ବିଜୟରୁ ଅଭିଯାନ ଆରମ୍ଭ କଲା ବାଙ୍ଗାଲୋର । ମୁମ୍ବାଇକୁ ଦୁଇ ୱିକେଟରେ ହରାଇଲା ବିରାଟ ବାହିନୀ । ରୋମାଞ୍ଚକର ହେଲା ପ୍ରଥମ ମ୍ୟାଚ୍ ।

କନକ ବ୍ୟୁରୋ: ଆଇପିଏଲ୍-୧୪ର ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ବାଙ୍ଗାଲୋର । ବିପକ୍ଷୀ ଦଳ ମୁମ୍ବାଇକୁ ଦୁଇ ୱିକେଟରେ ହରାଇ ଦଳ ଚଳିତ ଆଇପିିଏଲର ପ୍ରଥମ ବିଜୟ ହାସଲ କରିଛି ଦଳ । ତେବେ ଏହି ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ବେଶ ରୋଚକପୂର୍ଣ୍ଣ ରହିଥିବା ଦେଖିବାକୁ ମିଳିଥିଲା । ଆଜି ପ୍ରଥମେ ଟସ୍ ଜିତି ଆରସିବି ଅଧିନାୟକ ବିରାଟ କୋହଲି ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ମୁମ୍ବାଇContinue reading “ବିଜୟରୁ ଅଭିଯାନ ଆରମ୍ଭ କଲା ବାଙ୍ଗାଲୋର । ମୁମ୍ବାଇକୁ ଦୁଇ ୱିକେଟରେ ହରାଇଲା ବିରାଟ ବାହିନୀ । ରୋମାଞ୍ଚକର ହେଲା ପ୍ରଥମ ମ୍ୟାଚ୍ ।”

ବିଭିନ୍ନ ରାଜ୍ୟରୁ ଆସିଲା ଟିକା ଅଭାବ ନେଇ ଅଭିଯୋଗ । ଟିକା ନେବା ପାଇଁ ଆସି ନିରାଶ ହୋଇ ଫେରିଲେ ଲୋକେ ।

କନକ ବ୍ୟୁରୋ: ଟିକା ନେବାକୁ ଆସି ଫେରିଗଲେ ଲୋକେ । ଏଭଳି କିଛି ଖବର ଆସିଛି ମହାରାଷ୍ଟ୍ରରୁ । ଟିକା ଅଭାବ ଯୋଗୁଁ ରାଜ୍ୟର ୭୦ଟି ଟିକାକରଣ କେନ୍ଦ୍ରକୁ ବନ୍ଦ କରିଦିଆଯାଇଛି । ମୁମ୍ବାଇର ଜୁମ୍ବୋ ଭ୍ୟାକସିନେସନ ସେଂଟରକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଲୋକେ ଟିକା ନେବା ପାଇଁ ଆସି ନିରାଶ ହୋଇ ଫେରିଛନ୍ତି । ତେବେ ଏନେଇ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀଙ୍କ କହିବା କଥା ହେଲା ବୁଧବାର ପର୍ଯ୍ୟନ୍ତ ଗୋଟିଏ ଦିନ ପୂର୍ବରୁContinue reading “ବିଭିନ୍ନ ରାଜ୍ୟରୁ ଆସିଲା ଟିକା ଅଭାବ ନେଇ ଅଭିଯୋଗ । ଟିକା ନେବା ପାଇଁ ଆସି ନିରାଶ ହୋଇ ଫେରିଲେ ଲୋକେ ।”

ଭାରତୀୟ ଜଳପଥରେ ଆମେରିକାର ଅବାଧ ପ୍ରବେଶ । ଭାରତର ସମ୍ମତି ବିନା ଲାକ୍ଷାଦ୍ୱୀପର ଏକ୍ସକ୍ଲୁସିଭ ଇକୋନମିକ ଜୋନରେ ଆମେରିକା କଲା ପ୍ରବେଶ ।

କନକ ବ୍ୟୁରୋ: ଭାରତର ଜଳରାଶିରେ ବିନା ଅନୁମତିରେ ପ୍ରବେଶ କରିଛି ଆମେରିକା । ଲାକ୍ଷାଦ୍ୱୀପ ନିକଟବର୍ତୀ ଭାରତର ‘ଏକ୍ସକ୍ଳୁସିଭ ଇକୋନୋମିକ ଜୋନ’ ବା ଇଇଜେଡରେ ‘ଫ୍ରୀଡମ ଅଫ ନାଭିଗେସନ ପେଟ୍ରୋଲ୍ସ’ କରିଥିବା କଥା ଘୋଷଣା କରିଛି ଆମେରିକା ନୌସେନା । ଆମେରିକା ନୌସେନା ଇଇଜେଡରେ ଅପରେସନ କରିଥିଲେ ମଧ୍ୟ ଏଥିପାଇଁ ଭାରତ ଠାରୁ କୌଣସି ପ୍ରକାର ଅନୁମତି ଲୋଡି ନାହିଁ । ଉପକୂଳ ଦେଶ ଗୁଡିକୁ ଲାଗିରହିଥିବା ସମୁଦ୍ର ଭିତରେ ୩୭୦କିଲୋମିଟର ପର୍ଯ୍ୟନ୍ତ କେବଳ ସେହି ଦେଶରContinue reading “ଭାରତୀୟ ଜଳପଥରେ ଆମେରିକାର ଅବାଧ ପ୍ରବେଶ । ଭାରତର ସମ୍ମତି ବିନା ଲାକ୍ଷାଦ୍ୱୀପର ଏକ୍ସକ୍ଲୁସିଭ ଇକୋନମିକ ଜୋନରେ ଆମେରିକା କଲା ପ୍ରବେଶ ।”

ତାତିରୁ ମିଳିଲା ଆଶ୍ୱସ୍ତି । ଆଜି ୪୦ ଡିଗ୍ରୀ ତଳେ ସବୁ ଜିଲ୍ଲାର ତାପମାତ୍ରା ।

କନକ ବ୍ୟୁରୋ: ତାତିରୁ ତ୍ରାହି । ଆଜି ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ଗତ ରାତିରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ହୋଇଯିବା ପରେ ଆଜି ସମଗ୍ର ରାଜ୍ୟରେ ତାତିର ପ୍ରଭାବ ଅପେକ୍ଷାକୃତ ଭାବେ କମ ରହିଛି ଓ ରାଜ୍ୟବାସୀ ତାତିରୁ ସାମୟିକ ଭାବେ ଆଶ୍ୱସ୍ତି ଲାଭ କରିଛନ୍ତି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ଠାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଆଜି ତାତିର ପ୍ରଭାବ ପୂର୍ବ ଭଳି ଅନୁଭୂତ ହୋଇନାହିଁ। କେବଳ ମାତ୍ର ସୁନ୍ଦରଗଡ଼କୁ ବାଦ୍‌Continue reading “ତାତିରୁ ମିଳିଲା ଆଶ୍ୱସ୍ତି । ଆଜି ୪୦ ଡିଗ୍ରୀ ତଳେ ସବୁ ଜିଲ୍ଲାର ତାପମାତ୍ରା ।”

କରୋନାରେ ଆକ୍ରାନ୍ତ ହେଉଛନ୍ତି ଡାକ୍ତର । ଦିଲ୍ଲୀରେ ୭୨ଜଣ ଡାକ୍ତର କରୋନା ପଜିଟିଭ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଜଣେ ଡାକ୍ତର ଓ ଜଣେ କର୍ମଚାରୀ ଆକ୍ରାନ୍ତ ।

କନକ ବ୍ୟୁରୋ: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭିତରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ପଜିଟିଭ୍ ହୋଇଥିବା ଖବର ଚିନ୍ତାକୁ ଦ୍ୱିଗୁଣିତ କରିଛି । କାରଣ, ଅଧିକାଂଶ ଡାକ୍ତର କୋଭିଡ୍ ଟିକାର ଦୁଇଟି ଯାକ ଡୋଜ୍ ନେଇ ସାରିଥିବା ସତ୍ତେ୍ୱ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କେବଳ ଦିଲ୍ଲୀରେ ୭୨ରୁ ଅଧିକ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ ଏମ୍ସରେ ୩୫ଜଣ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସଂକ୍ରମିତ ହୋଇଥିବାContinue reading “କରୋନାରେ ଆକ୍ରାନ୍ତ ହେଉଛନ୍ତି ଡାକ୍ତର । ଦିଲ୍ଲୀରେ ୭୨ଜଣ ଡାକ୍ତର କରୋନା ପଜିଟିଭ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଜଣେ ଡାକ୍ତର ଓ ଜଣେ କର୍ମଚାରୀ ଆକ୍ରାନ୍ତ ।”

ରାଜ୍ୟରେ ଅଭାବ ଟିକା, କେମିତି ସଫଳ ହେବ ଟିକା ଉତ୍ସବ । ତୁରନ୍ତ ୨୫ ଲକ୍ଷ ଡୋଜ ଟିକା ଯୋଗାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ଓଡିଶା ।

କନକ ବ୍ୟୁରୋ: ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ଉଦବେଗଜନକ ଭାବେ ବଢୁଛି । ଏପରି ସମୟରେ ଓଡିଶାରେ ଟିକା ଅଭାବ ଟିକାକରଣକୁ ପ୍ରଭାବିତ କରିବା ଆଶଙ୍କା ରହିଛି । ସେପଟେ ଆସନ୍ତା ୧୧ ତାରିଖରୁ ଟିକା ଉତ୍ସବ ଆରମ୍ଭ ହେବାକୁ ଯାଉଛି । ତେଣୁ ଟିକା ଉତ୍ସବକୁ ସଫଳ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏସିଏସ ପିକେ ମହାପାତ୍ର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ଚିଠି ଲେଖିଛନ୍ତିContinue reading “ରାଜ୍ୟରେ ଅଭାବ ଟିକା, କେମିତି ସଫଳ ହେବ ଟିକା ଉତ୍ସବ । ତୁରନ୍ତ ୨୫ ଲକ୍ଷ ଡୋଜ ଟିକା ଯୋଗାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ଓଡିଶା ।”

ପ୍ରଥମ ଇଂନିସରେ ମୁମ୍ବାଇର ୧୫୯ ରନ । ବାଙ୍ଗାଲୋରକୁ ବିଜୟ ଲକ୍ଷ୍ୟ ୧୬୦ । ହର୍ଷଲ ପଟେଲଙ୍କୁ ୫ ୱିକେଟ୍ ସଫଳତା ।

କନକ ବ୍ୟୁରୋ: ଆଇପିଏଲ୍ ପ୍ରଥମ ମ୍ୟାଚର ପ୍ରଥମ ଇଂନିସରେ ୧୫୯ ରନ କଲା ମୁମ୍ବାଇ । ଆଜି ଦଳ ୯ ୱିକେଟ୍ ହରାଇ ପ୍ରଥମ ଇଂନିସରେ ୧୫୯ ରନ କରିବାକୁ ସକ୍ଷମ ହୋଇଛି । ଯାହା ଫଳରେ ବିରାଟଙ୍କ ନେତୃତ୍ୱାଧୀନ ଆରିସିବିକୁ ପ୍ରଥମ ମ୍ୟାଚରେ ବିଜୟ ପାଇଁ ୧୬୦ ରନ ଲକ୍ଷ୍ୟ ରହିଛି । ଆଜି ପ୍ରଥମେ ଟସ୍ ଜିତି ଆରସିବି ଅଧିନାୟକ ବିରାଟ କୋହଲି ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁContinue reading “ପ୍ରଥମ ଇଂନିସରେ ମୁମ୍ବାଇର ୧୫୯ ରନ । ବାଙ୍ଗାଲୋରକୁ ବିଜୟ ଲକ୍ଷ୍ୟ ୧୬୦ । ହର୍ଷଲ ପଟେଲଙ୍କୁ ୫ ୱିକେଟ୍ ସଫଳତା ।”

ଅପହୃତ କୋବ୍ରା କମାଣ୍ଡୋଙ୍କୁ ଛାଡିବା ପୂର୍ବରୁ କେମିତି ହୋଇଥିଲା ପ୍ରଜାକୋର୍ଟରେ ବିଚାର । ଶହଶହ ଲୋକଙ୍କ ଉପସ୍ଥିତିରେ ୪ ଘଂଟା ଧରି ମେଳି କରିଥିଲେ ମାଓବାଦୀ ।

କନକ ବ୍ୟୁରୋ: ଗୁରୁବାର ଓଡିଶା ସୀମା ଛତିଶଗଡରେ ଯେଉଁ କଥା ସାମ୍ନାକୁ ଆସିଥିଲା । ତାହା ବଲିଉଡ ବା ହଲିଉଡ ସିନେମାର ଦୃଶ୍ୟ ଠାରୁ କମ ରୋଚକ ନଥିଲା । ଫିଲ୍ମର ଦୃଶ୍ୟ ଭଳି ସବୁକିଛି ଏଠାରେ ଘଟିଥିଲା । ଫିଲ୍ମ ପରଦା ବାହାରେ ଏଭଳି ଦୃଶ୍ୟକୁ ଦେଖିବା ସଭ୍ୟ ଗଣତନ୍ତ୍ର ପାଇଁ ଏକ ବଡ ବିଡମ୍ବନା ବୋଲି କୁହାଯାଇପାରେ ହେଲେ ତାହା ହିଁ ସତ । ବସ୍ତର ରେଂଜର ଘଂଚ ଜଙ୍ଗଲରେ ଦିନ ପ୍ରାୟ ୧୨ଟାContinue reading “ଅପହୃତ କୋବ୍ରା କମାଣ୍ଡୋଙ୍କୁ ଛାଡିବା ପୂର୍ବରୁ କେମିତି ହୋଇଥିଲା ପ୍ରଜାକୋର୍ଟରେ ବିଚାର । ଶହଶହ ଲୋକଙ୍କ ଉପସ୍ଥିତିରେ ୪ ଘଂଟା ଧରି ମେଳି କରିଥିଲେ ମାଓବାଦୀ ।”

କରୋନା ପାଇଁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ପରେ ବାଣୀବିହାରରେ ମହାଭାରତ । ଜୋରଦାର ପ୍ରତିବାଦ କଲେ ବାଣୀବିହାର ଛାତ୍ର ।

କନକ ବ୍ୟୁରୋ: ଆଜି ସରକାରଙ୍କ ଶିକ୍ଷାନୁଷ୍ଠାନ ବନ୍ଦକୁ ବିରୋଧ କରି ମୁଖ୍ୟ ଫାଟକରେ ତାଲା ପକାଇ ଦେଇ ପ୍ରତିବାଦକୁ ଓହ୍ଲାଇଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ଯାହାଫଳରେ ରାସ୍ତାରେ ବାଧାପ୍ରାପ୍ତ ହୋଇଥିିଲା ଗାଡି ଚଳାଚଳ । ଛାତ୍ରଛାତ୍ରୀଙ୍କ ଅଭିଯୋଗ ହେଲା, କରୋନାର ଆଳ ଦେଖାଇ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନ ଓ ହଷ୍ଟେଲକୁ ବନ୍ଦ କରୁଛନ୍ତି । ବାଣୀବିହାରର ହଷ୍ଟେଲରେ କୌଣସି ଛାତ୍ରଛାତ୍ରୀଙ୍କ ଠାରେ କରୋନା ଚିହ୍ନଟ ହୋଇନଥିବା ବେଳେ କାହିଁକି ବନ୍ଦ କରାଯାଉଛି ବୋଲି ସେମାନେ ପ୍ରଶ୍ନContinue reading “କରୋନା ପାଇଁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ପରେ ବାଣୀବିହାରରେ ମହାଭାରତ । ଜୋରଦାର ପ୍ରତିବାଦ କଲେ ବାଣୀବିହାର ଛାତ୍ର ।”

ଦୁଷ୍କର୍ମ ପୀଡିତା ନାବାଳିକା ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ଓଡିଶା ହାଇକୋର୍ଟ । ଗର୍ଭପାତ କରିବା ପାଇଁ ଦେଲେ ଅନୁମତି ।

କନକ ବ୍ୟୁରୋ: ଦୁଷ୍କର୍ମ ପୀଡିତା ଗର୍ଭବତୀ ନାବାଳିକାକୁ ଗର୍ଭନଷ୍ଟ କରିବା ପାଇଁ ଅନୁମତି ଦେଲେ ହାଇକୋର୍ଟ । ପୁରୀ ଅଂଚଳର ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିଲେ । ହାଇକୋର୍ଟ ଆବେଦନର ଶୁଣାଣି କରି ଗର୍ଭପାତ କରିବା ପାଇଁ ଅନୁମତି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧରନ ଓ ଜଷ୍ଟିସ ବିପି ରାଉତରାୟଙ୍କ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଖଣ୍ଡପୀଠ ରାୟରେ କହିଛନ୍ତି, ମାନସିକ ଓContinue reading “ଦୁଷ୍କର୍ମ ପୀଡିତା ନାବାଳିକା ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ଓଡିଶା ହାଇକୋର୍ଟ । ଗର୍ଭପାତ କରିବା ପାଇଁ ଦେଲେ ଅନୁମତି ।”

Design a site like this with WordPress.com
Get started