ପଶ୍ଚିମବଙ୍ଗରେ ଇସିଙ୍କ ନିଷ୍ପତ୍ତିକୁ ଦିଦିଙ୍କ ବିରୋଧ । ଧାରଣା ଦେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଧାରଣା ସ୍ଥଳରେ ଆଙ୍କିଲେ ଚିତ୍ର ।

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନ ପ୍ରଚାର ଉପରେ ରୋକ୍ ଲାଗିବା ପରେ ଏହାର ତୀବ୍ର ବିରୋଧ କରିଛଇ ଟିଏମସି । ଏକ ପ୍ରଚାର ସଭାରେ ମମତାଙ୍କ ସାମ୍ପ୍ରଦାୟିକ ବୟାନକୁ ନେଇ ଇଲେକ୍ସନ କମିସନ, ମମତାଙ୍କ ପ୍ରଚାର ଉପରେ ଲଗାଇଥିଲେ ୨୪ ଘଂଟିଆ କଟକଣା । ଏହାକୁ ବିରୋଧ କରି ମଙ୍ଗଳବାର ଦିନ ୧୨ଟାରୁ କୋଲକାତାର ଗାନ୍ଧୀ ମୂତୀ ତଳେ ଧାରଣାରେ ବସିଥିଲେ ମମତା । ଏହାକୁ ନେଇ ପୁରା ସରଗରମ୍ ହୋଇଛି ପଶ୍ଚିମବଙ୍ଗContinue reading “ପଶ୍ଚିମବଙ୍ଗରେ ଇସିଙ୍କ ନିଷ୍ପତ୍ତିକୁ ଦିଦିଙ୍କ ବିରୋଧ । ଧାରଣା ଦେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଧାରଣା ସ୍ଥଳରେ ଆଙ୍କିଲେ ଚିତ୍ର ।”

ଦେଶରେ ଚିନ୍ତା ବଢାଇଲାଣି କରୋନା ଭୂତାଣୁ । ଛତିଶଗଡ ରାୟପୁରରେ ରୋଗୀଙ୍କୁ ମିଳୁନି ଡାକ୍ତରଖାନା, ଶବ ରଖିବାକୁ ନାହିଁ ଜାଗା ।

କନକ ବ୍ୟୁରୋ: ଆଜି ଦେଶରେ ଦୈନିକ ସଂକ୍ରମଣ ଏକ ଲକ୍ଷ ୬୧ ହଜାର ପାର କରିଯାଇଛି । ଏହାରି ଭିତରେ ଛତିଶଗଡରୁ ଆସିଛି ଏକ ଚିନ୍ତାଜନକ ଚିତ୍ର । ବର୍ତମାନ କରୋନା ରୋଗୀଙ୍କ ସଂଖ୍ୟା ଏତେ ହୋଇଯାଇଛି ଯେ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ନାହିଁ ବେଡ୍ । ଆମ୍ବୁଲାନ୍ସରେ ଅପେକ୍ଷା କରିବାକୁ ପଡୁଛି ରୋଗୀଙ୍କୁ , କେତେବେଳେ ତାଙ୍କର ପାଳି ପଡିବ, ସେମାନେ ହସ୍ପିଟାଲରେ ଭର୍ତି ହେବେ । ଛତିଶଗଡର ରାୟପୁର ସହରର ସରକାରୀ ଡାକ୍ତରଖାନା ଆଗରେContinue reading “ଦେଶରେ ଚିନ୍ତା ବଢାଇଲାଣି କରୋନା ଭୂତାଣୁ । ଛତିଶଗଡ ରାୟପୁରରେ ରୋଗୀଙ୍କୁ ମିଳୁନି ଡାକ୍ତରଖାନା, ଶବ ରଖିବାକୁ ନାହିଁ ଜାଗା ।”

କରୋନା କାଳରେ ଦିଲ୍ଲୀରେ ବନ୍ଦ କରାଯାଉ ସିବିଏସଇ ପରୀକ୍ଷା । କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।

କନକ ବ୍ୟୁରୋ: ଦିଲ୍ଲୀରେ ବନ୍ଦ କରାଯାଉ ସିବିଏସଇ ପରୀକ୍ଷା । ବଢୁଥିବା କରୋନା ସ୍ଥିତି ଭିତରେ ଆଜି ସିବିଏସଇ ପରୀକ୍ଷା ବାତିଲ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଦେଶରେ କରୋନା ବଢୁଥିବା ସମୟରେ ଦିଲ୍ଲୀରେ ସ୍ଥିତି ଭୟଙ୍କର ରହିଛି । ଏହାକୁ ଦୃଷ୍ଟିରେ ରଖି ସିବିଏସଇ ପରୀକ୍ଷା ପାଇଁ ଆଉ ଏକ ତାରିଖ ନେଇ ବିଚାର କରିବାକୁ ଆଜି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।Continue reading “କରୋନା କାଳରେ ଦିଲ୍ଲୀରେ ବନ୍ଦ କରାଯାଉ ସିବିଏସଇ ପରୀକ୍ଷା । କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।”

୧୫୨ ରନରେ ଅଲଆଉଟ୍ ହେଲା ମୁମ୍ବାଇ । କୋଲକାତାକୁ ବିଜୟ ଲକ୍ଷ୍ୟ ୧୫୩ । ଆନ୍ଦ୍ରେ ରସେଲଙ୍କୁ ୫ ୱିକେଟ୍ ସଫଳତା ।

କନକ ବ୍ୟୁରୋ: ଆଜି ଆଇପିଏଲ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଦଳ ୨୦ ଓଭରରେ ମାତ୍ର ୧୫୨ ରନରେ ଅଲଆଉଟ୍ ହୋଇଯାଇଛି । କୋଲକାତାର ବୋଲିଂ ଆଗରେ ରୋହିତ, ସୂର୍ଯ୍ୟକୁମାରଙ୍କ ବ୍ୟତୀତ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେଭଳି କୌଣସି ବଡ ଇଂନିସ ଖେଳିପାରିନାହାନ୍ତି । ଯାହା ଫଳରେ ଦଳ ୧୫୨ ରନରେ ପ୍ରଥମ ଇଂନିସରେ ଅଲଆଉଟ୍ ହୋଇଯାଇଛି । ଆଜି କୋଲକାତା ଅଧିନାୟକ ଇଆନ୍ ମୋର୍ଗାନ ପ୍ରଥମେ ଟସ୍ ଜିତିContinue reading “୧୫୨ ରନରେ ଅଲଆଉଟ୍ ହେଲା ମୁମ୍ବାଇ । କୋଲକାତାକୁ ବିଜୟ ଲକ୍ଷ୍ୟ ୧୫୩ । ଆନ୍ଦ୍ରେ ରସେଲଙ୍କୁ ୫ ୱିକେଟ୍ ସଫଳତା ।”

ମହାରାଷ୍ଟ୍ରରେ ଲାଗିବ ନାହିଁ ଲକଡାଉନ । ଉଦ୍ଧବ ଠାକରେଙ୍କ ଘୋଷଣା ପରେ ରାଜ୍ୟବାସୀ ଆଶ୍ୱସ୍ତ । ସେପଟେ ହସ୍ପିଟାଲରେ ଦେଖା ଦେଲାଣି ଅକ୍ସିଜେନ ଅଭାବ 

କନକ ବ୍ୟୁରୋ: ମହାରାଷ୍ଟ୍ରରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବକ୍ତବ୍ୟ । କହିଲେ, ମହାରାଷ୍ଟ୍ରରେ କରୋନା ଆୟତ୍ତରୁ ବାହାରେ । ମହାରାଷ୍ଟ୍ର ହସ୍ପିଟାଲ ଗୁଡିକରେ ଅକ୍ସିଜେନର ଆବଶ୍ୟକତା ରହିଛି । ଅଧିକ ଅକ୍ସିଜେନ ଯୋଗାଇ ଦେବାକୁ କେନ୍ଦ୍ରକୁ ଦାବି କଲେ ଉଦ୍ଧବ ଠାକରେ । ଟିକାକରଣ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାକୁ ପଡିବ । ମହାରାଷ୍ଟ୍ରରେ ଭୟଙ୍କର ରୂପରେ ବଢିଛି କରୋନା । ମହାରାଷ୍ଟ୍ରରେ ଦିନକୁ ଦିନ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛିContinue reading “ମହାରାଷ୍ଟ୍ରରେ ଲାଗିବ ନାହିଁ ଲକଡାଉନ । ଉଦ୍ଧବ ଠାକରେଙ୍କ ଘୋଷଣା ପରେ ରାଜ୍ୟବାସୀ ଆଶ୍ୱସ୍ତ । ସେପଟେ ହସ୍ପିଟାଲରେ ଦେଖା ଦେଲାଣି ଅକ୍ସିଜେନ ଅଭାବ “

ଋଷର ସ୍ପୁଟନିକ୍ ଭି ଟିକାକୁ ଅନୁମତି ପରେ ଭାରତରେ ବଡ ପରିମାଣର ଟିକା ଉତ୍ପାଦନ ପାଇଁ ଯୋଜନା । ବର୍ଷକୁ ୮୫୦ ମିଲିୟନ୍ ଡୋଜ୍ ଭାରତରେ ତିଆରି କରିବ ବିଦେଶୀ କମ୍ପାନୀ ।

କନକ ବ୍ୟୁରୋ: ଋଷିଆ ତିଆରି କରିଥିବା କରୋନା ଟିକା ସ୍ପୁଟନିକ୍ ଭିକୁ ନେଇ ଆସିଛି ଏକ ବଡ ଖବର । ସ୍ପୁଟନିକ୍ ଭି ଟିକାର ଋଷୀୟ ନିର୍ମାତା କମ୍ପାନୀ ଭାରତରେ ଏହି ଟିକାର ବାର୍ଷିକ ୮୫୦ ମିଲିୟନ ଡୋଜ୍ ଟିକା ଉତ୍ପାଦନ ଯୋଜନା ରଖିଛି । ସ୍ପୁଟନିକ୍ ଭିକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିବା ପରେ , ଏବେ ଏହି ଋଷୀୟ ଟିକା ନିର୍ମାଣକାରୀ କମ୍ପାନୀ ଭାରତୀୟ ଫାର୍ମା କମ୍ପାନୀଙ୍କ ସହିତ ମିଶି ବର୍ଷକୁContinue reading “ଋଷର ସ୍ପୁଟନିକ୍ ଭି ଟିକାକୁ ଅନୁମତି ପରେ ଭାରତରେ ବଡ ପରିମାଣର ଟିକା ଉତ୍ପାଦନ ପାଇଁ ଯୋଜନା । ବର୍ଷକୁ ୮୫୦ ମିଲିୟନ୍ ଡୋଜ୍ ଭାରତରେ ତିଆରି କରିବ ବିଦେଶୀ କମ୍ପାନୀ ।”

ଦେଶର ଟିକା ଚାହିଦା ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ତ୍ୱରାନ୍ୱିତ ପ୍ରକ୍ରିୟାରେ ବିଦେଶୀ ଟିକା ଗୁଡିକୁ ମିଳିବ ଜରୁରୀକାଳିନ ବ୍ୟବହାର ଅନୁମତି ।

କନକ ବ୍ୟୁରୋ: ଦେଶରେ ଟିକା ଅଭାବକୁ ଦୃଷ୍ଟିରେ ରଖି ଏବେ ବିଦେଶୀ ଟିକାକୁ ମଂଜୁରୀ ଦେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ କେନ୍ଦ୍ର ସରକାର । ଦେଶରେ ଟିକାର ଅଭାବ ଦୂର କରିବାକୁ ଏବେ ଏପରି ବାଟ ବାହାର କରିଛନ୍ତି ଭାରତ ସରକାର । ଭାରତରେ ଏବେ ଦୁଇଟି କରୋନା ଟିକା କୋଭାକ୍ସିନ୍ ଓ କୋଭିସିଲଡକୁ କରୋନା ଟିକାକରଣରେ ବ୍ୟବହାର ପାଇଁ ଦିଆଯାଉଛି । ଏପରି ସମୟରେ ଋଷର କରୋନା ଟିକା ସ୍ପୁଟନିକ୍ ଭି କୁ ମଧ୍ୟ ଜରୁରୀକାଳୀନContinue reading “ଦେଶର ଟିକା ଚାହିଦା ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ତ୍ୱରାନ୍ୱିତ ପ୍ରକ୍ରିୟାରେ ବିଦେଶୀ ଟିକା ଗୁଡିକୁ ମିଳିବ ଜରୁରୀକାଳିନ ବ୍ୟବହାର ଅନୁମତି ।”

ହାଇଦର ହଜିଗଲା ପରେ ପତ୍ତା ପାଉନି ଓଡିଶା ପୋଲିସ । ଜମ୍ବୁ ଦେଇ ଖସିଗଲା କି କୋଲକାତା ? ରାଜ୍ୟ ବାହାରେ ବି ଜାରି  ରହିଛି ଛାନଭିନ ।

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ହାଇଦରକୁ କଲିକତାରେ ଖୋଜୁଛି ଓଡିଶା ପୋଲିସ  । କମିଶନରେଟ ପୋଲିସର ଏସିପି ର୍ୟାଙ୍କର ଅଫିସରଙ୍କ ସହିତ ୫ଜଣିଆ ଟିମ ଗତ ୨ ଦିନ ହେଲା ହାଇଦରକୁ ଖୋଜୁଛନ୍ତି । କାରଣ କଲିକତା ସହ ଗୋରୁ କାରବାରରେ ହାଇଦର ଓ ଟିଟୋର ସମ୍ପୃକ୍ତି ରହିଛି । ପୋଲିସ ସନ୍ଦେହ କରୁଛି, ଏହି ନେଟୱର୍କକୁ ବ୍ୟବହାର କରି ହାଇଦର କଲିକତାରେ ଲୁଚି ଥାଇପାରେ । ପୋଲିସ ସନ୍ଦେହ କରୁଛି ହାଇଦର ତାର ବେଶ ବଦଳାଇ ଦେଇଛିContinue reading “ହାଇଦର ହଜିଗଲା ପରେ ପତ୍ତା ପାଉନି ଓଡିଶା ପୋଲିସ । ଜମ୍ବୁ ଦେଇ ଖସିଗଲା କି କୋଲକାତା ? ରାଜ୍ୟ ବାହାରେ ବି ଜାରି  ରହିଛି ଛାନଭିନ ।”

ବଡମ୍ବାରେ ଅନ୍ୟ ଜାତିରେ ଝିଅ ବାହା ହେବାରୁ ବସିଲା କଙ୍ଗାରୁ କୋର୍ଟ । ବାପା, ମାକୁ ଗାଁ ତଡିବା ସହ ଲାଗିଲା ୧ଲକ୍ଷର ଜରିମାନା ।

କନକ ବ୍ୟୁରୋ: ଗାଁ କଙ୍ଗାରୁକୋର୍ଟରୁ ନ୍ୟାୟ ପାଇବା ପାଇଁ ଗୁହାରି କରିଛନ୍ତି ଗୁରୁବାରୀ ବେହେରା । ଯାହାଙ୍କ ଘର କଟକ ବଡମ୍ବା ନରସିଂହପୁର ବ୍ଲକର ସାନ୍ତରାପୁରରେ । ସମ୍ପୂର୍ଣ୍ଣ ଖବର ଏହା ଯେ, ଝିଅକୁ ଅନ୍ୟ ଜାତିର ପୁଅ ଅପହରଣ କରିନେବାରୁ ଗାଁରୁ ଝିଅର ମାଆ ବାପାକୁ ତଡିଦେଇଛନ୍ତି ଲୋକେ । ଆଉ ଏପରି ଅଜବ ନ୍ୟାୟ ଶୁଣାଇଛି ସାନ୍ତରାପୁର ଗାଁ କଙ୍ଗାରୁ କୋର୍ଟ । ଖାଲି ଏତିକି ନୁହେଁ ଗାଁକୁ ଫେରିଲେ ହତ୍ୟା ଧମକ ଦେଇଥିବାରୁContinue reading “ବଡମ୍ବାରେ ଅନ୍ୟ ଜାତିରେ ଝିଅ ବାହା ହେବାରୁ ବସିଲା କଙ୍ଗାରୁ କୋର୍ଟ । ବାପା, ମାକୁ ଗାଁ ତଡିବା ସହ ଲାଗିଲା ୧ଲକ୍ଷର ଜରିମାନା ।”

ମହାରାଷ୍ଟ୍ରରେ ବେକାବୁ ହେଲାଣି କରୋନା । ଲାଗିପାରେ ସମ୍ପୂର୍ଣ୍ଣ ଲକଡାଉନ୍ । ଆଜି ଲକଡାଉନ୍ ନେଇ ନିଷ୍ପତ୍ତି ନେଇପାରନ୍ତି ଉଦ୍ଧବ ସରକାର ।

କନକ ବ୍ୟୁରୋ: ମହାରାଷ୍ଟ୍ରରେ ବେକାବୁ ହେଲାଣି କରୋନା ସ୍ଥିତି । ଏହାକୁ ନେଇ ଆଜି ମହାରାଷ୍ଟ୍ର ସରକାର ନେଇପାରନ୍ତି ବଡ ନିଷ୍ପତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଉ କିଛି ସମୟ ପରେ ଏହାକୁ ନେଇ ବଡ ନିଷ୍ପତି ନେବେ । ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି ଉଦ୍ଧବ ଠାକରେ । ସୂଚନା ଅନୁସାରେ ମହାରାଷ୍ଟ୍ରରେ ଏବେ ପୁରା ଲକଡାଉନ୍ ଲାଗୁ କରିବାକୁ ଉଦ୍ଧବ ସରକାର ନିଷ୍ପତି ନେବାକୁ ଯାଉଥିବା ଅନୁମାନ କରାଯାଉଛିContinue reading “ମହାରାଷ୍ଟ୍ରରେ ବେକାବୁ ହେଲାଣି କରୋନା । ଲାଗିପାରେ ସମ୍ପୂର୍ଣ୍ଣ ଲକଡାଉନ୍ । ଆଜି ଲକଡାଉନ୍ ନେଇ ନିଷ୍ପତ୍ତି ନେଇପାରନ୍ତି ଉଦ୍ଧବ ସରକାର ।”

Design a site like this with WordPress.com
Get started