କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ନିକଟସ୍ଥ ଏମାର ମଠରୁ ପୁଣି ରୂପା ଇଟା ମିଳିଛି । ମଠର ପଛପଟୁ ୪୫ ଖଣ୍ଟ ରୂପା ଇଟା ମିଳିଥିବା ନେଇ ସୂଚନା ଦେଇଛନ୍ତି ରାଧାବଲ୍ଲଭ ମଠର ମହନ୍ତ । ମହନ୍ତଙ୍କ ସୂଚନା ମୁତାବକ ମଠର ପଛପଟୁ ୪୫ ଖଣ୍ଡ ରୂପା ଇଟା ମିଳିଛି । ପ୍ରତି ଇଟା ଖଣ୍ଡର ଓଜନ ୩୨ ରୁ ୩୫ କିଲେ ହେବ ବୋଲି ସେ କହିଛନ୍ତି । କାଲି ପୁରୀContinue reading “୨୦୧୧ ପରେ ପୁଣି ପୁରୀ ଏମାର ମଠରୁ ମିଳିଲା ରୂପା ଇଟା । ରୂପା ଇଟା ମିଳିଥିବା ନେଇ ସୂଚନା ଦେଲେ ରାଧାବଲ୍ଲଭ ମଠର ମହନ୍ତ”
Author Archives: Raghaba
ଲକଡାଉନ୍ ନୁହେଁ, ଖୁବଶୀଘ୍ର ଦିଲ୍ଲୀରେ ଜାରି ହେବ ନୂଆ କଟକଣା । କେଜ୍ରିୱାଲ ଦେଲେ ସଂକେତ ।
କନକ ବ୍ୟୁରୋ : ‘ଲକଡାଉନ୍’ ନୁହେଁ, ଦିଲ୍ଲୀରେ ଖୁବ୍ ଶୀଘ୍ର ନୂଆ କଟକଣା ଜାରି ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କୋଭିଡ୍-୧୯ ଟିକାକରଣ ପ୍ରକ୍ରିୟା ତ୍ୱରାନ୍ଵିତ କରିବା ଓ ଏଥିନିମନ୍ତେ ଥିବା ବୟସ ବର୍ଗ ଉଚ୍ଛେଦ କରାଯିବା ଆବଶ୍ୟକ। ସେ କହିଛନ୍ତି, ଯଥେଷ୍ଟ ପରିମାଣର ଟିକା ମିଳିବା ସଙ୍ଗେ ସଙ୍ଗେ ଟିକା ନେବା ପାଇଁ ନିର୍ଦ୍ଧାରଣ ହୋଇଥିବା ବୟସ ବର୍ଗ ଉଚ୍ଛେଦ କରାଗଲେ ଦିଲ୍ଲୀରେ ଆମେ ଦୁଇContinue reading “ଲକଡାଉନ୍ ନୁହେଁ, ଖୁବଶୀଘ୍ର ଦିଲ୍ଲୀରେ ଜାରି ହେବ ନୂଆ କଟକଣା । କେଜ୍ରିୱାଲ ଦେଲେ ସଂକେତ ।”
ଗିରଫ ହେଲେ କୋଟିପତି କିରାଣୀ । ଗତକାଲି ଘରେ ଚଢାଉ କରିଥିଲା ଭିଜିଲାନ୍ସ
କନକ ବ୍ୟୁରୋ : ଗିରଫ ହେଲେ କୋଟିପତି କିରାଣୀ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କିରାଣୀଙ୍କ ଘରେ ରେଡ୍ ମାରିଥିଲା ଭିଜିଲାନ୍ସ । ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଚଢାଉ ପରେ ଆଜି ଗିରଫ ହୋଇଛନ୍ତି କିରାଣୀ । ସୂଚନା ମୁତାବର, ଗତକାଲି ସିନିୟର କ୍ଲର୍କ ଦିଲ୍ଲୀପ କୁମାର ଜେନାଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ମାରିଥିଲା ଭିଜିଲାନ୍ସContinue reading “ଗିରଫ ହେଲେ କୋଟିପତି କିରାଣୀ । ଗତକାଲି ଘରେ ଚଢାଉ କରିଥିଲା ଭିଜିଲାନ୍ସ “
ବିଜାପୁରରରେ କାହିଁକି ଫେଲ ମାରିଲା ଅପରେସନ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କାରଣ କହିଲେ ଯବାନ
କନକ ବ୍ୟୁରୋ : ଛତିଶଗଡ ବିଜାପୁରରରେ କାହିଁକି ଫେଲ ମାରିଲା ପୋଲିସ ଓ ସୁରକ୍ଷା କର୍ମୀଙ୍କ ଅପରେସନ୍ । ମାଓବାଦୀଙ୍କ ଅମ୍ବୁସରେ କେମିତି ଫଶିଗଲେ ଯବାନ । ସବୁଠାରୁ ବଡକଥା ହେଉଛି ମାଓବାଦୀଙ୍କ ଅମ୍ବୁସକୁ ଭାଙ୍ଗିବା ସତ୍ୱେ କେମିତି ଯବାନଙ୍କୁ ଘେରି ନରସଂହାର କରିବାକୁ ସମର୍ଥ ହେଲା ଲାଲ ବାହିନୀ । ଗତ ଏପ୍ରିଲ ୩ ତାରିଖରେ ଛତିଶଗଡ ବିଜାପୁରର ଜୋନାଗୁଡାରେ ହୋଇଥିବା ପୋଲିସ-ମାଓବାଦୀ ଗୁଳି ବିନିମୟରେ କେଉଁଠି ରହିଲା ତ୍ରୁଟି । ଏବେ ଏହାର ସତContinue reading “ବିଜାପୁରରରେ କାହିଁକି ଫେଲ ମାରିଲା ଅପରେସନ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କାରଣ କହିଲେ ଯବାନ “
ନବରଙ୍ଗପୁର ସୀମା ସିଲ୍ । ନେଗେଟିଭ୍ ରିପୋର୍ଟ ବିନା ନବରଙ୍ଗପୁରରେ ପଶିବା ଉପରେ କଟକଣା, ଚେକପୋଷ୍ଟରେ ହେଉଛି କଡାକଡି ଚେକିଂ ।
କନକ ବ୍ୟୁରୋ : ନବରଙ୍ଗପୁର ସୀମା ସିଲ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବରଙ୍ଗପୁର ସୀମାକୁ ସିଲ୍ କରାଯାଇଛି । ଛତିଶଗଡ ପଟୁ ଆସୁଥିବା ସମସ୍ତ ଗାଡି ଓ ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଛତିଶଗଡ ସଲଂଗ୍ନ ସୀମାକୁ ସିଲ୍ କରିଛି ପ୍ରଶାସନ । ନେଗେଟିଭ ରିପୋର୍ଟ ବିନା ନବରଙ୍ଗପୁରକୁ ପଶିବା ଉପରେ କଟକଣା ଲଗାଯାଇଛି । ସୀମାରେ ଥିବା ଚେକପୋଷ୍ଟକୁ ସିଲ୍ ସହ ଯାଞ୍ଚ କଡାକଡି କରାଯାଇଛି । ଉମରକୋଟ ଦଣ୍ଡସରାContinue reading “ନବରଙ୍ଗପୁର ସୀମା ସିଲ୍ । ନେଗେଟିଭ୍ ରିପୋର୍ଟ ବିନା ନବରଙ୍ଗପୁରରେ ପଶିବା ଉପରେ କଟକଣା, ଚେକପୋଷ୍ଟରେ ହେଉଛି କଡାକଡି ଚେକିଂ ।”
ଏମାର ମଠ ପଛରୁ ରୂପା ଇଟା ମିଳିଥିବା ସୂଚନା । ଏମାର ମଠ ମୁଖ୍ୟ ଗାଦି ପଛପଟେ ଖୋଳା ଚାଲିଥିବା ବେଳେ ମିଳିଲା ଇଟା ।
କନକ ବ୍ୟୁରୋ: ଏମାର ମଠ ପଛରୁ ରୂପା ଇଟା ମିଳିଥିବା ସୂଚନା । ଏମାର ମଠ ମୁଖ୍ୟ ଗାଦି ପଛପଟେ ଖୋଳା ଚାଲିଥିବା ବେଳେ ମିଳିଲା ଇଟା । ଏକାଧିକ ରୂପା ଇଟା ମିଳିଥିବା ବିଶେଷ ସୂତ୍ରରୁ ସୂଚନା । ପୁରୀ ଏମାର ମଠର ଚାଲିଛି ସମ୍ପତ୍ତି ଆକଳନ । କାଲି ଜୋର ଜବରଦସ୍ତ ନୂଆ ମହନ୍ତଙ୍କୁ ଅପସ୍ଥାପିତ କରିଥିଲା ପ୍ରଶାସନ । ୨୦୧୧ରେ ମଧ୍ୟ ଏମାର ମଠରୁ ୫୧୧ ଖଣ୍ଡ ରୂପା ଇଟା ମିଳିଥିଲା ।Continue reading “ଏମାର ମଠ ପଛରୁ ରୂପା ଇଟା ମିଳିଥିବା ସୂଚନା । ଏମାର ମଠ ମୁଖ୍ୟ ଗାଦି ପଛପଟେ ଖୋଳା ଚାଲିଥିବା ବେଳେ ମିଳିଲା ଇଟା ।”
କୋଭିଡ ମୁକାବିଲା ପାଇଁ ସରକାର ପ୍ରସ୍ତୁତ, ଅସ୍ଥାୟୀ ମେଡିକାଲ କେନ୍ଦ୍ର ପ୍ରସ୍ତୁତ ରଖିବାକୁ କୁହାଯାଇଛି । ପ୍ରବାସୀଙ୍କ ଓଡ଼ିଆ ରାଜ୍ୟକୁ ଫେରିବା ନେଇ ମନ୍ତ୍ରୀ ରଖିଲେ ପ୍ରତିକ୍ରିୟା ।
କନକ ବ୍ୟୁରୋ : ପ୍ରବାସୀ ଓଡ଼ିଆ ଆସିବା ପ୍ରସଙ୍ଗରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପ୍ରତିକ୍ରିୟା। କିଛି ସ୍ଥାନରେ ପ୍ରବାସୀ ଓଡ଼ିଆ ଆସୁଛନ୍ତି। ସେମାନଙ୍କୁ ଟେଷ୍ଟିଂ କରାଯାଉଛି। ଆଗକୁ ପ୍ରବାସୀ ଓଡ଼ିଆଙ୍କ ଗୋଟିଏ ଗାଇଡ଼ଲାଇନ କରିବା ପାଇଁ ବିଚାର କରାଯାଉଛି। ଅସ୍ଥାୟୀ ମେଡିକାଲ କେନ୍ଦ୍ରକୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। କିଛି ରାଜ୍ୟରେ ଅଧିକ ସଂକ୍ରମଣ ହେଉଛି। ସମ୍ପୃକ୍ତ ରାଜ୍ୟରୁ କିଛି ଲୋକ ଆସୁଥିବେ। ସରକାର କୋଭିଡ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସୀମାନ୍ତରେ ଜୋରସୋରରେ ଚେକିଂContinue reading “କୋଭିଡ ମୁକାବିଲା ପାଇଁ ସରକାର ପ୍ରସ୍ତୁତ, ଅସ୍ଥାୟୀ ମେଡିକାଲ କେନ୍ଦ୍ର ପ୍ରସ୍ତୁତ ରଖିବାକୁ କୁହାଯାଇଛି । ପ୍ରବାସୀଙ୍କ ଓଡ଼ିଆ ରାଜ୍ୟକୁ ଫେରିବା ନେଇ ମନ୍ତ୍ରୀ ରଖିଲେ ପ୍ରତିକ୍ରିୟା ।”
କୋଟିଆରୁ ଆସିଲା ରୋଚକ ଦୃଶ୍ୟ । କୋଟିଆ ସୀମାରେ ଆନ୍ଧ୍ର ଅଫିସରଙ୍କ ବାଟ ଓଗାଳିଲେ ଓଡିଆ ବାବୁ । ସୀମାରେ ଦୁଇ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି
କନକ ବ୍ୟୁରୋ : କୋଟିଆରେ ଆନ୍ଧ୍ରର ଜିଲ୍ଲା ପରିସଦ ଓ ସମିତି ସଭ୍ୟ ନିର୍ବାଚନ ଚାଲ ଫେଲ ମାରିଛି । ବିଶେଷ କରି କୋରାପସ୍ୱଙ୍କ ଜିଲ୍ଲା ପ୍ରଶାସନର ସତର୍କତା ଯୋଗୁଁ ଆନ୍ଧ୍ରର ସବୁ ଷଡଯନ୍ତ୍ର ଭଣ୍ଡୁର ହୋଇଥିଲା । ଏହାରି ଭିତରେ ସାମ୍ନାକୁ ଆସିଛି ଆନ୍ଧ୍ର ଅଫିସରଙ୍କୁ ଓଡିଆ ଅଧିକାର ସୀମାରେ ଅଟକାଇବାବେଳର ଏକ ରୋଚକ ଚିତ୍ର । କୋଟିଆର ୩ଟି ଗାଁକୁ ନିଜର ବୋଲି ଦର୍ଶାଇ ଏଠାରେ ନିର୍ବାଚନ କରିବା ପାଇଁ କୋରାପୁଟ ପଟାଙ୍ଗୀର କୋଟିଆContinue reading “କୋଟିଆରୁ ଆସିଲା ରୋଚକ ଦୃଶ୍ୟ । କୋଟିଆ ସୀମାରେ ଆନ୍ଧ୍ର ଅଫିସରଙ୍କ ବାଟ ଓଗାଳିଲେ ଓଡିଆ ବାବୁ । ସୀମାରେ ଦୁଇ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି”
ପଶ୍ଚିମବଙ୍ଗରେ ମତଦାନ ଚାଲୁଥିବା ବେଳେ ବିଜେପି ଓ ଟିଏମସି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ । ୪ ଜଣଙ୍କ ମୃତ୍ୟୁ
କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି । ଏହି ପର୍ଯ୍ୟାୟରେ ୫ ଟି ଜିଲ୍ଲାର ୪୪ ଟି ଆସନ ପାଇଁ ମତଦାନ ହେଉଛି । ହେଲେ ଭୋଟ ଗ୍ରହଣ ଚାଲିଥିବା ବେଳେ ବିଭିନ୍ନ ବୁଥ୍ ରୁ ହିଂସାର ଖବର ଆସୁଛି । କୁଚବିହାରର ସୀତାଲକୁଚି ଠାରେ ବିଜେପି ଓ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଘମାଘୋଟ ଲଢେଇ ହୋଇଛି । ଏହି ହିଂସାକୁ ରୋକିବାକୁ ଯାଇ ପୋଲିସ ଗୁଳିରେ ୪Continue reading “ପଶ୍ଚିମବଙ୍ଗରେ ମତଦାନ ଚାଲୁଥିବା ବେଳେ ବିଜେପି ଓ ଟିଏମସି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ । ୪ ଜଣଙ୍କ ମୃତ୍ୟୁ”
ମହାରାଷ୍ଟ୍ରରେ ଆଜି ରାତିରୁ ସୋମବାର ସକାଳ ଯାଏଁ ସପ୍ତାହନ୍ତ ଲକଡ଼ାଉନ୍ । ସଂକ୍ରମଣ ବଢୁଥିବାରୁ ଲମ୍ବା ଲକଡ଼ାଉନ୍ ପାଇଁ ହୋଇପାରେ ନିସ୍ପତି
କନକ ବ୍ୟୁରୋ : ମହାରାଷ୍ଟ୍ରରେ କରୋନା ସ୍ଥିତିକୁ ମୁକାବିଲା କରିବାକୁ ଏବେ ଲାଗୁ ରହିଛି ସପ୍ତାହନ୍ତ ଲକଡାଉନ୍ । ଅର୍ଥାତ୍ ସପ୍ତାହର ଶନିବାର ଓ ରବିବାର ଦୁଇ ଦିନ ପୂରା ତାଲାବନ୍ଦ ଲାଗୁହୋଇଛି । ଶୁକ୍ରବାର ରାତି ୮ଟାରୁ ସୋମବାର ସକାଳ ୬ଟା ଯାଏଁ ଏହି ତାଲାବନ୍ଦ ଲାଗୁ ରହିବ । ଏବେ ମହାରାଷ୍ଟ୍ର ସରକାର ପୁରା ଲକଡାଉନ୍ ନେଇ ନିଷ୍ପତି ନେଇ ପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି । ଲଗାତର ଉପରମୁହାଁ ସଂକ୍ରମଣକୁ ମୁକାବିଲାContinue reading “ମହାରାଷ୍ଟ୍ରରେ ଆଜି ରାତିରୁ ସୋମବାର ସକାଳ ଯାଏଁ ସପ୍ତାହନ୍ତ ଲକଡ଼ାଉନ୍ । ସଂକ୍ରମଣ ବଢୁଥିବାରୁ ଲମ୍ବା ଲକଡ଼ାଉନ୍ ପାଇଁ ହୋଇପାରେ ନିସ୍ପତି”