ପଞ୍ଜାବକୁ ଚିତ୍ କଲା ଚେନ୍ନାଇ । ୬ ୱିକେଟରେ ପଞ୍ଜାବକୁ ହରାଇଲା ଚେନ୍ନାଇ ସୁପର କିଙ୍ଗସ୍ ।

କନକ ବ୍ୟୁରୋ: ଆଜି ଏକ ଲୋ-ସ୍କୋରିଂ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ଚିତ୍ କରିଛି ଚେନ୍ନାଇ ସୁପର କିଙ୍ଗସ । ପଞ୍ଜାବର ୧୦୭ ରନର ଟାର୍ଗେଟକୁ ସିଏସକେ ମାତ୍ର ଚାରି ୱିକେଟ ହରାଇ ଜିତି ନେଇଛି । ଏହାସହ ଚଳିତ ସିଜିନରେ ପ୍ରଥମ ବିଜୟର ସ୍ୱାଦ ଚାଖିଛି ଧୋନୀବାହିନୀ । ଆଜି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ସିଏସକେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ପଞ୍ଜାବ । ହେଲେ ଦଳ ଆରମ୍ଭରୁContinue reading “ପଞ୍ଜାବକୁ ଚିତ୍ କଲା ଚେନ୍ନାଇ । ୬ ୱିକେଟରେ ପଞ୍ଜାବକୁ ହରାଇଲା ଚେନ୍ନାଇ ସୁପର କିଙ୍ଗସ୍ ।”

ଫ୍ରାନ୍ସ ବିରୋଧୀ ହିଂସାରେ ଜଳୁଛି ପାକିସ୍ତାନ । ସୋସିଆଲ ମିଡିଆ ବ୍ୟାନ୍ କଲା ଇମ୍ରାନ ସରକାର ।

କନକ ବ୍ୟୁରୋ: ଫ୍ରାନ୍ସ ବିରୋଧୀ ହିଂସାକୁ ନେଇ ଏବେ ଜଳୁଛି ପାକିସ୍ତାନ । ଗତ ସୋମବାର ଠାରୁ ଫ୍ରାନ୍ସ ବିରୋଧୀ ହିଂସା ଆରମ୍ଭ ହେବା ପରେ ପାକିସ୍ତାନର ପରିସ୍ଥିତି ଅଣାୟତ୍ତ ହୋଇଛି । ସହରରୁ ସହରକୁ ଏବେ ବ୍ୟାପି ଚାଲିଛିି ହିଂସା । ଏହି ହିଂସାକାଣ୍ଡ କାରଣରୁ ପୋଲିସ ଗୁଳିରେ ୧୨ ଜଣଙ୍କ ଜୀବନ ଗଲାଣି ଓ ୪୦ରୁ ଅଧିକ ଆହତ ହୋଇଛନ୍ତି । ଗତ ବର୍ଷ ଫ୍ରାନ୍ସ ଠାରେ ପ୍ରକାଶିତ ବିବାଦୀୟ କାର୍ଟୁନକୁ ପାକିସ୍ତାନର ମୌଳବାଦୀContinue reading “ଫ୍ରାନ୍ସ ବିରୋଧୀ ହିଂସାରେ ଜଳୁଛି ପାକିସ୍ତାନ । ସୋସିଆଲ ମିଡିଆ ବ୍ୟାନ୍ କଲା ଇମ୍ରାନ ସରକାର ।”

ଦ୍ୱିତୀୟ ଲହରରେ ଚିନ୍ତା ବଢାଇଲାଣି ଦିଲ୍ଲୀ । ସଂକ୍ରମଣରେ ମହାରାଷ୍ଟ୍ରକୁ ଟପୁଛି ଦେଶର ରାଜଧାନୀ ।

କନକ ବ୍ୟୁରୋ: ଦେଶରେ କରୋନା ଦ୍ୱିତୀୟ ଲହର ସମୟରେ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମହାରାଷ୍ଟ୍ରରୁ । ହେଲେ ଏପ୍ରିଲ ୧୧ ତାରିଖ ପରେ ବଦଳିଗଲା ଏହି ଚିତ୍ର । ଦୈନିକ ସଂକ୍ରମଣ ହିସାବରେ ମୁମ୍ୱାଇକୁ ଟପିଗଲା ଦିଲ୍ଲୀ । ଏପ୍ରିଲ ୧୨ ତାରିଖରେ ଦିଲ୍ଲୀରେ ଚିହ୍ନଟ ହୋଇଥିଲେ ୧୧,୫୦୦ରୁ ଅଧିକ ସଂକ୍ରମିତ । ସେତେବେଳକୁ ମୁମ୍ୱାଇରେ ଥିଲେ ୭୮୦୦ ପଜିଟିଭ୍ । ୧୩ ଏପ୍ରିଲରେ ଦିଲ୍ଲୀରେ ୧୩,୪୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେContinue reading “ଦ୍ୱିତୀୟ ଲହରରେ ଚିନ୍ତା ବଢାଇଲାଣି ଦିଲ୍ଲୀ । ସଂକ୍ରମଣରେ ମହାରାଷ୍ଟ୍ରକୁ ଟପୁଛି ଦେଶର ରାଜଧାନୀ ।”

କଟକ ସହର ସ୍ଵରେଜ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ । ଦୁଇ ଇଞ୍ଜିନିୟରଙ୍କ ବଦଳି, ଜୁନିଅର ଇଞ୍ଜିନିୟର ନିଲମ୍ବିତ 

କନକ ବ୍ୟୁରୋ: ଗତକାଲି କଟକ ସହରରେ ସ୍ଵରେଜ କାମ ସମୟରେ ଦୁଇ ଜଣ ବ୍ୟକ୍ତି  ପ୍ରାଣ ହରାଇବା ଏବଂ ଜଣେ ଗୁରୁତର ଅସୁସ୍ଥ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିବା ସହ ଦାୟିତ୍ୱରେ  ଅବହେଳାକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ । ଘଟଣାର ଆଜି ତଦନ୍ତ କରାଯାଇ ଇଞ୍ଜିନିୟର ସୁଶାନ୍ତ ଘଡେଇ ଓ ସୁବାସ ରାଉତଙ୍କୁ ବଦଳି କରାଯାଇଥିବା ବେଳେ ଜୁନିୟର ଇଞ୍ଜିନିୟର ପ୍ରଦ୍ୟୋତ କୁମାର ସାହୁଙ୍କୁ ନିଲମ୍ବିତContinue reading “କଟକ ସହର ସ୍ଵରେଜ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ । ଦୁଇ ଇଞ୍ଜିନିୟରଙ୍କ ବଦଳି, ଜୁନିଅର ଇଞ୍ଜିନିୟର ନିଲମ୍ବିତ “

ଉତ୍ତରପ୍ରଦେଶରେ ମାସ୍କ ନିୟମ ଉଲଂଘନ କଲେ ପଡିବ ମହଙ୍ଗା । ଦ୍ୱିତୀୟ ଥର ନିୟମ ଉଲଂଘନ କଲେ ଗଣିବାକୁ ପଡିବ ୧୦ ହଜାର ତଣ୍ଡ ।

କନକ ବ୍ୟୁରୋ: କରୋନା ସ୍ଥିତି ଭୟଙ୍କର ହେବା ପରେ ଉତ୍ତରପ୍ରଦେଶରେ କଡାକଡି ହେଲା ମାସ୍କ କଟକଣା । ମାସ୍କ ବ୍ୟବହାର ନିୟମ ଉଲଂଘନ କଲେ ଗଣିବାକୁ ପଡିବ ୧୦ ହଜାର ଟଙ୍କାର ତଣ୍ଡ । ଏନେଇ ଆଜି ସ୍ପଷ୍ଟ କରିଛନ୍ତି ଉତ୍ତରପ୍ରଦେଶ ସରକାର । ଉତ୍ତରପ୍ରଦେଶରେ ମାସ୍କ ପିନ୍ଧିବା ନିୟମ ଉଲଂଘନ କରି ପ୍ରଥମ ଥର ଧରାପଡିଲେ ଗଣିବେ ୧୦୦୦ ଟଙ୍କା । ଦ୍ୱିତୀୟ ଥର ନିୟମ ଉଲଂଘନ କଲେ ଗଣିବାକୁ ପଡିବ ୧୦ ହଜାର ଟଙ୍କା ।Continue reading “ଉତ୍ତରପ୍ରଦେଶରେ ମାସ୍କ ନିୟମ ଉଲଂଘନ କଲେ ପଡିବ ମହଙ୍ଗା । ଦ୍ୱିତୀୟ ଥର ନିୟମ ଉଲଂଘନ କଲେ ଗଣିବାକୁ ପଡିବ ୧୦ ହଜାର ତଣ୍ଡ ।”

ଛତିଶଗଡରେ ପ୍ରତିଦିନ ବଢୁଛି କରୋନା ସଂକ୍ରମଣ । ଛତିଶଗଡ଼ରୁ ରେଳ ଚଳାଚଳ ବନ୍ଦ ଲାଗି କେନ୍ଦ୍ରକୁ ଅନୁରୋଧ କଲା ଓଡ଼ିଶା।

କନକ ବ୍ୟୁରୋ : ଛତିଶଗଡ଼ରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଥିବାରୁ ଏହି ରାଜ୍ୟରୁ ରେଳ ଚଳାଚଳ ବନ୍ଦ ପାଇଁ ପୁଣି ଥରେ ଅନୁରୋଧ କରିଛନ୍ତି ଓଡ଼ିଶା ସରକାର।  ଛତିଶଗଡ଼ରୁ ଓଡ଼ିଶାକୁ ଆସୁଥିବା ଟ୍ରେନଗୁଡ଼ିକୁ ଅତି କମରେ ୧୫ ଦିନ ବନ୍ଦ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି । ବର୍ତ୍ତମାନ ୧୮ଟି ସ୍ବତନ୍ତ୍ର ଟ୍ରେନ ଛତିଶଗଡ଼ରୁ ଓଡ଼ିଶା ମଧ୍ୟରେ ଚଳାଚଳ କରୁଛିContinue reading “ଛତିଶଗଡରେ ପ୍ରତିଦିନ ବଢୁଛି କରୋନା ସଂକ୍ରମଣ । ଛତିଶଗଡ଼ରୁ ରେଳ ଚଳାଚଳ ବନ୍ଦ ଲାଗି କେନ୍ଦ୍ରକୁ ଅନୁରୋଧ କଲା ଓଡ଼ିଶା।”

ହରିଦ୍ୱାର କୁମ୍ଭମେଳା ହୋଇପାରେ କରୋନା ସୁପରସ୍ପ୍ରେଡର । ଗତ ୫ ଦିନରେ ଚିହ୍ନଟ ହେଲେଣି ପ୍ରାୟ ୨ ହଜାର ପଜିଟିଭ୍ ।

କନକ ବ୍ୟୁରୋ: କୁମ୍ଭମେଳାକୁ ଡରେଇଲାଣି କରୋନା ଭୂତାଣୁ । ଗତ ୫ ଦିନରେ ୧୭ ଶହରୁ ଅଧିକ ଶ୍ରଦ୍ଧାଳୁ ଓ ସାଧୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ , ଭୟ ଖେଳିଗଲାଣି ଆଖଡାଗୁଡିକରେ । ବିଶେଷ କରି କୁମ୍ଭମେଳାରେ କରୋନା ସଂକ୍ରମଣ ବଢିବା ପରେ , ମେଳାରୁ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁଙ୍କୁ ଫେରିଯିବାକୁ ନିବେଦନ କରିଛି ନିରଂଜନ ଆଖଡା । କୁମ୍ଭମେଳା ହେବ କି ସୁପରସ୍ପ୍ରେଡର? ୫ ଦିନରେ ୨୦୦୦ରୁ ଅଧିକ ଶ୍ରଦ୍ଧାଳୁ-ସାଧୁ ପଜିଟିଭ୍Continue reading “ହରିଦ୍ୱାର କୁମ୍ଭମେଳା ହୋଇପାରେ କରୋନା ସୁପରସ୍ପ୍ରେଡର । ଗତ ୫ ଦିନରେ ଚିହ୍ନଟ ହେଲେଣି ପ୍ରାୟ ୨ ହଜାର ପଜିଟିଭ୍ ।”

ଦିପକ ଚହରଙ୍କ ଘାତକ ବୋଲିଂ । ୧୦୬ ରନ କଲା ପଞ୍ଜାବ କିଙ୍ଗସ । ଚେନ୍ନାଇ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ

କନକ ବ୍ୟୁରୋ: ଆଜିର ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଚେନ୍ନାଇ ବୋଲର । ଫଳରେ ପଞ୍ଜାବ ମାତ୍ର ୧୦୬ ରନ କରିବାରେ ସକ୍ଷମ ହୋଇଛି । ଏବେ ଚେନ୍ନାଇ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ ରହିଛି । ତେଣୁ ଏକ ସହଜ ବିଜୟ ଲକ୍ଷ୍ୟ ନେଇ ମୈ÷ଦାନକୁ ଓହ୍ଲାଇବ ଦଳ । ଏହି ମ୍ୟାଚ ଜିତିବାକୁ ହେଲେ ଚେନ୍ନାଇକୁ ନିଜ ୱିକେଟ ରକ୍ଷା କରିବାକୁ ହେବ । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂContinue reading “ଦିପକ ଚହରଙ୍କ ଘାତକ ବୋଲିଂ । ୧୦୬ ରନ କଲା ପଞ୍ଜାବ କିଙ୍ଗସ । ଚେନ୍ନାଇ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ”

ଧାମରା ନଦୀରେ ୧୧୦ କୋଟି ବ୍ୟୟରେ ହେବ ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଭଦ୍ରକ ଏବଂ କେନ୍ଦ୍ରାପଡାରେ ବିକାଶର ଗତି ତ୍ୱରାନ୍ୱିତ ହେବ ।

କନକ ବ୍ୟୁରୋ: ରାଜ୍ୟର ଧାମରା ନଦୀରେ ୧୧୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ ଭଦ୍ରକ ଏବଂ କେନ୍ଦ୍ରାପଡ଼ାର ବିକାଶର ଗତିକୁ ତ୍ୱରାନ୍ୱିତ କରିବ । ଏନେଇ ଆଜି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ବିକାଶ ପାଇଁ ନିରନ୍ତର ଦୃଷ୍ଟି ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ମନସୁଖ ମନସୁଖ ମଣ୍ଡଭିୟଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦContinue reading “ଧାମରା ନଦୀରେ ୧୧୦ କୋଟି ବ୍ୟୟରେ ହେବ ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଭଦ୍ରକ ଏବଂ କେନ୍ଦ୍ରାପଡାରେ ବିକାଶର ଗତି ତ୍ୱରାନ୍ୱିତ ହେବ ।”

କଟକରୁ ଆସିଲା ଅଭାବନୀୟ ଖବର । ମ୍ୟାନହୋଲରେ ମୃତ୍ୟୁବରଣ କଲେ ଶ୍ରମିକ । ଅନ୍ୟ ଜଣେ ଗୁରୁତର କଟକ ବଡ ମେଡିକାଲରେ ଭର୍ତ୍ତି ।

କନକ ବ୍ୟୁରୋ: ମ୍ୟାନହୋଲରେ ମୃତ୍ୟୁ । ମୂଲ ଆଣି ପରିବାର ପୋଷିବା ଆଶାରେ ସ୍ୱରେଜ ଲାଇନ୍ ସଫା କରିବାକୁ ଯାଇଥିଲେ ଶ୍ରମିକ । ହେଲେ ସେମାନଙ୍କୁ ଜଣାନଥିଲା ମ୍ୟାନହୋଲରେ ଛକି ରହିଛି ମୃତ୍ୟୁ । କଟକ ସିଡିଏ ସେକ୍ଟର ୧୦ ମଂଟେଶ୍ୱରୀ ଗଡାରେ ସ୍ୱେରେଜ ଲାଇନରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଅସୁସ୍ଥ ହୋଇ କଟକ ବଡ ମେଡିକାଲରେ ଭର୍ତି ହୋଇଛନ୍ତି । ତିନିକୋଣିଆ ବଗିଚାର ପି.ଶଙ୍କର ଓContinue reading “କଟକରୁ ଆସିଲା ଅଭାବନୀୟ ଖବର । ମ୍ୟାନହୋଲରେ ମୃତ୍ୟୁବରଣ କଲେ ଶ୍ରମିକ । ଅନ୍ୟ ଜଣେ ଗୁରୁତର କଟକ ବଡ ମେଡିକାଲରେ ଭର୍ତ୍ତି ।”

Design a site like this with WordPress.com
Get started