ଆସୁଛନ୍ତି ରାମ: ଅଯୋଧ୍ୟାରେ ‘ତ୍ରେତୟା ଯୁଗ’ର ଭ୍ରମ

କନକ ବ୍ୟୁରୋ: ଆଉ ମାତ୍ର କେଇ ଘଂଟାର ଅପେକ୍ଷା । ରାତି ପାହିଲେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ସେଥିପାଇଁ ସାଧୁ, ସନ୍ଥ ଓ ଭକ୍ତଙ୍କ ଗହଳଚହଳରେ ଚଳଚଂଚଳ ଅଯୋଧ୍ୟା ନଗର । ସୁନ୍ଦର ଆଲୋକମାଳାରେ ଝଲସୁଛି ରାମ ମନ୍ଦିର । କ୍ୱିଂଟାଲ କ୍ୱିଂଟାଲ ଫୁଲରେ ସଜେଇ ହୋଇଛି ଅଯୋଧ୍ୟା । ଲାଗୁଛି ତ୍ରେତୟା ଯୁଗକୁ ଫେରିଯାଇଛି ରାମ ନଗରୀ । ଭକ୍ତିମୟ ପରିବେଶରେ ସମସ୍ତଙ୍କ ଅପେକ୍ଷା ସେହି ମାହେନ୍ଦ୍ର ବେଳାକୁ । ଝଲୁସୁଛିContinue reading “ଆସୁଛନ୍ତି ରାମ: ଅଯୋଧ୍ୟାରେ ‘ତ୍ରେତୟା ଯୁଗ’ର ଭ୍ରମ”

ମନ ମୋହୁଛି ଛତ୍ରପୁରର ତାମ୍ପରା ହ୍ରଦ । ବଣ ଜଙ୍ଗଲ ଘେରା ବିସ୍ତୀର୍ଣ୍ଣ ଜଳରାଶି ପାଲଟିଛି ମୁଖ୍ୟ ଆକର୍ଷଣ, ଜମୁଛି ଭୋଜିଭାତ ଆସର

କନକ ବ୍ୟୁରୋ : ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ରହିଛି ତମ୍ପରା ହଦ୍ର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ହୁମୁରୀ ତାମ୍ପରା ହ୍ରଦ । ହ୍ରଦର ଗୋଟିଏ ପଟେ ରହିଛି ଜାତୀୟ ରାଜପଥ ଏବଂ ଅନ୍ୟପଟେ ବେଳଭୂମି । ଏବେ ଏହି ସୁନ୍ଦର ସ୍ଥାନରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ । ରାଜ୍ୟ ବାହାରୁ ଏବଂ ଜିଲା ବାହାରୁ ଦୈନିଦିନ ଶହଶହ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଏବିସି ବୋଟିଂ କ୍ଲବ ପକ୍ଷରୁ ବୋଟିଂ, ୱାଟର ସ୍ପୋଷ୍ଟ, ଜେଟିContinue reading “ମନ ମୋହୁଛି ଛତ୍ରପୁରର ତାମ୍ପରା ହ୍ରଦ । ବଣ ଜଙ୍ଗଲ ଘେରା ବିସ୍ତୀର୍ଣ୍ଣ ଜଳରାଶି ପାଲଟିଛି ମୁଖ୍ୟ ଆକର୍ଷଣ, ଜମୁଛି ଭୋଜିଭାତ ଆସର”

ପ୍ରଭୁ ଶ୍ରୀରାମଙ୍କୁ ଭେଟି ଦେବାକୁ ଭକ୍ତର ପ୍ରସ୍ତୁତି । ବ୍ରହ୍ମପୁର ବାଲୁକାଶିଲ୍ପୀ ସତ୍ୟ ମହାରଣାଙ୍କ ନିଆରା ଉପହାର

କନକ ବ୍ୟୁରୋ : ସବୁଠି ରାମମୟ ପରିବେଶ । ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନେଇ ସବୁଠି ଉତ୍ସାହ । ପ୍ରଭୁ ଶ୍ରୀରାମଙ୍କୁ ଭକ୍ତିର ଭେଟି ଦେବା ପାଇଁ ଦେଶବାସୀ ପ୍ରସ୍ତୁତ ହେଇସାରିଲେଣି । ଅନେକ କଳାକୃତି କରି ଅନ୍ତର୍ଜାତୀୟ ସ୍ତରରେ ରେକର୍ଡ ହାସଲ କରିଥିବା ବ୍ରହ୍ମପୁରର ଜଣାଶୁଣା ବାଲୁକାଶିଲ୍ପୀ ସତ୍ୟ ମହାରଣା ମଧ୍ୟ ଏକ ଉପହାର ପ୍ରସ୍ତୁତ କରିଛନ୍ତି । ମାତ୍ର ଦୁଇ ଦିନରେ କାଠ, ପଥର ଓ ଚକ୍ ଖଡିରେ ବିଶ୍ୱର ସବୁଠୁ ସୂକ୍ଷ୍ମ ରାମମନ୍ଦିରContinue reading “ପ୍ରଭୁ ଶ୍ରୀରାମଙ୍କୁ ଭେଟି ଦେବାକୁ ଭକ୍ତର ପ୍ରସ୍ତୁତି । ବ୍ରହ୍ମପୁର ବାଲୁକାଶିଲ୍ପୀ ସତ୍ୟ ମହାରଣାଙ୍କ ନିଆରା ଉପହାର”

ସୀତା ପାହାଡରେ ଲୋକଙ୍କ ଭିଡ । ପୂଜା ପାଉଛନ୍ତି ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତା, ପୁରୁଣା କିମ୍ବଦନ୍ତୀ ଆଧାରରେ ପୂଜାରେ ରହିଛି ସ୍ୱତନ୍ତ୍ରତା

କନକ ବ୍ୟୁରୋ : ସାରାଦେଶରେ ଉତ୍ସବର ମାହୋଲ । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ରାମ ସୀତାଙ୍କ ପୂଜନ କରାଯାଉଛି । ରାମ ଧ୍ୱନୀରେ ପ୍ରକମ୍ପିତ ହେଉଛି ପରିବେଶ । ସେହିଭଳି ଗଜପତି ଗୋଷାଣୀ ବ୍ଲକରେ ରହିଛି ସୀତା ପାହାଡ । ସେହି ପାହାଡ ଉପରେ ପୂଜା ପାଉଛନ୍ତି ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତା । ଅନ୍ୟ ଦିନContinue reading “ସୀତା ପାହାଡରେ ଲୋକଙ୍କ ଭିଡ । ପୂଜା ପାଉଛନ୍ତି ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତା, ପୁରୁଣା କିମ୍ବଦନ୍ତୀ ଆଧାରରେ ପୂଜାରେ ରହିଛି ସ୍ୱତନ୍ତ୍ରତା”

ବୃତିିରେ କୃଷକ, ନିଶା ପାଲଟିଛି ଶିକ୍ଷକତା । ବିନା ବେତନରେ ଶିକ୍ଷକ ପାଲଟିଛନ୍ତି ଯାଜପୁର ଇନ୍ଦାରୋଇର କୁଳମଣି ନାୟକ

କନକ ବ୍ୟୁରୋ : ବୃତିିରେ କୃଷକ ହେଲେ ବିନା ବେତନରେ ପାଲଟିଛନ୍ତି ଶିକ୍ଷକ । ଯାଜପୁର ବ୍ଲକ ଏରବାଙ୍କ ପଂଚାୟତ ଇନ୍ଦାରୋଇ ଗାଁର କୁଳମଣି ନାୟକ । ପିଲାଟି ଦିନରୁ ମେଧାବୀ ଛାତ୍ର ଥିଲେ । ଅଧିକ ପାଠ ପଢ଼ା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ କେବଳ ବିଜ୍ଞାନରେ ଯୁକ୍ତ ତିନି ପର୍ଯ୍ୟନ୍ତ ପାଠ ପଢ଼ିପାରିଥିଲେ କୁଳମଣି । ଶିକ୍ଷାଦାନ ଏବେ ତାଙ୍କର ନିଶା ପାଲଟିଛି । ଘର ପାଖରେ ଥିବା ସାହସପୁର ହନୁମାନଜୀଉ ହାଇସ୍କୁଲContinue reading “ବୃତିିରେ କୃଷକ, ନିଶା ପାଲଟିଛି ଶିକ୍ଷକତା । ବିନା ବେତନରେ ଶିକ୍ଷକ ପାଲଟିଛନ୍ତି ଯାଜପୁର ଇନ୍ଦାରୋଇର କୁଳମଣି ନାୟକ”

ସଙ୍କଟରେ ଆସିକା ଚିନି ଶିଳ୍ପ । କଂଚାମାଲର ଅଭାବରୁ ନେଇ ଲାଗିଛି ଆଖୁ ଚାଷୀଙ୍କ ବିଭିନ୍ନ ସମସ୍ୟା, ପରିଚାଳନା ଗତ ତ୍ରୁଟି ସହ ବଢୁଛି ଶ୍ରମିକ ଅଶାନ୍ତି

କନକ ବ୍ୟୁରୋ : ସର୍ବପୁରାତନ ଚିନି କଳ ହେଉଛି ଆସିକା ଚିନି କଳ । ଯାହା ଗଂଜାମର ଆସିକା ଅଂଚଳକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା । ହେଲେ ଏବେ ବି ପରିଚୟ ହରାଇ ନଥିବା ଏହି କଳ ଖୋଜୁଛି ସଠିକ୍ ପରିଚାଳନା । ଶିଳ୍ପ ଓ କୃଷିର ଉନ୍ନତି ସାଙ୍ଗକୁ ନୁତନ ନିଯୁକ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଗଢିଉଠିଥିବା ଏହି କଳରେ ପରିଚାଳନା ଗତ ତୃଟି ସାଙ୍ଗଙ୍କୁ ଶ୍ରମିକ ଅଶାନ୍ତି ବଢିଚାଲିଛି । ଏହାContinue reading “ସଙ୍କଟରେ ଆସିକା ଚିନି ଶିଳ୍ପ । କଂଚାମାଲର ଅଭାବରୁ ନେଇ ଲାଗିଛି ଆଖୁ ଚାଷୀଙ୍କ ବିଭିନ୍ନ ସମସ୍ୟା, ପରିଚାଳନା ଗତ ତ୍ରୁଟି ସହ ବଢୁଛି ଶ୍ରମିକ ଅଶାନ୍ତି”

ଅଯୋଧ୍ୟା ମନ୍ଦିର ପ୍ରତିଷ୍ଠା ସହ ଓଡ଼ିଶାରେ ବି ହେବ ରାମ ମନ୍ଦିରର ପ୍ରତିଷ୍ଠା: ପାରାଦୀପ ଓ ନୟାଗଡ଼ରେ ଦେବବରଣ ପରେ ଚାଲିଛି ହୋମଯଜ୍ଞ

କନକ ବ୍ୟୁରୋ: ନୟାଗଡ଼ ଭାପୁର ବ୍ଲକ ଫତେଗଡ଼ ଗାଁ ନିକଟ ଶ୍ରୀରାମ ପାହାଡ଼ ଶିଖରରେ ପ୍ରତିଷ୍ଠା ହେବ ଶ୍ରୀମରାଙ୍କ ମନ୍ଦିର । ଆସନ୍ତାକାଲି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ଓ ନୂତନ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ପାହାଡ ଶିଖରରେ ପ୍ରାୟ ୧୬ ଶହ ଫୁଟ ଉଚ୍ଚରେ ଶ୍ରୀମରାଙ୍କ ମନ୍ଦିର ନିର୍ମାର କରାଯାଇଛି ।Continue reading “ଅଯୋଧ୍ୟା ମନ୍ଦିର ପ୍ରତିଷ୍ଠା ସହ ଓଡ଼ିଶାରେ ବି ହେବ ରାମ ମନ୍ଦିରର ପ୍ରତିଷ୍ଠା: ପାରାଦୀପ ଓ ନୟାଗଡ଼ରେ ଦେବବରଣ ପରେ ଚାଲିଛି ହୋମଯଜ୍ଞ”

ରାଜ୍ୟପାଳ ରଘୁବର ଦାସ ଯାଜପୁର ଆସୁଥିବା ଜାଣି ରାସ୍ତାକଡକୁ ଧାଇଁ ଆସିଥିଲେ ମହିଳା: ଭଙ୍ଗା ଘରର ଅବସ୍ଥା ଦେଖାଇ ଆବାସ ପାଇଁ କାନ୍ଦିଲେ

କନକ ବ୍ୟୁରୋ: ରାଜ୍ୟପାଳ ରଘୁବର ଦାସ ଦିନିକିଆ ଯାଜପୁର ଜିଲା ଗସ୍ତରେ ଆସି ପ୍ରଥମେ ମା ବିରଜାଙ୍କ ଦର୍ଶନ କରିବା ସହ ଦଶରଥପୁର ବ୍ଲକ ର ବିଭିନ୍ନ ଅଞ୍ଚଳ କୁ ଯାଇ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁଭେଟିଛନ୍ତି । ପ୍ରଥମେ ଖଣ୍ଡରା ପଂଚାୟତ କାର୍ଯ୍ୟାଳୟ କୁ ଯାଇ ସେଠାରେ ବିଭିନ୍ନ ବ୍ୟକ୍ତି ମାନଙ୍କୁଭେଟିବା ସହିତ ସରକାରୀ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହା ପରେ ରାସ୍ତାରେ ଯାଉଥିବାବେଳେ ରାସ୍ତା କଡ଼ରେ ଜଣେ ଅସହାୟ ମହିଳାଙ୍କ କଥାରେContinue reading “ରାଜ୍ୟପାଳ ରଘୁବର ଦାସ ଯାଜପୁର ଆସୁଥିବା ଜାଣି ରାସ୍ତାକଡକୁ ଧାଇଁ ଆସିଥିଲେ ମହିଳା: ଭଙ୍ଗା ଘରର ଅବସ୍ଥା ଦେଖାଇ ଆବାସ ପାଇଁ କାନ୍ଦିଲେ”

ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ବିଭାଗର ବନ୍ଧୁମିଳନ । ଏକାଠି ହେଲେ ବିଭାଗର ବହୁ ପୁରାତନ ଛାତ୍ରଛାତ୍ରୀ । ବାଣ୍ଟିଲେ କଲେଜ ଦିନର ଅନୁଭୂତି…

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟ ‘ସାମ୍ବାଦିକତା ଓ ଗଣ ଯୋଗାଯୋଗ’ ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ । ରବିବାର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ସାମ୍ବାଦିକତା ବିଭାଗର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଭାଗର ବହୁ ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇ ଏ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ‘ଜର୍ଣ୍ଣାଲିଜିମ୍ ଆଲୁମିନି ଆସୋସିଏସନ୍’ ପକ୍ଷରୁ ‘ଆମ ପରିବାର’ ନାମରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା ।Continue reading “ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ବିଭାଗର ବନ୍ଧୁମିଳନ । ଏକାଠି ହେଲେ ବିଭାଗର ବହୁ ପୁରାତନ ଛାତ୍ରଛାତ୍ରୀ । ବାଣ୍ଟିଲେ କଲେଜ ଦିନର ଅନୁଭୂତି…”

ଓଲିଉଡ୍ ଷ୍ଟାର ଅନୁ ଚୌଧୁରୀଙ୍କ ସହ ମଞ୍ଚରେ ଝୁମିଲେ କଂସ ମହାରାଜ: ପ୍ରିୟାରେ ଗୀତରେ ମହାରାଜଙ୍କ ସହ ନାଚିଲେ ଅଭିନେତ୍ରୀ

କନକ ବ୍ୟୁରୋ: ଜମୁଛି ବରଗଡ ଧନୁଯାତ୍ରା । ଓଲିଉଡ୍ ଷ୍ଟାର ଅନୁ ଚୌଧୁରୀଙ୍କ ସହ ମଂଚରେ ଝୁମିଲେ କଂସ ମହାରାଜ । ପ୍ରିୟାରେ ଗୀତରେ ମହାରାଜଙ୍କ ସହ ନାଚିଲେ ଅଭିନେତ୍ରୀ । ରାଜ ଦରବାରରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଲେ ମଥୁରାବାସୀ । ବରଗଡ ଧନୁଯାତ୍ରା ପାଇଁ ମୁକ୍ତାକାଶ ରଙ୍ଗମଂଚରେ ବିରାଜମାନ କରିଛନ୍ତି ମହାରାଜା କଂସ । ବିଭିନ୍ନ ନୃତ୍ୟ ଗୀତ ପରିବେଷଣ କରାଯାଉଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ । ଅନୁଙ୍କContinue reading “ଓଲିଉଡ୍ ଷ୍ଟାର ଅନୁ ଚୌଧୁରୀଙ୍କ ସହ ମଞ୍ଚରେ ଝୁମିଲେ କଂସ ମହାରାଜ: ପ୍ରିୟାରେ ଗୀତରେ ମହାରାଜଙ୍କ ସହ ନାଚିଲେ ଅଭିନେତ୍ରୀ”

Design a site like this with WordPress.com
Get started