ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । ବଲାଙ୍ଗୀରରେ ଗତକାଲି ରାତିରୁ ଲାଗି ରହିଛି ବର୍ଷା ।

କନକ ବ୍ୟୁରୋ: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ବଲାଙ୍ଗିର ସହରରେ ଗତକାଲି ରାତିରେ ବର୍ଷା ହୋଇଛି । ଆଜି ସକାଳୁ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଶୀତ ସାଙ୍ଗକୁ ବର୍ଷା ଯୋଗୁ ଦୁଇ ଦିନ ହେବ ରାଜ୍ୟରେ କୋହଲା ପାଗ ଦେଖିବାକୁ ମିଳିଥିଲା । ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗର ଅଂଚଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଉତର ଓଡ଼ିଶାରେ କୋହଲ ପାଗ ଲାଗିContinue reading “ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । ବଲାଙ୍ଗୀରରେ ଗତକାଲି ରାତିରୁ ଲାଗି ରହିଛି ବର୍ଷା ।”

କଟକରେ ରାମ ଲାଲାଙ୍କ ଅବିକଳ ଭବ୍ୟ ମୂର୍ତ୍ତି! ୩୦ କିଲୋ ମାଟିରେ ତିଆରି କଲେ ଶିଳ୍ପୀ ନାରାୟଣ ରଥ ।

କନକ ବ୍ୟୁରୋ: କଟକରେ ରାମ ଲାଲାଙ୍କ ଅବିକଳ ଭବ୍ୟ ମୂର୍ତ୍ତି । ୩୦ କିଲୋ ମାଟିରେ ଏହି ମୂର୍ତିକୁ ତିଆରି କରିଛନ୍ତି ସିଡିଏ ଅଞ୍ଚଳର ଶିଳ୍ପୀ ନାରାୟଣ ରଥ । ମାତ୍ର ୨୦ରୁ ୨୫ ମିନିଟ ମଧ୍ୟରେ ରାମଲାଲାଙ୍କ ମୂର୍ତି ତିଆରି କରିଛନ୍ତି ନାରାୟଣ । ଆସନ୍ତାକାଲି ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଥିବା ବେଳେ ପ୍ରଭୁଙ୍କୁ ସ୍ୱାଗତ କରିବା ପାଇଁ ସାରା ଦେଶରେ ଏଭଳି ପ୍ରସ୍ତୁତି ଚାଲିଛି । The post କଟକରେContinue reading “କଟକରେ ରାମ ଲାଲାଙ୍କ ଅବିକଳ ଭବ୍ୟ ମୂର୍ତ୍ତି! ୩୦ କିଲୋ ମାଟିରେ ତିଆରି କଲେ ଶିଳ୍ପୀ ନାରାୟଣ ରଥ ।”

ଜବାହର ନବୋଦୟ ପ୍ରବେଶିକା ପରୀକ୍ଷାରେ ବିଭ୍ରାଟ । ଓଡ଼ିଶା ପରୀକ୍ଷାର୍ଥୀଙ୍କୁ ତେଲୁଗୁ ପ୍ରଶ୍ନପତ୍ର । ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରୀ ପ୍ରିୟଦର୍ଶିନୀ ।

କନକ ବ୍ୟୁରୋ: ଜବାହାର ନବୋଦୟ ପ୍ରବେଶିକା ପରୀକ୍ଷାରେ ବିଭ୍ରାଟ । ଓଡିଆ ପରୀକ୍ଷାର୍ଥୀଙ୍କୁ ଦିଆଗଲା ତେଲଗୁ ପ୍ରଶ୍ନପତ୍ର । ପରୀକ୍ଷା ଦେବାରୁ ବଂଚିତ ହେଲେ ମେଧାବୀ ଛାତ୍ରୀ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରୁ ଆସିଛି ଏହି ସଂଗୀନ ଅଭିଯୋଗ । ଶିକ୍ଷା ବିଭାଗର ଦାୟିତ୍ୱହୀନତା ଯୋଗୁଁ ନବୋଦୟ ପ୍ରବେଶିକା ପରୀକ୍ଷା ଦେଇ ପାରିନାହାନ୍ତି ତେଲକୋଇ ଜଗନ୍ନାଥ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ପଂଚମ ଶ୍ରେଣୀ ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାଶ । ସୂଚନା ଅନୁସାରେ ପ୍ରିୟଙ୍କାଙ୍କContinue reading “ଜବାହର ନବୋଦୟ ପ୍ରବେଶିକା ପରୀକ୍ଷାରେ ବିଭ୍ରାଟ । ଓଡ଼ିଶା ପରୀକ୍ଷାର୍ଥୀଙ୍କୁ ତେଲୁଗୁ ପ୍ରଶ୍ନପତ୍ର । ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରୀ ପ୍ରିୟଦର୍ଶିନୀ ।”

ବଞ୍ଚି ଥାଉ ଥାଉ ବୃଦ୍ଧାଙ୍କୁ ମାରିଦେଲେ ସରକାରୀ କର୍ତ୍ତୃପକ୍ଷ । ୬ ମାସ ହେଲା ଆକାଉଣ୍ଟକୁ ଆସୁନି ଭତ୍ତା ଟଙ୍କା ।

କନକ ବ୍ୟୁରୋ: ବଞ୍ଚି ଥାଉ ଥାଉ ବୃଦ୍ଧାଙ୍କୁ ମାରିଦେଲେ ସରକାରୀ କର୍ତ୍ତୃପକ୍ଷ । ଗଜପତି ଜିଲ୍ଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ଏଭଳି ଘଟଣା ଦେଖିବାକୁ ମିଳିଛି । ଗାଁର ମାଣିକ ନାୟକ ଭତ୍ତା ଟଙ୍କା ୬ ମାସ ହେଲା ବ୍ୟାଙ୍କ ଖାତାକୁ ନଆସୁଥିବାରୁ ତାଙ୍କ ପୁଅ ବ୍ଳକ କାର୍ଯ୍ୟାଳୟକୁ ଯାଇ ଏସମ୍ପର୍କରେ ଜଣାଇଥିଲେ । ହେଲେ ବ୍ଲକରେ ଥିବା ଅଧିକାରୀ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଥିବା ଯୋଗୁଁ ଭତ୍ତା ଟଙ୍କା ବନ୍ଦ କରିଦିଆଯାଇଥିବା କହିଥିଲେ ।Continue reading “ବଞ୍ଚି ଥାଉ ଥାଉ ବୃଦ୍ଧାଙ୍କୁ ମାରିଦେଲେ ସରକାରୀ କର୍ତ୍ତୃପକ୍ଷ । ୬ ମାସ ହେଲା ଆକାଉଣ୍ଟକୁ ଆସୁନି ଭତ୍ତା ଟଙ୍କା ।”

କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ତେଜୁଛି ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କଟାକ୍ଷ ।

କନକ ବ୍ୟୁରୋ: ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୱିଟ କରି କଡା ଜବାବ ଦେଇଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ କହିଛନ୍ତି, ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ସବୁ ଜାଣି ଅଜଣା ହେବାର ନାଟକ କରୁଛନ୍ତି ଧର୍ମେନ୍ଦ୍ର । ସୋସିଆଲ ମିଡିଆ ଏକ୍ସରେ ପ୍ରଣବ ପ୍ରକାଶ ଦାସ କଟାକ୍ଷ କରିଛନ୍ତି ଶିକ୍ଷକ ନିଯୁକ୍ତିର ପୁରା ପ୍ରକ୍ରିୟା କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ୍ ଜରିଆରେ କରାଯାଇଛି । ଆଉ ଏହା ଆପଣଙ୍କ ମନ୍ତ୍ରାଳୟContinue reading “କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ତେଜୁଛି ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କଟାକ୍ଷ ।”

ଯୌତୁକ ଜୁଇରେ ଜଳିଲା ଆଉ ଜଣେ ନବବଧୂ । ଯୌତୁକ ପାଇଁ ତଣ୍ଟିଚିପି ହତ୍ୟା ଅଭିଯୋଗ । ଶାଶୁଘର ଲୋକ ଫେରାର ।

କନକ ବ୍ୟୁରୋ: ୬ ମାସର ନବବଧୂକୁ ଶଶୁର ଘରଲୋକ ତଣ୍ଟିିଚିପି ହତ୍ୟା କରିଥିବା ଅଭିଯୋଗ । ମାଲକାନଗିରି ଜିଲ୍ଲା ପାପଡାହାଣ୍ଡି ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଏନେଇ ଝିଅ ଘର ଲୋକ ଥାନାରେ ଅଭିଯୋଗ କରିବା ପରେ ଶଶୁର ଘରଲୋକ ଫେରାର ଅଛନ୍ତି । ମାଲକାନଗିରି ଜିଲ୍ଲା ସଦରର ଗୀତା ସେଠି ଗତ ଜୁଲାଇ ମାସରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗ୍ରାମର ସୁଦାମ ସେଠିଙ୍କୁ ବାହା ହୋଇଥିଲେ । ହେଲେ ବିବାହର ୬ ମାସ ମଧ୍ୟରେContinue reading “ଯୌତୁକ ଜୁଇରେ ଜଳିଲା ଆଉ ଜଣେ ନବବଧୂ । ଯୌତୁକ ପାଇଁ ତଣ୍ଟିଚିପି ହତ୍ୟା ଅଭିଯୋଗ । ଶାଶୁଘର ଲୋକ ଫେରାର ।”

୨୯ରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଦଳୀୟ ନେତାଙ୍କ ସହ କରିବେ ନିର୍ବାଚନୀ ରଣନୀତି ।

କନକ ବ୍ୟୁରୋ: ଜାତୀୟ କଂଗ୍ରେସ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସିବେ ମଲ୍ଲିକାର୍ଜୁନ ଖଡଗେ । ଏଥିପାଇଁ ତାରିଖ ଧାର୍ଯ୍ୟ ସରିଛି । ଜାଗା ବି ସ୍ଥିର ହୋଇ ସାରିଛି । ଏଥିପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । କାର୍ଯ୍ୟକ୍ରମରେ କଂଗ୍ରେସର ଜିଲ୍ଲା ସଭାପତି, ବ୍ଲକ୍ ସଭାପତିଙ୍କ ଓ ବିଭିନ୍ନ ଛାମୁଆ ସଂଗଠନର ସଦସ୍ୟଙ୍କ ସହ ବୈଠକ କରିବେ ଖଡଗେ । ଏହି କାର୍ଯ୍ୟକ୍ରମରେ ଆଗାମି ନିର୍ବାଚନContinue reading “୨୯ରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଦଳୀୟ ନେତାଙ୍କ ସହ କରିବେ ନିର୍ବାଚନୀ ରଣନୀତି ।”

କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କଠାରୁ ମିଳିଲାଣି ୫ କୋଟି ଟଙ୍କା । ୪ ଦିନ ଧରି ରାଉରକେଲା ସହ ୧୦ ସ୍ଥାନରେ ଚାଲିଛି ରେଡ୍ ।

କନକ ବ୍ୟୁରୋ: କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଠାରୁ ମିଳିଲାଣି ୫ କୋଟି ଟଙ୍କା । ରାଉରକେଲାରେ ୪ ଦିନ ଧରି ରେଡ କରୁଛି ଆୟକର ବିଭାଗ । ଚଢାଉରେ ୧୦୦ରୁ ଅଧିକ ଅଧିକାରୀ ଓ ସିଆରପିଏଫ୍ ଯବାନ ସାମିଲ ହୋଇଛନ୍ତି । ତୃତୀୟ ଦିନ ଚଢାଉ ପରେ ତିନିଟି ବ୍ୟାଗରୁ ୨ କିଲୋ ସୁନା ଜବତ କରାଯାଇଛି । ତେବେ ଘନସ୍ୟାମ , ତାଙ୍କ ଭାଇ ଯୋଗେଶ ଓ ସହଯୋଗୀ ନନ୍ଦ କିଶୋର ଅଗ୍ରୱାଲଙ୍କ ଠାରୁContinue reading “କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କଠାରୁ ମିଳିଲାଣି ୫ କୋଟି ଟଙ୍କା । ୪ ଦିନ ଧରି ରାଉରକେଲା ସହ ୧୦ ସ୍ଥାନରେ ଚାଲିଛି ରେଡ୍ ।”

ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର । ଚୌଦ୍ୱାର ମଙ୍ଗୁଳି ଛକରେ ଟ୍ରକକୁ ପଛରୁ ପିଟିଲା ସୁଧାକରଙ୍କ କାର ।

କନକ ବ୍ୟୁରୋ: ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର । କଟକ ଚୌଦ୍ୱାରଠାରେ ତାଙ୍କ କାର ଦୁର୍ଘଟଣାଗସ୍ତ ହୋଇଛି । କାରରେ ଥିବା ତାଙ୍କ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି । ଦୁଇ ଜଣଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତି କରାଯାଇଛି । ଭୋର ୩ଟାରୁ ୪ଟା ମଧ୍ୟରେ ସୁଧାକର ବସନ୍ତଙ୍କ ଗାଡି ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡ଼ିଛି । ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ସିମେଣ୍ଟ ବୋଝେଇ କାରକୁ ତାଙ୍କ ଗାଡି ଧକ୍କାContinue reading “ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର । ଚୌଦ୍ୱାର ମଙ୍ଗୁଳି ଛକରେ ଟ୍ରକକୁ ପଛରୁ ପିଟିଲା ସୁଧାକରଙ୍କ କାର ।”

ମହଙ୍ଗା ପଡିବ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ । ଇଭିଏମ ପାଇଁ ପ୍ରତି ୧୫ ବର୍ଷକୁ ଥରେ ଖର୍ଚ୍ଚ ହେବ ୧୦ ହଜାର କୋଟି । କେନ୍ଦ୍ରକୁ ଜଣାଇଲେ ନିର୍ବାଚନ କମିଶନ ।

କନକ ବ୍ୟୁରୋ: ମହଙ୍ଗା ପଡିବ ଗୋଟିଏ ଦେଶ, ଏକ ନିର୍ବାଚନ । ଇଭିଏମ ପାଇଁ ପ୍ରତି ୧୫ ବର୍ଷକୁ ଥରେ ଖର୍ଚ୍ଚ ହେବ ୧୦ ହଜାର କୋଟି । ଏନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରିଛନ୍ତି ନିର୍ବାଚନ କମିଶନ । ଗୋଟିଏ ସମୟରେ ଲୋକସଭା ଓ ସବୁ ରାଜ୍ୟର ବିଧାନସଭା ନିର୍ବାଚନ ଆୟୋଜନ ପାଇଁ କେନ୍ଦ୍ର ସରକାର ଯୋଜନା କରୁଥିବା ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କୁ ପଠାଇଥିବା ରିପୋର୍ଟରେContinue reading “ମହଙ୍ଗା ପଡିବ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ । ଇଭିଏମ ପାଇଁ ପ୍ରତି ୧୫ ବର୍ଷକୁ ଥରେ ଖର୍ଚ୍ଚ ହେବ ୧୦ ହଜାର କୋଟି । କେନ୍ଦ୍ରକୁ ଜଣାଇଲେ ନିର୍ବାଚନ କମିଶନ ।”

Design a site like this with WordPress.com
Get started