କନକ ବ୍ୟୁରୋ : କୁମ୍ଭମେଳାରେ ନାହିଁ କି କରୋନା ଭୟ । ସାରା ଦେଶରେ ଭୁତାଣୁର ଭୟ ଛାଇ ଯାଇଥିବା ବେଳେ କୁମ୍ଭମେଳାରେ ଶହଶହ ସାଧୁସନ୍ଥ ଏକାଠି ହୋଇଛନ୍ତି । ହରିଦ୍ୱାରା କୁମ୍ଭମେଳାର ଦ୍ୱିତୀୟ ମହାସ୍ନାନରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ୧୩ଟି ଆଖାଡାର ସାଧୁସନ୍ଥଙ୍କ ଭିଡ ହରିଦ୍ୱାରର ହର କି ପୌଡିରେ ଦେଖିବାକୁ ମିଳିଛି । ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ସିଂ ମହାସ୍ନାନ କରିବା ପାଇଁ ହରିଦ୍ୱାରରେ ପହଁଚିଛନ୍ତି । କିଛିContinue reading “ହରିଦ୍ୱାରର କୁମ୍ଭମେଳାରେ ଭୟଙ୍କର ଭିଡ : କୋଭିଡ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ; ନା ପାଳନ ହେଉଛି ସାମାଜିକ ଦୂରତା ନା ଲୋକେ ପିନ୍ଧୁଛନ୍ତି ମାସ୍କ”
Author Archives: Raghaba
ପିପିଲିରେ ଶାନ୍ତିପୂର୍ଣ୍ଣ ନିର୍ବାଚନକୁ ଗୁରୁତ୍ୱ । ୬୦ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ, ମୁତୟନ ହେବେ ୧୫ ପ୍ଲାଟୁନ୍ ଫୋର୍ସ
କନକ ବ୍ୟୁରୋ : ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ହେଲେ ଏହାପୂର୍ବରେ ପିପିଲିରେ ହିଂସା ଚରମସୀମାରେ ପହଂଚିଛି । କେବେ ବିଜେଡି ନେତାଙ୍କ ଉପରେ ଆକ୍ରମଣର ଅଭିଯୋଗ ଆସୁଛି ତ କେବେ ବିଜେପି ନେତା । ଏହାରି ମଧ୍ୟରେ ଆଜି ଡିଜିପି ଅଭୟ ପିପିଲି ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ, ଏଡିଜି ଓ କେନ୍ଦ୍ରାଞ୍ଚଳ ଡିଆଇଜି ସାମିଲ ହୋଇଥିଲେ ।Continue reading “ପିପିଲିରେ ଶାନ୍ତିପୂର୍ଣ୍ଣ ନିର୍ବାଚନକୁ ଗୁରୁତ୍ୱ । ୬୦ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ, ମୁତୟନ ହେବେ ୧୫ ପ୍ଲାଟୁନ୍ ଫୋର୍ସ”
ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ । ସ୍ୱାସ୍ଥ୍ୟ ବିଭାଗର ଅପିଲ, ଅତି ଜରୁରୀ ନଥିଲେ ଆସନି ମେଡିକାଲ ।
କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଆଖି ଆଗରେ ରଖି ଆଜି ସ୍ୱାସ୍ଥ୍ୟ ବିଭାଗର ରାଜ୍ୟର ଜନସାଧାରଣଙ୍କୁ ଏକ ଅପିଲ ଜାରି କରିଛି । ଯେଉଁଥିରେ ଅତି ଜରୁରୀ ନଥିଲେ ଲୋକମାନଙ୍କୁ ମେଡିକାଲ ନଆସିବାକୁ କୁହାଯାଇଛି । ରାଜ୍ୟରେ ଏବେ ସଂକ୍ରମଣ ବଢିବାରେ ଲାଗିଛି , ତେଣୁ ଏପରି ସ୍ଥିତିରେ ମେଡିକାଲ ଭଳି ଗହଳି ସ୍ଥାନକୁ ଆସି ସଂକ୍ରମଣକୁ ଘରକୁ ନେଇ ଯାଆନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ଦର୍ଶାଇଛି । ଅନ୍ୟପଟେ ସମସ୍ତଙ୍କୁ ସାମାଜିକ ଦୂରତାContinue reading “ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ । ସ୍ୱାସ୍ଥ୍ୟ ବିଭାଗର ଅପିଲ, ଅତି ଜରୁରୀ ନଥିଲେ ଆସନି ମେଡିକାଲ ।”
କେମିତି ଅଛନ୍ତି ଅଜିତ୍, ଫୋନ୍ ଯୋଗେ ପଚାରିବୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କନକ ବ୍ୟୁରୋ: କେମିତି ଅଛନ୍ତି ଅଜିତ, ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କ’ଣ ଉନ୍ନତି ହୋଇଛି ଏସବୁ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । । ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପିପିଲିର କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ଅଜିତ ମଙ୍ଗରାଜ । ତେବେ ଅଜିତ ମଙ୍ଗରାଜଙ୍କ ଭାଇଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ପିପିଲି ପାଇଁ ନାମାଙ୍କନ ଭରିବା ପରେ ପରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ପିପିଲିରୁ କଂଗ୍ରେସ ପ୍ରାର୍ଥୀContinue reading “କେମିତି ଅଛନ୍ତି ଅଜିତ୍, ଫୋନ୍ ଯୋଗେ ପଚାରିବୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।”
ଭାରତକୁ ମିଳିପାରେ ତୃତୀୟ କରୋନା ଟିକା ସ୍ପୁଟନିକ୍-ଭି । ଅନୁମୋଦନ ପାଇଁ ଆଜି ବସୁଛି ବିଶେଷଜ୍ଞ କମିଟି ବୈଠକ । ୯୧.୬ ପ୍ରତିଶତ ପ୍ରଭାବଶାଳୀ ବୋଲି କମ୍ପାନୀର ଦାବି
କନକ ବ୍ୟୁରୋ : କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ନଜର କରି ଭାରତ ତୃତୀୟ କୋଭିଡ୍ ଟିକା ଭାବେ ସ୍ପୁଟନିକ୍-ଭି କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇପାରେ । ସ୍ପୁଟନିକ୍ –ଭି କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବା ଉପରେ ଆଜି ବିଶେଷଜ୍ଞ କମିଟିର ବୈଠକ ବସି ବିଚାର କରାଯିବ । ଭାରତରେ କରୋନାର ଦ୍ୱିତୀୟ ଲହର ଏବେ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଦୈନିକ ରେକର୍ଡ ଭାଙ୍ଗୁଛି । ଏହାରି ମଧ୍ୟରେContinue reading “ଭାରତକୁ ମିଳିପାରେ ତୃତୀୟ କରୋନା ଟିକା ସ୍ପୁଟନିକ୍-ଭି । ଅନୁମୋଦନ ପାଇଁ ଆଜି ବସୁଛି ବିଶେଷଜ୍ଞ କମିଟି ବୈଠକ । ୯୧.୬ ପ୍ରତିଶତ ପ୍ରଭାବଶାଳୀ ବୋଲି କମ୍ପାନୀର ଦାବି”
ପିପିଲିରେ ନିର୍ବାଚନୀ ହିଂସା ଘଟଣା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେଡ଼ିର ୫ ଜଣିଆ ଟିମ୍ ।
କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ଭୋଟକୁ ଆଉ ମାତ୍ର ଦିନ କେଇଟା ବାକି । ହେଲେ ଏହି ସମୟରେ ପିପିଲିରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଗତକାଲି ପିପିଲିରେ ବିଜେଡ଼ି-ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ବିଜେପି କର୍ମୀମାନେ ବିଜେଡି କର୍ମୀଙ୍କୁ ଆକ୍ରମଣ କରିଥିବା ନେଇ ଶାସକ ଦଳ ଅଭିଯୋଗ କରିଥିଲା । ଏହି ଏହି ଘଟଣାକୁ ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ବିଜୁContinue reading “ପିପିଲିରେ ନିର୍ବାଚନୀ ହିଂସା ଘଟଣା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେଡ଼ିର ୫ ଜଣିଆ ଟିମ୍ । “
ପିପିଲିରେ ନିର୍ବାଚନୀ ହିଂସା ପ୍ରସଙ୍ଗ । ଶାସକ ଦଳକୁ ଘେରିଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର । କହିଲେ, ଆକ୍ରମଣ ରାଜନୀତି କରୁଛି ବିଜେଡି ।
କନକ ବ୍ୟୁରୋ: ପିପିଲି ନିର୍ବାଚନୀ ହିଂସା ପ୍ରସଙ୍ଗକୁ ନେଇ ଆଜି ଶାସକ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ପିପିଲିରେ ଦୀର୍ଘ ୩୫ ବର୍ଷ ଧରି ଯେଉଁ ଗୁଣ୍ଡାରାଜ ଚାଲିଥିଲା, ପିପିଲିବାସୀ ତା ଭିତରୁ ବାହାରିବାକୁ ଚାହୁଁଛନ୍ତି । ବିଜେଡି ଦଳ କିନ୍ତୁ ସରକାରୀ କଳ ସହ ମିଶି ହିଂସା କରୁଛି । ଭୟ ଓ ଅବିଶ୍ୱାସ ଯୋଗୁ ବିଜେଡି ଆକ୍ରମଣ ରାଜନୀତି କରୁଛି ବୋଲି ଆଜି ପ୍ରେସମିଟ କରି କହିଛନ୍ତି ବିଜେପିContinue reading “ପିପିଲିରେ ନିର୍ବାଚନୀ ହିଂସା ପ୍ରସଙ୍ଗ । ଶାସକ ଦଳକୁ ଘେରିଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର । କହିଲେ, ଆକ୍ରମଣ ରାଜନୀତି କରୁଛି ବିଜେଡି ।”
ଟିକା ଉତ୍ସବରେ ମିଳୁନି ଟିକା : ଆଜି ପୁଣି ୭ଶହ ଟିକାକରଣ କେନ୍ଦ୍ର ବନ୍ଦ, କାର୍ଯ୍ୟକ୍ଷମ ହେଉଛି ୭୭୫ଟି କେନ୍ଦ୍ର
କନକ ବ୍ୟୁରୋ : ଟିକା ଉତ୍ସବ ଚାଲିଥିବା ବେଳେ ରାଜ୍ୟରେ ବନ୍ଦ ରହିଛି ଟିକା କେନ୍ଦ୍ର । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ରାଜ୍ୟରେ ୭ଶହ ଟିକା କେନ୍ଦ୍ର ବନ୍ଦ ରହିଛି । ୭୭୫ଟି ଟିକା କେନ୍ଦ୍ରରେ ଟିକାକରଣ ଚାଲିଛି । ଭୁବନେଶ୍ୱର ସମେତ ୮ଟି ୱାର୍କ ପ୍ଲେସରେ ଟିକାକରଣ ଆରମ୍ଭ ହୋଇଛି ଆଜି ବୋଲି ସୂଚନା ଦେଇଛନ୍ତି । ଗଂଜାମ, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ଖୋର୍ଦ୍ଧା,Continue reading “ଟିକା ଉତ୍ସବରେ ମିଳୁନି ଟିକା : ଆଜି ପୁଣି ୭ଶହ ଟିକାକରଣ କେନ୍ଦ୍ର ବନ୍ଦ, କାର୍ଯ୍ୟକ୍ଷମ ହେଉଛି ୭୭୫ଟି କେନ୍ଦ୍ର”
ଓୟୋ ହୋଟେଲରେ ବିଏମସି ଆରମ୍ଭ କଲା ଦେୟଯୁକ୍ତ ସଙ୍ଗରୋଧ ବ୍ୟବସ୍ଥା । ତିନୋଟି ଓୟୋ ହୋଟେଲରେ ୪୦ଟି ବେଡ୍ ପ୍ରସ୍ତୁତ ।
କନକ ବ୍ୟୁରୋ: ଓୟୋ ରୁମ ହେଲା ସଙ୍ଗରୋଧ କେନ୍ଦ୍ର । ଏଣିକି ଓୟୋ ରୁମରେ ସଙ୍ଗରୋଧରେ ରହିପାରିବେ ଲୋକେ । ରାଜଧାନୀରେ କୋଭିଡ୍ ସଂକ୍ରମଣ ବୃଦ୍ଧି ଓ କ୍ୱାରେଣ୍ଟାଇନ୍ ସୁବିଧାକୁ ଦେଖି ୩ଟି ଦେୟଯୁକ୍ତ ଓୟୋ ହୋଟେଲକୁ କ୍ୱାରେଣ୍ଟାଇନ୍ ସେଣ୍ଟର ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ । ଏଠାରେ ଲୋକ ଆବଶ୍ୟକୀୟ ଟଙ୍କା ଦେଇ ନିଜକୁ ସଙ୍ଗରୋଧରେ ରଖିପାରିବେ । ସେଠାରେ ତାଙ୍କ ସକାଳର ଜଳଖିଆ, ଦ୍ୱିପହର ଓ ରାତିର ଖାଇବା ମଧ୍ୟ ଉପଲବ୍ଧContinue reading “ଓୟୋ ହୋଟେଲରେ ବିଏମସି ଆରମ୍ଭ କଲା ଦେୟଯୁକ୍ତ ସଙ୍ଗରୋଧ ବ୍ୟବସ୍ଥା । ତିନୋଟି ଓୟୋ ହୋଟେଲରେ ୪୦ଟି ବେଡ୍ ପ୍ରସ୍ତୁତ ।”
ପରବର୍ତ୍ତୀ ‘ମୁଖ୍ୟ ନିର୍ବାଚନ କମିଶନର’ ହୋଇପାରନ୍ତି ସୁଶୀଲ ଚନ୍ଦ୍ର : ଯେକୌଣସି ସମୟରେ ଘୋଷଣା ହୋଇପାରେ ନାମ
କନକ ବ୍ୟୁରୋ : ନିର୍ବାଚନ କମିସନର୍ ସୁଶୀଲ ଚନ୍ଦ୍ର ଦେଶର ପରବର୍ତ୍ତୀ ‘ମୁଖ୍ୟ ନିର୍ବାଚନ କମିସନର୍’ ହେବେ ବୋଲି ରବିବାର ଦିନ ଏକ ବିଶେଷସୂତ୍ରରୁ ଜଣାପଡ଼ିଛି। ରୀତି ଅନୁଯାୟୀ ବରିଷ୍ଠତମ ନିର୍ବାଚନ କମିସନର୍ଙ୍କୁ ‘ମୁଖ୍ୟ ନିର୍ବାଚନ କମିସନର୍’ ଭାବେ ସରକାର ନିଯୁକ୍ତି ଦିଅନ୍ତି। ନିର୍ବାଚନ ସଦନର ମୁଖ୍ୟ ପଦବୀରେ ଅବସ୍ଥାନ କରାଇବା ନିମନ୍ତେ ସରକାର ସୁଶୀଲ୍ ଚନ୍ଦ୍ରଙ୍କର ନାମ ଅନୁମୋଦନ କରିଥିବା କୁହାଯାଉଛି। ଯେକୌଣସି ସମୟରେ ସରକାର ଏହା ଘୋଷଣା କରିପାରନ୍ତି ବୋଲି ସମ୍ପୃକ୍ତ ସୂତ୍ରରୁ ସୂଚନାContinue reading ” ପରବର୍ତ୍ତୀ ‘ମୁଖ୍ୟ ନିର୍ବାଚନ କମିଶନର’ ହୋଇପାରନ୍ତି ସୁଶୀଲ ଚନ୍ଦ୍ର : ଯେକୌଣସି ସମୟରେ ଘୋଷଣା ହୋଇପାରେ ନାମ”