କନକ ବ୍ୟୁରୋ : କରୋନାକୁ ଦୃଷ୍ଟିରେ ରଖି ଗଞ୍ଜାମରେ ନୂଆ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଗଞ୍ଜାମର ମନ୍ଦିର, ପାର୍କ, ସମୁଦ୍ରବେଳାଭୂମି, ଗ୍ରାଉଣ୍ଡ ଓ ବିଭିନ୍ନ ହ୍ରଦକୁ ୭ ଦିନ ପାଇଁ ବନ୍ଦ କରିଛି ପ୍ରଶାସନ । ଆସନ୍ତାକାଲିଠାରୁ ଏହି କଟକଣା ଜାରି ହେବ । ଏହି ସମୟରେ ସଂପୃକ୍ତ ସ୍ଥାନଗୁଡିକୁ ସାନିଟାଇଜ କରାଯିବ । ୨୧ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ । ସେହିଭଳି ସର୍ବସାଧାରଣ ସ୍ଥାନରେ ବି ମେରୁ ଯାତ୍ରାContinue reading “କରୋନା ପାଇଁ ଗଂଜାମରେ ଜାରି ହେଲା ନୂଆ କଟକଣା : ଆସନ୍ତାକାଲି ଠାରୁ ମନ୍ଦିର, ପାର୍କ, ଧାର୍ମିକ ସ୍ଥଳ, ବେଳାଭୂମି, ଖେଳପଡ଼ିଆ ୭ଦିନ ପାଇଁ ବନ୍ଦ”
Author Archives: Raghaba
ନିର୍ବାଚନ କମିଶନରଙ୍କ ଆଦେଶ ବିରୋଧରେ ଧାରଣାରେ ବସିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ ପ୍ରଚାର ଉପରେ ୨୪ ଘଂଟା ପ୍ରତିବନ୍ଧକ ଲଗାଇଥିଲେ ନିର୍ବାଚନ କମିଶନର ।
କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଚାଲିଛି କର ବା ମର ଯୁଦ୍ଧ । ଆପତ୍ତିଜନକ ଭାଷଣ ଦେଇଥିବା ନେଇ ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ୨୪ ଘଂଟିଆ ପ୍ରଚାର ବନ୍ଦ ଆଦେଶ ଦେଇଥିଲେ ନିର୍ବାଚନ କମିଶନର । ଏହାକୁ ବିରୋଧ କରି ଆଜି ମମତା ବାନାର୍ଜୀ ଧାରଣାରେ ବସିଛନ୍ତି । ମମତା ବାନାର୍ଜୀ କୋଲକତାର ଗାନ୍ଧୀମୂର୍ତ୍ତି ତଳେ ଧାରଣାରେ ବସି ନିର୍ବାଚନ କମିଶନରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଧାରଣା ବେଳେ ବିContinue reading “ନିର୍ବାଚନ କମିଶନରଙ୍କ ଆଦେଶ ବିରୋଧରେ ଧାରଣାରେ ବସିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ ପ୍ରଚାର ଉପରେ ୨୪ ଘଂଟା ପ୍ରତିବନ୍ଧକ ଲଗାଇଥିଲେ ନିର୍ବାଚନ କମିଶନର ।”
ପୁରୀରେ ୧୦ ରୁ ଅଧିକ ସେବାୟତ କରୋନା ପଜିଟିଭ , ସେବାୟତଙ୍କ ପରିବାରର ୨ ଜଣ ସଦସ୍ୟ ବି ପଜିଟିଭ ଚିହ୍ନଟ । ଆଣ୍ଟିଜେନ୍ ଟେଷ୍ଟ ବେଳେ ପୁରୀ ଷ୍ଟେସନରୁ ଜଣେ ବାଳିକା ପଜିଟିଭ ଚିହ୍ନଟ
କନକ ବ୍ୟୁରୋ : ପୁରୀକୁ ଘାରିଛି କରୋନା ଚିନ୍ତା । ଏହାରି ମଧ୍ୟରେ ପୁରୀ ଶ୍ରୀମନ୍ଦିରର ୧୦ ଜଣ ସେବାୟତ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାସହ ସେବାୟତଙ୍କ ପରିବାରରେ ବି ୨ ଜଣ ସଦସ୍ୟ କରୋନରେ ସଂକ୍ରମିତ ହୋଇଛନ୍ତି । ସେହିଭଳି ପୁରୀ ରେଳଷ୍ଟେସନରେ ଆଣ୍ଟିଜେନ୍ ଟେଷ୍ଟ ବେଳେ ଜଣେ ବାଳିକା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ପଜିଟିଭ ଚିହ୍ନଟ ହୋଇଥିବା ବାଳିକାର ପିତା ମାତା କିନ୍ତୁ ନେଗେଟିଭ ଥିବା କୁହାଯାଉଛି ।Continue reading “ପୁରୀରେ ୧୦ ରୁ ଅଧିକ ସେବାୟତ କରୋନା ପଜିଟିଭ , ସେବାୟତଙ୍କ ପରିବାରର ୨ ଜଣ ସଦସ୍ୟ ବି ପଜିଟିଭ ଚିହ୍ନଟ । ଆଣ୍ଟିଜେନ୍ ଟେଷ୍ଟ ବେଳେ ପୁରୀ ଷ୍ଟେସନରୁ ଜଣେ ବାଳିକା ପଜିଟିଭ ଚିହ୍ନଟ”
ପ୍ରଜାତନ୍ତ୍ର ବିଷୁବ ମିଳନ ଉତ୍ସବରେ ଭର୍ତ୍ତୃହରିଙ୍କ ସମ୍ପର୍କରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା : କେନ୍ଦ୍ରମନ୍ତ୍ରୀ କହିଲେ, ସାଂସଦଙ୍କୁ ଦଳ କାହିଁକି ଗୁରୁତ୍ୱ ଦେଉନି ତାହା ଆଶ୍ଚର୍ଯ୍ୟ କରୁଛି
କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ କଟକର ବିଜେଡି ସାଂସଦ । ଦିଲ୍ଲୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଲିଖିତ ଓଡିଶା ପୁସ୍ତକର ହିନ୍ଦୀ ଅନୁବାଦ ପୁସ୍ତକ ଉନ୍ମୋଚନ ଉତ୍ସବରେ ଭର୍ତ୍ତୃହରିଙ୍କୁ ପ୍ରଂଶସା କରିଥିଲେ ମୋଦି । ଆଉ ଏବେ ପ୍ରଜାତନ୍ତ୍ରର ବିଷୁବ ମିଳନ ଉତ୍ସବରେ ଭର୍ତ୍ତୃହରିଙ୍କୁ ନେଇ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କଟକରେ ୭୨ ତମ ବିଷୁବ ମିଳନ ଉତ୍ସବକୁ ଉଦଘାଟନ କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି , ସାରାContinue reading “ପ୍ରଜାତନ୍ତ୍ର ବିଷୁବ ମିଳନ ଉତ୍ସବରେ ଭର୍ତ୍ତୃହରିଙ୍କ ସମ୍ପର୍କରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା : କେନ୍ଦ୍ରମନ୍ତ୍ରୀ କହିଲେ, ସାଂସଦଙ୍କୁ ଦଳ କାହିଁକି ଗୁରୁତ୍ୱ ଦେଉନି ତାହା ଆଶ୍ଚର୍ଯ୍ୟ କରୁଛି”
ଆଜି ୭୩ତମ ରାଜଧାନୀ ପ୍ରତିଷ୍ଠା ଦିବସ : ବିଧାନସଭା ପରିସରରେ ଥିବା ରାଜଧାନୀ ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ
କନକ ବ୍ୟୁରୋ : ଆଜି ୭୩ତମ ରାଜଧାନୀ ପ୍ରତିଷ୍ଠା ଦିବସ । ୧୯୪୮ ମସିହା ଆଜିର ଦିନ (ଏପ୍ରିଲ ୧୩ ତାରିଖ)ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ବିଧାନସଭା ପରିସରରେ ଥିବା ରାଜଧାନୀ ଶିଳାନ୍ୟାସ ଫଳକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ସୂଚନା ଲୋକ ସମ୍ପର୍କ ଓ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଟଣୀ ବିଧାୟକ ସୁରେଶ ରାଉତରାୟ ମାଲ୍ୟାର୍ପଣ କରିଛନ୍ତି । ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ରାଜଧାନୀ ପ୍ରତିଷ୍ଠାContinue reading “ଆଜି ୭୩ତମ ରାଜଧାନୀ ପ୍ରତିଷ୍ଠା ଦିବସ : ବିଧାନସଭା ପରିସରରେ ଥିବା ରାଜଧାନୀ ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ”
ପ୍ରକଳ୍ପ ଅଛି, ପାଣି ଟାଙ୍କି ବି ଅଛି କିନ୍ତୁ ଜଳକଷ୍ଟରେ ଜୀବନ : ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଗଜପତି ଜିଲ୍ଲା ଗୁଡ଼ା ଗାଁ ଲୋକେ
କନକ ବ୍ୟୁରୋ : ପାଣି ପାଇଁ ଡହଳବିକଳ । ବିଶୁଦ୍ଧ ପିଇବା ପାଣି ପାଇଁ ଟଙ୍କା ବ୍ୟୟବରାଦ ହୋଇଛି । ଟ୍ୟାଙ୍କ ବି ରହିଛି କିନ୍ତୁ କୌଣସି କାମରେ ଆସୁନାହିଁ । ତିଆରି ହେବା ଦିନଠାରୁ ମୁନ୍ଦାଏ ବି ପାଣି ପାଇନାହାନ୍ତି ଗାଁ ଲୋକେ । ଆଉ ପାଣି ଅଭାବରୁ ବିକଳ୍ପ ନ ପାଇ ଦୂଷିଣ କୂଅ ପାଣିକୁ ପିଇବା ପାଣି ଭାବେ ବ୍ୟବହାର କରୁଛନ୍ତି ଗାଁ ଲୋକେ । ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗୁଡାContinue reading “ପ୍ରକଳ୍ପ ଅଛି, ପାଣି ଟାଙ୍କି ବି ଅଛି କିନ୍ତୁ ଜଳକଷ୍ଟରେ ଜୀବନ : ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଗଜପତି ଜିଲ୍ଲା ଗୁଡ଼ା ଗାଁ ଲୋକେ”
କାୟା ମେଲାଉଛି କରୋନା, ଆକ୍ସନ ମୋଡରେ ବିଏମସି । ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନବନ୍ଦରରେ କଡାକଡି ଯାଞ୍ଚ, ବିଦେଶ ଫେରନ୍ତାଙ୍କ ଉପରେ ରହିଛି ନଜର ।
କନକ ବ୍ୟୁରୋ : ଗୋଟିଏ ପରେ ରାଜ୍ୟରେ କରୋନା କାୟା ମେଲାଉଥିବା ବେଳେ ଅନ୍ୟପଟେ ଆକ୍ସନ ମୋଡକୁ ଆସିଛି ବିଏମସି । ରାଜ୍ୟରେ ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନ ବନ୍ଦରରେ କରୋନା କଟକଣା କଡ଼ାକଡ଼ି ହୋଇଛି । ବିଏମସି ପକ୍ଷରୁ ଏକ ଟିମ୍ କଡ଼ାକଡ଼ି ଭାବେ ଯାଂଚ କରୁଛନ୍ତି । ବିଦେଶରୁ ଆସୁଥିବା ଯାତ୍ରୀ ମାନଙ୍କର ସ୍କ୍ରିନିଂ କରାଯାଉଛି । କିଛି ଲକ୍ଷଣ ପ୍ରକାଶ ପାଇଲେ ସେମାନଙ୍କର ଆଂଟିଜେନ ପରୀକ୍ଷା କରାଯିବାର ବ୍ୟବସ୍ଥା ରହିଛିContinue reading “କାୟା ମେଲାଉଛି କରୋନା, ଆକ୍ସନ ମୋଡରେ ବିଏମସି । ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନବନ୍ଦରରେ କଡାକଡି ଯାଞ୍ଚ, ବିଦେଶ ଫେରନ୍ତାଙ୍କ ଉପରେ ରହିଛି ନଜର ।”
ଭାରତରେ ବେଆଇନ ଘୋଷିତ ଔଷଧର ବିଦେଶକୁ ହେଉଥିଲା ଚୋରାଚାଲାଣ, ୧୨ କୋଟି ମୂଲ୍ୟର ବେଆଇନ ଔଷଧ ଜବତ କଲା ଏନସିବି । ୪ ଗିରଫ ।
କନକ ବ୍ୟୁରୋ : ନ୍ୟାସନାଲ୍ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋର ଏକ ଟିମ୍ ଉତ୍ତରପ୍ରଦେଶର ଆଗ୍ରାରୁ ବ୍ୟବହାର ନିଷେଧ ହୋଇଥିବା ଔଷଧର ବେଆଇନ କାରବାର କରୁଥିବା ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୨ କୋଟି ଟଙ୍କା ମୂଲ୍ୟର ବ୍ୟବହାର ଅନୁପଯୋଗୀ ଔଷଧ ବି ଜବତ କରିଛି । ଏହି ଔଷଧଗୁଡିକୁ ଚୋରାରେ ବିଦେଶ ପଠାଯାଉଥିବା କଥା ଏନସିବି କହିଛି । ସବୁଠାରୁ ବଡକଥା ହେଲା, ଏହି କାରବାରରେ ଜାଲ୍ ଦସ୍ତାବିଜ ବ୍ୟବହାର ହୋଇଛି। ଏନସିବିରContinue reading “ଭାରତରେ ବେଆଇନ ଘୋଷିତ ଔଷଧର ବିଦେଶକୁ ହେଉଥିଲା ଚୋରାଚାଲାଣ, ୧୨ କୋଟି ମୂଲ୍ୟର ବେଆଇନ ଔଷଧ ଜବତ କଲା ଏନସିବି । ୪ ଗିରଫ ।”
ସ୍ପୁଟନିକ-ଭିକୁ ଡିସିଜିଆଇର ଗ୍ରୀନ ସିଗନାଲ : ଜରୁରୀକାଳିନ ବ୍ୟବହାର ପାଇଁ ମିଳିଲା ଅନୁମତି
କନକ ବ୍ୟୁରୋ : ଭାରତକୁ ମିଳିଲା ତୃତୀୟ କରୋନା ଟିକା । ଦେଶରେ ସଂକ୍ରମଣ ପୁଣି ଉପରମୁହାଁ ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ଋଷର ସ୍ପୁଟନିକ-ଭି କରୋନା ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ )। ଗତକାଲି ଟିକାର ସୀମିତ ବ୍ୟବହାର ପାଇଁ ଅନୁମତି ଦେଇଥିଲା ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି) । ଏହା ସହ ଡିସିଜିଆଇର ଅନୁମତି ପରେ ହିଁ ଏହାକୁ ଭାରତରେ ବ୍ୟବହାର କରାଯିବContinue reading “ସ୍ପୁଟନିକ-ଭିକୁ ଡିସିଜିଆଇର ଗ୍ରୀନ ସିଗନାଲ : ଜରୁରୀକାଳିନ ବ୍ୟବହାର ପାଇଁ ମିଳିଲା ଅନୁମତି”
ଦେଶରେ କରୋନା ମିଟର ଉପରମୁହାଁ : ୨୪ଘଂଟାରେ ଦେଶରେ ୧ ଲକ୍ଷ ୬୧ ହଜାର ୭୩୬ ସଂକ୍ରମିତ ଚିହ୍ନଟ, ୮୭୯ ମୃତ
କନକ ବ୍ୟୁରୋ : ଦେଶରେ କରୋନା ମିଟର ଉପରମୁହାଁ । ହୁ ହୁ ହୋଇ ବଢ଼ିବାରେ ଲାଗିଛି ସଂକ୍ରମଣଙ୍କ ସଂଖ୍ୟା । ଗତ ୨୪ଘଂଟାରେ ଦେଶରେ ୧ ଲକ୍ଷ ୬୧ ହଜାର ୭୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୮୭୯ ଜଣଙ୍କ ମୃତ୍ୟୁ ହୋଇଛି । ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୬ ଲକ୍ଷ ୮୯ ହଜାର ୪୫୩ରେ ପହଂଚିଛି । ୨୪ ଘଂଟାରେ ସୁସ୍ଥContinue reading “ଦେଶରେ କରୋନା ମିଟର ଉପରମୁହାଁ : ୨୪ଘଂଟାରେ ଦେଶରେ ୧ ଲକ୍ଷ ୬୧ ହଜାର ୭୩୬ ସଂକ୍ରମିତ ଚିହ୍ନଟ, ୮୭୯ ମୃତ”