ଶନି ଓ ରବିବାର ବନ୍ଦ ରହିବ ଜଗା ଦର୍ଶନ । ବାହାର ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ଆସନ୍ତା ୨୪ରୁ ଲାଗୁ ହେବ ନିୟମ ।

କନକ ବ୍ୟୁରୋ: କରୋନା ପାଇଁ ବଦଳିଲା ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା । ଆସନ୍ତା ସପ୍ତାହରୁ ଶନିବାର, ରବିବାର ବନ୍ଦ ରହିବ ଜଗା ଦର୍ଶନ । ଏହି ଦୁଇ ଦିନ ଶ୍ରୀମନ୍ଦିର ପରିସର ଓ ବଡ଼ଦାଣ୍ଡକୁ ସାନିଟାଇଜ କରାଯିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଛତିଶାନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଏସଓପି । ସପ୍ତାହର ଶେଷ ୨ ଦିନ ଅର୍ଥାତ୍ ଶନିବାର ଓ ରବିବାରContinue reading “ଶନି ଓ ରବିବାର ବନ୍ଦ ରହିବ ଜଗା ଦର୍ଶନ । ବାହାର ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ଆସନ୍ତା ୨୪ରୁ ଲାଗୁ ହେବ ନିୟମ ।”

ମୁଁ ଅସୁସ୍ଥ ଅଛି… କୋର୍ଟରେ ହାଜର ହୋଇ କହିଲା ହାଇଦର । ୭ ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ମିଳିଲା ଅନୁମତି ।

କନକ ବ୍ୟୁରୋ: ରିମାଣ୍ଡରେ ଗଲା ହାଇଦର । କୁଖ୍ୟାତ ଅପରାଧୀ ହାଇଦରକୁ ରିମାଣ୍ଡରେ ନେବାକୁ କୋର୍ଟଙ୍କ ଅନୁମତି । ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ ଜେଏମଏଫସି କୋର୍ଟ । ହାଇଦରକୁ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ । ତେବେ କୋର୍ଟରେ ହାଜର ହୋଇ ଏବେ ବି ଅସୁସ୍ଥ ଥିବା କହିଲା ହାଇଦର । ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରିବାକୁ କୋର୍ଟଙ୍କୁ କହିଲା ଗ୍ୟାଙ୍ଗଷ୍ଟର । ତେବେ ଆଜି ଗ୍ୟାଙ୍ଗଷ୍ଟରContinue reading “ମୁଁ ଅସୁସ୍ଥ ଅଛି… କୋର୍ଟରେ ହାଜର ହୋଇ କହିଲା ହାଇଦର । ୭ ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ମିଳିଲା ଅନୁମତି ।”

ଘରେ ବି ପିନ୍ଧନ୍ତୁ ମାସ୍କ । ବାୟୁରେ କରୋନା ଭୂତାଣୁ ବ୍ୟାପୁଥିବା ନେଇ ମିଳିଲା ଠୋସ ପ୍ରମାଣ । ରିପୋର୍ଟ କହିଲା, ସାରା ବିଶ୍ୱରେ ନୀରବରେ ବ୍ୟାପୁଛି କରୋନା ।

କନକ ବ୍ୟୁରୋ: ବର୍ତମାନ କରୋନା ସଂକ୍ରମଣକୁ ନେଇ ଏପରି କିଛି ରିପୋର୍ଟ ଆସିଛି, ଯାହା ଆପଣଙ୍କୁ ବି ଚିନ୍ତା କରିବାକୁ ବାଧ୍ୟ କରିଦେବ । ବର୍ଷେରୁ ଅଧିକ ହୋଇଗଲାଣି, କରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କ ଜାରି ରଖିଛି । ଏବେ ଆମ ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଛି । ଏହି ସମୟରେ କରୋନା ସଂକ୍ରମଣକୁ ନେଇ ମେଡିକାଲ୍ ଜର୍ଣ୍ଣାଲ ଲାନସେଟ୍ ଏକ ରିପୋର୍ଟ ପ୍ରକାଶ କରିଛି । ଏଥିରେ କୁହାଯାଇଛି , କରୋନା ଭୂତାଣୁContinue reading “ଘରେ ବି ପିନ୍ଧନ୍ତୁ ମାସ୍କ । ବାୟୁରେ କରୋନା ଭୂତାଣୁ ବ୍ୟାପୁଥିବା ନେଇ ମିଳିଲା ଠୋସ ପ୍ରମାଣ । ରିପୋର୍ଟ କହିଲା, ସାରା ବିଶ୍ୱରେ ନୀରବରେ ବ୍ୟାପୁଛି କରୋନା ।”

ଛବି କହୁଛି କରୋନାର କରୁଣ କାହାଣୀ । କେମିତି ଅଛି ଭାରତ…୧୦ ଚିତ୍ରରେ ଫୁଟିଲା ଅସଲ ବ୍ୟଥା ।

କନକ ବ୍ୟୁରୋ: ଶ୍ମଶାନରେ ଜଳୁଥିବା ଶବର ଫଟୋ ଚିତ୍ର ଦେଖିବା ପରେ ବି ଯଦି ମଣିଷ କହୁଛି, ଭୂତାଣୁକୁ ନେଇ ସେ ଭୟଭୀତ ନୁହେଁ, ତେବେ ହୁଏତ ସେ ଛଳନା କରୁଛି । ଆଉ ସେ ଛଳନା ଆଉ କାହା ସହିତ କରୁନି ବରଂ, ନିଜ ସହ ନିଜେ ହିଁ ଛଳନା କରୁଛି । ମଧ୍ୟପ୍ରଦେଶର ଭୋପାଳରୁ ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି । ଯାହାକୁ ଦେଖିଲେ ହିଁ ଆପଣ ବିଶ୍ୱାସ କରିବେ । ଶ୍ମଶାନରେContinue reading “ଛବି କହୁଛି କରୋନାର କରୁଣ କାହାଣୀ । କେମିତି ଅଛି ଭାରତ…୧୦ ଚିତ୍ରରେ ଫୁଟିଲା ଅସଲ ବ୍ୟଥା ।”

ହାଇଦର ହାତରେ ହାତକଡି ପକାଇଲା ପୋଲିସ । ହେଲେ ଏବେ ବି ପ୍ରଶ୍ନ ଘେରରେ ହାଇଦର ଫେରାର୍ ହେବା ଘଟଣା ।

କନକ ବ୍ୟୁରୋ: ଶେଷରେ ହାଇଦର ହାତରେ ହାତକଡି ପଡିଛି ଆଉ ପୁଲିସକୁ ଆଶ୍ୱସ୍ତି ମିଳିଛି । କିନ୍ତୁ ଏହି କୁଖ୍ୟାତ ଅପରାଧୀକୁ ନେଇ ଯେଉଁ ଘଟଣା ଘଟିଲା ତାହା ଅନେକ ପ୍ରଶ୍ନ ସୃଷ୍ଟି କରୁଛି, ଯାହାର ଉତ୍ତର ମିଳିବା ନିହାତି ଆବଶ୍ୟକ । କମିଶନରେଟ ପୁଲିସର ଏହି ସଫଳତାକୁ ଲୋକେ ପ୍ରଶଂସା କରୁଛନ୍ତି । କିନ୍ତୁ ସିଷ୍ଟମ ବା ବ୍ୟବସ୍ଥାରେ ଯେଉଁ ତ୍ରୁଟି ରହିଛି ତାହା ଜଳ ଜଳ କରି ଦେଖାଗଲାଣି । ପ୍ରଶ୍ନ ନଂ-୧ ହାଇଦରକୁContinue reading “ହାଇଦର ହାତରେ ହାତକଡି ପକାଇଲା ପୋଲିସ । ହେଲେ ଏବେ ବି ପ୍ରଶ୍ନ ଘେରରେ ହାଇଦର ଫେରାର୍ ହେବା ଘଟଣା ।”

ଏସସିବି ହସ୍ପିଟାଲରୁ ଫେରାର୍ ହେବା ପରେ କେମିତି ଧରାପଡିଲା ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର । ପଢନ୍ତୁ, ପୂରା ଘଟଣାକ୍ରମ…

କନକ ବ୍ୟୁରୋ: କଟକ ଏସସିବି ମେଡିକାଲରୁ ହାର୍ଡକ୍ରୋର କ୍ରିମିନାଲ ହାଇଦର ଫେରାର ହେବା ପରେ ଓଡିଶା ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏପରିକି ହାଇଦର ଫେରାର ଷଡଯନ୍ତ୍ର ପଛରେ ବରିଷ୍ଠ ଅଧିକାରୀଙ୍କ ହାତ ଥିବା ଅଭିଯୋଗ ଆଣିଥିଲେ ବିଭିନ୍ନ ରାଜନୈତିକ ଦଳର ନେତା ଓ ପୂର୍ବତନ ପୋଲିସ ଅଧିକାରୀ । ଏହି ଚାପ ଭିତରେ ହାଇଦରକୁ ଧରିବା ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଥିଲା । ସମୟ ଗଡିଚାଲିଥିଲା, କିଏContinue reading “ଏସସିବି ହସ୍ପିଟାଲରୁ ଫେରାର୍ ହେବା ପରେ କେମିତି ଧରାପଡିଲା ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର । ପଢନ୍ତୁ, ପୂରା ଘଟଣାକ୍ରମ…”

ରାଜ୍ୟରେ କୋଭିଡ ଟିକାର ଅଭାବ । ୧୦ ଦିନ ଭିତରେ ୨୫ ଲକ୍ଷ ଟିକା ଯୋଗାଇବାକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

କନକ ବ୍ୟୁରୋ: ଟିକା ପାଇଁ ପୁଣି ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଆଜି ପୁଣିଥରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହିତ ୧୦ ଦିନ ପାଇଁ ୨୫ ଲକ୍ଷ କୋଭିସିଲ୍ଡ ଟିକା ଯୋଗାଇବାକୁ ଅନୁରୋଧ କରିଛନ୍ତି । ଏହାକଲେ ହିଁ ରାଜ୍ୟରେ ଟିକାକରଣ କାର୍ଯ୍ୟ ସୁରୁଖୁରରେ ଚାଲିପାରିବ ବୋଲି ମନ୍ତ୍ରୀ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । ରାଜ୍ୟରେ କୋଭିଡ୍ ଟିକାରContinue reading “ରାଜ୍ୟରେ କୋଭିଡ ଟିକାର ଅଭାବ । ୧୦ ଦିନ ଭିତରେ ୨୫ ଲକ୍ଷ ଟିକା ଯୋଗାଇବାକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।”

ଆଇପିଏଲ ଲଢେଇ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଚେନ୍ନାଇ । ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ 

କନକ ବ୍ୟୁରୋ: ଆଜିର ଆଇପିଏଲ ହାଇଭୋଲ୍ଟେଜ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ପଞ୍ଜାବ କିଙ୍ଗସ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଚେନ୍ନାଇ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ପଞ୍ଜାବ ଦଳ । ଚେନ୍ନାଇ ନିଜ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଥିବା ବେଳେ ପଞ୍ଜାବ ବିଜୟ ଧାରା ଜାରି ରଖିବାକୁ ପ୍ରୟାସ କରିବ । ଚଳିତ ଆଇପିଏଲରେ ଉଭୟ ଦଳ ଗୋଟିଏ ଲେଖାଏଁContinue reading “ଆଇପିଏଲ ଲଢେଇ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଚେନ୍ନାଇ । ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ “

କୋର୍ଟରେ ହାଜର ହେଲା ଗ୍ୟାଙ୍ଗଷ୍ଟର ହାଇଦର । ୭ ଦିନ ରିମାଣ୍ଡ ନେବାକୁ ଆବେଦନ କଲା ପୋଲିସ । 

କନକ ବ୍ୟୁରୋ: କୋର୍ଟରେ ହାଜର ହେଲା ଗ୍ୟାଙ୍ଗଷ୍ଟର ସେକ ହାଇଦର । କୋର୍ଟରେ ହାଜର ହେବା ପରେ ହାଇଦରକୁ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କଲା ପୋଲିସ । ହାଇଦରକୁ ରିମାଣ୍ଡରେ ନେଇ ଫେରାର ହେବାର ଗୁମର ଖୋଲିବ କମିଶନରେଟ ପୋଲିସ । ହାଇଦର କେମିତି ଫେରାର ହେଲା ତା ଏବେ ବି ସସପେନ୍ସ ରହିଛି । ସେପଟେ ହାଇଦର ଲିଙ୍କରେ ଥିବା ୭ଜଣଙ୍କୁ ପଚରାଉଚରା କରାଯାଇଛି । ହାଇଦରକୁ ରିମାଣ୍ଡରେ ଆଣି ପଚରାଉଚରା ପରେContinue reading “କୋର୍ଟରେ ହାଜର ହେଲା ଗ୍ୟାଙ୍ଗଷ୍ଟର ହାଇଦର । ୭ ଦିନ ରିମାଣ୍ଡ ନେବାକୁ ଆବେଦନ କଲା ପୋଲିସ । “

ଚୂନମାଟି ଅତଡା ଖସି ୩ ଜଣଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ୫ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ପଟାଙ୍ଗୀ ପଡାଗୁଡା ନିକଟରେ ଚୂନମାଟି ଅତଡା ଖସି ୩ ଜଣଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ୫ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା । ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଘଟଣାରେ ଆହତଙ୍କ ମାଗଣା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରେଙ୍ଗା ଗ୍ରାମପଂଚାୟତ ଅନ୍ତର୍ଗତ ପଡ଼ାଗୁଡ଼ା ଗାଁ ନିକଟରେ ଆଜି ଅପରାହ୍ଣ ପ୍ରାୟ ୨ଟାରେ ୭ ଜଣ ମହିଳା ଘର ଲିପିବା ପାଇଁContinue reading “ଚୂନମାଟି ଅତଡା ଖସି ୩ ଜଣଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ୫ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।”

Design a site like this with WordPress.com
Get started