କନକ ବ୍ୟୁରୋ : ହାଇଦର ଫେରାର ହେବା ପୂର୍ବରୁ ହାଇଦରର ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ହାଇଦରର ଚେହେରା ବଦଳି ଯାଇଛି । ମୁହଁରେ ଦାଢି ନାହିଁ, ନିଶ ବି ଭିନ୍ନ ବାଗରେ କଟାଯାଇଛି । ଫେରାର ହେବାର କିଛି ସମୟ ପୂର୍ବରୁ ଏହି ଫଟୋ ଉଠାଯାଇଥିବା କୁହାଯାଉଛି । ଫେରାର ହେବାର କିଛି ସମୟ ପୂର୍ବରୁ ଗ୍ୟାଙ୍ଗଷ୍ଟର ହାଇଦରର ଫଟୋ । ମୁହଁରେ ପୂର୍ବଭଳି ଦାଢି ନଥିଲା ଏବଂ ହାଇଦର, ହାଇଦର ଭଳିContinue reading ” ଫେରାର ହେବା ର୍ପୂବରୁ ରୂପ ବଦଳାଇଥିଲା କି ହାଇଦର? ହସ୍ପିଟାଲରୁ ଆସିଲା ଫଟୋ, ଅଚେତ ହୋଇଥିବା କନେଷ୍ଟବଳ କହିଲେ, ବିରିୟାନୀ ଖୁଆଇ କରିଥିଲେ ଅଚେତ ।”
Author Archives: Raghaba
କରୋନାକୁ ନେଇ ବିଶେଷଜ୍ଞଙ୍କ ଆକଳନ । ଓଡିଶାରେ ମେ ମାସରେ ଶୀର୍ଷ ଛଇଁପାରେ କରୋନା, ନିହାତି ଆବଶ୍ୟକ ନଥିଲେ ହସ୍ପିଟାଲ ନ ଯିବାକୁ ପରାମର୍ଶ ।
କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରର ଶୀର୍ଷ ବା ପିକ ଆସନ୍ତା ମେ ମାସରେ ହୋଇପାରେ ବୋଲି କହିଛନ୍ତି ବିଶେଷଜ୍ଞ । ବିଭିନ୍ନ ମେଡେଲକୁ ଅନୁଧ୍ୟାନ କରି ଏପରି ପୂର୍ବାନୁମାନ କରିଛନ୍ତି ବିଶେଷଜ୍ଞ । ଅନ୍ୟପଟେ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଜରୁରୀ ନଥିଲେ ମେଡିକାଲରେ ଭିଡ ନ କରିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି । ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ କହିଛନ୍ତି ଜରୁରୀ ନଥିଲେ ଅସ୍ତ୍ରୋପଚାର କରାଯିବ ନାହିଁ । ଶୀଘ୍ର ଡାକ୍ତରଖାନା ପାଇଁ ଏକContinue reading “କରୋନାକୁ ନେଇ ବିଶେଷଜ୍ଞଙ୍କ ଆକଳନ । ଓଡିଶାରେ ମେ ମାସରେ ଶୀର୍ଷ ଛଇଁପାରେ କରୋନା, ନିହାତି ଆବଶ୍ୟକ ନଥିଲେ ହସ୍ପିଟାଲ ନ ଯିବାକୁ ପରାମର୍ଶ ।”
କରୋନା କାଳର ଦୁଇଟି ଦୃଶ୍ୟ । ଗୋଟିଏ ପଟେ କୁମ୍ଭମେଳାରେ ଲକ୍ଷଲକ୍ଷ ଲୋକଙ୍କ ଭିଡ ଆଉ ଅନ୍ୟପଟେ ଛତିଶଗଡର ବିଭିନ୍ନ ଶ୍ମଶାନରେ ଜଳୁଛି ଏକାଧିକ ଜୁଇ ।
କନକ ବ୍ୟୁରୋ : କରୋନା ଉଦବେଗଜନକ ଭାବେ ବଢୁଥିବା ବେଳେ ହରିଦ୍ୱାରରୁ ଆସିଛି ଚିନ୍ତାଜନକ ଦୃଶ୍ୟ । କୁମ୍ଭମେଳାରେ ଆସ୍ଥାର ବୁଡ ପକାଇବାକୁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମୁଛି । ଯେମିତି କରୋନାର ଭୟ ନାହିଁ । ଦେଖିଲେ ଲାଗୁଛି ସଂକ୍ରମଣ ବଢାଇବାକୁ ଭୂମି ପ୍ରସ୍ତୁତ କରାଯାଉଛି । ସେପଟେ ଛତିଶଗଡ ଦୁର୍ଗ ସହରର ଶଶ୍ମାନରୁ ଆସିଛି, ମଣିଷକୁ ବିଚଳିତ କରିବା ଭଳି ଦୃଶ୍ୟ । ଗୋଟିଏ ଶ୍ମଶାନରେ ଜଳୁଛି ୩୦ରୁ ଅଧିକ ମୃତଦେହ ।Continue reading “କରୋନା କାଳର ଦୁଇଟି ଦୃଶ୍ୟ । ଗୋଟିଏ ପଟେ କୁମ୍ଭମେଳାରେ ଲକ୍ଷଲକ୍ଷ ଲୋକଙ୍କ ଭିଡ ଆଉ ଅନ୍ୟପଟେ ଛତିଶଗଡର ବିଭିନ୍ନ ଶ୍ମଶାନରେ ଜଳୁଛି ଏକାଧିକ ଜୁଇ ।”
ଆଇପିଏଲ ଲଢେଇ: ଟସ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ
କନକ ବ୍ୟୁରୋ: ଆଜି ଆଇପିଏଲ ହାଇଭୋଲ୍ଟେଜ ମ୍ୟାଚରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ ଓ ପଞ୍ଜାବ କିଙ୍ଗସ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ ରୟାଲ୍ସ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ପଞ୍ଜାବ କିଙ୍ଗସ । ଆଜିର ମ୍ୟାଚରେ ଉଭୟ ଜିତି ନିଜ ବିଜୟ ଅଭିଯାନ ଆରମ୍ଭ କରିବାକୁ ପ୍ରୟାସ କରିବେ । ପଞ୍ଜାବ ଦଳରେ କେଏଲ ରାହୁଲ, କ୍ରିସ ଗେଲ, ମୟଙ୍କ ଅଗ୍ରୱାଲଙ୍କ ଭଳିContinue reading “ଆଇପିଏଲ ଲଢେଇ: ଟସ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ “
ଗୋଟିଏ ଦିନରେ ୧୯୦ ପଜିଟିଭ୍ ଚିହ୍ନଟ । ସ୍ଥାନୀୟ ଅଂଚଳରୁ ଚିହ୍ନଟ ହେଲେ ୧୫୨ ସଂକ୍ରମିତ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧୧୧କୁ ବୃଦ୍ଧି ।
କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଏବେ ଡରାଇବା ଆରମ୍ଭ କରିଛି କରୋନା ଭାଇରସ । ରାଜଧାନୀରେ ଏବେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ଦୈନିକ ସଂକ୍ରମଣ ବି ବଢିବାକୁ ଲାଗିଛି । ଆଜି ଗୋଟିଏ ଦିନରେ ଭୁବନେଶ୍ୱରରୁ ୧୯୦ ପଜିଟିଭ୍ କେସ୍ ସାମ୍ନାକୁ ଆସିଥିବାବେଳେ ସେ ଭିତରୁ ୧୫୨ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ବିଏମସିର ରିପୋର୍ଟ ମୁତାବକ, ଗତ ୨୪ ଘଂଟା ଭିତରେ ରାଜଧାନୀରୁ ଚିହ୍ନଟ ହୋଇଛନ୍ତି ମୋଟ ୧୫୨ ସ୍ଥାନୀୟContinue reading “ଗୋଟିଏ ଦିନରେ ୧୯୦ ପଜିଟିଭ୍ ଚିହ୍ନଟ । ସ୍ଥାନୀୟ ଅଂଚଳରୁ ଚିହ୍ନଟ ହେଲେ ୧୫୨ ସଂକ୍ରମିତ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧୧୧କୁ ବୃଦ୍ଧି ।”
ରୁଦ୍ରଙ୍କ ପାଇଁ ନବୀନଙ୍କ ପ୍ରଚାର । ଭର୍ଚୁଆଲ ରାଲିରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ, କହିଲେ ପିପିଲି-ଡେଲାଙ୍ଗର ବିକାଶ କଥା ମୁଁ ନିଜେ ବୁଝିବି ।
କନକ ବ୍ୟୁରୋ : ପିପିଲି ଉପ-ନିର୍ବାଚନ ପାଇଁ ନବୀନଙ୍କ ପ୍ରଚାର । ପିପିଲି ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଏହାସହ ରୁଦ୍ରଙ୍କ ପାଇଁ ଭୋଟ ମାଗିଛନ୍ତି । ପିପିଲି-ଡେଲାଙ୍ଗ ବାସୀ ସବୁବେଳେ ବିଜେଡି ସହ ରହିଛନ୍ତି ଓ ଆଗକୁ ମଧ୍ୟ ରହିବେ ବୋଲି କହିଛନ୍ତି ନବୀନ । ପିପିଲି-ଡେଲାଙ୍ଗରେ ଭଲ କାମ ହୋଇଛି, ଆଗକୁ ମଧ୍ୟ ଭଲ କାମ ହେବ ।Continue reading “ରୁଦ୍ରଙ୍କ ପାଇଁ ନବୀନଙ୍କ ପ୍ରଚାର । ଭର୍ଚୁଆଲ ରାଲିରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ, କହିଲେ ପିପିଲି-ଡେଲାଙ୍ଗର ବିକାଶ କଥା ମୁଁ ନିଜେ ବୁଝିବି ।”
୧୨ କୋଟି ଟଙ୍କାର ବ୍ୟାନ ମେଡିସିନ୍ ଜବତ କଲା ଏନସିବି । ୪ ବେପାରୀ ଗିରଫ, ୟୁରୋପ ପର୍ଯ୍ୟନ୍ତ ବ୍ୟାପିଛି ବ୍ୟବସାୟର ଚେର
କନକ ବ୍ୟୁରୋ : ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଉତ୍ତରପ୍ରଦେଶର ଆଗ୍ରାରୁ ବ୍ୟାନ ହୋଇଥିବା ମେଡିସିନର ଅବୈଦ୍ଧ କାରବାର କରୁଥିବା ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୨ କୋଟି ଟଙ୍କା ମୂଲ୍ୟର ବ୍ୟାନ ମେଡିସିନ ବି ଜବତ କରିଛି । ଏହି ମେଡିସିନଗୁଡିକୁ ଚୋରାରେ ବିଦେଶ ପଠାଯାଉଥିବା କଥା ଏନସିବି କହିଛି । ସବୁଠାରୁ ବଡକଥା ନକଲି ଡକ୍ୟୁମେଣ୍ଟ ମାଧ୍ୟମରେ କିଣାଯାଇଛି । ଏନସିବିର ଉପ ନିର୍ଦ୍ଦେଶକ କେପିଏସ ମାଲହୋତ୍ରାଙ୍କ ସୂଚନା ମୁତାବକ ଆଗ୍ରା,Continue reading “୧୨ କୋଟି ଟଙ୍କାର ବ୍ୟାନ ମେଡିସିନ୍ ଜବତ କଲା ଏନସିବି । ୪ ବେପାରୀ ଗିରଫ, ୟୁରୋପ ପର୍ଯ୍ୟନ୍ତ ବ୍ୟାପିଛି ବ୍ୟବସାୟର ଚେର”
ପିପିଲିରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ନବୀନଙ୍କ ପ୍ରଚାର । ଭର୍ଚୁଆଲ ମାଧ୍ୟମରେ ବିଜେଡି ସୁପ୍ରିମୋଙ୍କ ପ୍ରଚାର ।
କନକ ବ୍ୟୁରୋ: ପିପିଲିରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ନବୀନଙ୍କ ପ୍ରଚାର । ଭର୍ଚୁଆଲ ମାଧ୍ୟମରେ ବିଜେଡି ସୁପ୍ରିମୋଙ୍କ ପ୍ରଚାର । ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ପ୍ରଚାର କରିବେ ନବୀନ । କଣ କହିବେ ନବୀନ ? କିଭଳି ଭୋଟରଙ୍କୁ ଆକୃଷ୍ଟ କରିବେ ତା ଉପରେ ରହିଛି ସମସ୍ତଙ୍କ ନଜର । ପିପିଲି ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ପ୍ରଚାର ଜୋର ଧରୁଛି । ପିପିଲିରେ ଆଜି ହାଇ ପ୍ରୋଫାଇଲ ପ୍ରଚାର ଦେଖିବାକୁ ମିଳୁଛିContinue reading “ପିପିଲିରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ନବୀନଙ୍କ ପ୍ରଚାର । ଭର୍ଚୁଆଲ ମାଧ୍ୟମରେ ବିଜେଡି ସୁପ୍ରିମୋଙ୍କ ପ୍ରଚାର ।”
ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ଘଟଣା । ମଙ୍ଗଳାବାଗ୍ ଥାନାରେ ଏତଲା । ଏତଲା ଦେଲେ ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳ ।
କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ଘଟଣାକୁ ନେଇ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି ସେଦିନ ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳ । କନେଷ୍ଟବଳଙ୍କ ଏତଲା ମୁତାବକ ଫେରାର ହେବା ଦିନ ହାଇଦରଙ୍କୁ ତାଙ୍କ ପୁଅ ଓ ଜ୍ୱାଇଁ ଭେଟିବାକୁ ଆସିଥିଲେ । ଏହି ଏତଲା ପରେ ଏବେ ପୋଲିସ ହାଇଦରଙ୍କ ପୁଅ ଓ ଜ୍ୱାଇଁଙ୍କୁ ଜେରା କରିପାରେ ବୋଲି ଆଶା କରାଯାଉଛି । ଅନ୍ୟପଟେ ହାଇଦରର ସହଯୋଗୀ କୁହାଯାଉଥିବା ୟାକୁବ୍ ଖାଁ ଆଜିContinue reading “ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ଘଟଣା । ମଙ୍ଗଳାବାଗ୍ ଥାନାରେ ଏତଲା । ଏତଲା ଦେଲେ ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳ ।”
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଘୋଟଲା । ଘର ବାବଦକୁ ଆକାଉଣ୍ଟରୁ ଉଠିଛି ଟଙ୍କା, ଜାଣି ନାହାନ୍ତି ହିତାଧିକାରୀ
କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଘୋଟଲା । ହିତାଧିକାରୀଙ୍କ ନାଁରେ ଆବାସ ଯୋଜନାରେ ଘର ମିଳିଛି । ଘର ବାବଦକୁ ୧ ଲକ୍ଷ ୨୦ ହଜାର ଟଙ୍କା ଉଠା ଯାଇଛି । ହେଲେ ଏକଥା ହିତାଧିକାରୀଙ୍କ ଜଣାନାହିଁ । ଏବେ ବ୍ଲକ ପ୍ରଶାସନ ପକ୍ଷରୁ ହିତାଧିକାରୀଙ୍କ ଧମକ ଦିଆଯାଉଛି, ଟଙ୍କା ନେଇ ଘର କାହିଁକି କରିନାହିଁ । ଯେତେ ଶୀଘ୍ର ପାରୁଛ ଘର କର ନଚେତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଭଳି ଖବର ଆସିଛି ଜଗତସିଂହପୁରContinue reading “ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଘୋଟଲା । ଘର ବାବଦକୁ ଆକାଉଣ୍ଟରୁ ଉଠିଛି ଟଙ୍କା, ଜାଣି ନାହାନ୍ତି ହିତାଧିକାରୀ”