କରୋନା ଆଳରେ ରାଜ୍ୟ ସରକାରଙ୍କ ଶିକ୍ଷାନୁଷ୍ଠାନ ବନ୍ଦକୁ ବିରୋଧ : ଉତ୍କଳ ବିଶ୍ୱ ବିଦ୍ୟାଳୟରେ ହଷ୍ଟେଲ ବନ୍ଦକୁ ନେଇ ତାତିଲେ ଛାତ୍ରଛାତ୍ରୀ

କନକ ବ୍ୟୁରୋ : କରୋନା ଆଳରେ ରାଜ୍ୟ ସରକାରଙ୍କ ଶିକ୍ଷାନୁଷ୍ଠାନ ବନ୍ଦକୁ ବିରୋଧ । ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟରେ ହଷ୍ଟେଲ ବନ୍ଦକୁ ନେଇ ତାତିଲେ ଛାତ୍ରଛାତ୍ରୀ । ମୁଖ୍ୟ ଫାଟକ ଆଗରେ ଜୋରଦାର ବିକ୍ଷୋଭ । ବିଶ୍ୱ ବିଦ୍ୟାଳୟର ଫାଟକରେ ତାଲା ପକାଇ ରାଜରାସ୍ତାରେ ଆନ୍ଦୋଳନରେ ବସିଛନ୍ତି ଛାତ୍ରଛାତ୍ରୀ । ସେମାନଙ୍କ ଅଭିଯୋଗ ହଷ୍ଟେଲରେ କୌଣସି ପିଲାଙ୍କ ଠାରେ କରୋନା ଦେଖାଯାଇନି । ନିର୍ବାଚନ ରାଲି, ମଲ ଆଦିରେ ଲୋକଙ୍କ ଗହଳି ଭିତରେ କରୋନା ବ୍ୟାପୁନାହିଁ, କିନ୍ତୁContinue reading “କରୋନା ଆଳରେ ରାଜ୍ୟ ସରକାରଙ୍କ ଶିକ୍ଷାନୁଷ୍ଠାନ ବନ୍ଦକୁ ବିରୋଧ : ଉତ୍କଳ ବିଶ୍ୱ ବିଦ୍ୟାଳୟରେ ହଷ୍ଟେଲ ବନ୍ଦକୁ ନେଇ ତାତିଲେ ଛାତ୍ରଛାତ୍ରୀ”

ଦେଶରେ ଦିନକରେ ୧,୩୧,୯୬୮ ନୂଆ ଆକ୍ରାନ୍ତ, ୭୮୦ ମୃତ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୦,୬୦,୫୪୨କୁ ବୃଦ୍ଧି

କରୋନା ଭାଇରସ୍‌ ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜିକୁ ମିଶାଇ ପାଞ୍ଚଦିନ ମଧ୍ୟରେ ଦେଶରେ ଚାରି ଥର ଦୈନିକ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ଟପିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୩୧,୯୬୮ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୭୮୦ ମୃତ୍ୟୁ ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୩୦,୬୦,୫୪୨ରେ ପହଞ୍ଚିଛିContinue reading “ଦେଶରେ ଦିନକରେ ୧,୩୧,୯୬୮ ନୂଆ ଆକ୍ରାନ୍ତ, ୭୮୦ ମୃତ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୦,୬୦,୫୪୨କୁ ବୃଦ୍ଧି”

ଆଇଆଇଟି ରୁରକୀରେ ୯୦ ଛାତ୍ର କରୋନା ପଜିଟିଭ୍ , ୮ ହଷ୍ଟେଲ ସିଲ୍ କଲା ପ୍ରଶାସନ

କନକ ବ୍ୟୁରୋ : ଉତ୍ତରାଖଣ୍ଡ ହରିଦ୍ୱାର ଜିଲ୍ଲାର ପ୍ରତିଷ୍ଠିତ ଭାରତୀୟ ପ୍ରତ୍ୟୋଗିକ ସଂସ୍ଥାନ (ଆଇଆଇଟି) ରୁରକୀରେ ୯୦ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଗୁରୁବାର ଦିନ ଏହି ସଂସ୍ଥାନର ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ସଂସ୍ଥାନର ପ୍ରବକ୍ତା ମୌନିକା ଶ୍ରୀବାସ୍ତବ କହିଛନ୍ତି କି ସଂକ୍ରମିତ ଚିହ୍ନଟ ହୋଇଥିବା ସମସ୍ତ ୯୦ ଜଣ ଛାତ୍ରଙ୍କୁ ଆଇଆଇଟି ପରିସରରେ ଥିବା ଗଙ୍ଗା ହଷ୍ଟେଲରେ ରଖାଯାଇଛି । ଏହି ହଷ୍ଟେଲକୁ ଏକ ସ୍ୱତନ୍ତ୍ରContinue reading “ଆଇଆଇଟି ରୁରକୀରେ ୯୦ ଛାତ୍ର କରୋନା ପଜିଟିଭ୍ , ୮ ହଷ୍ଟେଲ ସିଲ୍ କଲା ପ୍ରଶାସନ”

ଥାଇଲାଣ୍ଡ ସୁପରମାର୍କେଟରେ ନୂଆ ଗ୍ରାହକ : ପଶି ଆସିଲା ବିଶାଳକାୟ ମନିଟର ଲିଜାର୍ଡ; ଭିଡିଓ ଭାଇରାଲ୍

କନକ ବ୍ୟୁରୋ : ଥାଇଲାଣ୍ଡର ଏକ ସୁପରମାର୍କେଟରେ ନୂଆ ଗ୍ରାହକ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ସୁପରମାର୍କେଟରେ ପଶି ଥାକ ଉପରକୁ ଚଢି ଯାଉଛି ବିଶାଳକାୟ ମନିଟର ଲିଜାର୍ଡ । ଖାଦ୍ୟ ସନ୍ଧାନରେ ମନିଟର ଲିଜାର୍ଡ ପଶିଆସିଥିବା ସନ୍ଦେହ କରାଯାଉଛି । ଏନେଇ ପୋଲିସକୁ ସୂଚନା ଦେବା ପରେ ପୋଲିସ ଉଦ୍ଧାରକାରୀ ଦଳ ସୁପରମାର୍କେଟରେ ପହଂଚି ମନିଟର ଲିଜାର୍ଡକୁ ଉଦ୍ଧାର କରିଛନ୍ତି । from Kanak NewsContinue reading “ଥାଇଲାଣ୍ଡ ସୁପରମାର୍କେଟରେ ନୂଆ ଗ୍ରାହକ : ପଶି ଆସିଲା ବିଶାଳକାୟ ମନିଟର ଲିଜାର୍ଡ; ଭିଡିଓ ଭାଇରାଲ୍”

ବନ୍ଦ ହୋଇଗଲା ମଣ୍ଡି : ହେଲେ ଧାନ ବିକି ପାରିଲେ ନାହିଁ ଚାଷୀ; ଜଗତସିଂହପୁର ଜିଲ୍ଲାରେ ବଢ଼ୁଛି ଚାଷୀ ଅସନ୍ତୋଷ

କନକ ବ୍ୟୁରୋ : ଚାଷୀଙ୍କ ଆଖିରେ ଲୁହ ଆସିଯାଉଛି । କେତେ କଷ୍ଟକରି ଲୁହ, ଲହୁକୁ ଏକାଠି କରି ଚାଷୀ ଚାଷ କରିଥାଏ । ଅପେକ୍ଷା କରି ରହିଥାଏ ଧାନ ବିକିବାକୁ । ହେଲେ ବନ୍ଦ ହୋଇଗଲା ମଣ୍ଡି । ହେଲେ ଧାନ ବିକ୍ରି କରିପାରିଲେ ନାହିଁ ଚାଷୀ । ଯାହାକୁ ନେଇ ଜଗତସିଂହପୁର ଜିଲ୍ଲାରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି । ଗତକାଲି ଶୋଭା ସମବାୟ ସମିତି ଅଧୀନରେ ଧାନ ବିକି ପାରିନଥିବର ଶତାଧିକ ଚାଷୀContinue reading “ବନ୍ଦ ହୋଇଗଲା ମଣ୍ଡି : ହେଲେ ଧାନ ବିକି ପାରିଲେ ନାହିଁ ଚାଷୀ; ଜଗତସିଂହପୁର ଜିଲ୍ଲାରେ ବଢ଼ୁଛି ଚାଷୀ ଅସନ୍ତୋଷ”

ଜମ୍ମୁ-କାଶ୍ମୀର ଶୋପିଆଁରେ ଏନକାଉଣ୍ଟର । ୪ଆତଙ୍କୀ ନିହତ

ଦକ୍ଷିଣ କଶ୍ମୀର ଅନ୍ତର୍ଗତ ଶୋପିଆଁ ଏବଂ ପୁଲ୍‌ଓ୍ଵାମା ଜିଲ୍ଲାରେ ନିରାପତ୍ତା ବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଘଟିଥିବା ଦୁଇଟି ପୃଥକ୍‌ ‘ଏନ୍‌କାଉଣ୍ଟର୍‌’ରେ ଚାରିଜଣ ଆତଙ୍କବାଦୀ ନିହତ ଓ ଚାରିଜଣ ଯବାନ ଆହତ ହୋଇଛନ୍ତି । ଗୁରୁବାର ସନ୍ଧ୍ୟାରେ ଶୋପିଆଁ ସହରରେ ହୋଇଥିବା ଗୁଳିବିନିମୟ ଘଟଣାରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆତଙ୍କବାଦୀ ଜନ୍‌ ମୋହଲ୍ଲାସ୍ଥିତ ଆଞ୍ଚଳିକ ମସ୍‌ଜିଦ୍‌ରେ ଆତ୍ମଗୋପନ କରିଥିବା ମନେହେଉଛି । ଜଣେ ସେନା ଅଧିକାରୀଙ୍କ ସମେତ ସେନାର ଚାରିଜଣ ସୈନିକContinue reading “ଜମ୍ମୁ-କାଶ୍ମୀର ଶୋପିଆଁରେ ଏନକାଉଣ୍ଟର । ୪ଆତଙ୍କୀ ନିହତ”

ଜଙ୍ଗଲ ଭିତରେ କଲେଜ ପିଲାଙ୍କ କଙ୍ଗାରୁ କୋର୍ଟ : ପୂର୍ବ ଶତ୍ରୁତାରୁ ଛାତ୍ରଙ୍କୁ ନିସ୍ତୁକ ପିଟିଲେ ଛାତ୍ରଗୋଷ୍ଠୀ ଓ କିଛି ଅଣଛାତ୍ର

କନକ ବ୍ୟୁରୋ : ବଲାଙ୍ଗୀର ସହରରେ ଦିନକୁ ଦିନ ବିଗିଡ଼ିଯାଉଛି ଆଇନଶୃଙ୍ଖଳା ବ୍ୟବସ୍ଥା । କଥା କଥାରେ ଆଇନକୁ ନିଜ ହାତକୁ ନେଉଛନ୍ତି ସାଧାରଣ ଲୋକେ । ସହର ଭିତରେ କଙ୍ଗାରୁ କୋର୍ଟରେ ଦୁଇ ଯୁବକଙ୍କୁ ବାନ୍ଧି ମାଡ଼ ମାରିବା ଘଟଣା ମନରୁ ଲିଭିନଥିବା ବେଳେ ଇଟାଭାଟିରେ ନାବାଳକଙ୍କୁ ସୈତାନ ଦାଦନ ସର୍ଦ୍ଦାରର ଅତ୍ୟାଚାରର ଭିଡିଓ ଭାଇରାଲ ହୋଇ ସାମ୍ନାକୁ ଆସିଥିଲା । ଗୁରୁବାର ଆଉ ଏକ କଙ୍ଗାରୁ କୋର୍ଟର ଭିଡିଓ ଭାଇରାଲ ପୁଲିସ ପାଇଁ ମୁଣ୍ଡବିନ୍ଧାରContinue reading “ଜଙ୍ଗଲ ଭିତରେ କଲେଜ ପିଲାଙ୍କ କଙ୍ଗାରୁ କୋର୍ଟ : ପୂର୍ବ ଶତ୍ରୁତାରୁ ଛାତ୍ରଙ୍କୁ ନିସ୍ତୁକ ପିଟିଲେ ଛାତ୍ରଗୋଷ୍ଠୀ ଓ କିଛି ଅଣଛାତ୍ର”

ହଜାରେ ଟପିଲା ରାଜ୍ୟର ଦୈନିକ ସଂକ୍ରମଣ : ଗତ ୨୪ ଘଂଟାରରେ ୧୨ଶହ ୮୨ ସଂକ୍ରମିତ ଚିହ୍ନଟ; ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୨୨୪ 

କନକ ବ୍ୟୁରୋ : ରାଜ୍ୟରେ କରୋନା ମିଟର ଉପର ମୁହାଁ । ହଜାରେ ଟପିଲା ଦୈନିକ ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ୧୨ଶହ ୮୨ ସଂକ୍ରମିତ ଚିହ୍ନଟ । ସଂଗରୋଧରୁ ୭୫୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୫୨୭ ରହିଛି । ସୁନ୍ଦରଗଡ଼ରୁ ସର୍ବାଧିକ ୨୨୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଳାହାଣ୍ଡିରୁ ୧୦୮, କଟକରୁ ୬୩, ମୟୂରଭଂଜରୁ ୫୨,Continue reading “ହଜାରେ ଟପିଲା ରାଜ୍ୟର ଦୈନିକ ସଂକ୍ରମଣ : ଗତ ୨୪ ଘଂଟାରରେ ୧୨ଶହ ୮୨ ସଂକ୍ରମିତ ଚିହ୍ନଟ; ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୨୨୪ “

ଚିନ୍ତା ବଢାଇଛି କରୋନା ଦ୍ୱିତୀୟ ଲହର : ରାଜ୍ୟରେ ମାସ୍କ ଚେକିଂ କଡାକଡି କଲେ ତେଲେଙ୍ଗାନା ସରକାର; ଏଣିକି ମାସ୍କ ନପିନ୍ଧିଲେ ଗଣିବାକୁ ପଡିବ ହଜାରେ ଟଙ୍କା ଜରିମାନା

କନକ ବ୍ୟୁରୋ : ତେଲେଙ୍ଗାନାରେ ଚିନ୍ତା ବଢାଇଛି କରୋନା ଦ୍ୱିତୀୟ ଲହର । ରାଜ୍ୟରେ ମାସ୍କ ଚେକିଂ କଡାକଡି କଲେ ତେଲେଙ୍ଗାନା ସରକାର । ମାସ୍କ ନପିନ୍ଧିଲେ ଜଣକ ପିଛା ଗଣିବାକୁ ପଡିବ ହଜାରେ ଟଙ୍କା ଜରିମାନା । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବା କଡାକଡି ଭାବରେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ସେ କହିଛନ୍ତି,Continue reading “ଚିନ୍ତା ବଢାଇଛି କରୋନା ଦ୍ୱିତୀୟ ଲହର : ରାଜ୍ୟରେ ମାସ୍କ ଚେକିଂ କଡାକଡି କଲେ ତେଲେଙ୍ଗାନା ସରକାର; ଏଣିକି ମାସ୍କ ନପିନ୍ଧିଲେ ଗଣିବାକୁ ପଡିବ ହଜାରେ ଟଙ୍କା ଜରିମାନା”

କରୋନା ବଢାଉଛି ଲକଡାଉନ୍ ଭୟ… ଚାକିରି ଛାଡି ପୁଣି ଘରକୁ ଫେରୁଛନ୍ତି ପ୍ରବାସୀ ଓଡିଆ

ଦେଶରେ ସମ୍ପ୍ରତି କୋଭିଡ୍‌-୧୯ ସଂକ୍ରମଣର ଅହେତୁକ ବୃଦ୍ଧି ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟରେ ରାତି କର୍ଫ୍ୟୁ ଓ ସାପ୍ତାହିକ ଲକ୍‌ଡାଉନ୍‌ ପରି କଟକଣା ଆରମ୍ଭ ହୋଇଯାଇଛି। ତେଣୁ ପୁଣି ଥରେ ଗତବର୍ଷ ପରି ଅକଥନୀୟ କଷ୍ଟଦାୟକ ସ୍ଥିତି ସହ ଅନିଶ୍ଚିତ ଭବିଷ୍ୟତ ଆଶଙ୍କାରେ ବିଭିନ୍ନ ରାଜ୍ୟରେ ପେଟପାଟଣା ପାଇଁ କାମ କରୁଥିବା ପ୍ରବାସୀ ଶ୍ରମିକମାନଙ୍କ ନିଦ ହଜିଯାଇଛି। ବିଶେଷ କରି ଦିଲ୍ଲୀ, ମହାରାଷ୍ଟ୍ର ଓ ଗୁଜରାଟରେ କାମ କରୁଥିବା ସଂଖ୍ୟାଧିକ ଶ୍ରମିକ ଏବେ ସପରିବାର ନିଜ ରାଜ୍ୟକୁ ଫେରିବାContinue reading “କରୋନା ବଢାଉଛି ଲକଡାଉନ୍ ଭୟ… ଚାକିରି ଛାଡି ପୁଣି ଘରକୁ ଫେରୁଛନ୍ତି ପ୍ରବାସୀ ଓଡିଆ”

Design a site like this with WordPress.com
Get started