ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ହେବାର ୪ ମାସରୁ ଅଧିକ ସମୟ ବିତିଗଲାଣି | ସେମାନଙ୍କ ମଧ୍ୟରୁ କେହି ମଧ୍ୟ ପଛକୁ ହଟିବାକୁ ପ୍ରସ୍ତୁତ ନୁହଁନ୍ତି । ହମାସ୍ ଆକ୍ରମଣରେ ୨୪ ଇସ୍ରାଏଲ୍ ସୈନିକ ନିହତ ହୋଇଥିଲେ । ଅନ୍ୟପକ୍ଷରେ ଇସ୍ରାଏଲ ଖାନ ୟୁନିସକୁ ମଧ୍ୟ ଘେରି ରହିଛି । ଉଭୟଙ୍କ ମଧ୍ୟରେ ଆକ୍ରମଣ ଏବଂ କାଉଣ୍ଟର ଆଟାକ୍ ଚାଲିଛି । ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ୭ ଅକ୍ଟୋବର ୨୦୨୩ ରେ ଆରମ୍ଭContinue reading “ଇସ୍ରାଏଲ-ହମାସ ଯୁଦ୍ଧରେ ଏବେ କାହା ପଲା ଭାରୀ ?”
Author Archives: Raghaba
ଦ୍ୱାରଶୁଣି ଘାଟିରୁ ଖସିଲା ଯାତ୍ରାପାର୍ଟି ଟ୍ରକ, ୫ ମୃତ, ୧୨ରୁ ଅଧିକ ଆହତ ।
କନକ ବ୍ୟୁରୋ : ଘାଟିରୁ ଖସିଲା ଯାତ୍ରାପାର୍ଟି ଟ୍ରକ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କର ଜୀବନ ଯାଇଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏବେ ବି ଟ୍ରକ ତଳେ ଅନେକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଦ୍ୱାରଶୁଣି ଘାଟି ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ଖସି ପଡିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମContinue reading “ଦ୍ୱାରଶୁଣି ଘାଟିରୁ ଖସିଲା ଯାତ୍ରାପାର୍ଟି ଟ୍ରକ, ୫ ମୃତ, ୧୨ରୁ ଅଧିକ ଆହତ ।”
ଏସସିବି ମେଡିକାଲ ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ । ବ୍ରେନ ଷ୍ଟ୍ରୋକରେ ଭୁବନାନନ୍ଦ ମହାରଣାଙ୍କ ମୃତ୍ୟୁ ।
କନକ ବ୍ୟୁରୋ: ଏସସିବି ମେଡିକାଲ ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ । ବ୍ରେନ ଷ୍ଟ୍ରୋକରେ ଭୁବନାନନ୍ଦ ମହାରଣାଙ୍କ ମୃତ୍ୟୁ ହୋଇଛି । ଏସସିବି ମେଡିକାଲର ନ୍ୟୁରୋସର୍ଜରୀ ବିଭାଗରେ କିଛି ଦିନ ହେବ ସେ ଚିକିତ୍ସାଧିନ ଥିଲେ । ଆଜି କଟକରେ ତାଙ୍କର ଅନ୍ତିମ ସଂସ୍କାର ହେବ । କିଛି ଦିନ ତଳେ ସେ ୨ ଥର ମସ୍ତିସ୍କ ଆଘାତର ଶିକାର ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ୨୦Continue reading “ଏସସିବି ମେଡିକାଲ ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ । ବ୍ରେନ ଷ୍ଟ୍ରୋକରେ ଭୁବନାନନ୍ଦ ମହାରଣାଙ୍କ ମୃତ୍ୟୁ ।”
ଘୋର ଚିନ୍ତାରେ ଫୁଲକୋବି ଚାଷୀ । କୋବି ଗୋଟାକୁ ମାତ୍ର ୨ ଟଙ୍କା । ବିଲରେ ପଡି ନଷ୍ଟ ହେଉଛି ଫସଲ ।
କନକ ବ୍ୟୁରୋ: ଫୁଲକୋବି ଗୋଟାକୁ ୨ଟଙ୍କାଫୁଲ କୋବିର ଅଭାବୀ ବିକ୍ରି । ଯେଉଁ ଫୁଲକୋବି ଦୁଇ ସପ୍ତାହ ତଳେ ଗୋଟାକୁ ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଥିଲା । ଏବେ ଫୁଲକୋବି ଗୋଟାକୁ ୨ରୁ ୩ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ । ତଥାପି କିଣିବାକୁ କେହି ଆସୁନଥିବାରୁ ଚାଷୀ ଅମଳ ନକରି କୋବିକୁ ସେମିତି ବିଲରେ ଛାଡି ଦେଇଛି । ବିଲରେ ପଡି ପଡି ଫୁଲକୋବି ନଷ୍ଟ ହେଉଛି । କଟକ ଜିଲ୍ଲାContinue reading “ଘୋର ଚିନ୍ତାରେ ଫୁଲକୋବି ଚାଷୀ । କୋବି ଗୋଟାକୁ ମାତ୍ର ୨ ଟଙ୍କା । ବିଲରେ ପଡି ନଷ୍ଟ ହେଉଛି ଫସଲ ।”
ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଫୁଲ୍ ଡ୍ରେସ୍ ରିର୍ହରସଲ । ଭାଗ ନେଇଛନ୍ତି ୫୦ରୁ ଅଧିକ ଦଳ । ତ୍ରିସ୍ତରୀୟ ସୁରକ୍ଷା ବଳୟ ।
କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଜଧାନୀର ଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ ରିହର୍ସଲ । ପରେଡ ରିହର୍ସଲରେ ସାମିଲ ହୋଇଛନ୍ତି ୫୦ରୁ ଅଧିକ କଂଟିଜେଂଟ । ୪ଟି ସାଂସ୍କୃତିକ ଦଳ ମଧ୍ୟ ନିଜ ନିଜ ପୋଷାକ ପିନ୍ଧି ପରେଡରେ ସାମିଲ ହୋଇଛନ୍ତି । ଏଥର ପରେଡର ନେତୃତ୍ୱ ନେବେ ଆଇପିଏସ- ଏ.ବି ଶିଳ୍ପା । ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ପୋଲିସ ବ୍ୟାଣ୍ଡ୍ ପରେଡରେ ଭାଗ ନେଇଛନ୍ତି । The post ସାଧାରଣତନ୍ତ୍ର ଦିବସ ପାଇଁContinue reading “ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଫୁଲ୍ ଡ୍ରେସ୍ ରିର୍ହରସଲ । ଭାଗ ନେଇଛନ୍ତି ୫୦ରୁ ଅଧିକ ଦଳ । ତ୍ରିସ୍ତରୀୟ ସୁରକ୍ଷା ବଳୟ ।”
ବିରାଟଙ୍କ ବଦଳ ଖେଳାଳୀ ଭାବେ ରଜତଙ୍କୁ ଟିମ୍ ଇଣ୍ଡିଆରୁ ଆସିଲା ଡାକରା । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମିଳିପାରେ ସୁଯୋଗ ।
କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚ୍ ଖେଳିବେନି ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ବ୍ୟକ୍ତିଗତ କାରଣ ପାଇଁ ବିରାଟ କୋହଲି ପ୍ରଥମ ୨ଟି ମ୍ୟାଚ୍ ଖେଳିବେ ନାହିଁ । ତେବେ ବିରାଟଙ୍କ ବଦଳ ଖେଳାଳୀ ଭାବେ ଦଳରେ କାହାକୁ ସ୍ଥାନ ମିଳିବ ତାହା ଉପରେ ସମସ୍ତଙ୍କର ନଜର ରହିଥିଲା । ପ୍ରଥମ ମ୍ୟାଚ୍ ପୂର୍ବରୁ ହିଁ ବିରାଟଙ୍କ ବଦଳ ଖେଳାଳୀଙ୍କ ନାଁ ଘୋଷଣା କରିଛି ବିସିସିଆଇContinue reading “ବିରାଟଙ୍କ ବଦଳ ଖେଳାଳୀ ଭାବେ ରଜତଙ୍କୁ ଟିମ୍ ଇଣ୍ଡିଆରୁ ଆସିଲା ଡାକରା । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମିଳିପାରେ ସୁଯୋଗ ।”
କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ମଲ୍ଲିକାର୍ଜୁନ ଖଡ଼ଗେ । ରାହୁଲ ଗାନ୍ଧୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ଦାବି ।
କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ସୁରକ୍ଷା ଚିନ୍ତା । ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ରାହୁଲଙ୍କ ସୁରକ୍ଷାରେ ଅବହେଳା ଅଭିଯୋଗ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଆସାମରେ ରାହୁଲ ଗାନ୍ଧୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯାଉନଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଖଡ଼ଗେ । ରାହୁଲ ଜେଡ୍ ପ୍ଲସ ସିକ୍ୟୁରିଟି ବର୍ଗରେ ଥିଲେ ମଧ୍ୟ ତାଙ୍କ ସୁୁରକ୍ଷାରେ ଅବହେଳା କରାଯାଉଥିବା ଅଭିଯୋଗ କରିଛନ୍ତି । ଏହାସହContinue reading “କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ମଲ୍ଲିକାର୍ଜୁନ ଖଡ଼ଗେ । ରାହୁଲ ଗାନ୍ଧୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ଦାବି ।”
ଅଯୋଧ୍ୟାରେ ରାମ ଲହର । ରାମଲଲ୍ଲାଙ୍କ ଦର୍ଶନ ପାଇଁ ରାମପଥରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ । ଯାନବାହନ ପ୍ରବେଶ ଉପରେ ଲାଗିଲା କଟକଣା ।
କନକ ବ୍ୟୁରୋ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଦର୍ଶନ ପାଇଁ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ । ଆଜି ବଡି ଭୋରରୁ ରାମ ପଥରେ ଦର୍ଶନ ପାଇଁ କିଲୋମିଟର କିଲୋମିଟର ବ୍ୟାପୀ ଲମ୍ବା ଧାଡି ବାନ୍ଧିଛନ୍ତି ଲକ୍ଷାଧିକ ରାମ ଭକ୍ତ । ପ୍ରବଳ ଭିଡ ସତ୍ୱେ ରାମଲଲାଙ୍କ ଦର୍ଶନ ବନ୍ଦ କରାଯାଇ ନାହିଁ । ପ୍ରଥମ ଦିନରେ ୫ଲକ୍ଷ ଶ୍ରଦ୍ଧାଳୁ ରାମଲଲାଙ୍କ ଦର୍ଶନ କରିଛନ୍ତି । ରାମଜନ୍ମଭୂମୀ ଅଯୋଧ୍ୟା ପହଞ୍ଚୁଥିବା ଭକ୍ତଙ୍କ ଭିଡକୁ ଆଖିରେ ରଖି ପ୍ରଶାସନContinue reading “ଅଯୋଧ୍ୟାରେ ରାମ ଲହର । ରାମଲଲ୍ଲାଙ୍କ ଦର୍ଶନ ପାଇଁ ରାମପଥରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ । ଯାନବାହନ ପ୍ରବେଶ ଉପରେ ଲାଗିଲା କଟକଣା ।”
ଭୁବନେଶ୍ୱରରେ ଖୋଲିଲା ମିନି ୱେଦର ଷ୍ଟେସନ୍ । ବର୍ଷାର ପରିମାଣ, ବାରୋମେଟ୍ରିକ ପ୍ରେସର ନେଇ ଦେବ ସୂଚନା ।
କନକ ବ୍ୟୁରୋ: ଭୁବନେଶ୍ୱରରେ ଖୋଲିଲା ମିନି ୱେଦର ଷ୍ଟେସନ । ହାଇଦ୍ରାବାଦରେ ଅବସ୍ଥାପିତ ଆମେରିକା କନସୁଲେଟ ଜେନେରାଲଙ୍କ ସହଯୋଗ ଓ ନ୍ୟୁୟର୍କର ସିଟି ୟୁନିଭର୍ସିଟି ସହାୟତାରେ ବକୁଳ ଲାଇବ୍ରେରୀ ପରିସରରେ ଏହି ୱେଦର ଷ୍ଟେସନ ସ୍ଥାପନ କରାଯାଇଛି । ଏହି ମିନି ପାଣିପାଗ କେନ୍ଦ୍ର ଦ୍ୱାରା ପବନର ବେଗ, ଗତିବିଧି, ଗୁଳୁଗୁଳି ଆକଳନ କରିହେବ । ଏହାସହ ବର୍ଷାର ପରିମାଣ, ବାରୋମେଟ୍ରିକ ପ୍ରେସର ନେଇ ସୂଚନା ମିଳିପାରିବ । ସୌରଚାଳିତ ଏହି ମିନି ୱେଦର ଷ୍ଟେସନରେ ୱେରଲେସ୍Continue reading “ଭୁବନେଶ୍ୱରରେ ଖୋଲିଲା ମିନି ୱେଦର ଷ୍ଟେସନ୍ । ବର୍ଷାର ପରିମାଣ, ବାରୋମେଟ୍ରିକ ପ୍ରେସର ନେଇ ଦେବ ସୂଚନା ।”
ଗଜପତିରେ ଫାଇଭ୍ ଟି ଅଧ୍ୟକ୍ଷ । ଅପରାହ୍ନରେ ଜନସଭାକୁ କରିବେ ସମ୍ବୋଧନ ।
କନକ ବ୍ୟୁରୋ:ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ରାମଗିରିରେ ମଙ୍ଗଳବାର ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ଫାଇଭ୍ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଅପରାହ୍ନରେ ହେଲିକପ୍ଟର ଯୋଗେ ଆସି ରାମଗିରି ଏସଏସଡି ହାଇସ୍କୁଲ ପଡ଼ିଆରେ ଅବତରଣ କରିଥିଲେ । ଏହାପରେ ସେଠାରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧନ କରିବା ସହ ମୋହନା ନିର୍ବାଚନ ମଣ୍ଡଳୀର ବିକାଶମୂଳକ କାର୍ଯ୍ୟ ପାଇଁ ୧୬୦ କୋଟି ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଂଜୁରୀ ଦେଇଥିବା ଜଣାଇଥିଲେ । ମୋହନା ନିର୍ବାଚନ ମଣ୍ଡଳୀରେContinue reading “ଗଜପତିରେ ଫାଇଭ୍ ଟି ଅଧ୍ୟକ୍ଷ । ଅପରାହ୍ନରେ ଜନସଭାକୁ କରିବେ ସମ୍ବୋଧନ ।”