ଆଜି ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ ଓଡ଼ିଶା ଇତିହାସର ହିନ୍ଦୀ ଅନୁବାଦ : ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ପୁସ୍ତକକୁ ଅନୁବାଦ କରିଛନ୍ତି ଡକ୍ଟର ଶଙ୍କରଲାଲ ପୁରହିତ

କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ ଓଡ଼ିଶା ଇତିହାସର ହିନ୍ଦୀ ଅନୁବାଦ । ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ପୁସ୍ତକର ହୋଇଛି ହିନ୍ଦୀ ଅନୁବାଦ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ଦିଲ୍ଲୀ ଜନପଥ ଆମ୍ବେଦକର ଇଂଟନ୍ୟାସନାଲ ସେଂଟରରେ ହରେକୃଷ୍ଣ ମହତାବ ଫାଉଣ୍ଡେସନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଏହି ପୁସ୍ତକ ଉନ୍ମୋଚନ କରାଯିବ । ଏହି ପୁସ୍ତକକୁ ହିନ୍ଦୀରେ ଅନୁବାଦ କରିଛନ୍ତି ବିଜେବି କଲେଜର ଅବସରପ୍ରାପ୍ତContinue reading “ଆଜି ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ ଓଡ଼ିଶା ଇତିହାସର ହିନ୍ଦୀ ଅନୁବାଦ : ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ପୁସ୍ତକକୁ ଅନୁବାଦ କରିଛନ୍ତି ଡକ୍ଟର ଶଙ୍କରଲାଲ ପୁରହିତ”

ବାହାର ରାଜ୍ୟରୁ ଓଡିଶାକୁ ଆସିଲେ ଦେଖାଇବାକୁ ପଡିବ ଆରଟିପିସିଆର ରିପୋର୍ଟ : ନହେଲେ ୭ ଦିନ ସଙ୍ଗରୋଧ ବାଧ୍ୟତା ମୂଳକ

କନକ ବ୍ୟୁରୋ : ରାଜ୍ୟରେ କୋଭିଡ୍‌ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ବାହାର ରାଜ୍ୟରୁ ଓଡ଼ିଶା ଆସିବା ଉପରେ ଏକାଧିକ କଟକଣା ଜାରି କରାଯାଇଛି । ଟ୍ରେନ୍‌, ବସ୍‌, ବିମାନରେ ଆସୁଥିବା ଯାତ୍ରୀ ଓଡ଼ିଶାରେ ପ୍ରବେଶ କରିବା ସମୟରେ ଆର୍‌ଟି-ପିସିଆର୍‌ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ଏହି ରିପୋର୍ଟ ୭୨ ଘଣ୍ଟା ଭିତରେ ହୋଇଥିବା ଦରକାର । ଯେଉଁମାନେ ଦୁଇ ଡୋଜ୍ ଟିକା ନେଇସାରିଛନ୍ତି, ସେମାନେ ଟିକାକରଣରContinue reading “ବାହାର ରାଜ୍ୟରୁ ଓଡିଶାକୁ ଆସିଲେ ଦେଖାଇବାକୁ ପଡିବ ଆରଟିପିସିଆର ରିପୋର୍ଟ : ନହେଲେ ୭ ଦିନ ସଙ୍ଗରୋଧ ବାଧ୍ୟତା ମୂଳକ”

ସିବିଏସ୍‌ଇ ପରୀକ୍ଷା : ପରୀକ୍ଷା ବାତିଲ୍‌ ହେବନି କି ଘୁଞ୍ଚିବନି ତାରିଖ ; ସଂକ୍ରମଣ ବଢ଼ୁଥିବାରୁ ଉଭୟ ଶ୍ରେଣୀ ପାଇଁ ପରୀକ୍ଷା କେନ୍ଦ୍ର ସଂଖ୍ୟା ୪୦ରୁ ୫୦% ବୃଦ୍ଧି

କନକ ବ୍ୟୁରୋ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବ। ପରୀକ୍ଷା ବାତିଲ୍‌ ହେବ ନାହିଁ କି ତାରିଖ ଘୁଞ୍ଚିବ ନାହିଁ । ମେ’ ୪ରୁ ଉଭୟ ଶ୍ରେଣୀର ପରୀକ୍ଷା ଅଫ୍‌ଲାଇନ୍‌ରେ ହେବ। ଏଥିରେ କୌଣସି ପରିବର୍ତନ କରାଯିବ ନାହିଁ। ଗଣମାଧ୍ୟମକୁ ସୂଚନା ଦେଇ ସିବିଏସ୍‌ଇ ଓ ସିଆଇଏସ୍‌ସିଇ ବୋର୍ଡର ଅଧିକାରୀମାନେ କହିଛନ୍ତି ଯେ କୋଭିଡ୍‌-୧୯ର ଦ୍ବିତୀୟ ପର୍ଯ୍ୟାୟରୁ ଛାତ୍ରଛାତ୍ରୀଙ୍କୁ କରୋନା ମୁକ୍ତ ରଖିବା ଲାଗିContinue reading “ସିବିଏସ୍‌ଇ ପରୀକ୍ଷା : ପରୀକ୍ଷା ବାତିଲ୍‌ ହେବନି କି ଘୁଞ୍ଚିବନି ତାରିଖ ; ସଂକ୍ରମଣ ବଢ଼ୁଥିବାରୁ ଉଭୟ ଶ୍ରେଣୀ ପାଇଁ ପରୀକ୍ଷା କେନ୍ଦ୍ର ସଂଖ୍ୟା ୪୦ରୁ ୫୦% ବୃଦ୍ଧି”

ସାମ୍ନାକୁ ଆସିଲା ଚମକାଇ ଦେଲା ଭଳି ରିପୋର୍ଟ । ଦିବ୍ୟାଙ୍ଗ ସଂଖ୍ୟା ତାଲିକାରେ ଓଡିଶା ପ୍ରଥମ

ଓଡ଼ିଶାରେ ସର୍ବାଧିକ ୩ ପ୍ରତିଶତ ମହିଳା ଦିବ୍ୟାଙ୍ଗ ଅଛନ୍ତି। ଦିବ୍ୟାଙ୍ଗ ମହିଳାମାନଙ୍କ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ। କେରଳ ଓ ଆନ୍ଧ୍ରପ୍ରଦେଶ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। କେବଳ ଦିବ୍ୟାଙ୍ଗ ମହିଳାଙ୍କ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ନୁହେଁ ପୁରୁଷ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି। ରିପୋର୍ଟ ଅନୁସା‌ରେ, ଓଡ଼ିଶାରେ ସର୍ବାଧିକ ୩.୫ ପ୍ରତିଶତ ପୁରୁଷ ଦିବ୍ୟାଙ୍ଗ ଅଛନ୍ତି। ଏକ୍ଷେତ୍ରରେ ମଧ୍ୟ କେରଳ ଓ ଆନ୍ଧ୍ର ପ୍ରଦେଶ ଯଥାକ୍ରମେContinue reading “ସାମ୍ନାକୁ ଆସିଲା ଚମକାଇ ଦେଲା ଭଳି ରିପୋର୍ଟ । ଦିବ୍ୟାଙ୍ଗ ସଂଖ୍ୟା ତାଲିକାରେ ଓଡିଶା ପ୍ରଥମ”

ଆଜିଠୁ ଆରମ୍ଭ ହେଉଛି ଫଟାଫଟ କ୍ରିକେଟର ମହାକୁମ୍ଭ : ଆଇପିଏଲ ୧୪ ତମ ସଂସ୍କରଣର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ରୟାଲ ଚ୍ୟାଲେଂଜର ବାଙ୍ଗାଲୋର

କନକ ବ୍ୟୁରୋ : ପୁଣିଥରେ ଫେରିଛି ଆଇପିଏଲ୍ । ଟ୍ବେଣ୍ଟି-୨୦ କ୍ରିକେଟ୍‌କୁ ନୂଆମୋଡ଼ ଦେଇଥିବା ଆଇପିଏଲ୍‌ର ଚତୁର୍ଦ୍ଦଶ ସଂସ୍କରଣ  । ବିଦେଶ ନୁହେଁ, ଏଥର ଘରୋଇ ପରିବେଶରେ ଆୟୋଜିତ ହେଉଛି ଟ୍ବେଣ୍ଟି-୨୦ କ୍ରିକେଟ୍‌ର ସର୍ବବୃହତ୍ ମହାମେଳା । ଏହି ପାଞ୍ଚ ମାସ ଭିତରେ କିନ୍ତୁ ଗୋଟିଏ କଥା ବଦଳି ନାହିଁ । ଅଦୃଶ୍ୟ ଭୂତାଣୁ କରୋନାର ମହାସଙ୍କଟ ଗତବର୍ଷ ଥିଲା, ଚଳିତ ବର୍ଷ ବି ଅଛି । ବରଂ ଏବର୍ଷ ତା’ର ଦ୍ବିତୀୟ ଲହର ଭୟାବହତା ଭାରତରେContinue reading “ଆଜିଠୁ ଆରମ୍ଭ ହେଉଛି ଫଟାଫଟ କ୍ରିକେଟର ମହାକୁମ୍ଭ : ଆଇପିଏଲ ୧୪ ତମ ସଂସ୍କରଣର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ରୟାଲ ଚ୍ୟାଲେଂଜର ବାଙ୍ଗାଲୋର”

ଚିନ୍ତା ବଢ଼ାଇଲା ଟିକା ଅଭାବ… ଦୈନିକ ୨ଲକ୍ଷ ଟିକାକରଣ ଲକ୍ଷ୍ୟ ଫେଲ୍‌

ରାଜ୍ୟରେ ଦୈନିକ ୨ଲକ୍ଷ ଟିକାକରଣ ଲକ୍ଷ୍ୟ ଫେଲ୍‌ ମାରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ପରିମାଣର ଟିକା ନ ପହଞ୍ଚିବା ଯୋଗୁଁ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍ ଟିକାକରଣ କରିବା ଲାଗି ରାଜ୍ୟ ସରକାର ବାଧ୍ୟ ହେଉଛନ୍ତି । ଏପରିକି ପ୍ରାୟ ଅଧା କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି । ଓଡ଼ିଶାକୁ ୧୦ ଦିନ ପାଇଁ ୨୫ଲକ୍ଷ ଡୋଜ୍‌ର ‘କୋଭିସିଲ୍‌ଡ’ ଟିକା ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟContinue reading “ଚିନ୍ତା ବଢ଼ାଇଲା ଟିକା ଅଭାବ… ଦୈନିକ ୨ଲକ୍ଷ ଟିକାକରଣ ଲକ୍ଷ୍ୟ ଫେଲ୍‌”

ଆଗାମୀ ୪ ଦିନ କାଳବୈଶାଖୀ ବର୍ଷା : କେତେକ ସ୍ଥାନରେ ପାରଦ ଖସିଥିଲେ ବି ୨ରୁ ୩ଡିଗ୍ରୀ ତାପମାତ୍ରା ବଢ଼ିବା ଆଶଙ୍କା

କନକ ବ୍ୟୁରୋ : ରାଜ୍ୟର କିଛି କିଛି ସ୍ଥାନରେ ଏବେ ତାପମାତ୍ରା ବଢ଼ିଥିବା ବେଳେ କେତେକ ସ୍ଥାନରେ ପାରଦ ସ୍ତର ଖସିଛି। ଅନେକ ସ୍ଥାନର ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରି ବଢ଼ି ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ପାର୍‌ କରିଛି । ରାଜ୍ୟର ୯ ସହର ତାପମାତ୍ରା ୪୦ ଅତିକ୍ରମ କରିଥିଲା । ଟିଟିଲାଗଡ଼ରେ ୪୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏହା ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା। ଏଥିସହ ଝାରସୁଗୁଡ଼ା, ତାଳଚେର, ଭବାନୀପାଟଣା,Continue reading “ଆଗାମୀ ୪ ଦିନ କାଳବୈଶାଖୀ ବର୍ଷା : କେତେକ ସ୍ଥାନରେ ପାରଦ ଖସିଥିଲେ ବି ୨ରୁ ୩ଡିଗ୍ରୀ ତାପମାତ୍ରା ବଢ଼ିବା ଆଶଙ୍କା”

୧୯ ବର୍ଷ ପରେ ବାପା ହୋଇଥାନ୍ତେ…କିନ୍ତୁ ଛୁଆ ମୁହଁରୁ ବାପା ଡାକ ଶୁଣିବା ପୂର୍ବରୁ ସହିଦ ହୋଇଗଲେ ବୀର ଯବାନ କିଶୋର । ସାଥୀ ଯବାନଙ୍କୁ ଉଦ୍ଧାର କରିବା ବେଳେ ଛାତିରେ ବାଜିଲା ନକ୍ସଲଙ୍କ ଗୁଳି, ଦେଶ ପାଇଁ ଦେଲେ ଜୀବନ ।

କନକ ବ୍ୟୁରୋ : ଦୀର୍ଘ ୧୯ ବର୍ଷର ଆଶା ପୂରଣ ହୋଇଥାନ୍ତା । ସେ ଶୁଣିଥାନ୍ତେ ବାପା ଡାକ । ତାଙ୍କ ବୈବାହିକ ସମ୍ପର୍କର ସନ୍ତକ ଆସିବ, ଆଉ ତାକୁ ଉଭୟ ସ୍ୱାମୀ-ସ୍ତ୍ରୀ ସ୍ୱାଗତ କରିବେ । ଏମିତି କେତେ କ’ଣ ଭାବିଥିଲେ ଛତିଶଗଡ ପୁଲିସରେ କାର୍ଯ୍ୟରତ ଯବାନ । ହେଲେ ସେ ଆଶା, ସେ ସ୍ୱପ୍ନ ସବୁ ଜଳି ଯାଇଛି ଜୁଇରେ । ପିଲା ମୁହଁରୁ ବାପା ଡାକ ଶୁଣିବା ଆଗରୁ ମାଓବାଦୀଙ୍କ ଗୁଳିରେ ସହିଦContinue reading “୧୯ ବର୍ଷ ପରେ ବାପା ହୋଇଥାନ୍ତେ…କିନ୍ତୁ ଛୁଆ ମୁହଁରୁ ବାପା ଡାକ ଶୁଣିବା ପୂର୍ବରୁ ସହିଦ ହୋଇଗଲେ ବୀର ଯବାନ କିଶୋର । ସାଥୀ ଯବାନଙ୍କୁ ଉଦ୍ଧାର କରିବା ବେଳେ ଛାତିରେ ବାଜିଲା ନକ୍ସଲଙ୍କ ଗୁଳି, ଦେଶ ପାଇଁ ଦେଲେ ଜୀବନ ।”

ଅନୀଲ ଦେଶମୁଖଙ୍କୁ ସୁପ୍ରିମକୋର୍ଟରୁ ଝଟକା । ସିବିଆଇ ତଦନ୍ତକୁ ବିରୋଧ କରି ମହାରାଷ୍ଟ୍ର ସରକାର କରିଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ ।

କନକ ବ୍ୟୁରୋ: ଅନୀଲ ଦେଶମୁଖଙ୍କୁ ସୁପ୍ରିମକୋର୍ଟରୁ ଝଟକା । ସିବିଆଇ ତଦନ୍ତକୁ ବିରୋଧ କରି ମହାରାଷ୍ଟ୍ର ସରକାର କରିଥିବା ଆବେଦନ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ସିବିଆଇ ତଦନ୍ତ ପାଇଁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସେପଟେ ମହାରାଷ୍ଟ୍ରର ଗିରଫ ପୁଲିସ୍ ଅଧିକାରୀ ସଚିନ୍ ୱାଜେ ରାଜ୍ୟର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆଣିଛନ୍ତି ଅଭିଯୋଗ । ଅନୀଲ ଦେଶମୁଖ ତାଙ୍କୁ ଶହେ କୋଟି ଚାନ୍ଦା ଆଦାୟ କରିବାକୁ କହିଥିଲେContinue reading “ଅନୀଲ ଦେଶମୁଖଙ୍କୁ ସୁପ୍ରିମକୋର୍ଟରୁ ଝଟକା । ସିବିଆଇ ତଦନ୍ତକୁ ବିରୋଧ କରି ମହାରାଷ୍ଟ୍ର ସରକାର କରିଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ ।”

ଦୁଷ୍କର୍ମ ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ପୂର୍ବ ପତ୍ନୀଙ୍କ ଉପଦେଶ । ଜେମିମା ଗୋଲ୍ଡସ୍ମିଥ କହିଲେ, କୋରାନ ପଢନ୍ତୁ ଇମ୍ରାନ…

କନକ ବ୍ୟୁରୋ: ବଢୁଥିବା ବଳାତ୍କାର ପ୍ରସଙ୍ଗରେ ଇମ୍ରାନ ଖାନ ଦେଇଥିବା ବୟାନକୁ କେବଳ ପାକିସ୍ତାନ ନୁହେଁ ସାରା ବିଶ୍ୱରେ ସମାଲୋଚନା କରାଯାଉଛି । ଏହାରି ଭିତରେ ଇମ୍ରାନଙ୍କ ପୂର୍ବତନ ପତ୍ନୀ ଜେମିମା ଗୋଲ୍ଡସ୍ମିଥ ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି । ଏପରିକି ଇମ୍ରାନଙ୍କୁ କୋରାନ ପଢିବା ପାଇଁ ଉପଦେଶ ଦେଇଛନ୍ତି ଜେମିମା ଏବଂ କହିଛନ୍ତି ସେ ଯେଉଁ ଇମ୍ରାନଙ୍କୁ ଜାଣିଥିଲେ ସେ ମହିଳା ସଶକ୍ତିକରଣ ଉପରେ ଜୋର ଦେଉଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବୟାନକୁ ନେଇ ବିବାଦContinue reading “ଦୁଷ୍କର୍ମ ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ପୂର୍ବ ପତ୍ନୀଙ୍କ ଉପଦେଶ । ଜେମିମା ଗୋଲ୍ଡସ୍ମିଥ କହିଲେ, କୋରାନ ପଢନ୍ତୁ ଇମ୍ରାନ…”

Design a site like this with WordPress.com
Get started