ଆଇପିଏଲ୍‌ ମହାସଂଗ୍ରାମ : ଆଜି ପଞ୍ଜାବ କିଙ୍ଗ୍ସ-ରାଜସ୍ଥାନ ରୟାଲ୍ସ ମୁକାବିଲା

କନକ ବ୍ୟୁରୋ : ଆଇପିଏଲ୍‌ର ଚତୁର୍ଥ ଦିବସରେ ରାଜସ୍ଥାନ ରୟାଲ୍ସ ସହିତ ପଞ୍ଜାବ କିଙ୍ଗ୍ସର ମୁକାବିଲା ହେବ । ଉଭୟ ଦଳ ନିକଟରେ ବିସ୍ଫୋରକ ବ୍ୟାଟିଂର କ୍ଷମତା ଲମ୍ବା ରହିଥିବାରୁ ଏହି ମ୍ୟାଚ୍‌ ମଧ୍ୟ ବଡ଼ ସ୍କୋର୍‌ ବିଶିଷ୍ଟ ‌ହେବ ବୋଲି ଆଶା କରାଯାଉଛି ।ରାଜସ୍ଥାନ ରୟାଲ୍ସ ନିଶ୍ଚିତ ଭାବେ ଏହାର ଲଂଲିସ୍‌ ଅଲ୍‌ରାଉଣ୍ଡର୍‌ ବେନ୍ ଷ୍ଟୋକ୍ସଙ୍କ ଉପରେ ନିର୍ଭର କରିବ । ଦଳରେ ଥିବା ଅନ୍ୟତମ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ ଜୋସ୍ ବଟଲର୍‌ ଏବଂ ନବନିଯୁକ୍ତ ଅଧିନାୟକContinue reading “ଆଇପିଏଲ୍‌ ମହାସଂଗ୍ରାମ : ଆଜି ପଞ୍ଜାବ କିଙ୍ଗ୍ସ-ରାଜସ୍ଥାନ ରୟାଲ୍ସ ମୁକାବିଲା”

ପିପିଲି ପ୍ରଚାର ମୈଦାନକୁ ଆଜି ଓହ୍ଲାଇବେ ବିଜେଡି ସୁପ୍ରିମୋ : କରୋନା ସଂକ୍ରମଣ ଯୋଗୁଁ ଭର୍ଚୁଆଲ ରାଲି କରି ରୁଦ୍ର ମହାରଥୀଙ୍କ ପାଇଁ ମାଗିବେ ଭୋଟ୍

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ତେବେ କରୋନା ସଂକ୍ରମଣକୁ ଆଖିରେ ରଖି ଆଜି ଭର୍ଚୁଆଲ ରାଲି କରି ପ୍ରଚାର କରିବେ । ଭର୍ଚୁଆଲ ରାଲି କରି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ଭୋଟ ମାଗିବେ ନବୀନ ପଟ୍ଟନାୟକ । ପିପିଲି ବ୍ଲକ ଓ ଏନଏସିରେ ବିଜେଡି ମୁଖିଆ ପ୍ରଚାର କରିବେ । ଭର୍ଚୁଆଲ ରାଲି କରି ୬ ଜିଲ୍ଲା ପରିଷଦ ଜୋନ ଓ ଏନଏସିରେContinue reading “ପିପିଲି ପ୍ରଚାର ମୈଦାନକୁ ଆଜି ଓହ୍ଲାଇବେ ବିଜେଡି ସୁପ୍ରିମୋ : କରୋନା ସଂକ୍ରମଣ ଯୋଗୁଁ ଭର୍ଚୁଆଲ ରାଲି କରି ରୁଦ୍ର ମହାରଥୀଙ୍କ ପାଇଁ ମାଗିବେ ଭୋଟ୍”

ହାଇଦ୍ରାବାଦକୁ ୧୦ରନରେ ହରାଇଲା କେକେଆର୍ । କାମଦେଲାନି ମନିଷ ପାଣ୍ଡେଙ୍କ ଧୂଆଁଧାର ଇଂନିସ ।

କନକ ବ୍ୟୁରୋ: ଆଜି ଆଇପିଏଲରେ ଦେଖିବାକୁ ମିଳିଛି ଆଉ ଏକ ରୋମାଂଚକର ମ୍ୟାଚ୍ । ଯେଉଁଥିରେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ପରାସ୍ତ କରିଛି କୋଲକାତା ନାଇଟ୍ ରାଇଡର୍ସ । ହାଇଦ୍ରାବାଦକୁ ବିଜୟ ପାଇଁ ୧୮୮ ରନ୍ ଆବଶ୍ୟକ ହେଉଥିବାବେଳେ ଦଳ ୨୦ ଓଭର ଶେଷ ସୁଦ୍ଧା କେବଳ ୧୭୭ ରନ କରିଥିବା ହେତୁ ୧୦ ରନରେ ପରାଜୟ ଭୋଗିଛି । ଆଜି ପ୍ରଥମ ଟସ ଜିତି ହାଇଦ୍ରାବାଦ ବୋଲିଂ ନିଷ୍ପତ୍ତି  ନେଇଥିଲା । ଏହାପରେ ଦଳ Continue reading “ହାଇଦ୍ରାବାଦକୁ ୧୦ରନରେ ହରାଇଲା କେକେଆର୍ । କାମଦେଲାନି ମନିଷ ପାଣ୍ଡେଙ୍କ ଧୂଆଁଧାର ଇଂନିସ ।”

ବିଜେଡି ବିରୋଧରେ ବିଜେପିର ଅଭିଯୋଗ । ଶାସକ ଦଳର ବିଧାୟକ ଓ ନେତାଙ୍କ ଇଙ୍ଗିତରେ ବିଜେପି କର୍ମୀକୁ ଆକ୍ରମଣ କରାଯାଇଛି ବୋଲି କହିଲା ବିଜେପି । 

କନକ ବ୍ୟୁରୋ: ବିଜେଡି କର୍ମୀଙ୍କ ମାଡରେ ୩ଜଣ ବିଜେପି କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି । ଆହତଙ୍କୁ ଡେଲାଙ୍ଗ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଗୁରୁତର ଆହତଙ୍କୁ ଏମ୍ସ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଭୁବନେଶ୍ୱର ଏମ୍ସ ଯାଇ ବିଜେପି ସଭାପତି ସମୀର ମହାନ୍ତି ଗୁରୁତର ବିଜେପି କର୍ମୀଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଡେଲାଙ୍ଗ ଜେନାପୁରର ବାହ୍ମଣ ବାଡ଼ ଅଂଚଳରେ ବିଜେପି କର୍ମୀ ପ୍ରଚାର କରୁଥିବା ବେଳେ ଏହି ଗଣ୍ଡଗୋଳ ହୋଇଥିଲା ।Continue reading “ବିଜେଡି ବିରୋଧରେ ବିଜେପିର ଅଭିଯୋଗ । ଶାସକ ଦଳର ବିଧାୟକ ଓ ନେତାଙ୍କ ଇଙ୍ଗିତରେ ବିଜେପି କର୍ମୀକୁ ଆକ୍ରମଣ କରାଯାଇଛି ବୋଲି କହିଲା ବିଜେପି । “

ପିପିଲିରେ ନିର୍ବାଚନୀ ହିଂସା । ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉପରେ ଆକ୍ରମଣ ହେବା ନେଇ ଅଭିଯୋଗ ।

କନକ ବ୍ୟୁରୋ: ପିପିଲି ନିର୍ବାଚନ ପ୍ରଚାର ଯେତିକି ଉଷ୍ମ ହେଉଛି, ନିର୍ବାଚନୀ ହିଂସା ନେଇ ସେତିକି ଖବର ଆସିବାରେ ଲାଗିଛି । ଆଜି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗାଡି ଉପରେ ଆକ୍ରମଣ ହୋଇଛି । ଯେଉଁଥିରେ ତାଙ୍କ ଗାଡିର କାଚ ଭାଙ୍ଗିଯାଇଛି । ଆଜି କିଛି ବିଜେଡି କର୍ମୀ ଆହତ ହୋଇ ଡେଲାଙ୍ଗରେ ଭର୍ତି ହୋଇଥିବା ଖବର ପାଇ ସେମାନଙ୍କୁ ଭେଟିବାକୁ ଯାଇଥିଲେ ମନ୍ତ୍ରୀ । ଆହତ ବିଜେଡି କର୍ମୀଙ୍କୁ ଭେଟି ଫେରିବା ସମୟରେ ମନ୍ତ୍ରୀଙ୍କContinue reading “ପିପିଲିରେ ନିର୍ବାଚନୀ ହିଂସା । ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉପରେ ଆକ୍ରମଣ ହେବା ନେଇ ଅଭିଯୋଗ ।”

ବିଜେପିକୁ ଟାର୍ଗେଟ କଲେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । କହିଲେ, ନିଜ ହିଂସ୍ର ଆଚରଣ ଲୁଚାଇବାକୁ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପି ।

କନକ ବ୍ୟୁରୋ: ବିଜେପି ନିଜର ହିଂସ୍ର ଆଚରଣ ଲୁଚାଇବାକୁ ଯାଇ ଚୋର ମୁହଁ ଟାଣ ନ୍ୟାୟରେ ଆଜି  ପୁଣିଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରୁ ଯାଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ବିଜେପିର ଅଭିଯୋଗର ଜବାବ ଦେଇ ଲେନିନ୍ କହିଛନ୍ତି ଯେ, ପିପିଲି ଉପ ନିର୍ବାଚନରେ ନିଜର ଶୋଚନୀୟ ପରାଜୟ ଜାଣିବା ପରେ ରାଜ୍ୟ ବିଜେପି ଏବେ ମିଥ୍ୟା ଓ ଭିତ୍ତିହୀନ ଅପପ୍ରଚାରରେ ମାତିଛି । ଓଡିଶା ଭଳିContinue reading “ବିଜେପିକୁ ଟାର୍ଗେଟ କଲେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । କହିଲେ, ନିଜ ହିଂସ୍ର ଆଚରଣ ଲୁଚାଇବାକୁ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପି ।”

ଟିକାଉତ୍ସବର ପ୍ରଥମ ଦିନରେ ରାଜ୍ୟରେ ଲକ୍ଷେ ତଳକୁ ଖସିଲା ଟିକାକରଣ । ଟିକା ବଣ୍ଟନରେ ପାତର ଅନ୍ତର ଅଭିଯୋଗ କଲେ ମନ୍ତ୍ରୀ । 

କନକ ବ୍ୟୁରୋ: ଟିକା ଉତ୍ସବର ପ୍ରଥମ ଦିନରେ ରାଜ୍ୟରେ କମିଛି ଟିକାକରଣ । ରାଜ୍ୟରେ ଟିକା ଅଭାବ ଯୋଗୁଁ ଟିକାକରଣ ଏକ ଲକ୍ଷ ତଳକୁ ଖସି ଆସିଛି । ରାଜ୍ୟର ୫୯୩ ଟିକାକରଣ କେନ୍ଦ୍ରରେ ଆଜି ୮୧ ହଜାର ୧୬୯ ଜଣଙ୍କୁ କୋଭିଡ ଟିକାର ଡୋଜ ଦିଆଯାଇଛି । ଦୈନିକ ଦୁଇ ଲକ୍ଷ ଟିକାକରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ହେଲେ ଟିକା ଉତ୍ସବର ପ୍ରଥମ ଦିନରେ ଟିକାକରଣ ଲକ୍ଷେ ତଳକୁ ଖସିଯାଇଛି । ଆଜିContinue reading “ଟିକାଉତ୍ସବର ପ୍ରଥମ ଦିନରେ ରାଜ୍ୟରେ ଲକ୍ଷେ ତଳକୁ ଖସିଲା ଟିକାକରଣ । ଟିକା ବଣ୍ଟନରେ ପାତର ଅନ୍ତର ଅଭିଯୋଗ କଲେ ମନ୍ତ୍ରୀ । “

ପଶ୍ଚିମବଙ୍ଗରେ ଉଦ୍ୟୋଗୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ୪୦ ବର୍ଷ ଧରି ପଶ୍ଚିମବଙ୍ଗର ଗୌରବ ନଷ୍ଟ ହେଉଛି ।

କନକ ବ୍ୟୁରୋ: ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ବିଗତ ୪୦ ବର୍ଷ ଧରି ପଶ୍ଚିମବଙ୍ଗର ଗୌରବ ନଷ୍ଟ ହେଉଛି । ରବିବାର ପଶ୍ଚିମବଙ୍ଗର କୋଲକାତା ଠାରେ ବିଶିଷ୍ଟ ଉଦ୍ୟୋଗୀଙ୍କ ସହ ରାଜ୍ୟର ଶିଳ୍ପାୟନର ବିକାଶ ଏବଂ ଆର୍ôଥକ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରିବା ଅବସରରେ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅତୀତରେ ପଶ୍ଚିମବଙ୍ଗ ଲବ୍ଧ ପ୍ରତିଷ୍ଠିତ ଥିଲା ଏବଂ ଦେଶର ଆବଶ୍ୟକତା ସମୟରେ ମାର୍ଗ ଦେଖାଉଥିଲା । କିନ୍ତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁContinue reading “ପଶ୍ଚିମବଙ୍ଗରେ ଉଦ୍ୟୋଗୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ୪୦ ବର୍ଷ ଧରି ପଶ୍ଚିମବଙ୍ଗର ଗୌରବ ନଷ୍ଟ ହେଉଛି ।”

ହାଇଦ୍ରାବାଦକୁ ୧୮୮ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା । ପ୍ରଥମ ଇଂନିସରେ ଜବରଦସ୍ତ ୮୦ ରନ କଲେ ନିିତିଶ ରାଣା ।

କନକ ବ୍ୟୁରୋ: ଆଜି ଆଇପିଏଲରେ କେକେଆର୍ ଦଳ ହାଇଦ୍ରାବାଦ ଆଗରେ ୧୮୮ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ପ୍ରଥମ ଇଂନିସରେ କେକେଆର୍ ୧୮୭ ରନ୍ କରିବା ସହିତ ଏକ ଜବରଦସ୍ତ ଟାର୍ଗେଟ ଦେଇଛି । ଆଜି ପ୍ରଥମ ଟସ ଜିତି ହାଇଦ୍ରାବାଦ ବୋଲିଂ ନିଷ୍ପତ୍ତି ନେଇଥିଲା । ଏହାପରେ ଦଳ ପାଇଁ ଶୁଭମନ ଗିଲ୍ ଓ ନିତିଶ ରାଣା ଇଂନିସ ଓପନ କରିଥିଲେ । ହାଇଦ୍ରାବାଦ ବିରୋଧରେ କୋଲକାତାର ଜବରଦସ୍ତ ଇଂନିସ । ପ୍ରଥମ ଇଂନିସରେContinue reading “ହାଇଦ୍ରାବାଦକୁ ୧୮୮ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା । ପ୍ରଥମ ଇଂନିସରେ ଜବରଦସ୍ତ ୮୦ ରନ କଲେ ନିିତିଶ ରାଣା ।”

ପୁରୀ ଏମାର ମଠରେ ରହିଛି କି ଅଧିକ ଗୁପ୍ତ ଧନ । ନୂଆ ଟ୍ରଷ୍ଟକୁ ଦାୟିତ୍ୱ ମିଳିବା ପରେ ପ୍ରତ୍ନତତ୍ୱ ବିଭାଗ ଅଧିନରେ ଅନୁଧ୍ୟାନ ପାଇଁ ଉଠିଲା ଦାବି ।

କନକ ବ୍ୟୁରୋ: ପୁରୀ ଏମାର ମଠରୁ ପୁଣି ୪୫ ଖଣ୍ଡ ରୁପା ଇଟା ମିଳିଛି । ୨୦୧୦ ମସିହାରେ ଦେବତୋର ବିଭାଗ ଖୋଳତାଡ କରି ଏମାର ମଠରୁ ୫୨୨ ଖଣ୍ଡ ରୁପା ଇଟା ଜବତ କରିଥିଲେ । ସେହି ତାଲିକାରେ ଏବେ ଉଦ୍ଧାର ହୋଇଥିବା ୪୫ ଖଣ୍ଡ ଇଟାର ସୂଚନା ରହିଥିବା କୁହାଯାଉଛି । ହେଲେ ଏହି ସୂଚନାକୁ ଗୋପନ ରଖିବା ନେଇ ପ୍ରଶ୍ନ ଉଠାଇବା ସହ ଅଧିକ ତଦନ୍ତ ଦାବି କରିଛନ୍ତି ପୁରୀବାସୀ । ସେପଟେContinue reading “ପୁରୀ ଏମାର ମଠରେ ରହିଛି କି ଅଧିକ ଗୁପ୍ତ ଧନ । ନୂଆ ଟ୍ରଷ୍ଟକୁ ଦାୟିତ୍ୱ ମିଳିବା ପରେ ପ୍ରତ୍ନତତ୍ୱ ବିଭାଗ ଅଧିନରେ ଅନୁଧ୍ୟାନ ପାଇଁ ଉଠିଲା ଦାବି ।”

Design a site like this with WordPress.com
Get started