ପାକିସ୍ତାନରେ ଫ୍ରାନ୍ସ ବିରୋଧୀ ହିଂସା ଗୁରୁତର। ୧୨ ଜଣ ଆନ୍ଦୋଳନକାରୀ ମୃତ, ୪୦ ଜଣ ଆହତ

କନକ ବ୍ୟୁରୋ : ପାକିସ୍ତାନରେ ଫ୍ରାନ୍ସ ବିରୋଧୀ ହିଂସା ଗୁରୁତର ଆକାର ଧାରଣ କରିଛି । ଗତ ସୋମବାରଠାରୁ ଆରମ୍ଭ ହୋଇଥିବା ହିଂସା ଧୀରେ ଧୀରେ ପାକିସ୍ତାନର ବିଭିନ୍ନ ସହରକୁ ବ୍ୟାପିବାରେ ଲାଗିଛି । ଏହି ହିଂସାକାଣ୍ଡ ଯୋଗୁଁ ପୁଲିସ ଗୁଳିରେ ୧୨ ଜଣ ଆନ୍ଦୋଳନକାରୀ ମୃତ୍ୟୁବରଣ କରିଥିବାବେଳେ ଜଣେ ପୁଲିସ କର୍ମୀ ନିହତ ହୋଇଛନ୍ତି ଓ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଫ୍ରାନ୍ସ ସରକାର ପାକିସ୍ତାନରେ ଥିବା ନିଜରContinue reading “ପାକିସ୍ତାନରେ ଫ୍ରାନ୍ସ ବିରୋଧୀ ହିଂସା ଗୁରୁତର। ୧୨ ଜଣ ଆନ୍ଦୋଳନକାରୀ ମୃତ, ୪୦ ଜଣ ଆହତ”

ମହାଦେବଙ୍କୁ ପ୍ରସନ୍ନ କରିବାକୁ ଭକ୍ତଙ୍କ ନିଆରା ଉଦ୍ୟମ । ଧାରୁଆ ଖଣ୍ଡା ଉପରେ ଚାଲିଲେ, ଜିଭରେ ଲୁହା କଣ୍ଟା ଫୋଡିଲେ ।

କନକ ବ୍ୟୁରୋ: ମହାଦେବଙ୍କୁ ପ୍ରସନ୍ନ କରିବା ଲାଗି ଭକ୍ତଙ୍କ ନିଆରା ଉଦ୍ୟମ । କିଏ ଧାରୁଆ ଖଣ୍ଡା ଉପରେ ବୁହା ହେଲେ, ତ ଆଉ କିଏ ଜିଭରେ ଲୁହା କଂଟା ଫୋଡିଲେ । ଖାଲି ସେତିକି ନୁହେଁ ଅନେକ ସ୍ଥାନରେ ଲୁହା କଂଟାରେ ଝୁଲିଲେ ଛୋଟ ଛୋଟ ପିଲା । ଆଉ ଅନେକ ଭକ୍ତ ଉଚ୍ଚ ସ୍ଥାନରୁ ଲମ୍ଫ ମାରି ଶିବଙ୍କ ଆରାଧନା କରୁଥିବା ଦେଖିବାକୁ ମିଳିଛି । ଚଡକ ପୂଜା ନାଁରେ ପ୍ରତି ବର୍ଷ ମାଲକାନଗିରିContinue reading “ମହାଦେବଙ୍କୁ ପ୍ରସନ୍ନ କରିବାକୁ ଭକ୍ତଙ୍କ ନିଆରା ଉଦ୍ୟମ । ଧାରୁଆ ଖଣ୍ଡା ଉପରେ ଚାଲିଲେ, ଜିଭରେ ଲୁହା କଣ୍ଟା ଫୋଡିଲେ ।”

 ପାଣିପାଗ ବିଭାଗର ସତର୍କ ସୂଚନା । ୧୯ ଜିଲ୍ଲାକୁ କାଳବୈଶାଖି ସହ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ରାଜ୍ୟରେ କାଳବୈଶାଖୀର ପ୍ରଭାବ ଆଜି ବି ଜାରି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତର, ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଉପକୂଳର ୧୯ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଜାରି ସତର୍କ ସୂଚନା ମତାବକ ଆଜି (ଗୁରୁବାର) ଅପରାହ୍ନ ୧ଟା ୩୦ରୁ ଆସନ୍ତାକାଲି (ଶୁକ୍ରବାର)Continue reading ” ପାଣିପାଗ ବିଭାଗର ସତର୍କ ସୂଚନା । ୧୯ ଜିଲ୍ଲାକୁ କାଳବୈଶାଖି ସହ ୟେଲୋ ୱାର୍ଣ୍ଣିଂ ଜାରି”

ପଞ୍ଜାବ ସରକାରଙ୍କ ବଡ ଘୋଷଣା । ବିନା ପରୀକ୍ଷାରେ ପଞ୍ଚମ, ଅଷ୍ଟମ ଓ ଦଶମ ଶ୍ରେଣୀ ପିଲା ପାସ୍

କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଚମ, ଅଷ୍ଟମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ବିନା ପରୀକ୍ଷାରେ ଉପର ଶ୍ରେଣୀକୁ ଉର୍ତ୍ତୀନ୍ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହେଲେ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ସରକାର କୌଣସି ନିଷ୍ପତ୍ତି ଘୋଷଣା କରି ନାହାନ୍ତି । ଖୁବ୍ ଶୀଘ୍ର ସରକାର ଏନେଇ ବିଚାର କରିବେ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ପଞ୍ଜାବContinue reading “ପଞ୍ଜାବ ସରକାରଙ୍କ ବଡ ଘୋଷଣା । ବିନା ପରୀକ୍ଷାରେ ପଞ୍ଚମ, ଅଷ୍ଟମ ଓ ଦଶମ ଶ୍ରେଣୀ ପିଲା ପାସ୍”

ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ରଖିଲେ ଗୁଜୁରାଟ ସରକାର , ପ୍ରଥମରୁ ଏକାଦଶ ଶ୍ରେଣୀର ପିଲାଙ୍କୁ ବିନାପରୀକ୍ଷାରେ ପାସ୍

କନକ ବ୍ୟୁରୋ : କରୋନା କାଳରେ ପରୀକ୍ଷା ସମ୍ଭବ ନୁହେଁ ବୋଲି ବିଚାର କରି ବଭିନ୍ନ ରାଜ୍ୟ ସରକାରମାନେ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖୁଛନ୍ତି । ଏହି କ୍ରମରେ ଆଜି ଗୁଜୁରାଟ ସରକାର ଆସନ୍ତା ମେ ୧୦ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ବୋର୍ଡ ଓ କାଉଁସିଲ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ଗୁଜୁରାଟ ଏସଏଚଏସଇବି ର ସଦସ୍ୟମାନେ ଆଜି ଏକ ବୈଠକ କରି ଏଭଳି ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେContinue reading “ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ରଖିଲେ ଗୁଜୁରାଟ ସରକାର , ପ୍ରଥମରୁ ଏକାଦଶ ଶ୍ରେଣୀର ପିଲାଙ୍କୁ ବିନାପରୀକ୍ଷାରେ ପାସ୍”

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର : ବିନା ପରୀକ୍ଷାରେ ନବମ ଓ ଏକାଦଶରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀ ପାସ୍

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ନବମ ଓ ଏକାଦଶ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ଆପେ ଆପେ ଯୋଗ୍ୟ ବିବେଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । କରୋନା ଯୋଗୁଁ କ୍ଲାସ୍ ପ୍ରମୋସନ ପରୀକ୍ଷା ହୋଇ ପାରିନଥିଲା । ବର୍ତ୍ତମାନର କରୋନା ମହାମାରୀ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କର ସ୍ବାସ୍ଥ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ ଦେଇଛନ୍ତି । ତଦନୁଯାୟୀ ରାଜ୍ୟContinue reading “ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର : ବିନା ପରୀକ୍ଷାରେ ନବମ ଓ ଏକାଦଶରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀ ପାସ୍”

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଦଶମ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ, ଆସନ୍ତା ୧୯ରୁ ସ୍କୁଲ ଓ ହଷ୍ଟେଲ ବନ୍ଦ ।

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ୧୮ରୁ ଆରମ୍ଭ ହେବାକୁ ଥିବା ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କୋଭିଡ-୧୯ ପରିସ୍ଥିତିରେ ଉନ୍ନତି ଆସିବା ପରେ ପରୀକ୍ଷା ସଂପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ। ଜୁନ୍‌ ୨୦୨୧Continue reading “ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଦଶମ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ, ଆସନ୍ତା ୧୯ରୁ ସ୍କୁଲ ଓ ହଷ୍ଟେଲ ବନ୍ଦ ।”

ଅଫଲାଇନ ପରୀକ୍ଷାକୁ କଲେଜ ଛାତ୍ରଛାତ୍ରୀଙ୍କ ବିରୋଧ : ଅନଲାଇନ ପରୀକ୍ଷା ଦାବିରେ ଓୟୁଏଟି, ବିଜେବି, ରମାଦେବୀ ଓ ରେଭେନ୍ସାରେ ଧାରଣା ଓ ବିକ୍ଷୋଭ

କନକ ବ୍ୟୁରୋ : ଅଫଲାଇନରେ ପରୀକ୍ଷାକୁ ଛାତ୍ରଛାତ୍ର ବିରୋଧ । ଧାରଣାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । ଅନଲାଇନ ପରୀକ୍ଷା ଦାବିରେ ଭୁବନେଶ୍ୱର ଓୟୁଏଟି, ବିଜେବି, ରମାଦେବୀ ସମେତ କଟକ ରେଭେନ୍ସାରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ରାଜ୍ୟରେ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବା ବେଳେ କ୍ଲାସରେ ବସି ପରୀକ୍ଷା ଦେବା ନିଷ୍ପତିକୁ ବିରୋଧ କରୁଛନ୍ତି ଛାତ୍ରଛାତ୍ରୀ । ଏବଂ ଛାତ୍ରଛାତ୍ରୀ ଅନଲାଇନ ପରୀକ୍ଷା ଦେବାକୁ ଦାବି କରିଛନ୍ତି । ଓୟୁଏଟିର କୁଳପତିଙ୍କContinue reading “ଅଫଲାଇନ ପରୀକ୍ଷାକୁ କଲେଜ ଛାତ୍ରଛାତ୍ରୀଙ୍କ ବିରୋଧ : ଅନଲାଇନ ପରୀକ୍ଷା ଦାବିରେ ଓୟୁଏଟି, ବିଜେବି, ରମାଦେବୀ ଓ ରେଭେନ୍ସାରେ ଧାରଣା ଓ ବିକ୍ଷୋଭ”

ଛତିଶଗଡରୁ ଆସିଲା ଅଭାବନୀୟ ଚିତ୍ର : ଅଳିଆ ଫିଙ୍ଗା ଡଷ୍ଟବିନରେ ମୃତଦେହ ଫୋପାଡି ଥିବା ଅଭିଯୋଗ

କନକ ବ୍ୟୁରୋ : ଗତବର୍ଷ ଯେତେବେଳେ କରୋନାର ସଂକ୍ରମଣ ବଢିଚାଲିଲା, ଆଉ କରୋନା ଜନିତ ମୃତ୍ୟୁ ଉପର ମୁହାଁ ହେଉଥିଲା ଠିକ୍ ଏହିଭଳି ଚିତ୍ର ସବୁ ଦେଶର ବିଭିନ୍ନ ଭାଗରୁ ଆସିଥିଲା । ଏବେ ଏହି ଚିତ୍ରର ଆସିଛି ଛତିଶଗଡରୁ । କରୋନାରେ ମୃତ ବ୍ୟକ୍ତିଙ୍କ ଶବ ରହିଛି । ପାଖରେ ଏକ ଅଳିଆ ଫିଙ୍ଗା ଡମ୍ପର ବି ଅଛି । ଚର୍ଚ୍ଚା ହେଉଛି ଏହି ଦୃଶ୍ୟ ଗତକାଲିର । ୪ଜଣ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହେବାContinue reading “ଛତିଶଗଡରୁ ଆସିଲା ଅଭାବନୀୟ ଚିତ୍ର : ଅଳିଆ ଫିଙ୍ଗା ଡଷ୍ଟବିନରେ ମୃତଦେହ ଫୋପାଡି ଥିବା ଅଭିଯୋଗ”

ସମ୍ବଲପୁରରେ ଚାଲିଛି ବେଆଇନ ମାଛ ମରା : ମହାନଦୀରେ ଫୁଟୁଛି ବୋମା, ମାଛ ମାରିବା ପାଇଁ ନିଜେ ବିସ୍ଫୋରକ ତିଆରି କରି ଫୁଟାଉଛନ୍ତି ଦୁର୍ବୃତ

କନକ ବ୍ୟୁରୋ : ମହାନଦୀରେ ବେଆଇନ ମାଛ ଧରା ପାଇଁ ଚାଲିଛି ବ୍ଲାଷ୍ଟିଂ । ସମ୍ବଲପୁରର ପ୍ରସିଦ୍ଧ ବକ୍ର ହୁମା ମନ୍ଦିର ନିକଟରେ ଚାଲିଛି ଏହି ବେଆଇନ ବ୍ଲାଷ୍ଟିଂ । କାଚ ବୋତଲରେ କିଛି ୟୁରିଆ ଓ ବଜାରରେ ମିଳୁଥିବା ବାରୁଦ ଭର୍ତି କରାଯାଉଛି । ଏହାପରେ ବୋତଲ ଆଗରେ ଷ୍ଟିଲ ପିନ୍ ଲଗାଯାଇ ତାକୁ ନିଆଁରେ ତତାଇ ଦିଆଯାଇଛି । ଏହାକୁ ନଦୀକୁ ଫିଙ୍ଗିବା ପରେ ହେଉଛି ବିସ୍ଫୋରଣ । ଫଳରେ ନଦୀରେ ଥିବା ଶହଶହContinue reading “ସମ୍ବଲପୁରରେ ଚାଲିଛି ବେଆଇନ ମାଛ ମରା : ମହାନଦୀରେ ଫୁଟୁଛି ବୋମା, ମାଛ ମାରିବା ପାଇଁ ନିଜେ ବିସ୍ଫୋରକ ତିଆରି କରି ଫୁଟାଉଛନ୍ତି ଦୁର୍ବୃତ”

Design a site like this with WordPress.com
Get started