ବୁଦା ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର : ୨ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳଷ୍ଟେସନ ଗୋଦାମ ବୁଦା ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ କର୍ଲାମୁଣ୍ଡା ବ୍ଲକ ରେଗଡା ଗାଁର ଶେଷଦେବ କମ୍ଫ ବୋଲି ଚିହ୍ନଟ କରିଛି ପୁଲିସ । ତାଙ୍କୁ ହତ୍ୟା କରି ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । କେସିଙ୍ଗା ଏସଡିପିଓ ତତ୍ୱାବଧାନରେ ନର୍ଲା ପୁଲିସ ଓ ସାଇନଟିଫିକ୍ ଟିମ ତଦନ୍ତ କରୁଛନ୍ତି । ପ୍ରାଥମିକ ଅନୁସନ୍ଧାନରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସContinue reading “ବୁଦା ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର : ୨ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ”

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୩ ନୂଆ ଅତିଥୀ : ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା

କନକ ବ୍ୟୁରୋ : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୩ ନୂଆ ଅତିଥୀ । ମହାବଳ ବାଘ ନନ୍ଦନର ପ୍ରେମିକା ବାଘୁଣୀ ମେଘା ଗତ ରାତିରେ ୩ ଟି ଶାବକକୁ ଜନ୍ମ ଦେଇଛି । ଫଳରେ ନନ୍ଦନକାନରରେ ବାଘଙ୍କ ସଂଖ୍ୟା ୩୦ରେ ପଂହଚିଛି । ୨୦୧୬ରେ ବାଘୁଣୀ ମେଘା ଦୁଇଟି ମହାବଳ ନନ୍ଦନ ଓ ବାହୁବଳୀକୁ ଜନ୍ମ ଦେଇଥିଲା । ନହାବଳ ବାଘ ନନ୍ଦନର ଔରସରୁ ମେଘା ଗର୍ଭବତୀ ହୋଇଥିଲା । ବାଘମାନେ ସାଧାରଣତଃ ୧୦୨ ଦିନରContinue reading “ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୩ ନୂଆ ଅତିଥୀ : ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା”

ରାଜ୍ୟରେ ଏମିତି କାୟା ମେଲାଉଛି କରୋନା  । ୧୪ ଦିନରେ ୧୪ ହଜାର ପାର କଲାଣି ନୂଆ ସଂକ୍ରମିତଙ୍କ ସଂଖ୍ୟା ।

କନକ ବ୍ୟୁରୋ : ଓଡ଼ିଶାରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କରୋନା ଗ୍ରାଫ ବଢିବା ସଙ୍ଗେସଙ୍ଗେ ମାତ୍ର ୧୪ ଦିନରେ ୧୪ ହଜାର ଉପରକୁ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ଏପ୍ରିଲ ୧ ତାରିଖରେ ୩୯୪ ଜଣ, ୨ ତାରିଖରେ ୪୬୧ଜଣ, ୩ ତାରିଖରେ ୪୫୨ଜଣ, ୪ ତାରିଖରେ ୪୭୧ ଜଣ, ୫ ତାରିଖରେ ୫୭୩ ଜଣ, ୬ ତାରିଖରେ ୫୮୮ ଜଣ, ୭ ତାରିଖରେ ୭୯୧ ଜଣ, ୮ ତାରିଖରେ ୮୭୯Continue reading “ରାଜ୍ୟରେ ଏମିତି କାୟା ମେଲାଉଛି କରୋନା  । ୧୪ ଦିନରେ ୧୪ ହଜାର ପାର କଲାଣି ନୂଆ ସଂକ୍ରମିତଙ୍କ ସଂଖ୍ୟା ।”

ହାଇଭୋଲଟେଜ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ-ବାଙ୍ଗାଲୋର । ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ବିରାଟଙ୍କ ବାଙ୍ଗାଲୋର, ବିଜୟ ଆଶାରେ ହାଇଦ୍ରାବାଦ ।

କନକ ବ୍ୟୁରୋ : ଆଇପିଏଲ୍‌ରେ ବୁଧବାର ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ । ପ୍ରଥମ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ବିଜେତା ଦଳକୁ ହରାଇ ଅଭିଯାନ ଆରମ୍ଭ କରିଥିବା ବିରାଟ କୋହଲିଙ୍କ ଦଳ ଲଗାତାର ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ଲଢ଼ୁଆ ପ୍ରଦର୍ଶନ କରିବା ସତ୍ତ୍ବେ ଡେଭିଡ୍‌ ୱାର୍ନରଙ୍କ ସନରାଇଜର୍ସ ହାଇଦ୍ରାବାଦ ନିଜ ପ୍ରଥମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ନିକଟରୁ ହାରିଯାଇଥିବାରୁ ବୁଧବାର ପ୍ରଥମ ବିଜୟ ଲକ୍ଷ୍ୟରେ ରହିବ । ପ୍ରଥମContinue reading “ହାଇଭୋଲଟେଜ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ-ବାଙ୍ଗାଲୋର । ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ବିରାଟଙ୍କ ବାଙ୍ଗାଲୋର, ବିଜୟ ଆଶାରେ ହାଇଦ୍ରାବାଦ ।”

ସାରାଦେଶରେ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ : ଗୋଟିଏ ଦିନରେ ୧ ଲକ୍ଷ ୮୪ ହଜାର ଆକ୍ରାନ୍ତ ଚିହ୍ନଟ, ୧ ହଜାର ୨୭ ମୃତ

କନକ ବ୍ୟୁରୋ : ସାରାଦେଶରେ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଜାରି ରହିଛି । ପୁଣି ଗତ ୨୪ ଘଂଟାରେ ଦେଶରେ ୧ ଲକ୍ଷ ୮୪ ହଜାର ୩୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ କରୋନାରେ ପ୍ରାଣ ହରାଇଛନ୍ତି ୧ ହଜାର ୨୭ ଜଣ । ଏପ୍ରିଲ ୫ ତାରିଖରେ ପ୍ରଥମଥର ଦେଶରେ ୧ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ୭ ତାରିଖରୁ କ୍ରମାଗତ ୧Continue reading “ସାରାଦେଶରେ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ : ଗୋଟିଏ ଦିନରେ ୧ ଲକ୍ଷ ୮୪ ହଜାର ଆକ୍ରାନ୍ତ ଚିହ୍ନଟ, ୧ ହଜାର ୨୭ ମୃତ”

ଯୁକ୍ତ ଦୁଇର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ : ପ୍ରାକ୍ଟିକାଲ ଲାବ୍ରୋଟୋରୀରେ ସିସିଟିଭି ଲଗାଇବେ ସେଲ୍ଫ ଫାଇନାନସିଂ କଲେଜ

କନକ ବ୍ୟୁରୋ : ଯୁକ୍ତ ଦୁଇର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ର, ଉପପରୀକ୍ଷା କେନ୍ଦ୍ର ଓ ପରିଚାଳନା ହବରେ ଆସନ୍ତା ଏପ୍ରିଲ ୨୫ସୁଦ୍ଧା ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସେଲ୍ଫ ଫାଇନାନସିଂ କଲେଜ ଗୁଡିକ ପ୍ରାକ୍ଟିକାଲ ଲାବ୍ରୋଟୋରୀରେ ସିସିଟିଭି ଲଗାଇବେ । କୌଣସି କଲେଜ ଯଦି ନିର୍ଦ୍ଧାରିତ ସମୟ ଭିତରେ ସିସିଟିଭି ଲଗାଇବେ ନାହିଁ ତେବେ ପରିଷଦ ପକ୍ଷରୁ ଥିଓରୀ ଓ ପ୍ରାକ୍ଟିକାଲContinue reading “ଯୁକ୍ତ ଦୁଇର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ : ପ୍ରାକ୍ଟିକାଲ ଲାବ୍ରୋଟୋରୀରେ ସିସିଟିଭି ଲଗାଇବେ ସେଲ୍ଫ ଫାଇନାନସିଂ କଲେଜ”

ଆଜି ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ : ଆଜିଠାରୁ ଆରମ୍ଭ ହେଲା ଓଡ଼ିଆ ନବବର୍ଷ

କନକ ବ୍ୟୁରୋ : ଆଜି ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ । ଆଜିଠାରୁ ଆରମ୍ଭ ହେଲା ଓଡ଼ିଆ ନବବର୍ଷ । ଏହି ଅବସରରେ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରୁContinue reading “ଆଜି ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ : ଆଜିଠାରୁ ଆରମ୍ଭ ହେଲା ଓଡ଼ିଆ ନବବର୍ଷ”

କରୋନା ସଂକ୍ରମଣ ଭୟ : ଜୀବନ ଓ ଜୀବିକା ଭିତରେ ଆରମ୍ଭ ହୋଇଗଲା ଯୁଦ୍ଧ; କାମଧନ୍ଧା ହରାଇବା ଆଶଙ୍କାରେ ମହାରାଷ୍ଟ୍ର ଛାଡିଲେ ଶହଶହ ଶ୍ରମିକ

କନକ ବ୍ୟୁରୋ : ଗତବର୍ଷ ଠିକ୍ ଏହି ସମୟରେ ସାରା ଦେଶରେ ଲାଗୁ ହୋଇଥିଲା ଲକଡାଉନ । ଲୋକେ ଘର ଭିତରେ ବନ୍ଦ ହୋଇ ରହିଲେ, କଳକାରଖାନା ସବୁ ଠପ୍ ହୋଇଗଲା । କରୋନାର ସଂକ୍ରମଣ ଭୟ ଭିତରେ ଜୀବନ ଓ ଜୀବିକା ଭିତରେ ଆରମ୍ଭ ହୋଇଗଲା ଯୁଦ୍ଧ । ସରକାରଙ୍କ ପାଇଁ ଜୀବନ ବଂଚାଇବା ଜରୁରୀ ଥିଲା ହେଲେ ଜୀବିକା ହରାଇ ଲୋକେ ଜୀବନ ଜିଇଁବାକୁ ସଂଘର୍ଷ କରୁଥିଲେ । ଏତିକି ବେଳେ କାମଧନ୍ଧା ହରାଇ,Continue reading “କରୋନା ସଂକ୍ରମଣ ଭୟ : ଜୀବନ ଓ ଜୀବିକା ଭିତରେ ଆରମ୍ଭ ହୋଇଗଲା ଯୁଦ୍ଧ; କାମଧନ୍ଧା ହରାଇବା ଆଶଙ୍କାରେ ମହାରାଷ୍ଟ୍ର ଛାଡିଲେ ଶହଶହ ଶ୍ରମିକ”

ବାରିପଦା ସହରରୁ ବିପୁଳ ପରିମାଣର ଧଳା ଜହର ଜବତ : ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୪ ହଜାର ଟଙ୍କା

କନକ ବ୍ୟୁରୋ : ବାରିପଦା ସହରରୁ ବିପୁଳ ପରିମାଣର ଧଳା ଜହର ଜବତ । ଟାଉନ ଥାନା ୧୭ ନଂବର ୱାର୍ଡରୁ ୪୧୭ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୁଲିସ । ଯାହାର ଆନୁମାନିକ ମୁଲ୍ୟ ୪୦ ଲକ୍ଷ ଟଙ୍କାରୁ ଅଧିକ ହେବ । ୧୭ ନଂବର ୱାର୍ଡର ଗୋବିନ୍ଦ ପାଲଙ୍କ ଠାରୁ ୪୧୭ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ନଗଦ ୩୪ ହଜାର ଟଙ୍କା ପୁଲିସ ଜବତ କରିଛି । ଏଥିସହ ଗୋବିନ୍ଦContinue reading “ବାରିପଦା ସହରରୁ ବିପୁଳ ପରିମାଣର ଧଳା ଜହର ଜବତ : ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୪ ହଜାର ଟଙ୍କା”

ଓଡ଼ିଶାରେ ଟିକା ଅଭାବ ଭିତରେ ଆଜି ସରିବ ଟିକା ଉତ୍ସବ : ଟିକା ସଂକଟ ଯୋଗୁଁ ରାଜ୍ୟର ୯୮୧ଟି କେନ୍ଦ୍ରରେ ବନ୍ଦ ହେଲା ଟିକାକରଣ

କନକ ବ୍ୟୁରୋ : ଆଜି ସରିବ ଟିକା ଉତ୍ସବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବରେ ଆରମ୍ଭ ହୋଇଥିବା ଚାରିଦିନିଆ ‘ଟିକା ଉତ୍ସବ’ର ଆଜି ଅବସାନ ହେଉଛି । କରୋନା ଭାଇରସ୍‌ର ପୁନଃ ଦ୍ରୁତ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଏପ୍ରିଲ ୧୧ ତାରିଖରୁ ଦେଶବ୍ୟାପୀ ଏହି ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ଟିକା ଉତ୍ସବରେ ରାଜ୍ୟରେ ଦେଖାଦେଇଛି ଟିକା ଅଭାବ । ଏଥି ଯୋଗୁଁ ରାଜ୍ୟରେ ଜଟିଳ ପରିସ୍ଥିତି ଦେଖା ଦେଇଛି । ଟିକା ଅଭାବରୁContinue reading “ଓଡ଼ିଶାରେ ଟିକା ଅଭାବ ଭିତରେ ଆଜି ସରିବ ଟିକା ଉତ୍ସବ : ଟିକା ସଂକଟ ଯୋଗୁଁ ରାଜ୍ୟର ୯୮୧ଟି କେନ୍ଦ୍ରରେ ବନ୍ଦ ହେଲା ଟିକାକରଣ”

Design a site like this with WordPress.com
Get started