ରେଳଯାତ୍ରୀଙ୍କ ପାଇଁ ସତର୍କ ଘଂଟି : ଆଜିଠାରୁ ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ କଡ଼ାକଡ଼ି ଯାଂଚ

କନକ ବ୍ୟୁରୋ : କରୋନା କଟକଣା ପାଇଁ ଆଜି ଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ ଆରମ୍ଭ ହୋଇଛି କଡ଼ାକଡ଼ି ଚେକିଂ । ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କୁ ଚେକିଂ କରାଯାଉଛି । ଆରଟିପିସିଆର ନେଗେଟିଭ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡ ଟିକାର ଦ୍ୱିତୀୟ ଡୋଜ ସାର୍ଟିଫିକେଟ ଯାତ୍ରୀମାନେ ଆଣିବା ଆବଶ୍ୟକ । ରେଳ ଷ୍ଟେସନରେ ବିଏମସିର ସ୍ୱତନ୍ତ୍ର ଟିମ୍ ସ୍କ୍ରିନଂ କରୁଛନ୍ତି । ଯେଉଁମାନଙ୍କ ଶରୀରର ତାପମାତ୍ରା ଅଧିକ ଥିବ ସେମାନଙ୍କର ଆଂଟିଜେନ ପରୀକ୍ଷା କରାଯିବContinue reading “ରେଳଯାତ୍ରୀଙ୍କ ପାଇଁ ସତର୍କ ଘଂଟି : ଆଜିଠାରୁ ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ କଡ଼ାକଡ଼ି ଯାଂଚ”

ମୁଁ ହାଇଦରକୁ ଦେଇଥିଲି ବିରିଆନି, ଏସସିବିରେ ୩ ଥର ନେଇକି ଦେଇଛି ବିରିଆନି ।

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପରେ ଏବେ ନୂଆ ନୂଆ ଗୁମର ଖୋଲିବାରେ ଲାଗିଛି । ହାଇଦରକୁ ଭେଟିଥିବା ତାଙ୍କ ସହଯୋଗୀ ୟାକୁବ୍ ଓରଫ୍ କଲ୍ଲୁ ଖାଁ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ‘ମୁଁ ଦାଦା(ହାଇଦର‌‌)ଙ୍କୁ ବଡ଼ ମେଡିକାଲ୍‌ ସର୍ଜରି ଓ୍ୱାର୍ଡରେ ୩ ଥର ବିରିଆନି ନେଇ ଦେଇଛି । ବାଲିଘାଟ ଓ ଠିକା କାମ ପାଇଁ ବଡ଼ ମେଡିକାଲ୍‌ରେ ତାଙ୍କୁ ଭେଟିବାକୁ ଯାଇଥିବା ବେଳେ ବିରିଆନି ନେଇଥିଲି । ତାଙ୍କ ପରିବାର ଲୋକଙ୍କContinue reading “ମୁଁ ହାଇଦରକୁ ଦେଇଥିଲି ବିରିଆନି, ଏସସିବିରେ ୩ ଥର ନେଇକି ଦେଇଛି ବିରିଆନି ।”

ଦୁଷ୍କର୍ମ ଉଦ୍ୟମ କରି କଟକରେ ଗିରଫ ହେଲେ ଗଣିତ ଶିକ୍ଷକ : ପରୀକ୍ଷା ନାଁରେ ଛାତ୍ରୀଙ୍କୁ ହୋଟେଲକୁ ଡାକି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

କନକ ବ୍ୟୁରୋ : କଟକର ଜଣେ ଛାତ୍ରୀଙ୍କୁ, ଗଣିତ ଶିକ୍ଷକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ପରୀକ୍ଷା ନାଁରେ ସଂପୃକ୍ତ ଶିକ୍ଷକ, ଛାତ୍ରୀଙ୍କୁ ହୋଟେଲକୁ ଡାକି ଏଭଳି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ପରିବାର ଲୋକେ । ମଧୁପାଟଣା ଥାନାରେ ଏହି ଏତଲା ଦିଆଯାଇଛି । ଏତଲା ପରେ ଗଣିତ ଶିକ୍ଷକଙ୍କୁ ଗିରଫ କରିଛି ପୁଲିସ । from Kanak News via <a href="https://ifttt.com/?

ଚାଉଳିଆଗଞ୍ଜ ପୁଲିସକୁ ବଡ଼ ସଫଳତା : ଗିରଫ ହେଲେ କୁଖ୍ୟାତ ଅପରାଧୀ ଦିପୁ ଓ ପପୁ

କନକ ବ୍ୟୁରୋ : ଚାଉଳିଆଗଞ୍ଜ ପୁଲିସକୁ ବଡ଼ ସଫଳତା । ଗିରଫ ହେଲେ କୁଖ୍ୟାତ ଅପରାଧୀ ଦିପୁ ଓ ପପୁ । ଦିପୁ ଓରଫ ଅଜିତ୍ ରାୟର ଘର ଜଗତସିଂହପୁର ଜିଲ୍ଲାର ବିରିଡ଼ିରେ ହୋଇଥିବା ବେଳେ ପପୁ ଓରଫ ଅଜୟ ମହାରଣା ଗଞ୍ଜାମର । ବନ୍ଧୁକ ବ୍ୟବସାୟ ମାମଲାରେ ଆଜି ଉଭୟଙ୍କୁ ବିଦ୍ୟାଧରପୁର ଗିରଫ କଲା ପୁଲିସ । ଏହାସହ ୬ଟି ବନ୍ଧୁକ , ଅନେକ ଅଫୁଟା ଗୁଳି, ମୋବାଇଲ ଓ ଦାମୀ କାର ମଧ୍ୟ ଜବତContinue reading “ଚାଉଳିଆଗଞ୍ଜ ପୁଲିସକୁ ବଡ଼ ସଫଳତା : ଗିରଫ ହେଲେ କୁଖ୍ୟାତ ଅପରାଧୀ ଦିପୁ ଓ ପପୁ”

ଚିନ୍ତା ବଢାଇଲା ସୁନ୍ଦରଗଡ ଓ ଖୋର୍ଦ୍ଧା : ରାଜ୍ୟରେ ଆଉ ୧୭୪୧ ଆକ୍ରାନ୍ତ ଚିହ୍ନଟ; ଦୁଇ ଜିଲ୍ଲାରେ ସଂକ୍ରମିତ ୨ ଶହ ଉପରେ, ୨ ମୃତ

କନକ ବ୍ୟୁରୋ : ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ ୧୭ଶହ ୪୧ ଆକ୍ରାନ୍ତ ଚିହ୍ନଟ ହେଶଇଛନ୍ତି । ସଂଗରୋଧରୁ ହଜାରେ ୧୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୭୨୬ । ଦୈନିକ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୫୧ ହଜାର ୩୦୨ । ସୁନ୍ଦରଗଡ଼ରୁ ସର୍ବାଧିକ ୨୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୦୪ ଜଣContinue reading “ଚିନ୍ତା ବଢାଇଲା ସୁନ୍ଦରଗଡ ଓ ଖୋର୍ଦ୍ଧା : ରାଜ୍ୟରେ ଆଉ ୧୭୪୧ ଆକ୍ରାନ୍ତ ଚିହ୍ନଟ; ଦୁଇ ଜିଲ୍ଲାରେ ସଂକ୍ରମିତ ୨ ଶହ ଉପରେ, ୨ ମୃତ”

କରୋନା ସଂକ୍ରମଣ ବୃଦ୍ଧି ଭିତରେ ବଡ଼ ଖବର । ରେମଡେସିଭିର ରପ୍ତାନୀ ନିଷିଦ୍ଧ କଲା ଭାରତ, ଜାଣନ୍ତୁ ଏହାପଛର କାରଣ

କନକ ବ୍ୟୁରୋ : ଦେଶରେ ସଂକ୍ରମଣର ଅହେତୁକ ବୃଦ୍ଧି ପରିପ୍ରେକ୍ଷୀରେ ସରକାର ଭୂତାଣୁ ବିରୋଧୀ ଔଷଧ ରେମ୍‌ଡେସିଭିର ରପ୍ତାନିକୁ ନିଷିଦ୍ଧ ଘୋଷଣା କରିଛନ୍ତି । ଦେଶରେ ମହାମାରୀ ସ୍ଥିତି ନିୟନ୍ତ୍ରଣାଧୀନ ନହେଲା ଯାଏ ରେମଡେସିଭିର ଇଞ୍ଜେକ୍ସନ ଓ ଅନ୍ୟାନ୍ୟ ତତ୍‌ସଂଲଗ୍ନ ଉପାଦାନର ରପ୍ତାନିକୁ ସରକାର ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ଅପରପକ୍ଷେ, ଏହାକୁ ଏକ ଅବ୍ୟର୍ଥ ଔଷଧ ଭାବି ଲୋକେ କିଣିବା ଲାଗି ବିକଳ ନହେବାକୁ ବିଶେଷଜ୍ଞମାମନେ ପରାମର୍ଶ କରିଛନ୍ତି । ରେମଡେସିଭିର ଯଦିଓ କୋଭିଡ‌ରୁ ଆରୋଗ୍ୟଲାଭContinue reading “କରୋନା ସଂକ୍ରମଣ ବୃଦ୍ଧି ଭିତରେ ବଡ଼ ଖବର । ରେମଡେସିଭିର ରପ୍ତାନୀ ନିଷିଦ୍ଧ କଲା ଭାରତ, ଜାଣନ୍ତୁ ଏହାପଛର କାରଣ”

ଫେରାର୍ ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବାକୁ ପୋଲିସ ଚଳାଇଛି ତନାଘନା : ଭୁବନେଶ୍ୱରର ସମସ୍ତ ପ୍ରବେଶ ପଥ ଓ ପ୍ରସ୍ଥାନ ପଥ ସିଲ

କନକ ବ୍ୟୁରୋ : ଫେରାର ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ଲାଗି ତନାଘନା ଆରମ୍ଭ କରିଛି କମିଶନରେଟ ପୁଲିସ । ଏଥିପାଇଁ ଗଠନ ହୋଇଛି ୬ଟି ଟିମ୍ । ସ୍ୱତନ୍ତ୍ର ଅଧିକାରୀ ଓ ସାଦା ପୋଷାକଧାରୀ ପୁଲିସକୁ ଏଥିରେ ସାମିଲ କରାଯାଇଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢାଉ ଜୋରଦାର ହୋଇଛି । ଭୁବନେଶ୍ୱରର ସମସ୍ତ ପ୍ରବେଶ ପଥ ଓ ପ୍ରସ୍ଥାନ ପଥକୁ ସିଲ କରାଯାଇଛି । ରାଜ୍ୟର ସୀମା ଓ ରେଳପଥ ଉପରେ ନଜର ରଖାଯାଇଛି ।Continue reading “ଫେରାର୍ ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବାକୁ ପୋଲିସ ଚଳାଇଛି ତନାଘନା : ଭୁବନେଶ୍ୱରର ସମସ୍ତ ପ୍ରବେଶ ପଥ ଓ ପ୍ରସ୍ଥାନ ପଥ ସିଲ”

ରାଜ୍ୟରେ କାଳବୈଶାଖୀ ସହ ଘଡ଼ଘଡ଼ି ଓ ବର୍ଷା ସମ୍ଭାବନା : ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ‌ଆର‌ସି

କନକ ବ୍ୟୁରୋ : ରାଜ୍ୟରେ ଏବେ କାଳବୈଶାଖୀଜନିତ ବର୍ଷା ଜାରି ରହିଛି। ଆସନ୍ତା ୧୫ ତାରିଖ ଯାଏ ପାଗରେ ବିଶେଷ ପରିବର୍ତ୍ତନ ନାହିଁ। ରାଜ୍ୟରେ ତାତି କମିବ ଓ ପାଗ ଥଣ୍ଡା ରହିବ । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କୋରାପୁଟ ଜିଲ୍ଲା ଲମତାପୁଟଠାରେ ସର୍ବାଧିକ ୮୦ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି କଳାହାଣ୍ଡି ଲାଞ୍ଜିଗଡ଼ରେ ୩୦ ମିମି, କନ୍ଧମାଳ ନୂଆଗାଁ ଓ ଗଜପତି ଜିଲ୍ଲା ଆର୍‌ ଉଦୟଗିରିରେ ୨୦ ମିମି ଲେଖାଏଁ ଏବଂ ରାୟଗଡ଼ାଠାରେContinue reading “ରାଜ୍ୟରେ କାଳବୈଶାଖୀ ସହ ଘଡ଼ଘଡ଼ି ଓ ବର୍ଷା ସମ୍ଭାବନା : ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ‌ଆର‌ସି”

ଦେଶରେ କରୋନା ସଂକ୍ରମଣ ଉପରମୁହାଁ  : ମାସକ ଭିତରେ ସାଢେ ୧୫ ହଜାରରୁ ଦେଢ ଲକ୍ଷ ଟପିଲା ଦୈନିକ ସଂକ୍ରମଣ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଉପର ମୁହାଁ ହୋଇଛି । ମାର୍ଚ୍ଚ ୧ ତାରିଖରେ ଦେଶରେ ୧୫ ହଜାର ୫ଶହ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ମାସକ ପରେ ଏପ୍ରିଲ ୧୧ରେ ଦେଢ ଲକ୍ଷ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ଅନ୍ୟପଟେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏବେ ୮ଶହ ପାଖପାଖି ରହୁଛି । ତେବେ ଦେଶରେ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ପଛର କାରଣ କହିଛନ୍ତି ବିଶେଷଜ୍ଞ ଓ ଡାକ୍ତରContinue reading “ଦେଶରେ କରୋନା ସଂକ୍ରମଣ ଉପରମୁହାଁ  : ମାସକ ଭିତରେ ସାଢେ ୧୫ ହଜାରରୁ ଦେଢ ଲକ୍ଷ ଟପିଲା ଦୈନିକ ସଂକ୍ରମଣ”

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ୍ ବୈଠକ : ମଧ୍ୟାହ୍ନ ୧୨ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ହେବ ଅନୁଷ୍ଠିତ

କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିବ। ମଧ୍ୟାହ୍ନ ୧୨ଟା ୩୦ରେ ଭିଡିଓ କନଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ହେବାକୁ ଥିବା ଏହି କ୍ୟାବିନେଟ୍‌ ବୈଠକରେ ୧୧ଟିରୁ ଅଧିକ ପ୍ରସ୍ତାବ ଆସିବା ସମ୍ଭାବନା ରହିଛି। କ୍ୟାବିନେଟ୍‌ ଆସିବାକୁଥିବା ପ୍ରସ୍ତାବ ସମ୍ପର୍କରେ କୌଣସି ମନ୍ତ୍ରୀମାନଙ୍କୁ ଏ ପର୍ଯ୍ୟନ୍ତ ଚିଠି ପଠାଯାଇ ନାହିଁ। ତେବେ ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉଚ୍ଚଶିକ୍ଷା ବିଭାଗର ଗ୍ରାଣ୍ଟ୍‌ ଇନ୍‌ ଏଡ୍‌ ବ୍ୟବସ୍ଥାର ସଂଶୋଧନ ନେଇ କ୍ୟାବିନେଟ୍‌Continue reading “ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ୍ ବୈଠକ : ମଧ୍ୟାହ୍ନ ୧୨ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ହେବ ଅନୁଷ୍ଠିତ”

Design a site like this with WordPress.com
Get started