ରାଜ୍ୟରେ ଦୁଇ ହଜାର ଅତିକ୍ରମ କଲା ସଂକ୍ରମଣ : ଗତ ୨୪ ଘଣ୍ଟାରେ ୨୨୬୭ ସଂକ୍ରମିତ ଚିହ୍ନଟ; ସୁନ୍ଦରଗଡରୁ ସର୍ବାଧିକ ୪୫୮

କନକ ବ୍ୟୁରୋ : ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଆଜି ରାଜ୍ୟରେ କରୋନା ସଂକ୍ରମଣ ଦୁଇ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ୨୨୬୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ସଙ୍ଗରୋଧରୁ ୧୩୧୪ ଓ ସ୍ଥାନୀୟ ଅଞ୍ଚଳରୁ ୯୫୩ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୪୫୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୪୮ ସଂକ୍ରମିତ ଚିହ୍ନଟ ହୋଇ ଦ୍ୱିତୀୟରେ ରହିଛି ଖୋର୍ଦ୍ଧା ଜିଲ୍ଲା । ସେହିଭଳିContinue reading “ରାଜ୍ୟରେ ଦୁଇ ହଜାର ଅତିକ୍ରମ କଲା ସଂକ୍ରମଣ : ଗତ ୨୪ ଘଣ୍ଟାରେ ୨୨୬୭ ସଂକ୍ରମିତ ଚିହ୍ନଟ; ସୁନ୍ଦରଗଡରୁ ସର୍ବାଧିକ ୪୫୮”

ଆଉ ଦୁଇ ଦିନ କାଳବୈଶାଖୀ ବର୍ଷା ଆଶଙ୍କା : ଆଜି ୮ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ରାଜ୍ୟରେ ପୁଣି ବଢ଼ିବାରେ ଲାଗିଛି ଗ୍ରୀଷ୍ମପ୍ରବାହ ।  ୫ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୧.୨ ଡିଗ୍ରି ରେକର୍ଡ ହୋଇଛି । ଆସନ୍ତା ୨ ଦିନ ଧରି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ତାପମାତ୍ରା‌ରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ରାଜ୍ୟର ୮ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇପାରେ ।Continue reading “ଆଉ ଦୁଇ ଦିନ କାଳବୈଶାଖୀ ବର୍ଷା ଆଶଙ୍କା : ଆଜି ୮ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି”

ନିୟମ କେବଳ କଣ ସାଧାରଣ ଲୋକ ପାଇଁ…? ନିଜ ମୁହଁରେ ମାସ୍କ ନଥିଲା, କିନ୍ତୁ ମାସ୍କ ପିନ୍ଧିନଥିବା ଲୋକଙ୍କୁ ବାଡେଇ ଦାଦାଗିରି ଦେଖାଉଥିଲେ ପୋଲିସ ବାବୁ ।

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ଉତ୍ତରପ୍ରଦେଶରେ ବି ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢୁଛି । ଆଉ କରୋନାର ସାଂଘାତିକ ରୂପକୁ ଦୃଷ୍ଟିରେ ରଖି ବାରଣାସୀର ଜିଲ୍ଲାପାଳ କୌଶଲ ରାଜ ଶର୍ମା ସାଧାରଣ ଲୋକଙ୍କ ବୁଲାବୁଲି ଉପରେ କଟକଣା ଲଗାଇଛନ୍ତି । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜରିମାନା ଆଦାୟ ଠାରୁ ଆରମ୍ଭ କରି ଅମାନିଆଙ୍କ ଉପରେ ଲାଠିContinue reading “ନିୟମ କେବଳ କଣ ସାଧାରଣ ଲୋକ ପାଇଁ…? ନିଜ ମୁହଁରେ ମାସ୍କ ନଥିଲା, କିନ୍ତୁ ମାସ୍କ ପିନ୍ଧିନଥିବା ଲୋକଙ୍କୁ ବାଡେଇ ଦାଦାଗିରି ଦେଖାଉଥିଲେ ପୋଲିସ ବାବୁ ।”

ଆଜି ଓଡିଆ ନୂଆବର୍ଷ : ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ବିଭିନ୍ନ ଦେବାଦେବୀ ପୀଠରେ ଲାଗିଛି କଟକଣା

କନକ ବ୍ୟୁରୋ : ଗଞ୍ଜାମର ମନ୍ଦିର, ପାର୍କ, ସମୁଦ୍ରବେଳାଭୂମି, ଗ୍ରାଉଣ୍ଡ ଓ ବିଭିନ୍ନ ହ୍ରଦକୁ ୭ଦିନ ପାଇଁ ବନ୍ଦ କରିଛି ପ୍ରଶାସନ । ଆଜି ହନୁମାନ ଜୟନ୍ତୀ, ମେରୁ ଯାତ୍ରା, ପଣା ସଂକ୍ରାନ୍ତି ଥିବାରୁ ଗହଳି ହେବା ସମ୍ଭାବନାକୁ ଆଖି ଆଗରେ ରଖି ଏହି ନିଷ୍ପତି ନିଆଯାଇଛି । କୋଭିଡ ପାଇଁ ଘଟଗାଁ ମା ତାରିଣୀଙ୍କ ପ୍ରସିଦ୍ଧ ଚଇତି ପର୍ବରେ ଲାଗିଲା କଟକଣା । ଆଜି ବି ସାଧାରଣ ଦର୍ଶନ ବନ୍ଦ କଲା ଜିଳ୍ଲାପ୍ରାଶାସନ । ୭Continue reading “ଆଜି ଓଡିଆ ନୂଆବର୍ଷ : ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ବିଭିନ୍ନ ଦେବାଦେବୀ ପୀଠରେ ଲାଗିଛି କଟକଣା”

ଲଜରେ ରହୁଥିଲେ, ମଉଜ କରୁଥିଲେ! ହାଇଦରକୁ ଜଣେ ଜଗୁଥିଲା, ଆଉ ୫ ଜଣ ଲଜରେ କାଟୁଥିଲେ ଦିନ । ପୋଲିସ ପରିଚୟ ପତ୍ର ଦେଇ ହୋଇଥିଲା ରୁମ ବୁକ୍ ।

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର‌ ହାଇଦର ଟଙ୍କାରେ ଲଜରେ ମଉଜ କରୁଥିଲେ ପୁଲିସ କର୍ମଚାରୀ। ଏ ସଂକ୍ରାନ୍ତରେ  ଖବର ପ୍ରକାଶ ପରେ ଏହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ହାଇଦରକୁ କଟକ ବଡ଼ ଡାକ୍ତରଖାନାରେ ୬ ଜଣ ପୁଲିସ କର୍ମଚାରୀ ୨୪ ଘଣ୍ଟା ଜଗିବା ବଦଳରେ ଯେଉଁ ଲଜରେ ମଉଜ କରୁଥିଲେ, ସେହି ଲଜର ପଞ୍ଜୀକରଣ ରେଜିଷ୍ଟର୍ମ‌ ଏବେ ସାମ୍ନାକୁ ଆସିଛି। ମଙ୍ଗଳାବାଗ କାଠଗୋଲା ସାହିର ଅହଲ୍ୟା ଲଜରେ ଗଲା ମାର୍ଚ୍ଚ ୨୩ ତାରିଖରୁ ଦୁଇଟି ରୁମ୍‌Continue reading “ଲଜରେ ରହୁଥିଲେ, ମଉଜ କରୁଥିଲେ! ହାଇଦରକୁ ଜଣେ ଜଗୁଥିଲା, ଆଉ ୫ ଜଣ ଲଜରେ କାଟୁଥିଲେ ଦିନ । ପୋଲିସ ପରିଚୟ ପତ୍ର ଦେଇ ହୋଇଥିଲା ରୁମ ବୁକ୍ ।”

ଆଜି ରାତି ୮ଟାରୁ ମହାରାଷ୍ଟ୍ରରେ ୧୫ ଦିନ ପାଇଁ ୧୪୪ ଧାରା : ଅନାବଶ୍ୟକ ଯାତାୟତ ଉପରେ କଟକଣା

କନକ ବ୍ୟୁରୋ : ମହାରାଷ୍ଟ୍ରରେ କରୋନା ଲକଡାଉନ୍ ଲାଗୁ ହେବ ନାହିଁ । ହେଲେ ଲକଡାଉନ ଭଳି କଟକଣା ଲାଗୁ ହେବ । ଆଜି ରାତି ୮ଟାରୁ ରାଜ୍ୟବ୍ୟାପୀ ୧୪୪ ଧାରା ଜାରି ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ବୁଧବାର ରାତି ୮ଟାରୁ ଏପ୍ରିଲ ୩୦ ତାରିଖ ଯାଏଁ ସାରା ରାଜ୍ୟରେ ଲକଡାଉନ ଭଳି କଟକଣା ଜାରି ହେବ । ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ, କହିଛନ୍ତି କରୋନା ଯୁଦ୍ଧ ପୁଣିContinue reading “ଆଜି ରାତି ୮ଟାରୁ ମହାରାଷ୍ଟ୍ରରେ ୧୫ ଦିନ ପାଇଁ ୧୪୪ ଧାରା : ଅନାବଶ୍ୟକ ଯାତାୟତ ଉପରେ କଟକଣା”

ନିର୍ବାଚନର ୭୨ ଘଂଟା ପୂର୍ବରୁ ବାଇକ ରାଲି ଉପରେ କଟକଣା ଲଗାଇଲେ ନିର୍ବାଚନ କମିଶନ : ପିପିଲିରେ ଆଜିଠାରୁ ହୋଇପାରିବନି ବାଇକ ରାଲି

କନକ ବ୍ୟୁରୋ : ନିର୍ବାଚନର ୭୨ ଘଂଟା ପୂର୍ବରୁ ବାଇକ ରାଲି ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନ ଓ ଉପ ନିର୍ବାଚନ ହେଉଥିବା ରାଜ୍ୟ ଉଦ୍ଦେଶ୍ୟରେ ଏହି ନୋଟିସ ଜାରି ହୋଇଛି । ନିର୍ବାଚନ କମିଶନ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନୋଟିସ ଲେଖି ଏ ସମ୍ପର୍କରେ ଅବଗତ କରିଛନ୍ତି । ବାଇକ ରାଲି ଆଳରେ କିଛି ଅସାମାଜିକ ତତ୍ୱ ମତଦାତାଙ୍କୁ ପ୍ରଭାବିତ କରୁଥିବା ନଜରକୁ ଆସିବା ପରେContinue reading “ନିର୍ବାଚନର ୭୨ ଘଂଟା ପୂର୍ବରୁ ବାଇକ ରାଲି ଉପରେ କଟକଣା ଲଗାଇଲେ ନିର୍ବାଚନ କମିଶନ : ପିପିଲିରେ ଆଜିଠାରୁ ହୋଇପାରିବନି ବାଇକ ରାଲି”

କୁମ୍ଭମେଳାରେ କରୋନା । ୫ ଦିନରେ ୨ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ, କଟକଣା କଡାକଡି କରିବାକୁ ସରକାରଙ୍କ ନିର୍ଦ୍ଦେଶ ।

କନକ ବ୍ୟୁରୋ : ଦିଲ୍ଲୀରେ ଗତବର୍ଷ ତବଲିଗି ଜମାତ ସମ୍ମିଳନୀ ପରେ ଦେଶରେ ଅଚାନକ ସଂକ୍ରମଣ ବୃଦ୍ଧି ପାଇଥିଲା। ଏହି ସମ୍ମିଳନୀକୁ ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ କରାଯାଇଥିଲା। ‌ଏବେ କୁମ୍ଭମେଳାକୁ ନେଇ ମଧ୍ୟ ଏଭଳି ଆଶଙ୍କା ଦେଖାଦେଇଛି। ହରିଦ୍ୱାରରେ ଚାଲିଥିବା କୁମ୍ଭମେଳାରେ କରୋନାର ବିସ୍ଫୋରକ ରୂପ ଦେଖିବାକୁ ମିଳିଛି। ଗତ ୫ ଦିନରେ ଏଠାରେ ୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ପରିସ୍ଥିତିର ମୁକାବିଲା ଲାଗି କେନ୍ଦ୍ରContinue reading “କୁମ୍ଭମେଳାରେ କରୋନା । ୫ ଦିନରେ ୨ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ, କଟକଣା କଡାକଡି କରିବାକୁ ସରକାରଙ୍କ ନିର୍ଦ୍ଦେଶ ।”

ଆଜି ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି : ହିନ୍ଦୁ ଧାର୍ମିକ ପରମ୍ପରାରେ ଏକ ପ୍ରମୁଖ ପର୍ବ

କନକ ବ୍ୟୁରୋ : ଆଜି ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଏହା ହିନ୍ଦୁ ଧାର୍ମିକ ପରମ୍ପରାରେ ଏକ ପ୍ରମୁଖ ପର୍ବ । ଓଡିଶା ସମେତ ଭାରତର ଅନ୍ୟ ଅନ୍ୟ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ପାଳିତ ହୋଇଥାଏ । ଓଡିଶାରେ ଏହାକୁ ବର୍ଷର ପ୍ରଥମ ଦିନ ଭାବେ ଗଣନା କରାଯାଏ । ତେଣୁ ଏହାକୁ ନୂଆ ଓଡିଆ ନୂଆ ବର୍ଷ କୁହାଯାଏ । ଏହି ଦିନରୁ ନୂଆ ପାଂଜି ଆରମ୍ଭ କରାଯାଇଥାଏ ।Continue reading “ଆଜି ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି : ହିନ୍ଦୁ ଧାର୍ମିକ ପରମ୍ପରାରେ ଏକ ପ୍ରମୁଖ ପର୍ବ”

କୋଲକାତାକୁ ମାତ୍ ଦେଲା ମୁମ୍ବାଇ । ବ୍ୟାଟିଂ ବିପର୍ଯ୍ୟୟ ପରେ ହାରିଲା କେକେଆର୍ । ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟର ସ୍ବାଦ ଚାଖିଲା ରୋହିତ ବାହିନୀ ।

କନକ ବ୍ୟୁରୋ: ଏକ ରୋମାଞ୍ଚକର ମ୍ୟାଚରେ ଆଜି କୋଲକାତାକୁ ମାତ୍ ଦେଇଛି ମୁମ୍ବାଇ । ପ୍ରଥମ ଇଂନିସରେ ମୁମ୍ବାଇ ୧୫୨ ରନରେ ଅଲଆଉଟ୍ ହେବା ପରେ କୋଲକାତା ଦ୍ବିତୀୟ ଇଂନିସରେ ବିଜୟ ଲକ୍ଷ୍ୟଠୁ ୧୦ ରନ ପଛରେ ପଡିଯାଇଛି ।  କେକେଆର୍ ପକ୍ଷରୁ ଦୁଇ ଓପନର ନିତିଶ ରାଣା ଓ ଶୁଭମନ ଗିଲ ଚମତ୍କାର ବ୍ୟାଟିଂ କରିଥିଲେ ମଧ୍ୟ ଦଳ ଏହି ମ୍ୟାଚରେ ପରାଜୟ ଭାେଗିଛି। ଆଜି କୋଲକାତା ଅଧିନାୟକ ଇଆନ୍ ମୋର୍ଗାନ ପ୍ରଥମେ ଟସ୍ ଜିତିContinue reading “କୋଲକାତାକୁ ମାତ୍ ଦେଲା ମୁମ୍ବାଇ । ବ୍ୟାଟିଂ ବିପର୍ଯ୍ୟୟ ପରେ ହାରିଲା କେକେଆର୍ । ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟର ସ୍ବାଦ ଚାଖିଲା ରୋହିତ ବାହିନୀ ।”

Design a site like this with WordPress.com
Get started