ଝାରସୁଗୁଡାରେ ସମସ୍ୟା ଘେରରେ ଦିନ କାଟୁଛନ୍ତି ଏମସିଏଲ କୋଇଲା ଖଣି ପାଇଁ ବିସ୍ଥାପିତ ଜନତା । କମ୍ପାନୀ ପକ୍ଷରୁ ଦିଆଯାଉନି ଉପଯୁକ୍ତ କ୍ଷତିପୂରଣ ।

କନକ ବ୍ୟୁରୋ: ଝାରସୁଗୁଡା ଏମସିଏଲ କୋଇଲାଖଣିର ଦାଦାଗିରି । ଏମସିଏଲ ଖୋଲା ମୁହାଁ କୋଇଲା ଖଣି ଯୋଗୁଁ ବିସ୍ତାପିତ ହେଉଥିବା ଲୋକମାନଙ୍କୁ ନା ମିଳୁଛି ଘର ନା ରୋଜଗାର । ଫଳରେ ସବୁ ଦିନ ବଂଚିବାକୁ ସଂଘର୍ଷ କରୁଛନ୍ତି ବାସହରା । ଏହାସହ ଗାଁ ପାଖରେ ପଥର ବ୍ଲାଷ୍ଟିଂ ଯୋଗୁଁ ଭୟରେ ଜୀବନ କାଟୁଛନ୍ତି ସ୍ଥାନୀୟ ଲୋକେ । ଝାରସୁଗୁଡା ଲଖନପୁର ବ୍ଲକ ଅନ୍ତର୍ଗତ ଦର୍ଲିପାଲିଗାଁରେ ଘର ଠାରୁ ମାତ୍ର ୨୦ ମିଟର ଦୁରରେ ଚାଲିଛି ପଥରContinue reading “ଝାରସୁଗୁଡାରେ ସମସ୍ୟା ଘେରରେ ଦିନ କାଟୁଛନ୍ତି ଏମସିଏଲ କୋଇଲା ଖଣି ପାଇଁ ବିସ୍ଥାପିତ ଜନତା । କମ୍ପାନୀ ପକ୍ଷରୁ ଦିଆଯାଉନି ଉପଯୁକ୍ତ କ୍ଷତିପୂରଣ ।”

ଛତିଶଗଡ ସରକାରଙ୍କ ଅଜବ ଆଦେଶ । କରୋନାରେ ମୃତ୍ୟୁହେଲେ ପରିବାର ଲୋକଙ୍କୁ ଦେବାକୁ ହେବ ୨.୫୦୦ ଟଙ୍କା । ନିର୍ଦ୍ଦେଶକୁ ବିଭିନ୍ନ ମହଲରୁ ବିରୋଧ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଛତିଶଗଡ ସରକାର ଦେଇଥିବା ଏକ ଅଦେଶକୁ ନେଇ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି । ଆଦେଶ ମୁତାବକ ଯଦି କୌଣସି ବ୍ୟକ୍ତିଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟେ ତେବେ ମୃତକଙ୍କ ପରିବାର ଲୋକଙ୍କୁ ଅଢେଇ ହଜାର ଟଙ୍କା ଦେବାକୁ ହେବ । ଏହି ଟଙ୍କା ଶବକୁ ଷ୍ଟୋର କରିବା ଓ ସଂସ୍କାର କରିବା କାମରେContinue reading “ଛତିଶଗଡ ସରକାରଙ୍କ ଅଜବ ଆଦେଶ । କରୋନାରେ ମୃତ୍ୟୁହେଲେ ପରିବାର ଲୋକଙ୍କୁ ଦେବାକୁ ହେବ ୨.୫୦୦ ଟଙ୍କା । ନିର୍ଦ୍ଦେଶକୁ ବିଭିନ୍ନ ମହଲରୁ ବିରୋଧ”

ବାଲେଶ୍ୱର ପୌରାଞ୍ଚଳ ପାଇଁ ନବୀନଙ୍କ ବଡ ଘୋଷଣା । ବିଭିନ୍ନ ପ୍ରକଳ୍ପ ପାଇଁ ୧୫୫ କୋଟି ଟଙ୍କାର ଭେଟି, ସକାଳେ ସମୀକ୍ଷା କରି ଫେରିଥିଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ।

କନକ ବ୍ୟୁରୋ : ବାଲେଶ୍ୱରକୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି । ବାଲେଶ୍ୱର ମ୍ୟୁନିସିପାଲଟି ଅଞ୍ଚଳର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୫୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଲେଶ୍ୱର ପୌରାଞ୍ଚଳର ବିକାଶ ସମ୍ପର୍କରେ ଦୁଇ ପର୍ଯ୍ୟାୟର ଉଚ୍ଚସ୍ତରୀୟ ବୈଠକ ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ପୂର୍ତ୍ତ ସଚିବ ସକାଳେ ବାଲେଶ୍ୱର ଗସ୍ତ କରି ବିଭିନ୍ନ ପ୍ରକଳ୍ପ ବାବଦରେ ଆଲୋଚନା କରିଥିଲେContinue reading “ବାଲେଶ୍ୱର ପୌରାଞ୍ଚଳ ପାଇଁ ନବୀନଙ୍କ ବଡ ଘୋଷଣା । ବିଭିନ୍ନ ପ୍ରକଳ୍ପ ପାଇଁ ୧୫୫ କୋଟି ଟଙ୍କାର ଭେଟି, ସକାଳେ ସମୀକ୍ଷା କରି ଫେରିଥିଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ।”

୨୪ ଘଣ୍ଟା ମଧ୍ୟରେ ୧୩ ଜିଲ୍ଲାକୁ କାଳବୈଶାଖୀ ଭୟ, କୁଆପଥର ବର୍ଷା ସମ୍ଭାବନା । ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।

କନକ ବ୍ୟୁରୋ :  ରାଜ୍ୟର ଗତ ଚାରିଦିନ ଧରି ଲାଗି ରହିଥିବା କାଳବୈଶାଖୀର ପ୍ରଭାବ ଆଜି ବି ଜାରି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତର, ଉତ୍ତର, ଦକ୍ଷିଣ ଓ ଉପକୂଳର ୧୩ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଜାରି ସତର୍କ ସୂଚନା ମତାବକ ଆଜି ଅପରାହ୍ନ ୧ଟାContinue reading “୨୪ ଘଣ୍ଟା ମଧ୍ୟରେ ୧୩ ଜିଲ୍ଲାକୁ କାଳବୈଶାଖୀ ଭୟ, କୁଆପଥର ବର୍ଷା ସମ୍ଭାବନା । ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।”

ରାଜଧାନୀରେ ପିପିଲି ତାତି । ବିଜେପି ଓ ବିଜେଡି ମଧ୍ୟରେ ବାକଯୁଦ୍ଧ । ବାରମ୍ବାର ହାରି ନିରାଶ ଓ ହତାଶ ହୋଇଛି ବିଜେପି : ବିଜେଡି

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ଓ ଉପନିର୍ବାଚନମାନଙ୍କରେ ବାରମ୍ବାର ହାର  ବିଜେପି ଆଜି ଅତ୍ୟନ୍ତ ହତାଶ ଓ ନିରାଶ ଅବସ୍ଥାରେ ପହଞ୍ଚିଛି । ପିପିଲି ଉପନିର୍ବାଚନରେ ମଧ୍ୟ ବିଜେପି ନିଜର ପରାଜୟକୁ ଏକ ପ୍ରକାର ସ୍ୱୀକାର କରିସାରିଲାଣି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର କହିଛନ୍ତି ଯେ ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜେପି ଯେମିତି ଅଭ୍ୟାସଗତ ଭାବରେ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରିବା ଓ ନିର୍ବାଚନ ଅଧିକାରୀଙ୍କ ଦପ୍ତରକୁContinue reading “ରାଜଧାନୀରେ ପିପିଲି ତାତି । ବିଜେପି ଓ ବିଜେଡି ମଧ୍ୟରେ ବାକଯୁଦ୍ଧ । ବାରମ୍ବାର ହାରି ନିରାଶ ଓ ହତାଶ ହୋଇଛି ବିଜେପି : ବିଜେଡି”

ଭାରତରେ ‘ସ୍ପୁଟନିକ-ଭି’ର ବାର୍ଷିକ ୮୫୦ ମିଲିୟନ୍ ଡୋଜ୍ ଉତ୍ପାଦନ କରିବ କମ୍ପାନି ।  ଦେଶରେ ଏହି ଟିକାର ଦାମ କେତେ ରହିବ?

କନକ ବ୍ୟୁରୋ : ଦେଶରେ ସଂକ୍ରମଣ ପୁଣି ଉପର ମୁହାଁ ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ଋଷର ସ୍ପୁଟନିକ-ଭି କରୋନା ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)। ଗତକାଲି ଟିକାର ସୀମିତ ବ୍ୟବହାର ପାଇଁ ଅନୁମତି ଦେଇଥିଲା ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି)। ତେବେ ଅନୁମତି ପାଇବା ପରେ ଭାରତରେ ଟିକା ଉତ୍ପାଦନ କରି ବିତରଣ କରିବା ପାଇଁ ପ୍ରସ୍ତୁତ ହେଉଛି କମ୍ପାନି। ସ୍ପୁଟନିକ-ଭିର ବାର୍ଷିକ ୮୫୦ମିଲିୟନ୍Continue reading “ଭାରତରେ ‘ସ୍ପୁଟନିକ-ଭି’ର ବାର୍ଷିକ ୮୫୦ ମିଲିୟନ୍ ଡୋଜ୍ ଉତ୍ପାଦନ କରିବ କମ୍ପାନି ।  ଦେଶରେ ଏହି ଟିକାର ଦାମ କେତେ ରହିବ?”

କୋଭିଡ୍ କଟକଣା ଭିତରେ ଟ୍ୱିନସିଟିର ପାଳିତ ହେବ ରମଜାନ ପର୍ବ । ସର୍ବାଧିକ ୧୦୦ ଲୋକ ଏକାଠି କରିପାରିବେ ନମାଜ ପାଠ ।

କନକ ବ୍ୟୁରେ : ମୁସଲମାନ ସଂପ୍ରଦାୟର ବଡପର୍ବ କୁହାଯାଉଥିବା ରମଜାନ ପର୍ବ ପାଳନ କୋଭିଡ କଟକଣା ଭିତରେ ହେବ ବୋଲି କୁହାଯାଇଛି । ଏନେଇ ଏକ ନିର୍ଦ୍ଦେଶନାମା ବି ଜାରି କରାଯାଇଛି । ନିର୍ଦ୍ଦେଶନାମା ମୁତାବକ ଗୋଟିଏ ମସଜିଦରେ ସର୍ବାଧିକ ୧୦୦ ଲୋକ ଏକାଠି ହୋଇ ନମାଜ ପାଠ କରିବାକୁ ଅନୁମତି ଦିଆଯାଇଛି । ଏହାସହ ମସଜିଦ୍ ବାହାରେ କିମ୍ବା ଭିତରେ ସର୍ବାଧିକ ୧୦୦ ଲୋକ ଏକାଠି ହୋଇପାରିବେ । ମସଜିଦରେ ପ୍ରବେଶ ପାଇଁ କର୍ତ୍ତୃପକ୍ଷ ଟୋକାନContinue reading “କୋଭିଡ୍ କଟକଣା ଭିତରେ ଟ୍ୱିନସିଟିର ପାଳିତ ହେବ ରମଜାନ ପର୍ବ । ସର୍ବାଧିକ ୧୦୦ ଲୋକ ଏକାଠି କରିପାରିବେ ନମାଜ ପାଠ ।”

ବିଜେଡି-ବିଜେପି : କାଦୁଅ ଫିଙ୍ଗା ରାଜନୀତି । ସୋସିଆଲ ମିଡ଼ିଆରେ ମୁହାଁମୁହିଁ ବିଜେଡି-ବିଜେପି ନେତା ।

କନକ ବ୍ୟୁରୋ : ଭର୍ତ୍ତୃହରିଙ୍କୁ ନେଇ ଧର୍ମେନ୍ଦ୍ର ଦେଇଥିବା ବୟାନକୁ ନେଇ ଆରମ୍ଭ ହୋଇଛି କାଦୁଅଫିଙ୍ଗା ରାଜନୀତି । ସୋସିଆଲ ମିଡ଼ିଆରେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି ନେତା । ବିଜେପି ମୁଖପାତ୍ର ସମ୍ବିତ ପାତ୍ର ବିଜେଡି ବିଧାୟକ ତଥା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି, ମହତାବଙ୍କ ନାଁ ଶୁଣି ଏତେ ଅସହିଷ୍ଣୁ କାହିଁକି ? ଭର୍ତ୍ତୃହରି ବାବୁଙ୍କ ପ୍ରଚେଷ୍ଟା ଯୋଗୁଁ ୨୬ ନଭେମ୍ବରକୁ ଆଜି ଦେଶ ସମ୍ବିଧାନ ଦିବସContinue reading “ବିଜେଡି-ବିଜେପି : କାଦୁଅ ଫିଙ୍ଗା ରାଜନୀତି । ସୋସିଆଲ ମିଡ଼ିଆରେ ମୁହାଁମୁହିଁ ବିଜେଡି-ବିଜେପି ନେତା ।”

ପିପିଲିରେ ପ୍ରଚାର ବେଳେ ସାମ୍ନାକୁ ଆସିଲା ଲୋକଙ୍କ ଅସନ୍ତୋଷ : କହିଲେ, ଆମ ଅସୁବିଧା ବୁଝ, ନହେଲେ ଭୋଟ ମାଗିବାକୁ ଆସନାହିଁ

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ୧୭ ତାରିଖରେ ଉପନିର୍ବାଚନ ହେବାକୁ ଥିବାବେଳେ ଗୁରୁବାର ସନ୍ଧ୍ୟାରେ ପ୍ରଚାର ସରିବ । ଆଉ ଏହାରି ଭିତରେ ଜନ ଅସନ୍ତୋଷ ଦେଖାଦେଇଛି । ଆମ ଅସୁବିଧା ବୁଝ, ନହେଲେ ଭୋଟ ମାଗିବାକୁ ଆସନାହିଁ । ଏମିତି କିଛି ଦାବି ନେଇ ଅଭିନବ ପ୍ରତିବାଦ କରିଛନ୍ତି ପିପିଲି ନିର୍ବାଚନମଣ୍ଡଳୀ ଚାଇଁପୁର ପଂଚାୟତ ଶଢାଗଁଇ ଗାଁ ଲୋକେ । ପିପିଲି ଉପନିର୍ବାଚନ ପାଇଁ ଚ୍ଚାର ଜୋରଦାର ଚାଲିଥିବାବେଳେContinue reading “ପିପିଲିରେ ପ୍ରଚାର ବେଳେ ସାମ୍ନାକୁ ଆସିଲା ଲୋକଙ୍କ ଅସନ୍ତୋଷ : କହିଲେ, ଆମ ଅସୁବିଧା ବୁଝ, ନହେଲେ ଭୋଟ ମାଗିବାକୁ ଆସନାହିଁ”

ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ବିଏମସି କମିଶନର : ମନ୍ଦିର ଭିତରେ କୋଭିଡ କଟକଣାର ସ୍ଥିତି ପରଖିଲେ

କନକ ବ୍ୟୁରୋ : ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ବିଏମସି କମିଶନର । ମନ୍ଦିର ଭିତରେ କୋଭିଡ କଟକଣାର ସ୍ଥିତି ପରଖିଛନ୍ତି । ମନ୍ଦିର ପରିସରରେ ଗାଡ଼ି ଦେଖି ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତାଗିଦ କରିଥିଲେ କମିଶନ । ଶ୍ରଦ୍ଧାଳୁ ଓ ସେବାୟତମାନଙ୍କ ଗାଡ଼ି ରଖିବାକୁ ଏକ ସ୍ୱତନ୍ତ୍ର ପାର୍କିଂ ସ୍ଥାନ ଚିହ୍ନଟ କରି ତୁରନ୍ତ ପଦକ୍ଷେପ ନେବାକୁ ମଧ୍ୟ ଯୋଜନା କରାଯାଇଛି । ରୁକୁଣା ରଥ ନିର୍ମାଣ ହେଉଥିବା ସ୍ଥାନକୁ ଯାଇ ବୁଲିContinue reading “ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ବିଏମସି କମିଶନର : ମନ୍ଦିର ଭିତରେ କୋଭିଡ କଟକଣାର ସ୍ଥିତି ପରଖିଲେ”

Design a site like this with WordPress.com
Get started