କନକ ବ୍ୟୁରୋ : ମାଲକାନଗିରିରେ ପୁଣି ଫେରିଲା କରୋନା କଟକଣା । ମାଲକାନଗିରି ସୀମାକୁ ଚାରି ପଟୁ ସିଲ୍ କଲା ମାଲକାନଗିରି ଜିଲ୍ଲା ପ୍ରଶାସନ । ଛତିଶଗଡ ସୀମାବର୍ତୀ ଚାଲାଣଗୁଡା, ପଡିଆ ସମେତ ଓଡ଼ିଶାର ଶେଷ ସୀମା ମୋଟୁ ଠାରେ ମଧ୍ୟ ଫେରିଛି କରୋନା କଟକଣା । ଏ ହେଉଛି ମୋଟୁ ସୀମାର ଦୃଶ୍ୟ । ଏଠାରେ ପୁଣି ପ୍ରବାସୀଙ୍କ ଫେରିବା ଆରମ୍ଭ ହୋଇଥିବାବେଳେ ଆରଟିପିସିଆର ଟେଷ୍ଟ ରିପୋର୍ଟ କିମ୍ବା କରୋନା ଟିକାର ୨ଟି ଡୋଜ ନେଇଛନ୍ତିContinue reading “ସୀମାନ୍ତ ରାଜ୍ୟରୁ ମାଲକାନଗିରିକୁ ପ୍ରବେଶ ମନା : ସୀମା ସିଲ୍ କରି ଜିଲ୍ଲା ପ୍ରଶାସନର କଡାକଡି ଯାଂଚ”
Author Archives: Raghaba
କୁଆଡେ ଚମ୍ପଟ ମାରିଲା ଗ୍ୟାଙ୍ଗଷ୍ଟର ହାଇଦର, ପତା ପାଉନି ପୋଲିସ : ମହାକାଳପଡ଼ାର ଜମ୍ବୁ ଦୀପ ଦେଇ ମାଛ ଧରା ବୋଟରେ ବାଂଲାଦେଶ ଖସି ଯାଇଥିବା ସନ୍ଦେହ
କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ହାଇଦର୍ କେନ୍ଦ୍ରାପଡ଼ା ମହାକାଳପଡ଼ାର ଜମ୍ବୁଦ୍ବୀପରୁ ବଙ୍ଗୋପସାଗର ବାଟ ଦେଇ ବାଂଲାଦେଶ ପରିବାର ସହିତ ଚମ୍ପଟ୍ ମାରିବା ଆଶଙ୍କା ଧୀରେଧୀରେ ମଜବୁତ ହେବାରେ ଲାଗିଛି। ଏଭଳି ଆଶଙ୍କାକୁ ନେଇ ଏବେ ପୁଲିସ ବି ଚିନ୍ତାରେ ପଡିଛି। ହାଇଦର୍ ବାଂଲାଦେଶରେ ପହଞ୍ଚିଗଲେ ତାକୁ କାବୁ କରିବା ଆଦୌ ସହଜ ହେବ ନାହିଁ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଜମ୍ବୁରୁ ବୋଟ୍ରେ ବାଂଲାଦେଶ ପହଞ୍ଚିବାକୁ ପ୍ରାୟ ୧୦ରୁ ୧୨ ଘଣ୍ଟା ଲାଗିଥାଏ। ଏବେContinue reading “କୁଆଡେ ଚମ୍ପଟ ମାରିଲା ଗ୍ୟାଙ୍ଗଷ୍ଟର ହାଇଦର, ପତା ପାଉନି ପୋଲିସ : ମହାକାଳପଡ଼ାର ଜମ୍ବୁ ଦୀପ ଦେଇ ମାଛ ଧରା ବୋଟରେ ବାଂଲାଦେଶ ଖସି ଯାଇଥିବା ସନ୍ଦେହ”
ଆମେରିକାକୁ ଚୀନର ସତର୍କବାଣୀ । ତାଇୱାନ ପ୍ରସଙ୍ଗରେ ହସ୍ତକ୍ଷେପ କଲେ ବିପଦରେ ପଡିବ ।
କନକ ବ୍ୟୁରୋ : ତାଇଓ୍ଵାନ୍ ପ୍ରସଙ୍ଗରେ ହସ୍ତକ୍ଷେପ ବନ୍ଦ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକାକୁ ସତର୍କ ସୂଚନା ଦେବା ସହ ତାଇଓ୍ଵାନ୍ ସରକାରୀ ଅଧିକାରୀମାନଙ୍କ ସହିତ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ଅଧିକାରୀମାନେ ଅବାଧରେ ଦେଖା ସାକ୍ଷାତ୍ କରିବା ପ୍ରସଙ୍ଗ ଉପରେ ମଧ୍ୟ ଆପତ୍ତି ଉଠାଇଛି। ଚୀନ୍ କହିଛି ଯେ, ତାଇଓ୍ଵାନ୍ ପ୍ରସଙ୍ଗରେ ହସ୍ତକ୍ଷେପ କଲେ ଅସୁବିଧାରେ ପଡ଼ିବ। ସୂଚନାଯୋଗ୍ୟ, ତାଇଓ୍ଵାନକୁ ଚୀନ୍ ନିଜ ଦେଶର ଅଂଶ ବୋଲି ଦାବି କରିଆସୁଛି। ସ୍ୱଂୟଶାସିତ ତାଇଓ୍ଵାନ୍ ସହ ସମ୍ପର୍କ ନିବିଡ଼Continue reading “ଆମେରିକାକୁ ଚୀନର ସତର୍କବାଣୀ । ତାଇୱାନ ପ୍ରସଙ୍ଗରେ ହସ୍ତକ୍ଷେପ କଲେ ବିପଦରେ ପଡିବ ।”
ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଆଜିଠାରୁ ଗଞ୍ଜାମରେ ୭ ଦିନିଆ କଟକଣା
କନକ ବ୍ୟୁରୋ : ସାରା ରାଜ୍ୟରେ ପୁଣି ଥରେ ନିଜ ଭୟାନକ ରୂପ ଦେଖାଇବା ଆରମ୍ଭ କରିଛି କରୋନା । ଗଂଜାମରେ ମଧ୍ୟ ଦୁଇଦିନ ହେବ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ବଢୁଥିବା ସଂଖ୍ୟାକୁ ଦେଖି ଗଂଜାମ ଜିଲ୍ଲା ପ୍ରଶାସନ ମଧ୍ୟ କଟକଣା ଲାଗୁ କରିବା ପ୍ରକ୍ରିୟା ଆରମ୍ଭ କରିଛି । ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ, ପାର୍କ ଖେଳପଡିଆ, ସମୁଦ୍ର ବେଳାଭୂମି ଓ ବିଭିନ୍ନ ହ୍ରଦକୁ ୭ଦିନ ପାଇଁ ବନ୍ଦ କରିଛି ପ୍ରଶାସନ । ଆଜିଠାରୁContinue reading “ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଆଜିଠାରୁ ଗଞ୍ଜାମରେ ୭ ଦିନିଆ କଟକଣା”
ରେଳବାଇ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ଅତିକ୍ରମ କଲା ନୟାଗଡ : ପ୍ରଥମଥର ପାଇଁ ନୟାଗଡରୁ ଗଡ଼ିଲା ବିଦ୍ୟୁତ ଚାଳିତ ଟ୍ରେନ୍
କନକ ବ୍ୟୁରୋ : ରେଳବାଇ କ୍ଷେତ୍ରରେ ନୂଆ ମାଇଲଖୁଂଟ ଅତିକ୍ରମ କଲା ନୟାଗଡ । ପ୍ରଥମଥର ପାଇଁ ବିଦ୍ୟୁତ ଚାଳିତ ଟ୍ରେନ ନୟାଗଡରୁ ଗଡିଛି । ମହାମାରୀ କରୋନା ଯୋଗୁଁ ଦୀର୍ଘଦିନ ଧରି ଟ୍ରେନ ଚଳାଚଳ ବନ୍ଦ ରହିଥିବାବେଳେ ଆଜିଠାରୁ ତାହା ଚାଲୁ ହୋଇଛି । ତେବେ ଟ୍ରେନ ଚଳାଚଳ ବନ୍ଦ ଥିବାବେଳେ ସଂପୂର୍ଣ୍ଣ ଲାଇନକୁ ଇଲେକଟ୍ରିଫିକେସନ କରାଯିବା ସହ ଆଜିଠାରୁ ତାକୁ କାର୍ଯ୍ୟକାରୀ କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହContinue reading “ରେଳବାଇ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ଅତିକ୍ରମ କଲା ନୟାଗଡ : ପ୍ରଥମଥର ପାଇଁ ନୟାଗଡରୁ ଗଡ଼ିଲା ବିଦ୍ୟୁତ ଚାଳିତ ଟ୍ରେନ୍”
ପିପିଲିରେ ଜମୁଛି ପ୍ରଚାର : ଶେଷ ମୁହୂର୍ତରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ତିନି ପ୍ରମୁଖ ଦଳର ପ୍ରାଣମୂର୍ଚ୍ଛା ଉଦ୍ୟମ
କନକ ବ୍ୟୁରୋ : ପିପିଲି ଉପନିର୍ବାଚନକୁ ଆଉ ଅଳ୍ପ ଦିନ ବାକି । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭର୍ଚୁଆଲ ରାଲି ଓ ମଙ୍ଗଳବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ ସୋ ପରେ ପିପିଲିରେ ଜୋରଦାର ହୋଇଛି ପ୍ରଚାର । କଂଗ୍ରେସ ପ୍ରାର୍ଥୀ କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଦଳର ନେତା ମାନେ ତାଙ୍କ ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି । ଏହାରି ଭିତରେ ଶେଷ ମୁହୂର୍ତରେ ଭୋଟରଙ୍କୁ ନିଜ ଆଡକୁContinue reading “ପିପିଲିରେ ଜମୁଛି ପ୍ରଚାର : ଶେଷ ମୁହୂର୍ତରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ତିନି ପ୍ରମୁଖ ଦଳର ପ୍ରାଣମୂର୍ଚ୍ଛା ଉଦ୍ୟମ”
ଆଇଏଏସ ଅଫିସର ହେବ ତ ଏମିତି । ଅଫିସ ସରିଲେ ବିଲରେ ପକାନ୍ତି ଡେରା, ଚାଷ କରନ୍ତି, ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।
କନକ ବ୍ୟୁରୋ : ପେସାରେ ସେ ଆଇଏଏସ ଅଫିସର, କିନ୍ତୁ ନିଶା ତାଙ୍କର ଚାଷ କରିବା ଜ୍ଝ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଆଇଏଏସ ଅଫିସରଙ୍କ କଥା କହିବୁ ଯିଏ କି ଉଚ୍ଚ ପଦବୀରେ ଥିଲେ ବି ନିଜ ପରିବାରର ବୃତ୍ତିକୁ ଛାଡିନାହାଁନ୍ତି ବରଂ ଯୁବପିଢିଙ୍କୁ ମଧ୍ୟ ପ୍ରେରଣା ଯୋଗାଉଛନ୍ତି ।୨୦୦୯ ବ୍ୟାଚର ଆଇଏଏସ୍ ଅଧିକାରୀ ରାମବୀର ସିଂ। ସାଙ୍ଗରୁରରେ ଉପଜିଲ୍ଲାପାଳ ଥିବା ରାମବିର ପ୍ରଶାସନିକ କାର୍ଯ୍ୟ ସହିତ, କ୍ଷେତରେ କାମ କରୁଥିବାର ଦେଖିବାକୁ ମିଳିଥାଏContinue reading “ଆଇଏଏସ ଅଫିସର ହେବ ତ ଏମିତି । ଅଫିସ ସରିଲେ ବିଲରେ ପକାନ୍ତି ଡେରା, ଚାଷ କରନ୍ତି, ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।”
ଟିକା ଅଭାବରୁ ୯୮୧ଟିକା କେନ୍ଦ୍ର ବନ୍ଦ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : କହିଲେ, ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି ସ୍ୱାସ୍ଥ୍ୟ ସଚିବ
କନକ ବ୍ୟୁରୋ : ସମ୍ବିଧାନର ପ୍ରଣେତା ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ୧୩୦ତମ ଜନ୍ମ ଜୟନ୍ତୀରେ ଭୁବନେଶ୍ୱର ଏଜି ଛକରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ରାଜ୍ୟରେ କରୋନା ଟିକାର ଅଭାବ ନେଇ ତାଙ୍କ ପ୍ରତିକ୍ରିୟା ଚାହିଁଥିଲେ ଗଣମାଧ୍ୟମ ପ୍ରତିନିଧି । ଟିକା ଅଭାବ ଯୋଗୁଁ ରାଜ୍ୟରେ ଜଟିଳ ପରିସ୍ଥିତି ଦେଖା ଦେଇଛି । ଟିକା ଅଭାବରୁ ମଙ୍ଗଳବାର ରାଜ୍ୟର ୧୧ ଜିଲ୍ଲାର ୯୮୧ଟି କେନ୍ଦ୍ରରେ ଟିକା ଦିଆଯାଇ ନାହିଁ ।Continue reading “ଟିକା ଅଭାବରୁ ୯୮୧ଟିକା କେନ୍ଦ୍ର ବନ୍ଦ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : କହିଲେ, ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି ସ୍ୱାସ୍ଥ୍ୟ ସଚିବ”
ସମ୍ବଲପୁର ଗସ୍ତରେ ଯାଇ କୋଭିଡ ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ : ବୁର୍ଲା ଭିମସାରରେ ପ୍ରତିଷ୍ଠା ହେବ ଦ୍ୱିତୀୟ କୋଭିଡ ହସ୍ପିଟାଲ
କନକ ବ୍ୟୁରୋ : ବୁର୍ଲା ଭିମସାରରେ ହେବ ଦ୍ୱିତୀୟ କୋଭିଡ ହସ୍ପିଟାଲ । କୋଭିଡ ସ୍ଥିତିର ସମୀକ୍ଷା ପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । କହିଲେ ନବନିର୍ମିତ ମେଡିସିନ ୱାର୍ଡରେ ୧୦ ଦିନ ଭିତରେ ଦ୍ୱିତୀୟ କୋଭିଡ ହସ୍ପିଟାଲ ନିର୍ମାଣ ହେବ । ୩୦୦ କୋଭିଡ ବେଡ୍, ୫୦ଟି ଆଇସିିୟୁ, ଅକ୍ସିଜେନ ବ୍ୟବସ୍ଥା ହେବ । ନୂଆ ପୁରୁଣା ମେଡ଼ିକାଲ ମିିଶି ମୋଟ ୫୦୦ ବେଡର ବ୍ୟବସ୍ଥା କରାଯିବ । କୋଭିଡ ସଂକ୍ରମଣ ଦୃଷ୍ଟିରେContinue reading “ସମ୍ବଲପୁର ଗସ୍ତରେ ଯାଇ କୋଭିଡ ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ : ବୁର୍ଲା ଭିମସାରରେ ପ୍ରତିଷ୍ଠା ହେବ ଦ୍ୱିତୀୟ କୋଭିଡ ହସ୍ପିଟାଲ”
କେମିତି ଫେରାର ମାରିଲା ଗ୍ୟାଙ୍ଗଷ୍ଟର ହାଇଦର ? ତାରି ପଇସାରେ କଟକ ଅହଲ୍ୟା ଲଜରେ ପୋଲିସ ମଉଜ କରୁଥିବା ନେଇ ବଢୁଛି ଚର୍ଚ୍ଚା
କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ହାଇଦର କଟକ ଏସସିବି ମେଡିକାଲ କଲେଜରୁ ଚମ୍ପଟ ମାରିବା ପଛର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ବିଶେଷ କରି ପୋଲିସର ଅବହେଳା କିଭଳି ଗ୍ୟାଙ୍ଗଷ୍ଟର ଫେରାର ମାରିବାରେ ସହାୟକ ହେଲା ତାହା ଏବେ ସବୁଠାରୁ ଚର୍ଚ୍ଚାର ବିଷୟ ହୋଇଛି । ହାଇଦରକୁ କଟକ ବଡ ଡାକ୍ତରଖାନାରେ ୬ ଜଣ ପୋଲିସ କର୍ମଚାରୀ ୨୪ ଘଂଟା ଜଗିବା ବଦଳରେ ଯେଉଁ ଲଜରେ ମଉଜ କରୁଥିଲେ ସେହି ଲଜରେ ମାର୍ଚ୍ଚContinue reading “କେମିତି ଫେରାର ମାରିଲା ଗ୍ୟାଙ୍ଗଷ୍ଟର ହାଇଦର ? ତାରି ପଇସାରେ କଟକ ଅହଲ୍ୟା ଲଜରେ ପୋଲିସ ମଉଜ କରୁଥିବା ନେଇ ବଢୁଛି ଚର୍ଚ୍ଚା”