ଅସହାୟ ପରିବାରର କରୁଣ କାହାଣୀ । ଦିନେ ପୁଅର ରୋଜଗାର ଉପରେ ଭରସା କରୁଥିଲା ପରିବାର । ଏବେ ପୁଅ ରୋଗାକ୍ରାନ୍ତ ହେବାପରେ ଅର୍ଥ ସାଜିଛି ବାଧକ

କନକ ବ୍ୟୁରୋ: ଏକ ଅସହାୟ ପରିବାରର କରୁଣ କାହାଣୀ ଯାହା ଆପଣଙ୍କ ଆଖିକୁ ଓଦା କରିଦେବ । ଦିନେ ପୁଅର ରୋଜଗାର ଉପରେ ଭରସା କରୁଥିଲା ପୁରା ପରିବାର । ଆଉ ଏବେ ପୁଅ ରୋଗାକ୍ରାନ୍ତ ହୋଇ ଘରେ ବସି ଯିବା ପରେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଖାଇବାକୁ ଟଙ୍କା ନଥିବା ବେଳେ କେଉଁଠୁ ଟଙ୍କା ଆସିବ, କେମିତି ଚିକିତ୍ସା ହେବ ତାକୁ ନେଇ ଚିନ୍ତାରେ ପଡିଛନ୍ତି ବୁଢି ମାଆ । ମାଟିContinue reading “ଅସହାୟ ପରିବାରର କରୁଣ କାହାଣୀ । ଦିନେ ପୁଅର ରୋଜଗାର ଉପରେ ଭରସା କରୁଥିଲା ପରିବାର । ଏବେ ପୁଅ ରୋଗାକ୍ରାନ୍ତ ହେବାପରେ ଅର୍ଥ ସାଜିଛି ବାଧକ”

ଆଜିଠୁ ଓଡିଶାରେ ପ୍ରବେଶ ପାଇଁ ପ୍ରବାସୀଙ୍କ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳ । ରେଳ ଷ୍ଟେସନ ଓ ବିମାନବନ୍ଦରରେ ବିମଏସି ପକ୍ଷରୁ ଜୋରଦାର ଚେକିଂ ।

କନକ ବ୍ୟୁରୋ: ଆଜିଠୁ ଓଡିଶାରେ ପ୍ରବେଶ ପାଇଁ ପ୍ରବାସୀଙ୍କ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳ । ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଥିଲେ ପ୍ରବାସୀଙ୍କ ରାଜ୍ୟରେ ପ୍ରବେଶ ପାଇଁ ଅନୁମତି ଦିଆଯିବ । ଏଥିପାଇଁ ରେଳ ଷ୍ଟେସନ ଓ ବିମାନବନ୍ଦରରେ ବିମଏସି ପକ୍ଷରୁ ଜୋରଦାର ଚେକିଂ କରାଯାଉଛି । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ସଂକ୍ରମଣ ରୋକିବା ପାଇଁ ଯାତ୍ରୀଙ୍କୁ ଯାଂଚ କରାଯାଉଛି । ଏହାସହ ବାଣୀବିହାର ଉକ୍ରଳ ବିଶ୍ୱ ବିଦ୍ୟାଳୟରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିContinue reading “ଆଜିଠୁ ଓଡିଶାରେ ପ୍ରବେଶ ପାଇଁ ପ୍ରବାସୀଙ୍କ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳ । ରେଳ ଷ୍ଟେସନ ଓ ବିମାନବନ୍ଦରରେ ବିମଏସି ପକ୍ଷରୁ ଜୋରଦାର ଚେକିଂ ।”

ପାଣିପାଗ ବିଭାଗର ସତର୍କ ସୂଚନା । ୨୪ ଘଣ୍ଟା ମଧ୍ୟରେ ୨୧ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା; ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

କନକ ବ୍ୟୁରୋ :  ରାଜ୍ୟର ଅଧିକାଂଶ ସ୍ଥାନରେ ଗତ ତିନିଦିନ ଧରି କାଳବୈଶାଖୀ ଜନିତ ବର୍ଷା ଲାଗିରହିଛି। କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟବାସୀ ଅସହ୍ୟ ତାତିରୁ ଆଶ୍ୱସ୍ତି ପାଇଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପଶ୍ଚିମ, ଆଭ୍ୟନ୍ତର, ଦକ୍ଷିଣ ଓ ଉପକୂଳର ୨୧ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କContinue reading “ପାଣିପାଗ ବିଭାଗର ସତର୍କ ସୂଚନା । ୨୪ ଘଣ୍ଟା ମଧ୍ୟରେ ୨୧ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା; ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି”

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଠ ସ୍ୱତନ୍ତ୍ର କ୍ୟାନସର ହସ୍ପିଟାଲ । ରାଜ୍ୟ କ୍ୟାବିନେଟ ଦେଲା ମଂଜୁରୀ । ସୁବ୍ରତ ବାଗଚୀ ଦେବେ ୩୪୦ କୋଟିର ସହାୟତା ।

କନକ ବ୍ୟୁରୋ: ଭୁବନେଶ୍ୱରରେ ପ୍ରତିଷ୍ଠା ହେବାକୁ ଯାଉଛି କ୍ୟାନସର ହସ୍ପିଟାଲ । ଏହି କ୍ୟାନସର ହସ୍ପିଟାଲ ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ । ବାଗଚି-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମଂଜୁରୀ ମିଳିଛି । ସେହିପରି ଭୁବନେଶ୍ୱରରେ କରୁଣାଶ୍ରାୟ ପାଲିଏଟିଭ କେୟାର ସେଂଟର ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ ମଂଜୁରୀ ମିଳିଛି । ଏଥିପାଇଁ ସୁବ୍ରତ ବାଗଚୀ ଓ ସସ୍ମିତା ବାଗଚୀ ୩ଶହ ୪୦ କୋଟି ଟଙ୍କା ଅନୁଦାନ ଦେବାକୁ ପ୍ରତିଶ୍ରୁତିContinue reading “ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଠ ସ୍ୱତନ୍ତ୍ର କ୍ୟାନସର ହସ୍ପିଟାଲ । ରାଜ୍ୟ କ୍ୟାବିନେଟ ଦେଲା ମଂଜୁରୀ । ସୁବ୍ରତ ବାଗଚୀ ଦେବେ ୩୪୦ କୋଟିର ସହାୟତା ।”

ଭାରତକୁ ମିଳିଲା ତୃତୀୟ କୋଭିଡ-୧୯ ଟିକା । ଋଷ ଟିକା ‘ସ୍ଫୁଟନିକ-ଭି’ କୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି । ଦୂର ହେବ ଟିକା ସଂକଟ

କନକ ବ୍ୟୁରୋ : ଦେଶରେ କରୋନାର ଦ୍ୱିତୀୟ ଲହର ତା’ର କାୟା ବିସ୍ତାର କରିବାରେ ଲାଗିଛି । ଏହି ସମୟରେ କରୋନାରୁ ମୁକ୍ତି ପାଇବାକୁ ଟିକା ଏକମାତ୍ର ବିକଳ୍ପ ହୋଇଥିବା ବେଳେ କିଛିଦିନ ହେବ ଦେଶରେ ଟକା ସଂକଟ ଦେଖାଦେଇଥିଲା । ଏନେଇ କିଛି ରାଜ୍ୟରେ ଟିକାକରଣ କେନ୍ଦ୍ର ବି ବନ୍ଦ ହୋଇଯାଇଥିଲା । ହେଲେ ଏବେ ତୃତୀୟ କୋଭିଡ୍ ଟିକା ଭାବେ ଋଷ ଟିକା ସ୍ଫୁଟନିକ ଭି କୁ ଭାରତ ସରକାର ବ୍ୟବହାରିକ ମଞ୍ଜୁରି ପ୍ରଦାନContinue reading “ଭାରତକୁ ମିଳିଲା ତୃତୀୟ କୋଭିଡ-୧୯ ଟିକା । ଋଷ ଟିକା ‘ସ୍ଫୁଟନିକ-ଭି’ କୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି । ଦୂର ହେବ ଟିକା ସଂକଟ”

ଖରାଦିନେ ଜଳ ସମସ୍ୟା ଦୂର କରିବା ପାଇଁ ସରକାରଙ୍କ ପଦକ୍ଷେପ । ମନ୍ତ୍ରୀ କହିଲେ, ପାଣି ପାଇଁ ରାଜ୍ୟର ସମସ୍ତ ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ୍ । ଜଳ ସମସ୍ୟା ଜଣାଇବା ପାଇଁ ଜାରି ହେଲା ୩ଟି ଟୋଲ୍ ଫ୍ରି ନମ୍ବର ।

କନକ ବ୍ୟୁରୋ : ରାଜ୍ୟରୁ ଉପୁଜୁଥିବା ଜଳ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ସରକାର । ଖରାଦିନେ ସାରା ରାଜ୍ୟରେ ଦେଖାଦେଇଥିବା ଜଳ ସମସ୍ୟା ଦୂର କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ବିଭାଗୀୟ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟର ସମସ୍ତ ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।Continue reading “ଖରାଦିନେ ଜଳ ସମସ୍ୟା ଦୂର କରିବା ପାଇଁ ସରକାରଙ୍କ ପଦକ୍ଷେପ । ମନ୍ତ୍ରୀ କହିଲେ, ପାଣି ପାଇଁ ରାଜ୍ୟର ସମସ୍ତ ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ୍ । ଜଳ ସମସ୍ୟା ଜଣାଇବା ପାଇଁ ଜାରି ହେଲା ୩ଟି ଟୋଲ୍ ଫ୍ରି ନମ୍ବର ।”

ପିପିଲି ବିଜେପି ପ୍ରାର୍ଥୀଙ୍କ ପତ୍ନୀ ନାଁରେ ସାଂଘାତିକ ଅଭିଯୋଗ । ପୁରୀ ସବ-ରେଜିଷ୍ଟ୍ରାର ଥିବାବେଳେ ବେଆଇନଭାବେ ଜଗନ୍ନାଥଙ୍କ ଜମି ବିକ୍ରୀ କରିଥିବା କହିଲା କଂଗ୍ରେସ ।

କନକ ବ୍ୟୁରୋ: ପିପିଲିରେ ରାଜନୀତି ତାତି ଜାରି ରହିଥିବାବେଳେ ଏବେ ପିପିଲି ବିଜେପି ପ୍ରାର୍ଥୀଙ୍କ ପତ୍ନୀ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା କଂଗ୍ରେସ । ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପତ୍ନୀ ସ୍ମିତା ମହାନ୍ତିଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ କଂଗ୍ରେସର କେନ୍ଦ୍ରାପଡା ଓବିସି ସେଲ ଅଧ୍ୟକ୍ଷ । ଅଭିଯୋଗ ଅନୁସାରେ, ସ୍ମିତା ମହାନ୍ତି ପୁରୀ ସବ୍ ରେଜିଷ୍ଟ୍ରାର ଥିବାବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପତ୍ତିକୁ ବେଆଇନ୍ ଭାବେ ବିକ୍ରି କରିଛନ୍ତି ଏବଂ ଏହାକୁ ନେଇContinue reading “ପିପିଲି ବିଜେପି ପ୍ରାର୍ଥୀଙ୍କ ପତ୍ନୀ ନାଁରେ ସାଂଘାତିକ ଅଭିଯୋଗ । ପୁରୀ ସବ-ରେଜିଷ୍ଟ୍ରାର ଥିବାବେଳେ ବେଆଇନଭାବେ ଜଗନ୍ନାଥଙ୍କ ଜମି ବିକ୍ରୀ କରିଥିବା କହିଲା କଂଗ୍ରେସ ।”

କୋଟିଏରୁ ଅଧିକ ଟଙ୍କାର ସୁନାଗହଣା ଚୋରୀ : ବାରିପଦାର କେପିଡି ସୁନା ଦୋକାନରେ କଳାକନା ବୁଲାଇ ଦେଲେ ଲୁଟେରା

କନକ ବ୍ୟୁରୋ : କୋଟିଏରୁ ଅଧିକ ଟଙ୍କାର ସୁନାଗହଣା ଚୋରୀ । ବାରିପଦା ସହରର ସରକାରୀ ବସ୍ଷଂଡ ନିକଟ କେପିଡି ସୁନା ଦୋକାନରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଦୋକାନ ସଟର କାଟି ୭ ଲକ୍ଷ ନଗଦ ଟଙ୍କା ସହ ୩୦ କେଜିର ସୁନା-ରୂପା ଗହଣା ଲୁଟି ନେଇଛନ୍ତି ଲୁଟେରା । ଯାହାର ଆନୁମାନିକ ମୂଲ୍ୟ ଗୋଟିଏ ଟଙ୍କା ହେବ । ଏନେଇ ଦୋକାନ ମାଲିକ ଥାନାରେ ଅଭିଯୋଗ କରିବା ପରେContinue reading “କୋଟିଏରୁ ଅଧିକ ଟଙ୍କାର ସୁନାଗହଣା ଚୋରୀ : ବାରିପଦାର କେପିଡି ସୁନା ଦୋକାନରେ କଳାକନା ବୁଲାଇ ଦେଲେ ଲୁଟେରା”

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କ୍ୟାନସର ହସ୍ପିଟାଲ : ରାଜ୍ୟ କ୍ୟାବିନେଟ ଦେଲା ମଂଜୁରୀ; ସୁବ୍ରତ ବାଗଚୀ ଦେବେ ୨୧୦ କୋଟିର ସହାୟତା

କନକ ବ୍ୟୁରୋ : ଭୁବନେଶ୍ୱରରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେବାକୁ ଯାଉଛି । ଏହି କ୍ୟାନସର ହସ୍ପିଟାଲ ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ । ବାଗଚି-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମଂଜୁରୀ ମିଳିଛି । ଏଥିପାଇଁ ସୁବ୍ରତ ବାଗଚୀ ଓ ସସ୍ମିତା ବାଗଚୀ ୨ଶହ ୧୦ କୋଟି ଟଙ୍କା ଅନୁାଦନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି କ୍ୟାନସର ହସ୍ପିଟାଲ ପାଇଁ ୨୦ ଏକର ଜମି ପ୍ରଦାନ କରିବେContinue reading “ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କ୍ୟାନସର ହସ୍ପିଟାଲ : ରାଜ୍ୟ କ୍ୟାବିନେଟ ଦେଲା ମଂଜୁରୀ; ସୁବ୍ରତ ବାଗଚୀ ଦେବେ ୨୧୦ କୋଟିର ସହାୟତା”

ନୟାଗଡ ରେଳ ଷ୍ଟେସନରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ । ଭଙ୍ଗାରୁଜା ସହ ଷ୍ଟେସନ ମାଷ୍ଟରଙ୍କୁ ପିଟିଲେ ଦୁର୍ବୃତ୍ତ

କନକ ବ୍ୟୁରୋ : ନୟାଗଡ଼ ଟାଉନ ରେଳ ଷ୍ଟେସନରେ ଗତକାଲି ରାତିରେ ଆତଙ୍କ ଖେଳାଇଛନ୍ତି ନିଶାଖୋର ବ୍ୟକ୍ତି । ୧୫ରୁ ଅଧିକ ମଦ୍ୟପ ଯୁବକ ଷ୍ଟେସନ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହିତ ଅଫିସ କାଗଜ ପତ୍ର ପୋଡ଼ି ଦେଇଛନ୍ତି । ଏହି ଅସାମାଜିକ ଯୁବକଙ୍କ ଆକ୍ରମଣରେ ଷ୍ଟେସନ ମ୍ୟାନେଜର ସଂଜୟ ପ୍ରଧାନଙ୍କ ମୁଣ୍ଡ ଫାଟିଛି । ସୂଚନା ଯୋଗ୍ୟ ଗତକାଲି ୧୫ରୁ ଅଧିକ ଯୁବକ ଷ୍ଟେସନ ସମ୍ମୁଖରେ ମଦ ପିଉଥିଲେ । ଏହାକୁ ଆରପିଏଫContinue reading “ନୟାଗଡ ରେଳ ଷ୍ଟେସନରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ । ଭଙ୍ଗାରୁଜା ସହ ଷ୍ଟେସନ ମାଷ୍ଟରଙ୍କୁ ପିଟିଲେ ଦୁର୍ବୃତ୍ତ”

Design a site like this with WordPress.com
Get started