ପିପିଲିରେ ଜୋରଧରୁଛି ନିର୍ବାଚନ ପ୍ରଚାର । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କରିବେ ଭର୍ଚୁଆଲ ପ୍ରଚାର । ୧୩ରେ ଆସିବେ ଧର୍ମେନ୍ଦ୍ର । 

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ପାଇଁ ସରଗରମ ରାଜନୀତି । ଭୋଟ ହାତେଇବା ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ଆଜି ପିପିଲି ନିର୍ବାଚନ ମଣ୍ଡଳୀ ଡେଲାଙ୍ଗ ପୁରୁଷୋତମ ପୁରରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ହଜାରରୁ ଅଧିକ ଯୁବକଙ୍କୁ ନେଇ ସମାବେଶ କରିଛନ୍ତି । ଡେଲାଙ୍ଗ ପିପିଲିର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି କହି ଭୋଟ ମାଗିଥିଲେ ରୁଦ୍ର । ବିଜେଡି ପୁରୁଖା ନେତାଙ୍କ ଉପସ୍ଥିତିରେ ବିକାଶର କଥା ଦୋହରାଇଥିଲେ ରୁଦ୍ର ମହାରଥୀContinue reading “ପିପିଲିରେ ଜୋରଧରୁଛି ନିର୍ବାଚନ ପ୍ରଚାର । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କରିବେ ଭର୍ଚୁଆଲ ପ୍ରଚାର । ୧୩ରେ ଆସିବେ ଧର୍ମେନ୍ଦ୍ର । “

ଆରମ୍ଭ ହେଲା ଟିକାଉତ୍ସବ, ହେଲେ ରାଜ୍ୟରେ ଟିକାର ଘୋର ଅଭାବ । ମନ୍ତ୍ରୀ ସୁଶାନ୍ତ ସିଂ କହିଲେ ଟିକା ବଣ୍ଟନରେ କରାଯାଉଛି ପାତର ଅନ୍ତର

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ରବିବାରଠାରୁ ଦେଶରେ ପାଳନ ହେଉଛି କରୋନା ଟିକା ମହୋତ୍ସବ । ଲୋକଙ୍କୁ କୋଭିଡ ଟିକା ନେଇ ସଚେତନ କରିବା, ଟିକାକରଣ ବଢାଇବା ସହ ଟୀକା ନଷ୍ଟ ନକରିବାକୁ ନେଇ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ କରାଯାଉଛି । କିନ୍ତୁ ଚାହିଦା ଅନୁସାରେ ଓଡିଶାକୁ ଟିକା ଯୋଗାଣ କମ ରହିଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଯାହାକୁ ନେଇ ଆରମ୍ଭ ହୋଇଯାଇଛିContinue reading “ଆରମ୍ଭ ହେଲା ଟିକାଉତ୍ସବ, ହେଲେ ରାଜ୍ୟରେ ଟିକାର ଘୋର ଅଭାବ । ମନ୍ତ୍ରୀ ସୁଶାନ୍ତ ସିଂ କହିଲେ ଟିକା ବଣ୍ଟନରେ କରାଯାଉଛି ପାତର ଅନ୍ତର”

ହାଇଦରକୁ ଧରିବା ପାଇଁ ବଡ଼ ଅପରେସନ । ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ହେଲା ଖସଡା । 

କନକ ବ୍ୟୁରୋ: ପୋଲିସ ଆଖିରେ ଧୁଳି ଦେଇ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ପୋଲିସର ତନାଘନା । ଭୁବନେଶ୍ୱର ରେଳ ଷ୍ଟେସନରେ ମୋବାଇଲରେ ହାଇଦରର ଫଟୋ ଦେଖାଉଛି ପୋଲିସ । ପୋଲିସ କର୍ମଚାରୀ ଏବଂ ସାଦା ପୋଷାକଦାରୀ ଅଧିକାରୀ ହାଇଦର ଫଟୋ ଦେଖାଇ ଦୋକାନୀ, କୁଲି ଓ ସାଧାରଣ ଲୋକଙ୍କୁ ପଚାରୁଛନ୍ତି । କାରଣ ପୋଲିସ ଆଶଙ୍କା କରୁଛି, ହାଇଦର ଟ୍ରେନ କିମ୍ବା ବସ ଯୋଗେ ଏରିଆରୁ ପାର ହୋଇଯାଇଥାଇପାରେ । କୁହାଯାଉଛି ଗ୍ୟାଙ୍ଗଷ୍ଟରContinue reading “ହାଇଦରକୁ ଧରିବା ପାଇଁ ବଡ଼ ଅପରେସନ । ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ହେଲା ଖସଡା । “

ଦେଶରେ ଦେଢ଼ ଲକ୍ଷ ଟପିଲା ଦୈନିକ ସଂକ୍ରମଣ, ରାଜ୍ୟରେ ଉପରମୁହାଁ କରୋନା ମିଟର । ଏବେ ବି ଲୋକ ମାନୁନାହାନ୍ତି କୋଭିଡ୍ ନିୟମ, ସୀମାରେ ଜୋରଦାର ଚେକିଂ

କନକ ବ୍ୟୁରୋ: ସୁନ୍ଦରଗଡର ବଜାରକୁ ହଜାର ହଜାର ଲୋକ କିଣାବିକା କରିବାକୁ ଆସୁଛନ୍ତି । ହେଲେ ଅଧିକାଂଶ ବ୍ୟକ୍ତିଙ୍କ ମୁହଁରେ ମାସ୍କ ନାହିଁ, କିମ୍ବା ସାମାଜିକ ଦୂରତା ବି ନାହିଁ । ସୁନ୍ଦରଗଡର ଜିଲ୍ଲାରେ ସଂକ୍ରମଣ ସର୍ବାଧିକ ରହିଥିବା ବେଳେ ଏଭଳି ଖୁଲମ ଖୁଲା ନିୟମ ଉଲ୍ଲଘଂନ ଏବେ କରୋନା କଟକଣା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସେପଟେ ଛତିଶଗଡ ଓ ଝାରଖଣ୍ଡର ସୀମାନ୍ତବର୍ତିୀ ଅଚଂଳରୁ ଲୋକଙ୍କ ଅବାଧ ଯିବା ଆସିବା ସଂକ୍ରମଣ ବଢାଉଥିବା କୁହାଯାଉଛିContinue reading “ଦେଶରେ ଦେଢ଼ ଲକ୍ଷ ଟପିଲା ଦୈନିକ ସଂକ୍ରମଣ, ରାଜ୍ୟରେ ଉପରମୁହାଁ କରୋନା ମିଟର । ଏବେ ବି ଲୋକ ମାନୁନାହାନ୍ତି କୋଭିଡ୍ ନିୟମ, ସୀମାରେ ଜୋରଦାର ଚେକିଂ”

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପଛରେ ରହିଛି କି ବଡ଼ ଷଡଯନ୍ତ୍ର? ବୁର୍ଲା ମେଡିକାଲ ଅଧିକ୍ଷକ କହିଲେ, କଟକ ମେଡିକାଲକୁ କରାଯାଇନଥିଲା ରେଫର

କନକ ବ୍ୟୁରୋ: ଇଏ ଏପରି ଏକ ଫେରାର କାହାଣୀ, ଯାହା ଚଳଚିତ୍ରର କାହାଣୀ ଠାରୁ କୌଣସି ଦୃଷ୍ଟିରୁ କମ୍ ନୁହେଁ । ଚାର୍ଲସ ଶୋଭରାଜ୍ ପୁଲିସକୁ ଚକମା ଦେବା ଭଳି ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଉଭାନ ହୋଇଯାଇଛି ଗାଙ୍ଗଷ୍ଟର ହାଇଦର । ଯାହାକୁ ଧରିବା ପାଇଁ ଦିନେ ସାରା ରାଜ୍ୟର ପୁଲିସ ଖୋଜୁଥିଲା, ତାକୁ ଧରିବା ପାଇଁ ନାକେଦମ୍ ହେବାକୁ ପଡିଥିଲା, ସେହି ଦୁର୍ଦ୍ଦାନ୍ତ ଅପରାଧୀ ଏତେ ସହଜରେ ଖସିଯିବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତିContinue reading “ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପଛରେ ରହିଛି କି ବଡ଼ ଷଡଯନ୍ତ୍ର? ବୁର୍ଲା ମେଡିକାଲ ଅଧିକ୍ଷକ କହିଲେ, କଟକ ମେଡିକାଲକୁ କରାଯାଇନଥିଲା ରେଫର”

ଦେଶରେ କରୋନା ସଂକ୍ରମଣ ବଢିଚାଲିଥିବା ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ନିଷିଦ୍ଧ ହେଲା କାେଭିଡ୍ ଟିକା ରେମଡେସଭିର ରପ୍ତାନି ।

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ବଢିଚାଲିଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ରେମଡେସଭିର ତଥା ରେମଡେସଭିର ଆକ୍ଟିଭ ଫାର୍ମାସୁଟିକାଲ ଇନଗ୍ରେଡିଏନ୍ସ (ଏପିଆଇ) (ଏହି ଔଷଧ ପ୍ରସ୍ତୁତିରେ ଲାଗୁଥିବା କଞ୍ଚାମାଲ)ର ରପ୍ତାନିକୁ ନିଷିଦ୍ଧ କରିଛନ୍ତି । ଦେଶରେ କରୋନା ମହାମାରୀ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶରେ ଆହୁରି ମଧ୍ୟ କୁହାଯାଇଛି ଯେ, ରେମଡେସଭିର ଔଷଧ ଉତ୍ପାଦନକାରୀ କମ୍ପାନିମାନେ ଓ୍ବେବସାଇଟରେ ନିଜର ଷ୍ଟକିଷ୍ଟ ଓ ଡିଷ୍ଟ୍ରିବୁଟର୍ସଙ୍କContinue reading “ଦେଶରେ କରୋନା ସଂକ୍ରମଣ ବଢିଚାଲିଥିବା ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ନିଷିଦ୍ଧ ହେଲା କାେଭିଡ୍ ଟିକା ରେମଡେସଭିର ରପ୍ତାନି ।”

ପିପିଲି ପ୍ରଚାର ବେଳେ ନିର୍ବାଚନୀ ହିଂସା । ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀର ସମର୍ଥକ । ୩ ଜଣ ଆହତ ପରେ ହସ୍ପିଟାଲରେ ଭର୍ତ୍ତି ।

କନକ ବ୍ୟୁରୋ: ପିପିଲି ପ୍ରଚାର ବେଳେ ହିଂସା । ଉପ ନିର୍ବାଚନକୁ ନେଇ ପିପିଲି ରାଜନୀତି ସରଗରମ ରହିଥିବାବେଳେ ଆଜି ଡେଲାଙ୍ଗରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ପ୍ରଚାରବେଳେ ଆଜି ଦୁଇ ଗୋଷ୍ଠୀର କିଛି ଲୋକ ମୁହାଁମୁହିଁ ହୋଇଛନ୍ତି । ଫଳରେ ସ୍ଥାନୀୟ ଅଂଚଳରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି । ପିପିଲି ଡେଲାଙ୍ଗରେ ନିର୍ବାଚନୀ ପ୍ରଚାର ବେଳେ ହିଂସା । ପ୍ରଚାର ବେଳେ ଦୁଇଗୋଷ୍ଠୀ ହେଲେ ମୁହାଁମୁହିଁ । ଜେନାପୁର ବ୍ରାହ୍ମଣବାଡରେ ଅଂଚଳରେ ଦୁଇContinue reading “ପିପିଲି ପ୍ରଚାର ବେଳେ ନିର୍ବାଚନୀ ହିଂସା । ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀର ସମର୍ଥକ । ୩ ଜଣ ଆହତ ପରେ ହସ୍ପିଟାଲରେ ଭର୍ତ୍ତି ।”

ଅକ୍ଟୋବର ସୁଦ୍ଧା ଭାରତକୁ ମିଳିପାରେ ଆଉ ୫ ଟି କରୋନା ଭ୍ୟାକ୍ସିନ୍ । ୧୦ ଦିନ ମଧ୍ୟରେ ‘ସ୍ପୁଟନିକ୍ ଭି’ କୁ ବି ମିିଳିପାରେ ମଞ୍ଜୁରୀ

କନକ ବ୍ୟୁରୋ : ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ଭାରତକୁ ଆଉ ୫ ଟି କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିଡ-୧୯ ଟିକା ମିଳିବାର ସମ୍ଭାବନା ଦେଖାଦେଇଛି । ଭାରତ ବର୍ତ୍ତମାନ ୨ ଟି କୋଭିଡ ଟିକାକୁ ମଞ୍ଜୁରୀ ଦେଇଛି । ଯାହା ମଧ୍ୟରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ରହିଛି । ହେଲେ ଚଳିତ ବର୍ଷ ଶେଷ ପୂର୍ବରୁ ଭାରତକୁ ଆଉ ୫ ଟି କୋଭିଡ୍-୧୯ ଟିକା ମିଳିବାର ସୂଚନା ମିଳିଛି । ସେମାନଙ୍କ ମଧ୍ୟରେContinue reading “ଅକ୍ଟୋବର ସୁଦ୍ଧା ଭାରତକୁ ମିଳିପାରେ ଆଉ ୫ ଟି କରୋନା ଭ୍ୟାକ୍ସିନ୍ । ୧୦ ଦିନ ମଧ୍ୟରେ ‘ସ୍ପୁଟନିକ୍ ଭି’ କୁ ବି ମିିଳିପାରେ ମଞ୍ଜୁରୀ”

ରାଜ୍ୟରେ ଜୋର ଧରୁଛି କରୋନା ସଂକ୍ରମଣ । ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକରେ ଜୋରଦାର ହେଲାଣି ଚେକିଂ ।

କନକ ବ୍ୟୁରୋ: କରୋନା ମୁକାବିଲାରେ ଓଡିଶାର ଚିନ୍ତା ବଢାଇଛନ୍ତି ପଡୋଶୀ ରାଜ୍ୟ । ଓଡ଼ିଶା-ଛତିଶଗଡ଼ର ସମସ୍ତ ସୀମାକୁ ଏବେ ସିଲ କରିଛି ପୋଲିସ । କୋରାପୁଟର ଚାନ୍ଦିଲି ଠାରେ ପୋଲିସ ତମ୍ବୁ ଟାଣି ଯାଂଚ ପ୍ରକ୍ରିୟାକୁ କଡ଼ାକଡ଼ି କରିଛି । ଯେପରି କୌଣସି ସଂକ୍ରମିତ ବ୍ୟକ୍ତି ଓଡ଼ିଶା ଭିତରକୁ ପ୍ରବେଶ ନକରନ୍ତି, ତା ଉପରେ ତିକ୍ଷଣ ନଜର ରଖିଛି ପୋଲିସ । ଗତକାଲି କୋରାପୁଟ ଜିଲ୍ଲାପାଳ ଏନେଇ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ସୀମା ସିଲ କରିContinue reading “ରାଜ୍ୟରେ ଜୋର ଧରୁଛି କରୋନା ସଂକ୍ରମଣ । ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକରେ ଜୋରଦାର ହେଲାଣି ଚେକିଂ ।”

ଗଂଜାମ ଜିଲ୍ଲାର ପ୍ରସିଦ୍ଧ ବୁଢୀ ଠାକୁରାଣୀ ପୀଠରେ ଲାଗିଲା କଟକଣା । ସଂଧ୍ୟା ୬ଟାରୁ ରାତି ୧୦ ଟା ଯାଏଁ ପୀଠରେ ୧୪୪ ଧାରା ଜାରି । 

କନକ ବ୍ୟୁରୋ: ବ୍ରହ୍ମପୁର ମା’ ବୁଢିଠାକୁରାଣୀ ପୀଠରେ ଲାଗିଲା କଟକଣା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୁଢିଠାକୁରାଣୀ ପୀଠରେ ୧୪୪ଧାରା ଜାରି କଲେ ପ୍ରଶାସନ । ଆଜି ସଂଧ୍ୟା ୬ଟାରୁ ରାତି ୧୦ଟା ଯାଏଁ କଟକଣା ଲାଗୁ କରାଯାଇଛି । ମା’ ବୁଢି ଠାକୁରାଣୀ ଗୋଟାଏ ଦିନ ବିଶ୍ରାମ ନେବା ପରେ ରାଜବାଟୀ ଯିବାର ପରମ୍ପରା ରହିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ । ସେପଟେ ଶହଶହ ସଂଖ୍ୟାରେContinue reading “ଗଂଜାମ ଜିଲ୍ଲାର ପ୍ରସିଦ୍ଧ ବୁଢୀ ଠାକୁରାଣୀ ପୀଠରେ ଲାଗିଲା କଟକଣା । ସଂଧ୍ୟା ୬ଟାରୁ ରାତି ୧୦ ଟା ଯାଏଁ ପୀଠରେ ୧୪୪ ଧାରା ଜାରି । “

Design a site like this with WordPress.com
Get started