କୋଭିଡ ଟିକାର ଦ୍ୱିତୀୟ ଡୋଜ୍ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭାକ୍ସିନ ଟିକାର ଦ୍ୱିତୀୟ ଡୋଜ୍ ନେଲେ ନବୀନ । ମାର୍ଚ୍ଚ ୧ରେ ନେଇଥିଲେ ପ୍ରଥମ ଡୋଜ୍ ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଲେ କରୋନା ଟିକା । କୋଭାକ୍ସିନ ଟିକାର ପ୍ରଥମ ଡୋଜ ନେବା ପରେ ଆଜି ଦ୍ୱିତୀୟ ଡୋଜ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ଟିକା ନେବାର ପ୍ରାୟ ମାସକ ପରେ ନବୀନ ଦ୍ୱିତୀୟ ଟିକା ନେଇଛନ୍ତି । ଗତ ମାର୍ଚ୍ଚ ୧ ତାରିଖରେ ସେ କୋଭିଡ ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଥିଲେ । ମାର୍ଚ୍ଚ ୧ ତାରିଖରେ ନବୀନ ବିଧାନସଭା ଡିସପେନସାରିକୁ ଯାଇ ସେଠାରେ କୋଭାକ୍ସିନର ପ୍ରଥମ ଡୋଜ ନେଇଥିଲେContinue reading “କୋଭିଡ ଟିକାର ଦ୍ୱିତୀୟ ଡୋଜ୍ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭାକ୍ସିନ ଟିକାର ଦ୍ୱିତୀୟ ଡୋଜ୍ ନେଲେ ନବୀନ । ମାର୍ଚ୍ଚ ୧ରେ ନେଇଥିଲେ ପ୍ରଥମ ଡୋଜ୍ ।”

ଭୁବନେଶ୍ୱରରେ ବଢୁଛି ଭୂତାଣୁ: ୩୧୧ କରୋନା ଆକ୍ରାନ୍ତ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୧୨୪

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ବଢୁଛି କରୋନା ସଂକ୍ରମଣ । ଆଜି ପୁଣି ୩୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୬୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୪୫ ଜଣ ଲୋକାଲ କେସ ବୋଲି ଜଣାପଡିଛି । ଏହାସହ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୮୯୦ରେ ପହଞ୍ଚିଛି । ଆଚାର୍ଯ୍ୟ ବିହାର, ବଡଗଡ, ବରମୁଣ୍ଡା, ବିଜେବି ନଗର, ଚନ୍ଦ୍ରଶେଖରପୁର,Continue reading “ଭୁବନେଶ୍ୱରରେ ବଢୁଛି ଭୂତାଣୁ: ୩୧୧ କରୋନା ଆକ୍ରାନ୍ତ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୧୨୪”

ସୋମବାରଠୁ ରାଜ୍ୟରେ ସ୍ପୋର୍ଟସ ହଷ୍ଟେଲ ବନ୍ଦ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଗଲା ନଷ୍ପତ୍ତି । 

କନକ ବ୍ୟୁରୋ: ଏପ୍ରିଲ ୧୯ରୁ ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍ପୋର୍ଟସ ହଷ୍ଟେଲ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ପୋର୍ଟସ ହଷ୍ଟେଲ ବନ୍ଦ ନିଷ୍ପତ୍ତି ନିଆଯାଇଛି । କରୋନା ସ୍ଥିତି ନସୁଧୁରିବା ଯାଏଁ ସ୍ପୋର୍ଟସ ହଷ୍ଟେଲ ବନ୍ଦ ରହିବ । କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ହେଉଥିବାରୁ ଧିରେ ଧିରେ କଟକଣା କଡାକଡି କରାଯାଇଛି । ପୁଣି ରାଜ୍ୟକୁ କଟକଣା ଫେରିଛିContinue reading “ସୋମବାରଠୁ ରାଜ୍ୟରେ ସ୍ପୋର୍ଟସ ହଷ୍ଟେଲ ବନ୍ଦ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଗଲା ନଷ୍ପତ୍ତି । “

ନାଲକୋକୁ ମିଳିଲା ଉତ୍କଳ-ଇ କୋଇଲା ଖଣି ଲିଜ୍, ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର । 

କନକ ବ୍ୟୁରୋ : ନାଲକୋକୁ ଉତ୍କଳ-ଇ କୋଇଲା ଖଣିର ଲିଜ ପ୍ରଦାନ କରିଛନ୍ତି ଓଡ଼ିଶା ସରକାର । ଏ ନେଇ ଗତ ୧୨ ତାରିଖରେ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ପ୍ରାୟ ୫୨୩.୭୬ ହେକ୍ଟର ପରିମିତ ଅଞ୍ଚଳରେ ଅବସ୍ଥିତ ଏହି କୋଇଲା ବ୍ଲକ ଅନିଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲରେ ଅବସ୍ଥିତ । ଏହି କୋଇଲା ବ୍ଲକରେ ପ୍ରାୟ ୭୦ ନିୟୁତ ଟନ କୋଇଲା ଗଚ୍ଛିତ ଥିବା ଅନୁମାନContinue reading “ନାଲକୋକୁ ମିଳିଲା ଉତ୍କଳ-ଇ କୋଇଲା ଖଣି ଲିଜ୍, ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର । “

ସପ୍ତାହନ୍ତ ସଟଡାଉନରେ ବନ୍ଦ ରହିବ ଟିକାକରଣ । ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାପାଳ ଓ ୨ ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି ।

କନକ ବ୍ୟୁରୋ: ସଟଡାଉନ ବେଳେ ବନ୍ଦ ରହିବ ଟିକାକରଣ । ଛତିଶଗଡ ସୀମାନ୍ତବର୍ତ୍ତୀ ୧୦ ଜିଲ୍ଲାପାଳ ଓ ସମ୍ବଲପୁର, ରାଉରକେଲା ମ୍ୟୁନିସିପାଲ କମିଶନରଙ୍କୁ ଏନେଇ ଚିଠି ଲେଖି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଏହି ୧୦ ଜିଲ୍ଲାର ସହରାଚଂଳରେ ଆସନ୍ତାକାଲିଠୁ ସପ୍ତାହନ୍ତ ସଟଡାଉନ୍ ଲାଗୁ ହେବାକୁ ଯାଉଛି । ଏହି ଦିନରେ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଟିକାକରଣ ବନ୍ଦ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।Continue reading “ସପ୍ତାହନ୍ତ ସଟଡାଉନରେ ବନ୍ଦ ରହିବ ଟିକାକରଣ । ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାପାଳ ଓ ୨ ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି ।”

ବିଖ୍ୟାତ ମେଡିକାଲ ଜର୍ଣ୍ଣାଲ ‘ଦ ଲାନସେଟ’ରେ ରିପୋର୍ଟ । ବାୟୁରେ କରୋନା ଭୂତାଣୁ ବ୍ୟାପୁଥିବା ନେଇ ମିଳିଲା ଠୋସ ପ୍ରମାଣ ।

କନକ ବ୍ୟୁରୋ: ସାରା ଦେଶରେ ଆତଙ୍କ  ସୃଷ୍ଟି କରିଛି କରୋନା । ଆଉ ଏହି ସମୟରେ  ମେଡିକାଲ  ଜର୍ଣ୍ଣାଲ ଲାନସେଟ୍  କରୋନାକୁ ନେଇ ଏକ ରିପୋର୍ଟ ଜାରି କରିିଛି । ରିପୋର୍ଟରେ କୁହାଯାଇଛି , କରୋନା ଭୂତାଣୁ ବାୟୁ ମାଧ୍ୟମରେ ବି ସଂକ୍ରମିତ ହୋଇଥାଏ । କୋଭିଡ ୧୯ ଭୂତାଣୁକୁ ନେଇ ଅଧିକ ଅନୁଧ୍ୟାନ କରୁଥିବା ଟିମ୍ , ଏହା ବାୟୁମାଧ୍ୟମରେ ମଧ୍ୟ ସଂକ୍ରମିତ ହୋଇଥାଏ ବୋଲି  ଯଥେଷ୍ଟ ପ୍ରମାଣ ହାସଲ କରିଥିବା କୁହାଯାଇଛି । ରିପୋର୍ଟରେContinue reading “ବିଖ୍ୟାତ ମେଡିକାଲ ଜର୍ଣ୍ଣାଲ ‘ଦ ଲାନସେଟ’ରେ ରିପୋର୍ଟ । ବାୟୁରେ କରୋନା ଭୂତାଣୁ ବ୍ୟାପୁଥିବା ନେଇ ମିଳିଲା ଠୋସ ପ୍ରମାଣ ।”

କଟକରେ ହାଇଦରର ହେଲା ସ୍ୱାସ୍ଥ୍ୟ ପରୀକ୍ଷା । ଏସଡିଜେଏମ କୋର୍ଟରେ ହାଜର ପରେ ରିମାଣ୍ଡରେ ନେଇ ଗୁମର ଖୋଲିବ ପୁଲିସ ।

କନକ ବ୍ୟୁରୋ: ପୋଲିସ କବଜାରେ ପଡିଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ କଟକ ଏସଡିଜେଏମ କୋର୍ଟରେ ହାଜର କରି ରିମାଣ୍ଡରେ ନିଆଯିବ । କୋର୍ଟରେ ହାଜର କରିବା ପୂର୍ବରୁ ହାଇଦରର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । କୋର୍ଟରେ ହାଜର ହେବା ପରେ ହାଇଦରକୁ ରିମାଣ୍ଡରେ ନେବା ପାଇଁ ପୁଲିସ ଆବେଦନ କରିବ । କେମିତି ସେ କଟକ ଏସସିବି ମେଡିକାଲରୁ ଫେରାର ହୋଇଗଲା ଓ ଏଥିରେ ତାକୁ କେଉଁମାନେ ସହଯୋଗ କରିଥିଲେ ତାର ଖୋଳତାଡ କରିବ କମିଶନରେଟ ପୋଲିସ ।Continue reading “କଟକରେ ହାଇଦରର ହେଲା ସ୍ୱାସ୍ଥ୍ୟ ପରୀକ୍ଷା । ଏସଡିଜେଏମ କୋର୍ଟରେ ହାଜର ପରେ ରିମାଣ୍ଡରେ ନେଇ ଗୁମର ଖୋଲିବ ପୁଲିସ ।”

ରାଜଧାନୀରେ ଆହୁରି କଡାକଡି ହେବ କରୋନା କଟକଣା । ଆସନ୍ତାକାଲି କମିଶନରେଟ୍ ପୁଲିସ ଆଣିବ କୋଭିଡ ଗାଇଡଲାଇନ୍ ।

କନକ ବ୍ୟୁରୋ: ଟ୍ୱିନ ସିଟିରେ ଆହୁରି କଡାକଡି ହେବ କୋଭିଡ କଟକଣା । ନାଇଟ କର୍ଫ୍ୟୁକୁ କଡାକଡି କରିବା ଲାଗି ପାଟ୍ରୋଲିଂକୁ ବ୍ୟାପକ କରାଯିବ । ଖାଲି ସେତିକି ନୁହେଁ ଆସନ୍ତାକାଲି କୋଭିଡ କଟକଣା ନେଇ ଗାଇଡଲାଇନ ମଧ୍ୟ ଆଣିବ ପୁଲିସ । ସେପଟେ ସନ୍ଧ୍ୟା ୮ଟାରୁ ଦୁଇ ସହରରେ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ଡିସିପି । କାଲି ମାଇକ ଯୋଗେ ପ୍ରଚାର କରାଯାଇ ଲୋକଙ୍କୁ ସଚେତନ କରାଯିବ । ଭୁବନେଶ୍ୱରରContinue reading “ରାଜଧାନୀରେ ଆହୁରି କଡାକଡି ହେବ କରୋନା କଟକଣା । ଆସନ୍ତାକାଲି କମିଶନରେଟ୍ ପୁଲିସ ଆଣିବ କୋଭିଡ ଗାଇଡଲାଇନ୍ ।”

କୋଟିଆ ପାଇଁ ମେଳି କଲେ ଆଦିବାସୀ ଓ କୁଇ ସଂଘ । ଆଦିବାସୀ ନେତା କହିଲେ, ଓଡ଼ିଶା ମାଟି ମାଡି ପାରିବେନି ଆନ୍ଧ୍ର ଅଧିକାରୀ

କନକ ବ୍ୟୁରୋ : କୋଟିଆକୁ ନେଇ ଓଡିଶା ତଥା କୋରାପୁଟ ଜିଲ୍ଲାର ଅଧିବାସୀଙ୍କ ମଧ୍ୟରେ ବଢୁଛି ସଚେତନତା । ଆନ୍ଧ୍ର ବିରୋଧରେ ପ୍ରତିବାଦର ସ୍ବର ତୀବ୍ର ହେବାରେ ଲାଗିଛି. । ପ୍ରଶାସନିକ ଅଧିକାରୀ. ଜିଲ୍ଲାର ସମସ୍ତ ଦଲକର ନେତାଙ୍କ ପରେ ଏବେ କୋଟିଆ ମାଟିର ସୁରକ୍ଷା ପାଇଁ ଏକାଠି ହୋଇଛନ୍ତି ଜିଲ୍ଲାର କୁଇ ଓ ଆଦିବାସୀ ସଂଘ । କୋଟିଆର ବିକାଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ  ଜିଲ୍ଲାର ସମସ୍ତ ଦଳ ଓ ବିଭିନ୍ନ ସଂଗଠନContinue reading “କୋଟିଆ ପାଇଁ ମେଳି କଲେ ଆଦିବାସୀ ଓ କୁଇ ସଂଘ । ଆଦିବାସୀ ନେତା କହିଲେ, ଓଡ଼ିଶା ମାଟି ମାଡି ପାରିବେନି ଆନ୍ଧ୍ର ଅଧିକାରୀ”

ଏଥର ସାବାଡ ହେବେ ମଦୁଆ । ଘଂଟ ବାଡେଇ ଗ୍ରାମବାସୀଙ୍କ ସତର୍କବାଣୀ । ମଦ ପିଇ ଗାଁକୁ ଆସିଲେ ଗଣିବେ ୨୦ ହଜାର ଟଙ୍କା ଜରିମାନା

କନକ ବ୍ୟୁରୋ :  ମଦ ମଣିଷକୁ ନଷ୍ଟ କରିବାର ଏକ ସୁଗମ ପଥ । ନିଶାସକ୍ତ ବ୍ୟକ୍ତି କେବଳ ନିଜର କ୍ଷତି କରିନଥାଏ । ସମାଜକୁ ବି ବିଶୃଙ୍ଖଳିତ କରିବାର ପ୍ରମୁଖ ଭୁମିକା ନିଭାଇଥାଏ । ଏହାସହ ପରିବାର ଭିତରେ କଳହର କାରଣ ମଦ ହୋଇଥାଏ । ଏସବୁରୁ ମୁକ୍ତି ପାଇବାକୁ କେତେ ଯେ ସଚେତନ କେତେ ଉପଦେଶ । ହେଲେ ଦିନକୁ ଦିନ ସମାଜରେ ମଦର ବ୍ୟବହାର ବହୁଳ ହେବାରେ ଲାଗିଛି । ଏହାକୁ ନଜରରେContinue reading “ଏଥର ସାବାଡ ହେବେ ମଦୁଆ । ଘଂଟ ବାଡେଇ ଗ୍ରାମବାସୀଙ୍କ ସତର୍କବାଣୀ । ମଦ ପିଇ ଗାଁକୁ ଆସିଲେ ଗଣିବେ ୨୦ ହଜାର ଟଙ୍କା ଜରିମାନା”

Design a site like this with WordPress.com
Get started