ଅନଲାଇନରେ ପରୀକ୍ଷା କରିବାକୁ ଛାତ୍ରଛାତ୍ରୀଙ୍କ ଦାବି : ଧାରଣାକୁ ଓହ୍ଲାଇଲେ ଓୟୁଏଟିର ଛାତ୍ରଛାତ୍ରୀ

କନକ ବ୍ୟୁରୋ : ଅନଲାଇନରେ ପରୀକ୍ଷା କରିବାକୁ ଛାତ୍ରଛାତ୍ରୀଙ୍କ ଦାବି । ଧାରଣାକୁ ଓହ୍ଲାଇଲେ ଓୟୁଏଟିର ଛାତ୍ରଛାତ୍ରୀ । ରାଜ୍ୟରେ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବା ବେଳେ କ୍ଲାସରେ ବସି ପରୀକ୍ଷା ଦେବା ନିଷ୍ପତିକୁ ବିରୋଧ କରୁଛନ୍ତି ଛାତ୍ରଛାତ୍ରୀ । ଯାହା ପାଇଁ ଓୟୁଟିର ଛାତ୍ରଛାତ୍ରୀ ଅନଲାଇନ ପରୀକ୍ଷା ଦେବାକୁ ଦାବି କରିଛନ୍ତି । ଓୟୁଏଟିର କୁଳପତିଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି ୫ଶହରୁ ଅଧିକ ଛାତ୍ରଛାତ୍ରୀ । ସେହିପରି ବିଜେବି କଲେଜର ଛାତ୍ରଛାତ୍ରୀ ଅଫଲାଇନContinue reading “ଅନଲାଇନରେ ପରୀକ୍ଷା କରିବାକୁ ଛାତ୍ରଛାତ୍ରୀଙ୍କ ଦାବି : ଧାରଣାକୁ ଓହ୍ଲାଇଲେ ଓୟୁଏଟିର ଛାତ୍ରଛାତ୍ରୀ”

ପିପିଲି ଉପନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ : ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ସରିଥିଲା ପ୍ରସ୍ତୁତି; ଆଜି ପିପିଲିରେ ପହଞ୍ଚିଥାନ୍ତେ ପୁଲିଂ ପାର୍ଟି 

କନକ ବ୍ୟୁରୋ : ଆଗାମୀ ୧୭ରେ ପିପିଲି ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ସରିଥିଲା ସମସ୍ତ ପ୍ରସ୍ତୁତି । ଏପରିକି ଆଜି ପିପିଲିରେ ପହଂଚିଥାନ୍ତି ପୁଲିଂ ପାର୍ଟି । ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପୁଲିଂ ପାର୍ଟି ଓ ପ୍ରିଜାଇଡିଂ ଅଫିସରଙ୍କୁ ଦିଆଯାଇଥିଲା କରୋନା ଟିକା । ନିର୍ବାଚନ ପରିଚାଳନା ନେଇ ଦୁଇ ଦୁଇ ଥର ପ୍ରଶିକ୍ଷଣ ବି ନେଇସାରିଥିଲେ । ୧୧୦ନମ୍ବର ପିପିଲି ବିଧାନସଭାରେ ଉପନିର୍ବାଚନ ପାଇଁ ୩୪୮ବୁଥରେ ଭୋଟ ଗ୍ରହଣ ହେବାର ଥିଲା ।Continue reading “ପିପିଲି ଉପନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ : ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ସରିଥିଲା ପ୍ରସ୍ତୁତି; ଆଜି ପିପିଲିରେ ପହଞ୍ଚିଥାନ୍ତେ ପୁଲିଂ ପାର୍ଟି “

ଶ୍ରୀମନ୍ଦିରରେ ବଡଠାକୁରଙ୍କ ବନକ ଲାଗି ନୀତି : ୪ଘଂଟାର ଗୁପ୍ତ ସେବା ଯୋଗୁଁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ

କନକ ବ୍ୟୁରୋ : ଚୈତ୍ର ଶୁକ୍ଳ ତୃତୀୟା ତିଥୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିପ୍ରହର ଧୁପ ସରିବା ପରେ ଦତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭ ଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧନରେ ଶ୍ରୀବିଗ୍ରହ ମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳାରଙ୍ଗରେ ଚମକିବ ମହାପ୍ରଭୁଙ୍କ ଶ୍ରୀମୁଖ । ଏହା ଏକContinue reading “ଶ୍ରୀମନ୍ଦିରରେ ବଡଠାକୁରଙ୍କ ବନକ ଲାଗି ନୀତି : ୪ଘଂଟାର ଗୁପ୍ତ ସେବା ଯୋଗୁଁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ”

ମାଲକାନାଗିରିରେ ପାରମ୍ପାରିକ ଚଡକ ପୂଜା : ମାନସିକ ରଖି ଖଣ୍ଡାରେ ଚାଲିଲେ. ପିଠିରେ କଂଟା ଫୋଡିଲେ ବ୍ରତଧାରୀ

କନକ ବ୍ୟୁରୋ : ମହାପ୍ରଭୁ ଶିବଙ୍କୁ ପ୍ରସନ୍ନ କରିବା ଲାଗି ଭକ୍ତଙ୍କ ନିଆରା ଉଦ୍ୟମ । କିଏ ଧାରୁଆ ଖଣ୍ଡା ଉପରେ ବୁହା ହେଲେ, ତେ ଆଉ କିଏ ଝିଭରେ ଲୁହା କଂଟା ଫୋଡିଲେ । ଏଥିସହ ଲୁହା କଂଟାରେ ଝୁଲିଲେ କୁନି ଭକ୍ତ । ଆଉ ଅନେକ ଭକ୍ତ ଉଚ୍ଚ ସ୍ଥାନରୁ ଲମ୍ଫ ମାରି ଶିବଙ୍କ ଆରାଧନା କରିଛନ୍ତି । ଏହି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲାରୁ । ଚୈତ୍ର ମାସ ଆରମ୍ଭରୁ ଗାଁ ଗାଁରେContinue reading “ମାଲକାନାଗିରିରେ ପାରମ୍ପାରିକ ଚଡକ ପୂଜା : ମାନସିକ ରଖି ଖଣ୍ଡାରେ ଚାଲିଲେ. ପିଠିରେ କଂଟା ଫୋଡିଲେ ବ୍ରତଧାରୀ”

ମୟୁରଭଂଜ ଚିକଟାମାଟିଆରୁ ଆସିଲା କଙ୍ଗାରୁକୋର୍ଟର ଅଭାବନୀୟ ଦୃଶ୍ୟ : ବୋରୱେଲ ମୋଟର ଚୋରି ଅଭିଯୋଗରେ ଗଛରେ ବନ୍ଧାହେଲେ ୩ଯୁବକ

କନକ ବ୍ୟୁରୋ : ମୟୁରଭଞ୍ଜ ଜିଲ୍ଲାରୁ ଆସିଛି କଙ୍ଗାରୁ କୋର୍ଟର ଚିତ୍ର । ବୋରିଂରୁ ମୋଟର ଚୋରି କରିବା ଅଭିଯୋଗରେ ୩ ଜଣ ଯୁବକଙ୍କୁ ଗଛରେ ବାନ୍ଧି ବିଚାର କଲେ ଗ୍ରାମବାସୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଚିକଟା ମାଟିଆର କାର୍ତିକ ହେଂବ୍ରମ ନାମକ ଜଣେ ବ୍ୟକ୍ତିଙ୍କ ବାଡିରୁ ଏହି ୩ ଜଣ ବୋରିଂ ମୋଟର ଚୋରି କରି ବିକ୍ରି କରିଦେଇଥିବାରୁ ସେମାନଙ୍କୁ ଧରିContinue reading “ମୟୁରଭଂଜ ଚିକଟାମାଟିଆରୁ ଆସିଲା କଙ୍ଗାରୁକୋର୍ଟର ଅଭାବନୀୟ ଦୃଶ୍ୟ : ବୋରୱେଲ ମୋଟର ଚୋରି ଅଭିଯୋଗରେ ଗଛରେ ବନ୍ଧାହେଲେ ୩ଯୁବକ”

ବଲାଙ୍ଗୀର ବ୍ରାହ୍ମଣୀଡୁଙ୍ଗୁରି ଗାଁରେ କଙ୍ଗାରୁ କୋର୍ଟ : ପୂଜା ସାମଗ୍ରୀ ଚୋରି ଅଭିଯୋଗରେ ବୃଦ୍ଧଙ୍କୁ ଜୋତାମାଳ ପିନ୍ଧାଇ ବୁଲାଇଲେ ଗାଁ ଲୋକେ

କନକ ବ୍ୟୁରୋ : ବଲାଙ୍ଗୀର ବ୍ରାହ୍ମଣୀଡୁଙ୍ଗୁରି ଗାଁରେ କଙ୍ଗାରୁ କୋର୍ଟ । ଠାକୁରଙ୍କ ପୂଜା ସାମଗ୍ରୀ ଚୋରୀ ଅଭିଯୋଗରେ ୭୦ବର୍ଷୀୟ ବୃଦ୍ଧଙ୍କୁ ଜୋତାମାଳ ପିନ୍ଧାଇ, ବୁଲାଇଲେ ଗାଁଲୋକେ । ଗାଁରେ କିର୍ତନ ଛତ୍ରିଆ ନିଜ ଘରେ ଦଣ୍ଡନାଚର ଛତରକୁ ରଖି ସବୁଦିନ ପୂଜାର୍ଚ୍ଚନା କରିଥାନ୍ତି । ଗତ ୧୧ତାରିଖରେ ପୂଜାପାଠ ସାରି କିର୍ତନ ଚାଷଜମିକୁ ଯାଉଥିବା ବେଳେ ଏହି ବୃଦ୍ଧ ତାଙ୍କ ଘରେ ପଶି ପୂଜା ଦୀପ ଓ ଘଂଟ ଭଳି ସାମଗ୍ରୀ ଚୋରି କରିନେଇଥିବା ଅଭିଯୋଗContinue reading “ବଲାଙ୍ଗୀର ବ୍ରାହ୍ମଣୀଡୁଙ୍ଗୁରି ଗାଁରେ କଙ୍ଗାରୁ କୋର୍ଟ : ପୂଜା ସାମଗ୍ରୀ ଚୋରି ଅଭିଯୋଗରେ ବୃଦ୍ଧଙ୍କୁ ଜୋତାମାଳ ପିନ୍ଧାଇ ବୁଲାଇଲେ ଗାଁ ଲୋକେ”

ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଉ ୩ ଆକ୍ରାନ୍ତ ଚିହ୍ନଟ । ମିଡ୍ ସେମିଷ୍ଟାର ପରୀକ୍ଷା ସ୍ଥଗିତ । 

କନକ ବ୍ୟୁରୋ : ଉତ୍କଳ ବିଶ୍ୱବିଦ୍ୟାଳୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ଟେଷ୍ଟ ପରେ ଆଉ ୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ଅଧିକ ହେବ ବୋଲି ଆକଳନ କରାଯାଉଛି। ଆଜି ଆକ୍ରାନ୍ତ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ବାୟୋ-ଟେକ୍ନୋଲୋଜି ବିଭାଗର ଦୁଇ ଜଣ ପିଲା ଥିବା ବେଳେ ଏମସିଏ ବିଭାଗର ଜଣେ କର୍ମଚାରୀ ରହିଛନ୍ତି। ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ବିଶ୍ୱବିଦ୍ୟାଳୟContinue reading “ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଉ ୩ ଆକ୍ରାନ୍ତ ଚିହ୍ନଟ । ମିଡ୍ ସେମିଷ୍ଟାର ପରୀକ୍ଷା ସ୍ଥଗିତ । “

ପିପିଲିରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁପରେ ପଶ୍ଚିମବଙ୍ଗରେ ଜଣେ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ମୃତ୍ୟୁ

କନକ ବ୍ୟୁରୋ : କରୋନା ମହାମାରୀ ପୁରାଦେଶ ପାଇଁ କାଳ ହୋଇଯାଇଥିବା ବେଳେ ବିଶେଷ ଭାବେ ଦେଶରେ କଂଗ୍ରେସ ପାଇଁ ଏହା ଅଧିକ ବିପଦ ହୋଇଛି । ଗତକାଲି ଓଡିଶାର ପିପିଲି ବିଧାନସଭା ପାଇଁ ହେବାକୁ ଥିବା ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜିତ୍ ମଙ୍ଗରାଜଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ପରେ ଆଜି ପଶ୍ଚିମବଙ୍ଗର ମୁର୍ସିଦାବାଦ ବିଧାନସଭା କ୍ଷେତ୍ରରୁ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇଥିବା ରିଜାଓଲ୍ ହକଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ସେContinue reading “ପିପିଲିରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁପରେ ପଶ୍ଚିମବଙ୍ଗରେ ଜଣେ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ମୃତ୍ୟୁ”

ପଶ୍ଚିମବଙ୍ଗରେ ହୁ ହୁ ହୋଇ ବଢୁଛି କରୋନା । ବିଜେପିକୁ ଦାୟୀ କଲେ ମମତା, କହିଲେ ଏମିତି କିଛି କଥା ।

କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ପ୍ରଚାର ନିମନ୍ତେ ବିଜେପି ବହୁସଂଖ୍ୟକ ବହିରାଗତଙ୍କୁ ଆଣିବାରୁ ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଇଛି ବୋଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। ବୁଧବାର ଦିନ ଏକ ନିର୍ବାଚନ ରାଲିରେ ଉଦବୋଧନ ଦେବା ବେଳେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ମମତା କହିଛନ୍ତି, ନିର୍ବାଚନ ପ୍ରଚାର ନିମନ୍ତେ ବହିରାଗତମାନଙ୍କୁ ଆଣି ବିଜେପି ନେତାମାନେ କୋଭିଡ୍‌ ମାମଲା ବୃଦ୍ଧି କରାଇଲେ। ଆମେ କୋଭିଡ୍‌Continue reading “ପଶ୍ଚିମବଙ୍ଗରେ ହୁ ହୁ ହୋଇ ବଢୁଛି କରୋନା । ବିଜେପିକୁ ଦାୟୀ କଲେ ମମତା, କହିଲେ ଏମିତି କିଛି କଥା ।”

ଦେଶରେ କରୋନାର ବିସ୍ଫୋଟକ ରୂପ । ୨୪ ଘଂଟାରେ ୨ ଲକ୍ଷ ସଂକ୍ରମିତ । ୧୦୩୮ ଜଣଙ୍କ ଜୀବନ ନେଲା କରୋନା ଭୂତାଣୁ ।

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣର ହାର ପ୍ରତ୍ୟକଦିନ ରେକର୍ଡ ଭାଙ୍ଗୁଛି । କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ନେଇ ଡାକ୍ତର ଓ ବିଶେଷଜ୍ଞମାନେ ଯେଭଳି ଆକଳନ କରିଥିଲେ ଏବେ ଠିକ୍ ସେହିଭଳି ଦେଖିବାକୁ ମିଳିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨ ଲକ୍ଷ ୭୩୯ ଜଣ  ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଯାହାକି ଦେଶରେ ଗୋଟିଏ ଦିନରେ ସବୁଠାରୁ ଅଧିକ ସଂକ୍ରମଣ ବୋଲି କୁହାଯାଇଛିContinue reading “ଦେଶରେ କରୋନାର ବିସ୍ଫୋଟକ ରୂପ । ୨୪ ଘଂଟାରେ ୨ ଲକ୍ଷ ସଂକ୍ରମିତ । ୧୦୩୮ ଜଣଙ୍କ ଜୀବନ ନେଲା କରୋନା ଭୂତାଣୁ ।”

Design a site like this with WordPress.com
Get started