କନକ ବ୍ୟୁରୋ : ‘ହିମ୍ମତ ହରାଇନଥିଲି, ଧୈର୍ଯ୍ୟ ରଖିଥିଲି । ମୋ ସ୍ୱାମୀ ଫେରିଆସିବେ ବୋଲି ବିଶ୍ୱାସ ଥିଲା, କିନ୍ତୁ କେବେ ଫେରିବେ ଜଣାନଥିଲା । ଆଜି ଆମେ ବହୁତ ଖୁସି । ସରକାର କିଛି କହୁନଥିଲେ, କିନ୍ତୁ ତାଙ୍କ କାମ କରୁଥିଲେ । ଏହା ଆମ ପାଇଁ ବଡ଼ କଠିନ ସମୟ ଥିଲା ।’ କୋବ୍ରା ବାଟାଲିୟନର ବୀର ଯବାନ ରାକେଶ୍ୱର ସିଂହ ମନହାସ ମାଓବାଦୀଙ୍କ କବଳରୁ ମୁକୁଳିବା ପରେ କିଛି ଏମିତି ପ୍ରତିକ୍ରିୟା ରଖିଛନ୍ତିContinue reading “ମାଓବାଦୀଙ୍କ କବଜାରୁ ଯବାନ ରାକେଶ୍ୱର ସିଂ ମୁକୁଳିବା ପରେ ଖୁସିରେ ଆତ୍ମହରା ହେଲେ ଯବାନଙ୍କ ପତ୍ନୀ । କହିଲେ ଆଜି ମୋ ପାଇଁ ଭାରି ଖୁସିର ଦିନ ।”
Author Archives: Raghaba
ବାହୁଡିଲେ ବୀର ପୁଅ… ବାସାଗୁଡା କ୍ୟାମ୍ପରେ ଯବାନ ରାକେଶ୍ୱର । ମାଓବାଦୀଙ୍କ ଠାରୁ ମୁକୁଳିବା ପରେ ପହଞ୍ଚିଲେ ଯବାନ
କନକ ବ୍ୟୁରୋ: ବାସାଗୁଡାରେ ପହଞ୍ଚିଲେ ବୀର ଯବାନ ରାକେଶ୍ୱର ସିଂହ । ମାଓବାଦୀଙ୍କ କବଳରୁ ମୁକୁଳିବା ପରେ ବାସାଗୁଡାରେ ପହଞ୍ଚିଲେ । ଏକ ଆମ୍ବୁଲାନ୍ସରେ ଆସିଲେ ବୀର ଯବାନ । ଅପହୃତ ଯବାନ ମାଓବାଦୀଙ୍କ କବଳରୁ ମୁକ୍ତ ହେବା ପରେ ସବୁଠି ଖୁସିର ମାହୋଲ । ସ୍ୱାମୀ ଫେରିବା କଥା ଶୁଣିବା ପରେ ଖୁସିରେ ଆତ୍ମହରା ହେଲେ ସ୍ତ୍ରୀ । କହିଲେ ଆଜି ମୋ ପାଇଁ ସବୁଠାରୁ ଭଲ ଦିନ । ମୋର ବିଶ୍ୱାସ ଥିଲେ ସେContinue reading “ବାହୁଡିଲେ ବୀର ପୁଅ… ବାସାଗୁଡା କ୍ୟାମ୍ପରେ ଯବାନ ରାକେଶ୍ୱର । ମାଓବାଦୀଙ୍କ ଠାରୁ ମୁକୁଳିବା ପରେ ପହଞ୍ଚିଲେ ଯବାନ”
ଅପହୃତ ଯବାନ ରାକେଶ୍ୱରଙ୍କୁ ଛାଡିଲେ ମାଓବାଦୀ । ଏପ୍ରିଲ ୩ରେ ବିଜାପୁର ଘଟଣା ପରେ ଅପହୃତ ହୋଇଥିଲେ ଯବାନ ।
କନକ ବ୍ୟୁରୋ: ମାଓବାଦୀଙ୍କ କବଳରୁ ମୁକୁଳିଲେ ଅପହୃତ ଯବାନ । କୋବ୍ରା ଯବାନ ରାକେଶ୍ୱର ସିଂହ ମନହାସଙ୍କୁ ଛାଡିଲେ ନକ୍ସଲ । ବିଜାପୁର ନକ୍ସଲ ଆକ୍ରମଣ ପରେ ଏପ୍ରିଲ ୩ରୁ ଅପହୃତ ହୋଇଥିବା ଯବାନ ରାକେଶ୍ୱର ସିଂହ ମନହାସ ମାଓବାଦୀଙ୍କ କବଳରୁ ମୁକ୍ତ ହୋଇଥିବା ନେଇ ଖବର ମିଳିଛି । CoBRA jawan Rakeshwar Singh Manhas kidnapped by Naxals during Bijapur attack on April 3, has been released by them:Continue reading “ଅପହୃତ ଯବାନ ରାକେଶ୍ୱରଙ୍କୁ ଛାଡିଲେ ମାଓବାଦୀ । ଏପ୍ରିଲ ୩ରେ ବିଜାପୁର ଘଟଣା ପରେ ଅପହୃତ ହୋଇଥିଲେ ଯବାନ ।”
ଢୋଲ ବଜାଇ ଅଭିଯୁକ୍ତର ଘରେ ପହଂଚିଲା ପୋଲିସ । ନାବାଳିକାକୁ ଧର୍ଷଣ ପରେ ଭିଡିଓ କରିଥିଲା ଭାଇରାଲ
କନକ ବ୍ୟୁରୋ : ଜଣେ ଅଭିଯୁକ୍ତର ଚକିତ କରିଦେବା ଭଳି କାର୍ଯ୍ୟ ପରେ ବିହାର ବୈଶାଳି ଜିଲ୍ଲାର ପୋଲିସ ଅଭିଯୁକ୍ତର ଘରେ ଢୋଲ ନଗଡା ସହ ପହଞ୍ଚିଥିଲା । ପୋଲିସ ସେଠାରେ ପହଂଚି ଅଭିଯୁକ୍ତର ଘର ଆଗରେ ଢୋଲ ବଜାଇଥିଲା, ଅଭିଯୁକ୍ତକୁ ଆତ୍ମସମର୍ପଣ କରିବାକୁ ଡାକରା ଦେଇଥିଲା ଓ ତା’ର କାନ୍ଥରେ ନୋଟିସ ଲଗାଇଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ବିହାରର ବୈଶାଳି ଜିଲ୍ଲାର ମହୁଆ ଠାରେ । ପୋଲିସ ସୂଚନା ମୁତାବକ ୨୦୨୦ ମସିହାContinue reading “ଢୋଲ ବଜାଇ ଅଭିଯୁକ୍ତର ଘରେ ପହଂଚିଲା ପୋଲିସ । ନାବାଳିକାକୁ ଧର୍ଷଣ ପରେ ଭିଡିଓ କରିଥିଲା ଭାଇରାଲ”
ଦେଶରେ ବଢୁଛି କୋଭିଡର ଦୈନିକ ସଂକ୍ରମଣ । ଚେନ୍ ଭାଙ୍ଗିବାକୁ ୧୦ ରାଜ୍ୟରେ ଲାଗୁ ହେଲାଣି ରାତି କର୍ଫ୍ୟୁ ।
କନକ ବ୍ୟୁରୋ: ସାରା ଦେଶରେ କରୋନା ସଂକ୍ରମଣ ଉଦବେଗଜନକ ଭାବେ ବଢିବାରେ ଲାଗିଛି । ଦୈନିକ ସଂକ୍ରମଣ ଏକ ଲକ୍ଷରୁ ଅଧିକ ଚିହ୍ନଟ ହେବା ପରେ ରାଜ୍ୟ ସରକାରଗୁଡିକ ଚିନ୍ତାରେ ପଡିଛନ୍ତି । ଅନ୍ୟପଟେ ସଂକ୍ରମଣର ଚେନ ଭାଙ୍ଗିବାକୁ ୧୦ ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି । ଆସନ୍ତୁ ଦେଖିବା, କେଉଁ ରାଜ୍ୟରେ କେତେ ନାଇଟ କର୍ଫ୍ୟୁ ଓ କେଉଁଠି ଲକଡାଉନ ଲାଗୁ ହୋଇଛି । ଦିଲ୍ଲୀରେ ରାତି ୧୦ଟାରୁ ସକାଳ ୮ଟା ଯାଏଁ ନାଇଟContinue reading “ଦେଶରେ ବଢୁଛି କୋଭିଡର ଦୈନିକ ସଂକ୍ରମଣ । ଚେନ୍ ଭାଙ୍ଗିବାକୁ ୧୦ ରାଜ୍ୟରେ ଲାଗୁ ହେଲାଣି ରାତି କର୍ଫ୍ୟୁ । “
ଏସଏସସି-ଆସିଷ୍ଟାଂଟ ଅଡିଟ ଅଫିସର ପରୀକ୍ଷାରେ ଟପ୍ପର ହେଲେ ଓଡିଆ ପୁଅ । ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅକ୍ତିଆର କଲେ ରୋଶନ ଜେନା ।
କନକ ବ୍ୟୁରୋ: ଚମକ ଦେଖାଇଲେ ଓଡିଆ ପୁଅ । ଏସଏସସି-ଆସିଷ୍ଟାଂଟ ଆଡିଟ ଅଫିସର ପରୀକ୍ଷାରେ ରାଜ୍ୟର ଗୌରବ ବଢାଇଲେ ଖୋର୍ଦ୍ଧାର ରୋଶନ ଜେନା । ୧୩ଲକ୍ଷ ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ଜଟଣୀର ରୋଶନ ହାସଲ କରିଛନ୍ତି ସର୍ବଭାରତରେ ପ୍ରଥମ ସ୍ଥାନ । ଆଇଏଏସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ରୋଶନ କହିଛନ୍ତି, ମନରେ ବିଶ୍ୱାସ ଆଉ କର୍ତ୍ତବ୍ୟପ୍ରତି ନିଷ୍ଠା ରହିଲେ ସଫଳତା ନିଶ୍ଚୟ ମିଳିବ । ଆସିଷ୍ଟାଂଟ ଅଡିଟ ଅଫିସର ପରୀକ୍ଷାରେ ଟପ୍ପର ରୋଶନ ଜେନା, ଜଟଣୀContinue reading “ଏସଏସସି-ଆସିଷ୍ଟାଂଟ ଅଡିଟ ଅଫିସର ପରୀକ୍ଷାରେ ଟପ୍ପର ହେଲେ ଓଡିଆ ପୁଅ । ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅକ୍ତିଆର କଲେ ରୋଶନ ଜେନା ।”
ଚିକିତ୍ସା ଅପେକ୍ଷାରେ କାକଟପୁରର ଆଶିଷ । ଆଜି ବି କଅଁଳ ଶିଶୁଙ୍କ ଭଳି ଶେଜରେ ପଡି ରହିଛି ୫ ବର୍ଷର ଶିଶୁ ପୁତ୍ର, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।
କନକ ବ୍ୟୁରୋ : ପୁଅ ଜନ୍ମ ହେବା ପରେ ବାପା-ମାଆ ଓ ପରିବାର ଲୋକେ ଖୁସିରେ ନାଚି ଉଠିଥିଲେ । ଗରିବ ପରିବାରରେ କୂଳକୁ ଉଜ୍ୱଳ କରିବା ପାଇଁ ଜନ୍ମ ହୋଇଛି କୁଳନନ୍ଦନ ଆଶିଷ । ହେଲେ ବାପା ମାଆଙ୍କ ଏହି ଖୁସି ଅଧିକ ସମୟ ପାଇଁ ନଥିଲା । ଜନ୍ମ ପରେ ଶିଶୁଟି ଅସୁସ୍ଥ ଥିବା କହିଥିôଲେ ଡାକ୍ତର । ଚିକିତ୍ସା ପାଇଁ ବଡ ଡାକ୍ତରଖାନାକୁ ନେବାକୁ ପଡିବ । ସେବେ ଠାରୁ ୫ ବର୍ଷContinue reading “ଚିକିତ୍ସା ଅପେକ୍ଷାରେ କାକଟପୁରର ଆଶିଷ । ଆଜି ବି କଅଁଳ ଶିଶୁଙ୍କ ଭଳି ଶେଜରେ ପଡି ରହିଛି ୫ ବର୍ଷର ଶିଶୁ ପୁତ୍ର, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।”
ମଶାଣି ପ୍ରେମରେ ପଡିଛନ୍ତି ଶିକ୍ଷକ । ସ୍କୁଲରେ ପାଠ ପଢାଇବା ପରେ ଶ୍ମଶାନକୁ କରୁଛନ୍ତି ରକ୍ଷଣାବେକ୍ଷଣା । ରାଜ୍ୟ ସରକାରଙ୍କଠୁ ପାଇଛନ୍ତି ପ୍ରକୃତି ମିତ୍ର ଓ ବୃକ୍ଷ ମିତ୍ର ସମ୍ମାନ
କନକ ବ୍ୟୁରୋ: ସୁସ୍ଥ ସମାଜରେ ଅନେକ ମାନବପ୍ରେମୀ ଲୋକ ଅଛନ୍ତି । ମାନବ ସେବାକୁ ମାଧବସେବା ରୂପେ ବାଛି ନେଇଥିବା ବିରଳ ବ୍ୟକ୍ତିତ୍ୱଙ୍କୁ ମାନବପ୍ରେମୀ ବୋଲି କୁହାଯାଏ । ହେଲେ ରାୟଗଡା ସହରରେ ଏମିତି ବ୍ୟକ୍ତି ଅଛନ୍ତି ଯିଏ, ଶ୍ମଶାନ ପ୍ରେମୀ । ନିଜ ଉଦ୍ୟମରେ ସହରର ଉପକଣ୍ଠରେ ଏକ ସ୍ୱର୍ଗଧାମ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଶିକ୍ଷକ । ଶ୍ମଶାନ ପ୍ରେମରେ ଶିକ୍ଷକ, ମଶାଣିକୁ ଭଲପାଇ ବସିଛନ୍ତି ରାୟଗଡାର ଶିକ୍ଷକ ଟି. ଇଶ୍ୱର ରାଓContinue reading “ମଶାଣି ପ୍ରେମରେ ପଡିଛନ୍ତି ଶିକ୍ଷକ । ସ୍କୁଲରେ ପାଠ ପଢାଇବା ପରେ ଶ୍ମଶାନକୁ କରୁଛନ୍ତି ରକ୍ଷଣାବେକ୍ଷଣା । ରାଜ୍ୟ ସରକାରଙ୍କଠୁ ପାଇଛନ୍ତି ପ୍ରକୃତି ମିତ୍ର ଓ ବୃକ୍ଷ ମିତ୍ର ସମ୍ମାନ”
ପଦ୍ମପୁରରେ ମାତିଛନ୍ତି ଇଟା ମାଫିଆ । ବେଆଇନ୍ ଭାବେ ଚାଲିଛି ଇଟା ତିଆରି । ସବୁ ଜାଣି ବି ନିରବ ପ୍ରଶାସନ ।
କନକ ବ୍ୟୁରୋ: ପରିବେଶ ପ୍ରଦୂଷଣ ଓ ଜଙ୍ଗଳ କ୍ଷୟକୁ ରୋକିବା ପାଇଁ ସରକାର ମାଟି ଇଟା ତିଆରି କରିବା ତଥା ପୋଡିବା ଉପରେ ରୋକ ଲଗାଇଛନ୍ତି । ହେଲେ ବରଗଡ ଜିଲ୍ଲା ଉପଖଣ୍ଡ ପଦ୍ମପୁର ଅଂଚଳରେ ଅବାଧରେ ବେଆଇନ ଭାବେ ଇଟା ପକାଇ ଚାଲିଛନ୍ତି ଦଲାଲ । ରାଜସ୍ୱ ବିଭାଗର କିଛି ଅସାଧୁ କର୍ମଚାରୀ ଓ ଇଟା ମାଫିଆମାନେ ମିଳିମିଶି ଏଭଳି କରୁଥିବା ବେଳେ ପରିବେଶ ପ୍ରଦୂଷଣ, ଜଙ୍ଗଳ କ୍ଷୟ ହେବା ସହ ରାଜସ୍ୱ ହରାଉଛନ୍ତି ସରକାର Continue reading “ପଦ୍ମପୁରରେ ମାତିଛନ୍ତି ଇଟା ମାଫିଆ । ବେଆଇନ୍ ଭାବେ ଚାଲିଛି ଇଟା ତିଆରି । ସବୁ ଜାଣି ବି ନିରବ ପ୍ରଶାସନ ।”
ଜିଲ୍ଲାରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ମିଶନ ଶକ୍ତି ମହାସଂଘକୁ ହେବ ହସ୍ତାନ୍ତର । ଦୁଇ ମାସ ଭିତରେ ହସ୍ତାନ୍ତର ପ୍ରକ୍ରିୟା ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।
କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ମାନଙ୍କରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ସମ୍ପୃକ୍ତ ଜିଲ୍ଲାରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ଦୁଇ ମାସ ମଧ୍ୟରେ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲାମାନଙ୍କରେ ରହିଥିବା ଅନେକ ଅବ୍ୟବହୃତ ସରକାରୀ ସମ୍ପତ୍ତି ଯଥା- ସରକାରୀ କୋଠା ,ଦୋକାନ ଘର, ଗଡ଼ିଆ ପୋଖରୀ ଇତ୍ୟାଦିକୁ ବ୍ଳକ ଓ ପଞ୍ଚାୟତContinue reading “ଜିଲ୍ଲାରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ମିଶନ ଶକ୍ତି ମହାସଂଘକୁ ହେବ ହସ୍ତାନ୍ତର । ଦୁଇ ମାସ ଭିତରେ ହସ୍ତାନ୍ତର ପ୍ରକ୍ରିୟା ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।”