କନକ ବ୍ୟୁରୋ : ଭୁବନେଶ୍ୱରରେ ବିମାନବନ୍ଦରରେ ପହଞ୍ଚିଲା କରୋନା ଟିକା । ବିମାନରେ ଆସିଲା ଅଢେଇ ଲକ୍ଷ କୋଭିସିଲ୍ଡ ଟିକା । ସବୁ ଜିଲ୍ଲାକୁ ଏହି ଟିକା ବଣ୍ଟାଯିବ । ଟିକା ନେବା ପାଇଁ ବିଭିନ୍ନ ଜିଲ୍ଲାରୁ ଗାଡି ଭୁବନେଶ୍ୱରରେ ପହଞ୍ଚିଛି । ତେବେ ରାଜ୍ୟ ୨୫ ଲକ୍ଷ ଟିକା ମିଳିଥିବା ବେଳେ ମିଳିଛି ମାତ୍ର ୨ ଲକ୍ଷ ୫୦ ହଜାର ଟିକା । ବର୍ତମାନ ରାଜ୍ୟରେ ଟିକାକରଣ ପାଇଁ ଟିକାର ଅଭାବ ରହିଥିବା ବେଳେ ଏହିContinue reading “ଭୁବନେଶ୍ୱରରେ ପହଞ୍ଚିଲା ଅଢେଇ ଲକ୍ଷ କୋଭିସିଲ୍ଡ ଟିକା । ଆସନ୍ତା କାଲି ଠାରୁ ଆରମ୍ଭ ହେବ ଟିକା ଉତ୍ସବ ।”
Author Archives: Raghaba
ନିର୍ବାଚନ କାର୍ଯ୍ୟକ୍ରମରେ କରୋନା କଟକଣା ଉଲଙ୍ଘନ ନେଇ କଟକଣା ଜାରିକଲେ ନିର୍ବାଚନ କମିଶନ । କୋଭିଡ କଟକଣା ଉଲଙ୍ଘନ କଲେ ବନ୍ଦ କରାଯିବ ରାଲି ଓ ପ୍ରଚାର
କନକ ବ୍ୟୁରୋ : ଦେଶରେ କରୋନା ଏବେ ତାଣ୍ଡବ ମଚାଉଛି । ଆଜିର ସଂକ୍ରମଣକୁ ନଜର କଲେ ଦେଶ ଯେ, ପୁରା କରୋନା କବଳରେ କବଳିତ ହୋଇଛି ତାହା ନିସନ୍ଦେହ । ଏହାରି ଭିତରେ କରୋନା କବଳରୁ ରକ୍ଷା ପାଇବାକୁ ସରକାର ଟିକାକରଣ ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ଲୋକମାନଙ୍କୁ ଟିକାପ୍ରତି ଆକୃଷ୍ଟ କରିବାକୁ ଚଳିତମାସ ୧୧ ତାରିଖରୁ ‘ଟିକା ମହୋତ୍ସବ’ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ହେଲେ କରୋନା କବଳରୁContinue reading “ନିର୍ବାଚନ କାର୍ଯ୍ୟକ୍ରମରେ କରୋନା କଟକଣା ଉଲଙ୍ଘନ ନେଇ କଟକଣା ଜାରିକଲେ ନିର୍ବାଚନ କମିଶନ । କୋଭିଡ କଟକଣା ଉଲଙ୍ଘନ କଲେ ବନ୍ଦ କରାଯିବ ରାଲି ଓ ପ୍ରଚାର”
ରାଜ୍ୟରେ କଡ଼ାକଡ଼ି ହେଲା ମାସ୍କ ଚେକିଂ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ପରେ ଆଜି ବିଭନ୍ନ ସ୍ଥାନରୁ ଆସିଲା ମାସ୍କ ଚେକିଂର ଦୃଶ୍ୟ
କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସରକାର କରୋନା କଟକଣା ଜୋରଦାର କରିଛନ୍ତି । ଏପରିକି ମାସ୍କ ନିପିନ୍ଧିଲେ ଲୋକଙ୍କୁ ମୋଟା ଅଙ୍କର ଫାଇନ୍ ଗଣିବାକୁ ପଡ଼ୁଛି । ଏହାକୁ ନେଇ ସମ୍ବଲପୁର ଓ ବାଲେଶ୍ୱରରେ ଜୋରଦାର ହୋଇଛି ମାସ୍କ ଚେକିଂ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷାକରି ସଚେତନ ରହିବା ପାଇଁ ଆହ୍ୱାନContinue reading “ରାଜ୍ୟରେ କଡ଼ାକଡ଼ି ହେଲା ମାସ୍କ ଚେକିଂ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ପରେ ଆଜି ବିଭନ୍ନ ସ୍ଥାନରୁ ଆସିଲା ମାସ୍କ ଚେକିଂର ଦୃଶ୍ୟ”
ନାଗପୁର କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ । ନିଆଁରେ ଜଳି ୪ ମୃତ, ୨ ଗୁରୁତର
କନକ ବ୍ୟୁରୋ : ସାରାଦେଶରେ କରୋନାର ଲହର ଚାଲିଛି । ଏହାରି ଭିତରେ ଦେଶରେ ଦୈନିକ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ଅଧାରୁ ଅଧିକ ସଂକ୍ରମିତ ମହାରାଷ୍ଟ୍ରରୁ ଚିହ୍ନଟ ହେଉଛନ୍ତି । ଏହାକୁ ନେଇ ମହାରାଷ୍ଟ୍ର ସରକାର ଚିନ୍ତାରେ ଥିବା ବେଳେ ଠିକ୍ ଏହି ସମୟରେ ଦଇବ ଦାଉ ସାଧୁଛି । ମହାରାଷ୍ଟ୍ର ନାଗପୁରରେ ଥିବା ଏକ କୋଭିଡ-୧୯ ହସ୍ପିଟାଲରେ ନିଆଁଲାଗି ୪ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି ।Continue reading “ନାଗପୁର କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ । ନିଆଁରେ ଜଳି ୪ ମୃତ, ୨ ଗୁରୁତର”
କରୋନାରେ ଆଉ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ । କେନ୍ଦ୍ରାପଡା ଓ ବଲାଙ୍ଗୀରରେ ଜଣେ ଲେଖାଏଁ ଆକ୍ରାନ୍ତ ମୃତ ।
କନକ ବ୍ୟୁରୋ : ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । କେନ୍ଦ୍ରାପଡା ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୨୬ରେ ପହଞ୍ଚିଛି । ଆଉ ପୁଣିଥରେ କରୋନାକୁ ନେଇ ଲୋକଙ୍କ ମନରେ ଭୟ ଦେଖାଦେଇଛି । ସବୁଠୁ ବଡ କଥା ହେଲା ଗତ ସପ୍ତାହେ ହେବ ଲଗାତାର ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏସବୁ ଭିତରେ ରାଜ୍ୟରେ କରୋନା ମିଟରContinue reading “କରୋନାରେ ଆଉ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ । କେନ୍ଦ୍ରାପଡା ଓ ବଲାଙ୍ଗୀରରେ ଜଣେ ଲେଖାଏଁ ଆକ୍ରାନ୍ତ ମୃତ । “
ପଶ୍ଚିମ ଓଡ଼ିଶା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ । ନୂଆପଡା ଓ କଳାହାଣ୍ଡିରେ କରିବେ କରୋନା ସ୍ଥିତିର ସମୀକ୍ଷା ।
କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ନୂଆପଡା ଓ କଳାହାଣ୍ଡି ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ନୂଆପଡା ଓ କଳାହାଣ୍ଡି ଗସ୍ତ କରିଛନ୍ତି । ସେଠାରେ କରୋନା ସ୍ଥିତିର ସମୀକ୍ଷା କରିବେ ରାଜ୍ୟ ପ୍ରଶାସନର ଏହି ଦୁଇ ସର୍ବୋଚ୍ଚ ଅଧିକାରୀ । ଛତିଶଗଡକୁ ଲାଗି ରହିଥିବା ଏହି ଦୁଇ ସୀମାନ୍ତ ଜିଲ୍ଲାରେ ଲଗାତର କରୋନାରContinue reading “ପଶ୍ଚିମ ଓଡ଼ିଶା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ । ନୂଆପଡା ଓ କଳାହାଣ୍ଡିରେ କରିବେ କରୋନା ସ୍ଥିତିର ସମୀକ୍ଷା ।”
କରୋନା କବଳରେ ପୁରା ଦେଶ । ୨୪ ଘଂଟାରେ ୧.୪୫ ଲକ୍ଷ ପାର ହେଲା ସଂକ୍ରମିତଙ୍କ ସଂଖ୍ୟା । ୭୯୪ ଜଣଙ୍କ ମୃତ୍ୟୁ
କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ଦେଶର ଜନସାଧାରଣଙ୍କ ଠାରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ସମସ୍ତଙ୍କ ଚିନ୍ତା ବଢାଇଛି । ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧ ଲକ୍ଷ ୪୫ ହଜାର ୩୮୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୩୨,୦୫,୯୨୬ କୁ ବୃଦ୍ଧି ପାଇଛି । ସେପଟେ ଗତ ୨୪ ଘଂଟାରେ କରୋନାContinue reading “କରୋନା କବଳରେ ପୁରା ଦେଶ । ୨୪ ଘଂଟାରେ ୧.୪୫ ଲକ୍ଷ ପାର ହେଲା ସଂକ୍ରମିତଙ୍କ ସଂଖ୍ୟା । ୭୯୪ ଜଣଙ୍କ ମୃତ୍ୟୁ”
ପିପିଲି ବସ୍ତିରୁ ଆସିଲ ବାସ୍ତବ ଚିତ୍ର । ଜମି ପଟ୍ଟା ନଥିବାରୁ ତମ୍ବୁତଳେ ରହୁଛନ୍ତି ୧୮୫ପରିବାର, ନିର୍ବାଚନ ଆସିଲେ ନେତାଙ୍କ ପାଦ ପଡେ, ଭୋଟ ସରିଲେ କାହାର ଦେଖାମିଳେନି
କନକ ବ୍ୟୁରୋ : ଘନ ଘନ ନିର୍ବାଚନୀ ପ୍ରଚାର ସାଙ୍ଗକୁ ଭୋଟ ହାତେଇବା ପାଇଁ ନେତାମାନେ ଭୋଟରଙ୍କୁ ଅନେକ ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ ପିପିଲି ବ୍ଲକର ଏକ ବସ୍ତିରେ ରହୁଥିବା ଲୋକଙ୍କ ଉପରେ ଯେମିତି କହାର ନଜର ପଡ଼ୁନି । ନିର୍ବାଚନ ଆସିଲେ ପ୍ରତିଶ୍ରୁତି ଦେଉଛନ୍ତି ନେତା ହେଲେ ଭୋଟ ସରିଗଲା ପରେ ଏମାନଙ୍କ କଥା ପଚାରେ କିଏ । ଫନି ବାତ୍ୟା ପରେ ମୁଣ୍ଡ ନୁଆଁଣିଆ ତମ୍ବୁ ଟଣା କୁଡ଼ିଆରେ ବିତୁଛି ଏହି ବସ୍ତିContinue reading “ପିପିଲି ବସ୍ତିରୁ ଆସିଲ ବାସ୍ତବ ଚିତ୍ର । ଜମି ପଟ୍ଟା ନଥିବାରୁ ତମ୍ବୁତଳେ ରହୁଛନ୍ତି ୧୮୫ପରିବାର, ନିର୍ବାଚନ ଆସିଲେ ନେତାଙ୍କ ପାଦ ପଡେ, ଭୋଟ ସରିଲେ କାହାର ଦେଖାମିଳେନି ”
ପଶ୍ଚିମବଙ୍ଗରେ ୪୪ଟି ବିଧାନସଭା ଆସନ ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ । ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ
ଆଜି ଚତୁର୍ଥ ପର୍ଯ୍ୟାୟରେ ପଶ୍ଚିମବଙ୍ଗ ରାଜ୍ୟର ୪୪ଟି ବିଧାନସଭା ଆସନ ନିମନ୍ତେ ମତଦାନ ଆରମ୍ଭ ହୋଇଛି। ଏହି ଅବସରରେ ଟୁଇଟ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ପଶ୍ଚିମବଙ୍ଗେରେ ୪ର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବାରୁ ଆଜି ରେକର୍ଡ ସଂଖ୍ୟାରେ ଭୋଟ୍ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରୁଛି। ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ ଯୁବବର୍ଗ ଏବଂ ମହିଳାମାନଙ୍କୁ ମୋର ବିଶେଷ ଅନୁରୋଧ। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳ ୭ଟାରେ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟାContinue reading “ପଶ୍ଚିମବଙ୍ଗରେ ୪୪ଟି ବିଧାନସଭା ଆସନ ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ । ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ”
ରାଜ୍ୟରେ କରୋନା ମିଟର ଉପର ମୁହାଁ । ୨୪ଘଂଟା ଭିତରେ ୧୩ଶହ ୭୪ ନୂଆ ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ କରୋନା ମିଟର ଉପର ମୁହାଁ । ୨୪ଘଂଟା ଭିତରେ ୧୩ଶହ ୭୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରୁ ୮ଶହ ୧୨ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫୬୨ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ୩ଶହ ୫୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ମିଳିଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫୫ ଓ ଖୋର୍ଦ୍ଧା ଜିଲ୍ଲାରୁ ୧୯୩ ଜଣ କରୋନା ସଂକ୍ରମିତContinue reading “ରାଜ୍ୟରେ କରୋନା ମିଟର ଉପର ମୁହାଁ । ୨୪ଘଂଟା ଭିତରେ ୧୩ଶହ ୭୪ ନୂଆ ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ”