ଟିଟିଲାଗଡରେ ରେଳ‌ ଓଭରବ୍ରିଜ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ । ୧୦୪୨ ମିଟର ଦୀର୍ଘ ରେଲୱେ ଓଭରବ୍ରିଜ ପାଇଁ ଖର୍ଚ୍ଚ ହୋଇଛି ୭୧.୫୯ କୋଟି ଟଙ୍କା ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଟିଟିଲାଗଡରେ ୧୦୪୨ ମିଟର ଦୀର୍ଘ ଏକ ରେଲୱେ ଓଭରବ୍ରିଜର ଉଦ୍‌ଘାଟନ କରିଛନ୍ତି । ଏଥିପାଇଁ ୭୧.୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟିଟିଲାଗଡ ଏକ ଗୁରୁତ୍ବପୂର୍ଣ୍ଣ ରେଳ ଜଙ୍କସନ୍‌ । ଓଭରବ୍ରିଜ ନିର୍ମାଣ ହେବା ଦ୍ବାରା ଲୋକଙ୍କ ଗମନାଗମନରେ ଅନେକ ସୁବିଧା ଆସିବ। ଟିଟିଲାଗଡ ସହିତ ଭବାନୀପାଟଣା, କେସିଙ୍ଗା ଓ ନୂଆପଡା ଅଞ୍ଚଳର ଜନସାଧାରଣContinue reading “ଟିଟିଲାଗଡରେ ରେଳ‌ ଓଭରବ୍ରିଜ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ । ୧୦୪୨ ମିଟର ଦୀର୍ଘ ରେଲୱେ ଓଭରବ୍ରିଜ ପାଇଁ ଖର୍ଚ୍ଚ ହୋଇଛି ୭୧.୫୯ କୋଟି ଟଙ୍କା ।”

ପ୍ରଧାନମନ୍ତ୍ରୀ ମୋଦି, ଧର୍ମେନ୍ଦ୍ର ଓ ବିଜେଡି ସାଂସଦ ଭର୍ତୃହରିଙ୍କ ଉପସ୍ଥିତିରେ ଉନ୍ମୋଚିତ ହେଲା ହରେକୃଷ୍ଣ ମହତାବଙ୍କ ଓଡିଶା ଇତିହାସ । ଓଡିଶା ରାଜନୀତିରେ ଚର୍ଚ୍ଚା ଜୋରଦାର ।

କନକ ବ୍ୟୁରୋ: ଦିଲ୍ଲୀରେ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଦ୍ୱାରା ରଚିତ, ଓଡିଶା ଇତିହାସର ହିନ୍ଦୀ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଛନ୍ତି । ଏଥିସହ ମୋଦି ବିଜେଡି ସାଂସଦ ଭର୍ତୃହରିଙ୍କୁ ବି ପ୍ରଶଂସା କରିଛନ୍ତି । ଏହି ଡକ୍ୟୁମେଂଟାରୀରେ କୁହାଯାଇଛି ଆଧୁନିକ ଓଡିଶା ନିର୍ମାଣର ମୂଳଦୂଆ ପକାଇଥିଲେ ହରେକୃଷ୍ଣ ମହତାବ । ହୀରାକୁଦ ବନ୍ଧ, ପାରାଦ୍ୱୀପ ବନ୍ଦର ଓ ରାଉରକେଲା ଇସ୍ପାତ କାରଖାନା ନିର୍ମାଣକରି ଓଡିଶାକୁ ଏକ ନୂଆ ପରିଚୟ ଦେଇଥିଲେ ମହତାବ ।Continue reading “ପ୍ରଧାନମନ୍ତ୍ରୀ ମୋଦି, ଧର୍ମେନ୍ଦ୍ର ଓ ବିଜେଡି ସାଂସଦ ଭର୍ତୃହରିଙ୍କ ଉପସ୍ଥିତିରେ ଉନ୍ମୋଚିତ ହେଲା ହରେକୃଷ୍ଣ ମହତାବଙ୍କ ଓଡିଶା ଇତିହାସ । ଓଡିଶା ରାଜନୀତିରେ ଚର୍ଚ୍ଚା ଜୋରଦାର ।”

ସ୍କୁଲ ଛୁଟି କରାଇବାକୁ ଛାତ୍ର ଆଣିଥିଲେ ମିଛ କରୋନା ପଜିଟିଭ୍ ରିପୋର୍ଟ ।ଆଉ ତା’ ପରେ ଯାହା ହେଲା ଜାଣିଲେ ମୁଣ୍ଡରେ ହାତ ଦେବେ ।

କନକ ବ୍ୟୁରୋ : କରୋନା କଟକଣା ଯୋଗୁଁ ଅନେକ ଦିନ ଧରି ସ୍କୁଲ ବନ୍ଦ ରହିଥିଲା । ପିଲାମାନେ ଘରେ ଅନଲାଇନରେ ପାଠ ପଢିଥିଲେ । ତେବେ ବର୍ତ୍ତମାନ ଧୀରେ ଧୀରେ ସ୍କୁଲ ଖୋଲୁଥିବାବେଳେ କରୋନା ଦ୍ଵିତୀୟ ଲହରୀ ଫେରିଥିବାରୁ ଏହାର ଆଶଙ୍କା ମଧ୍ୟ ଲାଗିରହିଛି । ତେବେ ବର୍ଷକରୁ ଅଧିକ ସମୟ ଧରି ସ୍କୁଲ ବନ୍ଦ ରହିବା ପରେ ବି ଏମିତି କିଛି ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ସ୍କୁଲ ବନ୍ଦ ରହିବାକୁ ଚାଁହୁଥିଲେ, ଆଉ ସେଥିପାଇଁContinue reading “ସ୍କୁଲ ଛୁଟି କରାଇବାକୁ ଛାତ୍ର ଆଣିଥିଲେ ମିଛ କରୋନା ପଜିଟିଭ୍ ରିପୋର୍ଟ ।ଆଉ ତା’ ପରେ ଯାହା ହେଲା ଜାଣିଲେ ମୁଣ୍ଡରେ ହାତ ଦେବେ ।”

ଚମକାଇ ଦେଲା ଗତ ୨୪ ଘଂଟାରେ କରୋନା ସଂକ୍ରମଣ । ଦେଶରେ ୧ ଲକ୍ଷ ୩୧ ହଜାର ନୂଆ ମାମଲା । ଓଡିଶାରେ ଗୋଟିଏ ଦିନରେ ୧୨୮୨ ସଂକ୍ରମିତ ।

କନକ ବ୍ୟୁରୋ: ଦେଶରେ ଦ୍ରୁତ ଗତିରେ ବଢୁଛି କରୋନା ସଂକ୍ରମଣ । ଗତ ୩ ଦିନର ସଂକ୍ରମଣ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି କରିଛି ।  ଆଜି ରେକର୍ଡ ସଂଖ୍ୟକ ୧ ଲକ୍ଷ ୩୧ ହଜାର ୯୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୮୦ ଜଣ ପ୍ରାଣ ହରାଇଛନ୍ତି । ୧୦ଦିନ ମଧ୍ୟରେ ଦୈନିକ ସଂକ୍ରମଣ ଅଢେଇଗୁଣରୁ ଅଧିକ ବଢିଛି । ସେହିଭଳି ରାଜ୍ୟରେ ମାତ୍ର ୪ ଦିନରେ ଦୁଇଗୁଣରୁ ଅଧିକ ହୋଇଛି  ଦୈନିକ ସଂକ୍ରମଣContinue reading “ଚମକାଇ ଦେଲା ଗତ ୨୪ ଘଂଟାରେ କରୋନା ସଂକ୍ରମଣ । ଦେଶରେ ୧ ଲକ୍ଷ ୩୧ ହଜାର ନୂଆ ମାମଲା । ଓଡିଶାରେ ଗୋଟିଏ ଦିନରେ ୧୨୮୨ ସଂକ୍ରମିତ ।”

ଆଇପିଏଲ ଲଢେଇ: ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଆରସିବି । ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

କନକ ବ୍ୟୁରୋ: ସରିଛି ପ୍ରତିକ୍ଷା ଆରମ୍ଭ ହୋଇଛି ଆଇପିଏଲ ମହାସମର । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ବନାମ ବାଙ୍ଗାଲୋର । ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ବାଙ୍ଗାଲୋର । ତେଣୁ ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ ଦଳ । ମୁମ୍ବାଇ ଚଳିତ ବର୍ଷ ହାଟ୍ରିକ ଟାଇଟଲ ଲକ୍ଷ୍ୟରେ ଥିବା ବେଳେ । ବିରାଟ ବାହିନୀ ପ୍ରଥମ ଟାଇଟ ଲକ୍ଷ୍ୟରେ ରହିଛି । ମୁମ୍ବାଇରେ ରୋହିତ ଶର୍ମା, କ୍ରିସ ଲିନ, ଇଶାନContinue reading “ଆଇପିଏଲ ଲଢେଇ: ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଆରସିବି । ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ”

ଡରାଇବା ଆରମ୍ଭ କଲାଣି ଭୁବନେଶ୍ୱରର କରୋନା ଗ୍ରାଫ୍ । ଦିନକରେ ଚିହ୍ନଟ ହେଲେ ୧୫୦ ପଜିଟିଭ୍ । ଆକ୍ରାନ୍ତଙ୍କ ଭିତରେ ୧୧୭ ଲୋକାଲ୍ କେସ୍ ।

କନକ ବ୍ୟୁରୋ: ଭୟ ବଢାଉଛି ଭୁବନେଶ୍ୱର । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ଦେଢ ଶହ କରୋନା ପଜିଟିଭ୍ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଆକ୍ରାନ୍ତଙ୍କ ଭିତରେ ୧୧୭ ଜଣ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ବିଏମସି ଟୁଇଟ୍ କରି ଏସମ୍ଭନ୍ଧରେ ସୂଚନା ଦେଇଛି । ବିଏମସିର ସୂଚନା ମୁତାବକ, ଗତ ୨୪ ଘଂଟା ଭିତରେ ଭୁବନେଶ୍ୱରରୁ ମୋଟ ୧୫୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ୩୩Continue reading “ଡରାଇବା ଆରମ୍ଭ କଲାଣି ଭୁବନେଶ୍ୱରର କରୋନା ଗ୍ରାଫ୍ । ଦିନକରେ ଚିହ୍ନଟ ହେଲେ ୧୫୦ ପଜିଟିଭ୍ । ଆକ୍ରାନ୍ତଙ୍କ ଭିତରେ ୧୧୭ ଲୋକାଲ୍ କେସ୍ ।”

ମାସ୍କ ନପିନ୍ଧିଲେ ୨ ହଜାର ଫାଇନ୍ । ମୁହଁରେ ମାସ୍କ ନଥିଲେ ଗଣିବାକୁ ପଡିବ ତଣ୍ଡ । କଟକଣା କଡା କଲେ ରାଜ୍ୟ ସରକାର । ଆଜି ଠାରୁ ଲାଗୁ ନିୟମ ।

କନକ ବ୍ୟୁରୋ: ମାସ୍କ ନପିନ୍ଧିଲେ ୨ ହଜାର ଫାଇନ୍ । ମୁହଁରେ ମାସ୍କ ନଥିଲେ ଦେବାକୁ ପଡିବ ଜରିମାନା । ମୁହଁରୁ ମାସ୍କ ଟିକେ ଖସିଲେ କିମ୍ବା ଆଦୌ ନଥିଲେ ତଣ୍ଡ ଗଣିବେ ଲୋକେ । ମାସ୍କ ପରିଧାନ ନେଇ କଟକଣା କଡା କଲେ ରାଜ୍ୟ ସରକାର । ଏଣିକି ବିନା ମାସ୍କରେ ବାହାରକୁ ବାହାରିଲେ ଦେବାକୁ ପଡିବ ୨୦୦୦ ଟଙ୍କା ଫାଇନ୍ । ତେବେ ଏହି ନିୟମ ବର୍ତ୍ତମାନ ଠାରୁ ଲାଗୁ କଲେ ସରକାର ।Continue reading “ମାସ୍କ ନପିନ୍ଧିଲେ ୨ ହଜାର ଫାଇନ୍ । ମୁହଁରେ ମାସ୍କ ନଥିଲେ ଗଣିବାକୁ ପଡିବ ତଣ୍ଡ । କଟକଣା କଡା କଲେ ରାଜ୍ୟ ସରକାର । ଆଜି ଠାରୁ ଲାଗୁ ନିୟମ ।”

ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ଆସିଲା ନୂଆ ଗାଇଡଲାଇନ୍ । ବାଧ୍ୟତାମୂଳକ ଅଟେ ପୋଲିସ ଅନୁମତି । ବିବାହରେ ୫୦, ଶୁଦ୍ଧିକ୍ରିୟାରେ ଯୋଗଦେବେ ସର୍ବାଧିକ ୨୦ ଜଣ ଲୋକ ।

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦେଖି ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ନୂଆ ଗାଇଡଲାଇନ୍ ଧାର୍ଯ୍ୟ କରିଛି କମିସନରେଟ୍ ପୋଲିସ । ଏହି ଉତ୍ସବ ପାଇଁ ସ୍ଥାନୀୟ ପୋଲିସ ଷ୍ଟେସନରୁ ଅନୁମତି ଆଣିବାକୁ ପଡିବ ବୋଲି ନିୟମ ଜାରି କରାଯାଇଛି । ଏଥିସହ ବିବାହ ଉତ୍ସବରେ କେବଳ ୫୦ ଜଣ ଲୋକ ଯୋଗ ଦେଇପାରିବେ । ଏନେଇ ସ୍ଥାନୀୟ ପୋଲିସ ଷ୍ଟେସନରୁ ଅନୁମତି ଆଣିବାକୁ ପଡିବ । ବିବାହ, ଶୁଦ୍ଧିକ୍ରିୟା ଓ ଅନ୍ୟାନ୍ୟ ଉତ୍ସବ ପାଇଁContinue reading “ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ଆସିଲା ନୂଆ ଗାଇଡଲାଇନ୍ । ବାଧ୍ୟତାମୂଳକ ଅଟେ ପୋଲିସ ଅନୁମତି । ବିବାହରେ ୫୦, ଶୁଦ୍ଧିକ୍ରିୟାରେ ଯୋଗଦେବେ ସର୍ବାଧିକ ୨୦ ଜଣ ଲୋକ ।”

ମାତ୍ର ୨୪ ଘଣ୍ଟାରେ ସଂପୂର୍ଣ୍ଣ ମୂଳପୋଛ ହୋଇଗଲା କଶ୍ମୀରର ଏହି ଅଲକାଇଦା ଅନୁପ୍ରାଣିତ ଆତଙ୍କବାଦୀ ସଂଗଠନ । ସୂଚନା ଦେଲେ ପୋଲିସ ଡିଜି

କନକ ବ୍ୟୁରୋ :  କଶ୍ମୀର ଘାଟିରେ ସକ୍ରିୟ ଥିବା ଓ ନିଜକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଅଲକାଇଦା ଦ୍ବାରା ଅନୁପ୍ରାଣିତ କହୁଥିବା ସଂଗଠନ ଅନସର ଗଜଓ୍ବା-ଉଲ-ହିନ୍ଦ ନାମକ ଆତଙ୍କବାଦୀ ସଂଗଠନ ସଂପୂର୍ଣ୍ଣ ମୂଳପୋଛ ହୋଇଯାଇଛି । ଏବେ ଏହି ସଂଗଠନର କୌଣସି ସଦସ୍ୟ ଜୀବିତ ନଥିବା ଜମ୍ମୁ ଓ କଶ୍ମୀର ପୁଲିସ ଦାବି କରିଛି । ଗତ ୨୪ ଘଣ୍ଟାରେ ୨ଟି ପୃଥକ ଏନକାଉଣ୍ଟରରେ ଏହି ସଂଗଠନର ୭ ଜଣ ସଦସ୍ୟ ନିହତ ହୋଇଛନ୍ତି । ମୃତକଙ୍କContinue reading “ମାତ୍ର ୨୪ ଘଣ୍ଟାରେ ସଂପୂର୍ଣ୍ଣ ମୂଳପୋଛ ହୋଇଗଲା କଶ୍ମୀରର ଏହି ଅଲକାଇଦା ଅନୁପ୍ରାଣିତ ଆତଙ୍କବାଦୀ ସଂଗଠନ । ସୂଚନା ଦେଲେ ପୋଲିସ ଡିଜି”

ଦିଲ୍ଲୀରେ ଅନିର୍ଦ୍ଧିଷ୍ଟ କାଳପାଇଁ ଶିକ୍ଷାନୁଷ୍ଠାନ ବନ୍ଦ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ସ୍କୁଲକୁ ବନ୍ଦ କରିଦିଆଯାଇଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି ଅନ୍ୟ ଆଦେଶ ନମିଳିବା ଯାଏ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଅନିର୍ଦ୍ଧିଷ୍ଟକାଳ ପାଇଁ ବନ୍ଦ ରହିବ । ଦିଲ୍ଲୀରେ ବନ୍ଦ ହେଲା ସ୍କୁଲ, କଲେଜ । ସଂକ୍ରମଣ ବଢୁଥିବାContinue reading “ଦିଲ୍ଲୀରେ ଅନିର୍ଦ୍ଧିଷ୍ଟ କାଳପାଇଁ ଶିକ୍ଷାନୁଷ୍ଠାନ ବନ୍ଦ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।”

Design a site like this with WordPress.com
Get started