ମୟୂରଭଞ୍ଜ କଳାବାଡିଆ ଛକରେ ଦୁର୍ଘଟଣା : ଦୁର୍ଘଟଣା ପରେ ଟ୍ରକ ତଳୁ ଅଳ୍ପକେ ବର୍ତ୍ତିଲା ଜୀବନ

କନକ ବ୍ୟୁରୋ : ରକ୍ଷେ ହରି ମାରେ କିଏ । ଟ୍ରକ ଚକତଳୁ ଅଳ୍ପକେ ବର୍ତ୍ତିଗଲେ ଛାତ୍ର । ଗାଡ଼ି ତଳେ ଚାପି ହୋଇ ଚୁରମାର ହୋଇଗଲା ମୋଟର ସାଇକେଲ । ମୟୂରଭଞ୍ଜ କଳାବାଡିଆ ଛକଠାରେ ଘଟିଥିଲା ଏହି ଦୁର୍ଘଟଣା । ବାଙ୍ଗିରିପୋଷୀ କୁସୁମବନ୍ଧ ଗାଁର ଡମାନ ମହାଲି ନାମକ ଜଣେ ଛାତ୍ର ପରୀକ୍ଷା ଦେବା ପାଇଁ ମଟର ସାଇକେଲରେ ଯାଉଥିଲେ । ରାସ୍ତା ପାର ହେଉଥିବା ବେଳେ ଏକ ସିମେଂଟ ବୋଝେଇ ଟ୍ରକ ବାଇକ୍ ଆରୋହୀଙ୍କୁContinue reading “ମୟୂରଭଞ୍ଜ କଳାବାଡିଆ ଛକରେ ଦୁର୍ଘଟଣା : ଦୁର୍ଘଟଣା ପରେ ଟ୍ରକ ତଳୁ ଅଳ୍ପକେ ବର୍ତ୍ତିଲା ଜୀବନ”

ଚଳନ୍ତା ସ୍କୁଟିକୁ ଧକ୍କା ଦେଲା ଜେସିବି । ୧୦ ଫୁଟ ଖାଲକୁ ଖସିଲା ଉଭୟ ଜେସିବି ଓ ସ୍କୁଟି, ମା’ ଓ ଝିଅ ଆହତ । 

କନକ ବ୍ୟୁରୋ :  ସ୍କୁଟି ଉପରେ ଚଢିଗଲା ଜେସିବି । ଅନୁଗୁଳ ଥାନା ବଆଁରପାଳ ବ୍ଲକ ଅନ୍ତର୍ଗତ କୁକୁଡ଼ାଙ୍ଗ ବ୍ରିଜ ଠାରୁ ୧୦୦ମିଟର ଦୂରରେ ଏକ ଚଳନ୍ତା ସ୍କୁଟି ଉପରକୁ ଚଢ଼ିଗଲା ଜେସିବି ମେସିନ। ମିଳିଥିବା ସୂଚନା ଅନୁଯାୟୀ  ସକାଳ ୬.୩୦ମିନିଟ ସମୟରେ କୁକୁଡ଼ାଙ୍ଗରୁ ତାଳଚେର ଅଭିମୁଖେ  ଯାଉଥିବା  ସ୍କୁଟି ପଛରୁ ଦ୍ରୁତ ଗତିରେ  ଆସୁଥିବା ଏକ ଜେସିବି ମେସିନ ସ୍କୁଟିରେ ଯାଉଥିବା ମା ଝିଅ ଙ୍କୁ ଧକ୍କା ଦେଇ ରାସ୍ତାକଡ଼ରେ ଏକ ୧୦ଫୁଟ ଖାଲ ବିଲContinue reading “ଚଳନ୍ତା ସ୍କୁଟିକୁ ଧକ୍କା ଦେଲା ଜେସିବି । ୧୦ ଫୁଟ ଖାଲକୁ ଖସିଲା ଉଭୟ ଜେସିବି ଓ ସ୍କୁଟି, ମା’ ଓ ଝିଅ ଆହତ । “

ପ୍ରଚାର କରିପାରିବେନି ମମତା : ନିର୍ବାଚନ କମିଶନ ୨୪ ଘଂଟିଆ କଟକଣା; ଆଜି ଧାରଣାରେ ବସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ନିର୍ବାଚନ ମାହୋଲ ସରଗରମ ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ନିର୍ବାଚନ କମିସନ, ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ଉପରେ କଡା ଆଭିମୁଖ୍ୟ ଆପଣେଇଛନ୍ତି । ନିର୍ବାଚନ ପ୍ରଚାର ଉପରେ ୨୪ ଘଂଟିଆ ପ୍ରତିବନ୍ଧକ ଲଗାଇଛନ୍ତି । ଏହି କଟକଣା ସୋମବାର ରାତି ୮ଟାରୁ ଲାଗୁ ହୋଇଛି । ଏକ ପ୍ରଚାର ସଭାରେ ମମତା ହିନ୍ଦୁ-ମୁସଲିମ ବୟାନକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଇଲେକ୍ସନ କମିସନ ।Continue reading “ପ୍ରଚାର କରିପାରିବେନି ମମତା : ନିର୍ବାଚନ କମିଶନ ୨୪ ଘଂଟିଆ କଟକଣା; ଆଜି ଧାରଣାରେ ବସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ”

ନିର୍ବାଚନ ରାଜ୍ୟରେ ବଢିବ କି କରୋନା? ପ୍ରଚାର ପରଠାରୁ ୩୦୦% ଅଧିକ ସଂକ୍ରମଣ ।

କନକ ବ୍ୟୁରୋ : ପଶ୍ଚିମବଙ୍ଗ ଏବଂ ଆସାମ ସମେତ ବିଧାନସଭା ନିର୍ବାଚନ ହୋଇଥିବା ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଗତ ୨ ସପ୍ତାହ ମଧ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଛି। ନିର୍ବାଚନ ତାରିଖ ଘୋଷଣା ହେବାପରେ ପ୍ରଚାର ଆହୁରି ଜୋରଦାର ହୋଇଛି ଏବଂ ଭିଡ଼ି ବି ଜମିଛି। ରାଲି ଏବଂ ରୋଡ୍‌ ସୋ’ ସମୟରେ କୌଣସି କରୋନା ନିୟମ ପାଳନ କରାଯାଇନି। ଏହା ଫଳରେ ଗତ ୧୪ ଦିନ ମଧ୍ୟରେ ନିର୍ବାଚନ ଥିବାContinue reading “ନିର୍ବାଚନ ରାଜ୍ୟରେ ବଢିବ କି କରୋନା? ପ୍ରଚାର ପରଠାରୁ ୩୦୦% ଅଧିକ ସଂକ୍ରମଣ ।”

ରାଜ୍ୟରେ ପୁଣି ବଢୁଛି କରୋନା ସଂକ୍ରମଣ : ୨୪ ଘଂଟାରେ ଆଉ ୧୭୮୪ ନୂଆ ମାମଲା ଚିହ୍ନଟ; ୩୦୩ ନୂଆ ମାମଲା ସହ ଚିନ୍ତା ବଢାଇଲା ନୂଆପଡା 

କନକ ବ୍ୟୁରୋ : ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା । ଦିନକୁ ଦିନ ବଢ଼ିବାର ଲାଗିଛି ସଂକ୍ରମଣଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରୁ ୧୭ ଶହ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୩୫ ଜଣ ସଂକ୍ରମିତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୭୪୯ ରହିଛି । ଦୈନିକ ସଂକ୍ରମଣରେ ସୁନ୍ଦରଗଡ଼ରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ନୂଆପଡାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।Continue reading “ରାଜ୍ୟରେ ପୁଣି ବଢୁଛି କରୋନା ସଂକ୍ରମଣ : ୨୪ ଘଂଟାରେ ଆଉ ୧୭୮୪ ନୂଆ ମାମଲା ଚିହ୍ନଟ; ୩୦୩ ନୂଆ ମାମଲା ସହ ଚିନ୍ତା ବଢାଇଲା ନୂଆପଡା “

ବାଲେଶ୍ୱରରେ ୫ଟି ସଚିବ ଭି.କେ ପାଣ୍ଡିଆନ : ଜ୍ୟୋତି କୋଭିଡ୍ ହସ୍ପିଟାଲ ଓ ବାଲେଶ୍ୱର ହସ୍ପିଟାଲର କରିବେ ପରିଦର୍ଶନ

କନକ ବ୍ୟୁରୋ : ବାଲେଶ୍ୱରରେ ୫ଟି ସଚିବ ଭି.କେ ପାଣ୍ଡିଆନ । ତାଙ୍କ ସହ ଅଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସମେତ ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ବୃନ୍ଦ । ସଚିବମାନେ ହେଲିକପ୍ଟର ଯୋଗେ ଆସି ବାଲେଶ୍ବର ସହରର ପୁଲିସ ପରେଡ୍‌ ପଡ଼ିଆରେ ଓହ୍ଲାଇଥିଲେ । ୩ ସଚିବଙ୍କୁ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହାପରେ ମୁଖ୍ୟ ଶାସନ ସଚିବContinue reading “ବାଲେଶ୍ୱରରେ ୫ଟି ସଚିବ ଭି.କେ ପାଣ୍ଡିଆନ : ଜ୍ୟୋତି କୋଭିଡ୍ ହସ୍ପିଟାଲ ଓ ବାଲେଶ୍ୱର ହସ୍ପିଟାଲର କରିବେ ପରିଦର୍ଶନ”

୭୩ ବର୍ଷରେ ପଦାର୍ପଣ କରିଛି ଆମ ରାଜଧାନୀ : ଆଜିର ଦିନରେ ରାଜଧାନୀ ମାନ୍ୟତା ପାଇଥିଲା ଭୁବନେଶ୍ୱର

କନକ ବ୍ୟୁରୋ : ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ବରକୁ ରାଜଧାନୀ ମାନ୍ୟତା ମିଳିଥିଲା । ଆଜି ୭୩ ବର୍ଷରେ ପଦାର୍ପଣ କରିଛି ଆମ ରାଜଧାନୀ । ବିଗତ ବର୍ଷମାନଙ୍କରେ ଅନେକ ପ୍ରାକୃତ୍ରିକ ବିପର୍ଯ୍ୟୟର ମୁକାବିଲା କରି ଏବଂ ବାଧାବିଘ୍ନକୁ ଅତିକ୍ରମ କରି କ୍ରମଶଃ ସମୃଦ୍ଧ ହେଉଛି ଭୁବନେଶ୍ବର। ଐତିହ୍ୟ, କୀର୍ତ୍ତିରାଜି, ମନ୍ଦିର, ସ୍ଥାପତ୍ୟରେ ଭରପୂର ଭୁବନେଶ୍ବର ବିଶ୍ବ ଦରବାରରେ ନୂଆ ରୂପରେ ପରିଚିତ ହୋଇଛି। ଏକଦା ବଣ, ପାହାଡ଼ ଘେରା, ଶଗଡ଼ ଗୁଳାର ରାସ୍ତାContinue reading “୭୩ ବର୍ଷରେ ପଦାର୍ପଣ କରିଛି ଆମ ରାଜଧାନୀ : ଆଜିର ଦିନରେ ରାଜଧାନୀ ମାନ୍ୟତା ପାଇଥିଲା ଭୁବନେଶ୍ୱର”

ସରକାରୀ ଓ ଘରୋଇ କୋଭିଡ୍ ହସ୍ପିଟାଲକୁ ଚାଲୁ କରିବା ପାଇଁ ନିର୍ଦ୍ଦେଶ : ଆବଶ୍ୟକସ୍ଥଳେ ୫୦ ଶଯ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ସରକାରୀ ଓ ବେସରକାରୀ କୋଭିଡ୍ ହସପିଟାଲକୁ ପୁଣିଥରେ ସକ୍ରିୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ପୂର୍ବରୁ ଚାଲିଥିବା ହସପିଟାଲକୁ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଅବଶ୍ୟକ ଅନୁସାରେ ପର୍ଯ୍ୟାୟକ୍ରମେ ଏହି ହସପିଟାଲଗୁଡିକ କାର୍ଯ୍ୟ କରିବ । ସେହିପରି ଆବଶ୍ୟକ ପଡିଲେ ପ୍ରତି ହସପିଟାଲରେ ୫୦ଟି ଲେଖାଁଏ ଶଯ୍ୟା ବୃଦ୍ଧିContinue reading “ସରକାରୀ ଓ ଘରୋଇ କୋଭିଡ୍ ହସ୍ପିଟାଲକୁ ଚାଲୁ କରିବା ପାଇଁ ନିର୍ଦ୍ଦେଶ : ଆବଶ୍ୟକସ୍ଥଳେ ୫୦ ଶଯ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ”

କଡା ମୁକାବିଲା ଭିତରେ ରାଜସ୍ଥାନ ରୟାଲସକୁ ୪ରନରେ ହରାଇଲା ପଞ୍ଜାବ କିଙ୍ଗସ : ଶେଷ ବଲରେ ନିର୍ଣ୍ଣୟ ହେଲା ମ୍ୟାଚର ଫଳାଫଳ

କନକ ବ୍ୟୁରୋ : କଡ଼ା ମୁକାବିଲା ମଧ୍ୟରେ ୪ ରନରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି ପଂଜାବ କିଙ୍ଗସ । ମୁମ୍ବାଇରେ ଖେଳାଯାଉଥିବା ଆଇପିଏଲର ଚତୁର୍ଥ ମ୍ୟାଚ୍ ଶେଷ ବଲ ପର୍ଯ୍ୟନ୍ତ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଶେଷ ବଲରେ ୫ ରନ୍ ବାକି ଥିବା ବେଳେ ଅଧିନାୟକ ସଂଜୁ ସାମସନ୍ ଛକା ମାରିବାକୁ ଯାଇ କ୍ୟାଚ୍ ଟେକି ଦେଇଥିଲେ । ହେଲେ ଆଇପିଏଲର ଚଳିତ ସଂସ୍କରଣରେ ରାଜସ୍ଥାନ ରୟାଲସର ଅଧିନାୟକ ସଂଜୁ ସାମସନଙ୍କୁ ମିଳିଛି ପ୍ରଥମContinue reading “କଡା ମୁକାବିଲା ଭିତରେ ରାଜସ୍ଥାନ ରୟାଲସକୁ ୪ରନରେ ହରାଇଲା ପଞ୍ଜାବ କିଙ୍ଗସ : ଶେଷ ବଲରେ ନିର୍ଣ୍ଣୟ ହେଲା ମ୍ୟାଚର ଫଳାଫଳ”

ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କା‌ଳବୈଶାଖୀ ସମ୍ଭାବନା : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା

କନକ ବ୍ୟୁରୋ : ଗତ ୨ ଦିନ ହେଲା ରାଜ୍ୟର ତାପମାତ୍ରା ୪୦ ଡିଗ୍ରି ତଳକୁ ରହିଥିଲା । ରାଜ୍ୟର କିଛି କିଛି ଜିଲ୍ଲାର ତାପମାତ୍ରା ଅପେକ୍ଷାକୃତ ବଢ଼ିଥିବା ବେଳେ ୨ ଜିଲ୍ଲାର ପାରଦ ୪୦ ଡିଗ୍ରି ସ୍ପର୍ଶ କରିଛି । ବୌଦ୍ଧ ଜିଲ୍ଲାର ବୌଦ୍ଧଠାରେ ଓ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ଠାରେ ରାଜ୍ୟର ସ‌ର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ରେକର୍ଡ ହୋଇଛି । ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନାContinue reading “ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କା‌ଳବୈଶାଖୀ ସମ୍ଭାବନା : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା”

Design a site like this with WordPress.com
Get started