କନକ ବ୍ୟୁରୋ: ପ୍ରଚାରରେ କମ୍ପୁଛି ପିପିଲି ନିର୍ବାଚନମଣ୍ଡଳୀ । ଗୁରୁବାର ପ୍ରଚାର ଶେଷ ହେବାକୁ ଥିବା ବେଳେ ବିଜେଡି ଓ ବିଜେପି ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିସାରିଥିବା ବେଳେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ସବକା ସାଥ୍ ସବକା ବିକାଶ, ସବକା ବିଶ୍ୱାସର ନାରା ଦେଇ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଭୋଟ ମାଗିଛନ୍ତି ଧର୍ମେନ୍ଦ୍ର । ଆଉContinue reading “ପିପିଲିରେ ଜୋର ଧରିଲା ନିର୍ବାଚନୀ ପ୍ରଚାର । ଆଶ୍ରିତଙ୍କ ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । କହିଲେ, ଶାନ୍ତି ଆସିଲେ ବିକାଶ ହେବ ।”
Author Archives: Raghaba
ବିଜେଡି ସାଂସଦ ଭର୍ତ୍ତୃହରିଙ୍କୁ ନେଇ ବିବାଦ । ଟୁଇଟରରେ ମୁହାଁମୁହିଁ ହେଲେ ପ୍ରଣବ ପ୍ରକାଶ ଦାଶ ଏବଂ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ।
କନକ ବ୍ୟୁରୋ: ଭର୍ତ୍ତୃହରିଙ୍କୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ନୂଆ ବିବାଦ । ପ୍ରଜାତନ୍ତ୍ରର ବିଷୁବ ମିଳନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ବୟାନକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି । ଭର୍ତ୍ତୃହରି ଭଳି ସାଂସଦଙ୍କୁ ବିଜେଡି ଠିକରେ ଉପଯୋଗ କରିପାରୁ ନାହିଁ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ପୂର୍ବରୁ ହରେକୃଷ୍ଣ ମହତାବ ପ୍ରସଙ୍ଗ ଓ ଦିଲ୍ଲୀରେ ପ୍ରଶଂସା ପଲିଟିକ୍ସରେ ସଂଜମତା ଦେଖାଇଥିବା ବିଜେଡି କିନ୍ତୁ ନିଜ ଦଳୀୟ ପ୍ରସଙ୍ଗରେ ବାହାର ଟିପ୍ପଣୀକୁContinue reading “ବିଜେଡି ସାଂସଦ ଭର୍ତ୍ତୃହରିଙ୍କୁ ନେଇ ବିବାଦ । ଟୁଇଟରରେ ମୁହାଁମୁହିଁ ହେଲେ ପ୍ରଣବ ପ୍ରକାଶ ଦାଶ ଏବଂ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ।”
ଶିକ୍ଷାନୁଷ୍ଠାନ ପରେ ଧର୍ମାନୁଷ୍ଠାନରେ କରୋନା । ପୁରୀ ଶ୍ରୀମନ୍ଦିରରେ ୨୩ଜଣ ସଂକ୍ରମିତ ଚିହ୍ନଟ । ସେପଟେ ଗଞ୍ଜାମରେ ବନ୍ଦ ହେଲା ସବୁ ମନ୍ଦିର ।
କନକ ବ୍ୟୁରୋ: ଶିକ୍ଷାନୁଷ୍ଠାନ ପରେ ଧର୍ମାନୁଷ୍ଠାନକୁ ବ୍ୟାପିଛି କରୋନା । ପୁରୀ ଶ୍ରୀମନ୍ଦିର ସହ ସମ୍ପୃକ୍ତ ୨୩ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୭ଜଣ ସେବାୟତ ଓ ସେମାନଙ୍କ ପରିବାର ୩ ସଦସ୍ୟଙ୍କ ରିପୋର୍ଟ ପଜିଟିଭ ଆସିଛି । ତା ସହ ଜୋତା ଷ୍ଟାଣ୍ଡର ୮ଜଣ, ଶ୍ରୀମନ୍ଦିର ପ୍ରଶାସନ ୩ କର୍ମଚାରୀ, ଜଣେ ଜଗନ୍ନାଥ ଟେମ୍ପଲ ପୋଲିସ କର୍ମଚାରୀ ଓ ଜଣେ ମାଳି ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ୧୦ ଦିନ ଘରେContinue reading “ଶିକ୍ଷାନୁଷ୍ଠାନ ପରେ ଧର୍ମାନୁଷ୍ଠାନରେ କରୋନା । ପୁରୀ ଶ୍ରୀମନ୍ଦିରରେ ୨୩ଜଣ ସଂକ୍ରମିତ ଚିହ୍ନଟ । ସେପଟେ ଗଞ୍ଜାମରେ ବନ୍ଦ ହେଲା ସବୁ ମନ୍ଦିର ।”
ଆଇପିଏଲ ଲଢେଇ: ଟସ ଜିତି କୋଲକାତାର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ
କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର ବନାମ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି କୋଲକାତା ଦଳ । ତେଣୁ ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ମୁମ୍ବାଇ ଦଳ । ଏହି ମ୍ୟାଚ ମୁମ୍ବାଇ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଚଳିତ ଆଇପିଏଲରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଖେଳି ସାରିଛନ୍ତି ଯେଉଁଥିରେ ମୁମ୍ବାଇ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାContinue reading “ଆଇପିଏଲ ଲଢେଇ: ଟସ ଜିତି କୋଲକାତାର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ”
ପାକିସ୍ତାନରେ ବ୍ୟାପୁଛି ହିଂସା: ଫସିରହିଛନ୍ତି ଭାରତୀୟ ତୀର୍ଥଯାତ୍ରୀ
କନକ ବ୍ୟୁରୋ : ଜଳୁଛି ପାକିସ୍ତାନ । ତେହେରୀକ-ଇ-ଲବାଇକ ପାକିସ୍ତାନ ଦଳର ମୁଖ୍ୟ ହୁସେନ ରିଜଭିଙ୍କୁ ପୁଲିସ ଅଟକ ରଖିବାକୁ ନେଇ ଏହାର କାର୍ଯ୍ୟକର୍ତ୍ତା ଆନ୍ଦୋଳନ କରିଥିଲେ । ଆଉ ପୁଲିସର କାର୍ୟ୍ୟାନୁଷ୍ଠାନରେ ଦୁଇ ଜଣ କର୍ମୀଙ୍କର ମୃତ୍ୟୁ ପରେ ହିଂସା ବଢ଼ିବାରେ ଲାଗିଛି । ଏସବୁ ଭିତରେ ଏବେ ଫସିଯାଇଛନ୍ତି ପାକିସ୍ତାନ ଯାଇଥିବା ଭାରତୀୟ ତୀର୍ଥଯାତ୍ରୀ । ବୈଶାଖୀ ଅବସରରେ ପାକିସ୍ତାନ ଯାଇଥିବା ଭକ୍ତଙ୍କ ଗୋଷ୍ଠୀ ପଞ୍ଜ ସାହିବ ଗୁରୁଦ୍ୱାରରେ ପହଂଚିପାରିନାହାନ୍ତି । ପାକିସ୍ତାନରେ ଚାଲିଥିବାContinue reading “ପାକିସ୍ତାନରେ ବ୍ୟାପୁଛି ହିଂସା: ଫସିରହିଛନ୍ତି ଭାରତୀୟ ତୀର୍ଥଯାତ୍ରୀ”
ଜନସନ ଆଣ୍ଡ ଜନସନ ଟିକା ଉପରେ ସାମୟିକ ପ୍ରତିବନ୍ଧକ ଲଗାଇଲା ଆମେରିକା । ଟିକା ନେବା ପରେ ଆସୁଛି ରକ୍ତ ଜମାଟ ବାନ୍ଧୁଥିବା ଭଳି ଅଭିଯୋଗ
କନକ ବ୍ୟୁରୋ : ଆମେରିକାର ନିୟାମକ ସଂସ୍ଥା ଜନସନ ଆଣ୍ଡ ଜନସନ କରୋନା ଟିକା ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ଟିକା ନେଉଥିବା ଲୋକଙ୍କ ଦେହରେ ରକ୍ତ ଜମାଟ ବାନ୍ଧିବା ଭଳି ଅଭିଯୋଗ ଆସିବା ପରେ ଏହି ଟିକା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆମେରିକାର ଫୁଡ ଆଣ୍ଡ ଆଡମିଷ୍ଟ୍ରେସନ ଦ୍ୱାରା ଏନେଇ ଏକ ଟ୍ୱିଟ୍ କରାଯାଇଛି । ଯେଉଁଥିରେ କୁହାଯାଇଛି କି ଆଜି ଠାରୁ ଏଫଡିଏ ଓ ସିଡିସି ଗଭରମେଣ୍ଟ ର ସୂଚନାContinue reading “ଜନସନ ଆଣ୍ଡ ଜନସନ ଟିକା ଉପରେ ସାମୟିକ ପ୍ରତିବନ୍ଧକ ଲଗାଇଲା ଆମେରିକା । ଟିକା ନେବା ପରେ ଆସୁଛି ରକ୍ତ ଜମାଟ ବାନ୍ଧୁଥିବା ଭଳି ଅଭିଯୋଗ”
ବନ ଅଧିକାରୀଙ୍କ ପ୍ରୟାସରେ ସବୁଜମୟ ହୋଇଛି ବାରୁଣାବନ୍ତ ପାହାଡ । ପ୍ରବାସୀ ଶ୍ରମିକଙ୍କ କାମ ଦେଇ ହସ ଫୁଟାଇଲେ ବନ ଅଧିକାରୀ ।
କନକ ବ୍ୟୁରୋ: ଯାଜପୁର ଜିଲ୍ଳା ଚଣ୍ଡିଖୋଲ ଜଙ୍ଗଲ ବିଭାଗ ଅଧିକାରୀଙ୍କ ନିରନ୍ତର ପ୍ରୟାସ ଯୋଗୁଁ ସବୁଜମୟ ହୋଇପାରିଛି ବାରୁଣାବନ୍ତ ପାହାଡ । ସବୁଜ ବଳୟ ସୃଷ୍ଟି ହେବା ସହ କରୋନା କଟକଣା ସମୟରୁ ସ୍ଥାନୀୟ ଓ ପ୍ରବାସୀ ଶ୍ରମିକକୁ କାମ ଦେଇ ସେମାନଙ୍କ ମୁହଁରେ ହସ ଫୁଟାଇଛନ୍ତି ବନ ଅଧିକାରୀ । ଜାତୀୟ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ବର୍ଷକରେ ସୃଷ୍ଟି ହୋଇଛି ଏକ ଲକ୍ଷ କାର୍ଯ୍ୟ ଦିବସ । ଚଣ୍ଡିଖୋଲ ଡାଳିଯୋଡା ଫରେଷ୍ଟ ରେଂଜ ଅନ୍ତର୍ଗତ ବାରୁଣାବନ୍ତContinue reading “ବନ ଅଧିକାରୀଙ୍କ ପ୍ରୟାସରେ ସବୁଜମୟ ହୋଇଛି ବାରୁଣାବନ୍ତ ପାହାଡ । ପ୍ରବାସୀ ଶ୍ରମିକଙ୍କ କାମ ଦେଇ ହସ ଫୁଟାଇଲେ ବନ ଅଧିକାରୀ ।”
ପଣା ସଂକ୍ରାନ୍ତି ପାଇଁ ମନ୍ଦିରରେ ଲାଗିଲା କଟକଣା । ଘଟଗାଁ ମାଆ ତାରିଣୀଙ୍କ ଚଇତି ପର୍ବରେ ୨ ଦିନ ଧରି ବନ୍ଦ ହେଲା ସାଧାରଣ ଦର୍ଶନ ।
କନକ ବ୍ୟୁରୋ: କୋଭିଡ ପାଇଁ ଘଟଗାଁ ମା ତାରିଣୀଙ୍କ ପ୍ରସିଦ୍ଧ ଚଇତି ପର୍ବରେ ଲାଗିଛି କଟକଣା । ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ମାଙ୍କ ସାଧାରଣ ଦର୍ଶନ ବନ୍ଦ କରିଛି ଜିଳ୍ଲାପ୍ରାଶାସନ । ୭ ଦିନ ଧରି ହେଉଥିବା ମାଙ୍କ ଚଇତି ପର୍ବର ଆଜି ହେଉଛି ପଂଚମ ଦିନ । ତେବେ ଶେଷ ଦୁଇ ଦିନ ମାଙ୍କ ପୀଠରେ ପ୍ରବଳ ଭିଡ ପରିଲକ୍ଷିତ ହୁଏ । ଆସନ୍ତାକାଲି ପଣାସଂକ୍ରାନ୍ତି ଥିବାରୁ ପ୍ରବଳ ଭିଡକୁ ଦୃଷ୍ଟିରେContinue reading “ପଣା ସଂକ୍ରାନ୍ତି ପାଇଁ ମନ୍ଦିରରେ ଲାଗିଲା କଟକଣା । ଘଟଗାଁ ମାଆ ତାରିଣୀଙ୍କ ଚଇତି ପର୍ବରେ ୨ ଦିନ ଧରି ବନ୍ଦ ହେଲା ସାଧାରଣ ଦର୍ଶନ ।”
ଆସୁ ଆସୁ ଅଚଳ । କେନ୍ଦ୍ରାପଡା ତାଳଚୁଆ ସାମୁଦ୍ରିକ ଥାନାକୁ ଆସିଥିବା ନୂଆ ସ୍ପିଡ୍ ବୋଟ୍ କାମ କରିବା ଆଗରୁ ଅଚଳ । ସମୁଦ୍ର ପଥରେ ହୋଇ ପାରୁନି ପାଟ୍ରୋଲିଂ ।
କନକ ବ୍ୟୁରୋ: ୨୦୧୪ରେ ତାଳଚୁଆ ଫାଣ୍ଡି ତାଳଚୁଆ ସାମୁଦ୍ରିକ ଥାନାକୁ ପରିବର୍ତ୍ତିତ ହୋଇଥିଲା । ସ୍ଥଳପଥରେ ୭ଟି ପଂଚାୟତ ସହ ଜଳପଥରେ ୧୪ ନଟିକାଲ ମାଇଲ ଯାଏଁ ନଜର ରଖିବାକୁ ପ୍ରତିଷ୍ଠା ହୋଇଥିଲା ସାମୁଦ୍ରିକ ଥାନା । ଜଳପଥରେ ହେଉଥିବା ବେଆଇନ୍ ଅନୁପ୍ରବେଶ ଓ ଆତଙ୍କବାଦୀ କାର୍ଯ୍ୟକଳାପ ନଜର ରଖିବା ମୁଖ୍ୟ ଉଦ୍ଦେଶ୍ୟ । ଜଳପଥରେ ପାଟ୍ରୋଲିଂ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଳଚୁଆ ସାମୁଦ୍ରିକ ଥାନାରେ ସ୍ପିଡ୍ ବୋଟ ଯୋଗାଇ ଦିଆଯାଇଥିଲା । ହେଲେContinue reading “ଆସୁ ଆସୁ ଅଚଳ । କେନ୍ଦ୍ରାପଡା ତାଳଚୁଆ ସାମୁଦ୍ରିକ ଥାନାକୁ ଆସିଥିବା ନୂଆ ସ୍ପିଡ୍ ବୋଟ୍ କାମ କରିବା ଆଗରୁ ଅଚଳ । ସମୁଦ୍ର ପଥରେ ହୋଇ ପାରୁନି ପାଟ୍ରୋଲିଂ ।”
ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଷଡଯନ୍ତ୍ରରେ ସହଯୋଗୀ ୟାକୁବ ସାମିଲ ନେଇ କଟକ ଡିସିପିଙ୍କ ସୂଚନା । ରିମାଣ୍ଡରେ ନେଇ ହେବ ଅଧିକ ପଚରାଉଚରା ।
କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପଛରେ ରହିଛି ଷଡଯନ୍ତ୍ର । ଏଥିରେ ସାମିଲ ଅଛି ହାଇଦରର ସହଯୋଗୀ ୟାକୁବ ଓରଫ ସଲ୍ଲୁ । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଟକ ଡିସିପି ପ୍ରତୀକ ସିଂ କହିଛନ୍ତି, ହାଇଦରର ସହଯୋଗୀ ୟାକୁବ ଓରଫ ସଲ୍ଲୁକୁ ଗିରଫ କରାଯାଇଛି । ଏବଂ ହାଇଦର ଫେରାର ପଛରେ ହୋଇଥିବା ଷଡଯନ୍ତ୍ରରେ ସଲ୍ଲୁ ସାମିଲ ଥିବା ନିଜେ ସ୍ୱୀକାର କରିଛି । ତେବେ ୟାକୁବକୁ ରିମାଣ୍ଡରେ ନେଲା ପରେ ଅଧିକ ପଚରାଉଚରାContinue reading “ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଷଡଯନ୍ତ୍ରରେ ସହଯୋଗୀ ୟାକୁବ ସାମିଲ ନେଇ କଟକ ଡିସିପିଙ୍କ ସୂଚନା । ରିମାଣ୍ଡରେ ନେଇ ହେବ ଅଧିକ ପଚରାଉଚରା ।”