୍ତ ମାନ୍ ।
କନକ ବ୍ୟୁରୋ : ଇଣ୍ଡିଆ ମେଣ୍ଟକୁ ମମତା ବାନାର୍ଜୀ ଝଟକା ଦେବା ପରେ ଏବେ ପଞ୍ଜାବରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିପାରେ । ପଶ୍ଚିମବଙ୍ଗରେ ମମତା ବାର୍ନାଜୀ ଏକାକୀ ଲଢିବା ନେଇ ଘୋଷଣା କରିବା ପଞ୍ଜାବରେ ମଧ୍ୟ ଆପ୍ ଏକାକୀ ଲଢିବା ନେଇ ସଂକେତ ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ । ଭଗୱନ୍ତ କହିଛନ୍ତି, ପଞ୍ଜାବରେ ଆପ୍ ଦଳ ୧୩ଟି ଆସନରେ ନିର୍ବାଚନ ଜିତିବ । ମିଳିଥିବା ସୂଚନା ମୁତାବକ, ପଞ୍ଜାବରେ ଆପ୍ ଏକାକୀContinue reading “ମମତାଙ୍କ ପରେ ଇଣ୍ଡିଆ ମେଣ୍ଟକୁ ଝଟକା ଦେବାକୁ ଆପ୍ ପ୍ରସ୍ତୁତ । ପଞ୍ଜାବରେ ଏକାକୀ ଲଢିବା ନେଇ ସଂକେତ ଦେଲେ ଭଗୱନ୍ତ ମାନ୍ ।”
ରାଜ୍ୟରେ କମୁଛି ଝିଅଙ୍କ ସଂଖ୍ୟା । କଟକ, ଜଗତସିଂହପୁର, ନୟାଗଡ଼, ସୋନପୁର ଓ ଗଂଜାମ ଜିଲ୍ଲାରେ ସ୍ଥିତି ଉଦବେଗ ଜନକ
କନକ ବ୍ୟୁରୋ : ଓଡ଼ିଶାରେ ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା । କଟକ, ଜଗତସିଂହପୁର, ନୟାଗଡ଼, ସୋନପୁର ଓ ଗଂଜାମ ଜିଲ୍ଲାରେ ଏ ସଂଖ୍ୟା ଅତି ଉଦବେଗଜନକ ।ଅପେକ୍ଷାକୃତ ଉନ୍ନତ କୁହାଯାଉଥିବା ଏହି ଜିଲ୍ଲା ଗୁଡ଼ିକରେ ପ୍ରତି ହଜାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ୯ଶହ ବି ଛୁଇଁନାହିଁ । ଅପରପକ୍ଷେ ପଛୁଆ ଜିଲ୍ଲା କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରିରେ ପ୍ରତି ହଜାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ୯୮୦ ଓ ତାଠାରୁ ଅଧିକ ରହିଛିContinue reading “ରାଜ୍ୟରେ କମୁଛି ଝିଅଙ୍କ ସଂଖ୍ୟା । କଟକ, ଜଗତସିଂହପୁର, ନୟାଗଡ଼, ସୋନପୁର ଓ ଗଂଜାମ ଜିଲ୍ଲାରେ ସ୍ଥିତି ଉଦବେଗ ଜନକ”
ନିଶା ଛାଡିବାକୁ ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ । ଏବେ ମିଳିଲା କ୍ଷତାକ୍ତ ମୃତଦେହ
କନକ ବ୍ୟୁରୋ : ନିଶା ଛାଡ଼ିବା ପାଇଁ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ, କିନ୍ତୁ ଏବେ ମିଳିଛି କ୍ଷତାକ୍ତ ମୃତଦେହ । ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ଭଦ୍ରକ ଜିଲ୍ଲା ଧାମନଗର ଥାନା ବାସ୍ତବ ନିଶା ନିବାରଣ କେନ୍ଦ୍ର ବିରୋଧରେ ଏପରି ଅଭିଯୋଗ ଆସିଛି । ଯାଜପୁର ଜିଲ୍ଲା ହରିପୁର ଗାଁର କେଦାରନାଥ ପରିଡ଼ାଙ୍କୁ ତାଙ୍କ ପରିବାର ଗତ ୪ତାରିଖରେ ବାସ୍ତବ ନିବାରଣ କେନ୍ଦ୍ରରେ ଭର୍ତି କରିଥିଲେ । ଏହାର କିଛିContinue reading “ନିଶା ଛାଡିବାକୁ ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ । ଏବେ ମିଳିଲା କ୍ଷତାକ୍ତ ମୃତଦେହ”
ପ୍ରଭୁ ରାମଙ୍କ ଭକ୍ତିରେ ଉବୁଡୁବୁ ମହିଳା । ରାମଲଲାଙ୍କ ଦର୍ଶନ ପାଇଁ ଓଡିଶାରୁ ଅଟୋ ଚଳାଇ ପହଂଚିଗଲେ ଅଯୋଧ୍ୟା
କନକ ବ୍ୟୁରୋ : ରାମଲାଲାଙ୍କ ଦର୍ଶନ ପାଇଁ ଓଡ଼ିଶାରୁ ଅଟୋ ଚଲାଇ ଅଯୋଧ୍ୟା ଗଲେ ମହିଳା । ୩ଟି ରାଜ୍ୟ ଅତିକ୍ରମ କରି ଅଯୋଧ୍ୟା ପହଂଚିଛନ୍ତି କେନ୍ଦୁଝର ସଦର ବ୍ଲକ ହାଣ୍ଡିଭଙ୍ଗା ଗାଁର ସନ୍ତୋଷୀ ଦେଓ । ପ୍ରେମ ବିବାହ ଓ ପ୍ରତାରଣା ପରେ ଶିଶୁ କନ୍ୟାଙ୍କୁ ନେଇ ତାଙ୍କ ପରିବାର । ୪ବର୍ଷ ହେଲା ଭୁବନେଶ୍ୱରରେ ରହି ଅଟୋ ଚଳାଇ ପରିବାର ଚଳାଉଛନ୍ତି । ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ପାଇଁ ସେ ଓଡ଼ିଶାରୁ ଅଟୋ ଚଳାଇContinue reading “ପ୍ରଭୁ ରାମଙ୍କ ଭକ୍ତିରେ ଉବୁଡୁବୁ ମହିଳା । ରାମଲଲାଙ୍କ ଦର୍ଶନ ପାଇଁ ଓଡିଶାରୁ ଅଟୋ ଚଳାଇ ପହଂଚିଗଲେ ଅଯୋଧ୍ୟା”