ସଂକ୍ରମଣ ବଢିଲାଣି, ସୁବ୍ରତ ବାଗଚୀ ଖୋଜା ପଡିଲେଣି… କରୋନା ନେଇ ସତର୍କ କରାଉଛନ୍ତି ସରକାର, ମାନୁ ନାହାନ୍ତି ଅମାନିଆ । ସୁବ୍ରତ ଆସନ୍ତୁ, ସଚେତନ କରାନ୍ତୁ…

କନକ ବ୍ୟୁରୋ: ସୁବ୍ରତ ଆସନ୍ତୁ, ସଚେତନ କରାନ୍ତୁ । ବଢିଲାଣି ସଂକ୍ରମଣ ପୁଣି ଫେରନ୍ତୁ ବାଗଚୀ । ସଂକ୍ରମଣ ବଢୁଛି, ଭୟ ବଢୁଛି । କରୋନାର ୨ୟ ଲହର ସଙ୍ଘାତିକ ହେଉଥିବା ବେଳେ ଏବେ ସାରା ଦେଶ ସହ ବିଭିନ୍ନ ରାଜ୍ୟର ଚିନ୍ତାର ବି ବଢୁଛି । ସଂକ୍ରମଣକୁ ପ୍ରତିହତ କରିବାକୁ ଓଡିଶା ସରକାର ସଜାଗ ଥିବାବେଳେ ଆଗକୁ ପଦକ୍ଷେପ ନେଇ ଲୋକଙ୍କୁ ସତର୍କ ରହିବାକୁ କହୁଛନ୍ତି । ଘନଘନ ବୈଠକ, ବାରମ୍ବାର ସମୀକ୍ଷା କରି ଗଣମାଧ୍ୟମContinue reading “ସଂକ୍ରମଣ ବଢିଲାଣି, ସୁବ୍ରତ ବାଗଚୀ ଖୋଜା ପଡିଲେଣି… କରୋନା ନେଇ ସତର୍କ କରାଉଛନ୍ତି ସରକାର, ମାନୁ ନାହାନ୍ତି ଅମାନିଆ । ସୁବ୍ରତ ଆସନ୍ତୁ, ସଚେତନ କରାନ୍ତୁ…”

ୟୁପି ବିଜନୋର ଠାରେ ଏକ ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ୫ ଶ୍ରମିକଙ୍କ ମୃତ୍ୟୁ, ୪ ଜଣ ଗୁରୁତର । ମାଲିକ ଗିରଫ୍

କନକ ବ୍ୟୁରୋ : ଉତ୍ତରପ୍ରଦେଶ ବିଜନୋର ଜିଲ୍ଲା ବକ୍ସିବାଲା ଅଞ୍ଚଳରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ କାରଖାନାରେ କାମକରୁଥିବା ୫ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ସୂଚନା ମୁତାବକ ଗୁରୁବାର ଦ୍ୱିପ୍ରହର ପାଖା ପାଖି ୧ ଟା ସମୟରେ କାରଖାନାରେ ହଠାତ୍ ବିସ୍ଫୋରଣ ହୋଇଥିଲା । ସେତେବେଳେ କାରଖାନା ଭିତରେ ୯ ଜଣ ଶ୍ରମିକ କାମ କରୁଥିଲେ ।Continue reading “ୟୁପି ବିଜନୋର ଠାରେ ଏକ ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ୫ ଶ୍ରମିକଙ୍କ ମୃତ୍ୟୁ, ୪ ଜଣ ଗୁରୁତର । ମାଲିକ ଗିରଫ୍”

୨୪ ଘଣ୍ଟାରେ ଆଦାୟ ହେଲା ୨୫ ଲକ୍ଷ ଟଙ୍କାରୁ ଅଧିକ ଜରିମାନା । ୯୪୦୦ ଉଲ୍ଲଂଘନକାରୀ ଦେଲେ ଜରିମାନା, ୧୦ ଦିନ ଯାଏଁ ଚାଲୁରହିବ ସ୍ପେଶାଲ ଡ୍ରାଇଭ ।

କନକ ବ୍ୟୁରୋ : ଗତ ୨୪ ଘଣ୍ଟାରେ ଆଦାୟ ହେଲା ୨୫ ଲକ୍ଷ ଟଙ୍କାରୁ ଅଧିକ ଫାଇନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଥିବା ସ୍ପେଶାଲ ଡ୍ରାଇଭରେ ରାଜ୍ୟ ପୋଲିସ ପକ୍ଷରୁ ୨୫ ଲକ୍ଷ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଛି । ମାସ୍କ ଓ ସାମାଜିକ ଦୂରତା ଉଲ୍ଲଂଘନକାରୀଙ୍କ ଠାରୁ ଏହି ଜରିମାନା ଅର୍ଥ ଆଦାୟ କରାଯାଇଛି । ମୋଟ ୯୪୦୦ ଜଣ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଏତେ ପରିମାଣରେ ଜରିମାନା ଆଦାୟ କରାଯାଇଛିContinue reading “୨୪ ଘଣ୍ଟାରେ ଆଦାୟ ହେଲା ୨୫ ଲକ୍ଷ ଟଙ୍କାରୁ ଅଧିକ ଜରିମାନା । ୯୪୦୦ ଉଲ୍ଲଂଘନକାରୀ ଦେଲେ ଜରିମାନା, ୧୦ ଦିନ ଯାଏଁ ଚାଲୁରହିବ ସ୍ପେଶାଲ ଡ୍ରାଇଭ ।”

ପଶ୍ଚିମବଙ୍ଗ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଉହ୍ଲାଇବେ ରାହୁଲ । ମମତାଙ୍କ ବିରୋଧରେ ପ୍ରଚାର କରିବାକୁ ନେଇ ରହିଛି ସନ୍ଦେହ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ୮ ଟି ପର୍ଯ୍ୟାୟରେ ହେଉଥିବା ଭୋଟ ଗ୍ରହଣରୁ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ହେଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରକୁ ନଯିବାକୁ ନେଇ ଚାରିଆଡୁ ଆଲୋଚନା ହେଉଛି । ଏହାରି ମଧ୍ୟରେ ଖବର ଆସିଛି କି ରାହୁଲ ଗାନ୍ଧୀ ପଞ୍ଚମ ପର୍ଯ୍ୟାୟ ମତଦାନ ପୂର୍ବରୁ ପଶ୍ଚିମବଙ୍ଗ ଯାଇ ସେଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।Continue reading “ପଶ୍ଚିମବଙ୍ଗ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଉହ୍ଲାଇବେ ରାହୁଲ । ମମତାଙ୍କ ବିରୋଧରେ ପ୍ରଚାର କରିବାକୁ ନେଇ ରହିଛି ସନ୍ଦେହ”

କରୋନାର ନୂଆ ଷ୍ଟ୍ରେନ ବଢାଉଛି ରାଜ୍ୟରେ ଦ୍ରୁତ ସଂକ୍ରମଣ । ଆଇଏଲଏସ ନିର୍ଦ୍ଦେଶକ କହିଲେ ଆଗକୁ କଣ ହେବ କହିବା ମୁସ୍କିଲ, ସଚେତନ ନହେଲେ ଓଡିଶାରେ ଦେଖାଦେଇପାରେ ଛତିଶଗଡ ପରିସ୍ଥିତି ।

କନକ ବ୍ୟୁରୋ : ରାଜ୍ୟ ଓ ଦେଶରେ କରୋନା ସ୍ଥିତି ନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ପ୍ରତିକ୍ରିୟା । ଭାଇରସର ଏହି ଷ୍ଟ୍ରେନ ପୂର୍ବ ଷ୍ଟ୍ରେନ ଅପେକ୍ଷା ଅଧିକ କ୍ଷତିକାରକ । ଦ୍ରୁତ ଗତିରେ ସଂକ୍ରମଣ କରୁଛି ଏହି ଦ୍ୱିତୀୟ ଷ୍ଟ୍ରେନ । ସଂକ୍ରମଣ ଯେଉଁ ଭଳି ଭାବେ ବଢ଼ୁଛି ଏହା ଚିନ୍ତା ଜନକ । ଆଗକୁ କ’ଣ ହେବ କିଛି କହିହେବନି । କେବେ କମିବ ତାହା ଅନୁମାନ କରିହେବନାହିଁ । ଏହି ନୂଆContinue reading “କରୋନାର ନୂଆ ଷ୍ଟ୍ରେନ ବଢାଉଛି ରାଜ୍ୟରେ ଦ୍ରୁତ ସଂକ୍ରମଣ । ଆଇଏଲଏସ ନିର୍ଦ୍ଦେଶକ କହିଲେ ଆଗକୁ କଣ ହେବ କହିବା ମୁସ୍କିଲ, ସଚେତନ ନହେଲେ ଓଡିଶାରେ ଦେଖାଦେଇପାରେ ଛତିଶଗଡ ପରିସ୍ଥିତି ।”

ଭୁଶୁଡ଼ିଲା ରେଙ୍ଗାଳୀ ବାମ ପାଶ୍ୱର୍ ମୁଖ୍ୟ କେନାଲ : କାମାକ୍ଷାନଗର ୩ନମ୍ବର ଡିଭିଜନ ଲେମ୍ବୁପାଳ ଗାଁ ନିକଟରେ ୩୦ ଫୁଟର ଘାଇ

କନକ ବ୍ୟୁରୋ : ଭୁଶୁଡ଼ିଲା ରେଙ୍ଗାଳୀ ବାମ ପାଶ୍ୱର୍ ମୁଖ୍ୟ କେନାଲ । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ୩ନମ୍ବର ଡିଭିଜନ ଲେମ୍ବୁପାଳ ଗାଁ ନିକଟରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି । ଗାଁ ମୁହାଁ ପାଣି ଦେଖି ଲେମ୍ବୁପାଳା ୫୦ରୁ ଅଧିକ ପରିବାର ଚିନ୍ତାରେ ରହିଛନ୍ତି । ଦୀର୍ଘ ଦି ହେବ ଲେମ୍ବୁପାଳ ଗାଁ ନିକଟରେ ଥିବା କେନାଲ ବନ୍ଧଟି ଦୁର୍ବଳ ହୋଇ ରହିଥିଲା । କେନାଲରେ ଜଳ ପ୍ରତନ ବୃଦ୍ଧି ଯୋଗୁଁ ବନ୍ଧଟି ଭାଙ୍ଗିContinue reading “ଭୁଶୁଡ଼ିଲା ରେଙ୍ଗାଳୀ ବାମ ପାଶ୍ୱର୍ ମୁଖ୍ୟ କେନାଲ : କାମାକ୍ଷାନଗର ୩ନମ୍ବର ଡିଭିଜନ ଲେମ୍ବୁପାଳ ଗାଁ ନିକଟରେ ୩୦ ଫୁଟର ଘାଇ”

ପୁଣି ଚଳିତ ବର୍ଷ ଆଶା ଆଶଙ୍କାରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା : ବିନା ଭକ୍ତ ଓ ଅଳ୍ପ ସେବାୟତରେ ରଥଯାତ୍ରା କରିବାକୁ ସରକାରଙ୍କୁ ଦିଆଯିବ ପ୍ରସ୍ତାବ

କନକ ବ୍ୟୁରୋ : କୋଭିଡ ଯୋଗୁଁ ଚଳିତ ବର୍ଷ ମଧ୍ୟ ଆଶା ଆଶଙ୍କାରେ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା । ବିଡିଏ ଅଫିସରେ ବିଏମସି କମିସନରଙ୍କ ଅଧ୍ୟକ୍ଷତାରେ କେମିତି ରୁକୁଣା ରଥ ଯାତ୍ରା କରାଯିବ ସେନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇଛି । କୋଭିଡ ନିୟମ ମାନି ବିନା ଭକ୍ତରେ, ଅଳ୍ପ ସେବାୟତଙ୍କୁ ନେଇ ରୁକୁଣା ରଥ ଯାତ୍ରା କରିବାକୁ ବୈଠକରେ ଆଲୋଚନା ହୋଇଛି । ଏହି ପ୍ରସ୍ତାବକୁ ସରକାରଙ୍କ ପାଖକୁ ପଠାଯିବ, ସରକାର ଅନୁମତିContinue reading “ପୁଣି ଚଳିତ ବର୍ଷ ଆଶା ଆଶଙ୍କାରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା : ବିନା ଭକ୍ତ ଓ ଅଳ୍ପ ସେବାୟତରେ ରଥଯାତ୍ରା କରିବାକୁ ସରକାରଙ୍କୁ ଦିଆଯିବ ପ୍ରସ୍ତାବ”

୩ ଦିନ ପାଇଁ ବନ୍ଦ ରହିବ ଗୁଣପୁର ଜିଆଇଇଟି ବିଶ୍ୱବିଦ୍ୟାଳୟ : ଏକାଧିକ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି

କନକ ବ୍ୟୁରୋ : ଗୁଣପୁର ଜିଆଇଇଟି ବିଶ୍ୱବିଦ୍ୟାଳୟ  କ୍ୟାମ୍ପସରୁ ୬ ପଜିଟିଭ ଚିହ୍ନଟ ପରେ ୩ ଦିନ ବିଶ୍ୱବିଦ୍ୟାଳୟ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି ଗୁଣପୁର ଉପଜିଲ୍ଲାପାଳ ସୋନାଲ ଜେନା । ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ବନ୍ଦ ରହିବ । ସମ୍ପୂର୍ଣ୍ଣ କ୍ୟାମ୍ପସକୁ ସାନିଟାଇଜ କରାଯିବା ପରେ ପୁଣି ଥରେ ବିଶ୍ୱ ବିଦ୍ୟାଳୟ ଖୋଲିବା ଦିଗରେ ପ୍ରଶାସନ ନିଷ୍ପତ୍ତି ନେବ । ଗତକାଲି ଗୁଣପୁର ସହରରୁ ୧୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେContinue reading “୩ ଦିନ ପାଇଁ ବନ୍ଦ ରହିବ ଗୁଣପୁର ଜିଆଇଇଟି ବିଶ୍ୱବିଦ୍ୟାଳୟ : ଏକାଧିକ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି”

ନିର୍ବାଚନ ରାଲିରେ ‘ମାସ୍କ୍‌’ କାହିଁକି ଗୁରୁତ୍ୱପୂର୍ଣ୍ଣ ନୁହେଁ ? କେନ୍ଦ୍ର ଓ ନିର୍ବାଚନ କମିସନ୍‌ଙ୍କୁ ପଚାରିଲେ ଦିଲ୍ଲୀ ହାଇକୋର୍ଟ

କନକ ବ୍ୟୁରୋ : ସମ୍ପ୍ରତି କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ନିର୍ବାଚନ ପ୍ରଚାର ଅଭିଯାନରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଲାଗି ‘ମାସ୍କ୍‌’ ପିନ୍ଧିବା ବାଧ୍ୟତାମୂଳକ କରାଯାଉନାହିଁ କାହିଁକି ବୋଲି ଏକ ପିଟିସନ୍‌କୁ ଆଧାର କରି ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର ଓ ନିର୍ବାଚନ କମିସନ୍‌ଙ୍କୁ ପଚାରିଛନ୍ତି। ମୁଖ୍ୟ ବିଚାରପତି ଡିଏନ୍‌ ପଟେଲ୍‌ ଏବଂ ବିଚାରପତି ଯଶମୀତ ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର ଓ ନିର୍ବାଚନ କମିସନ୍‌ଙ୍କୁ ନୋଟିସ୍‌ ଜାରି କରିContinue reading “ନିର୍ବାଚନ ରାଲିରେ ‘ମାସ୍କ୍‌’ କାହିଁକି ଗୁରୁତ୍ୱପୂର୍ଣ୍ଣ ନୁହେଁ ? କେନ୍ଦ୍ର ଓ ନିର୍ବାଚନ କମିସନ୍‌ଙ୍କୁ ପଚାରିଲେ ଦିଲ୍ଲୀ ହାଇକୋର୍ଟ”

ବାରୁଣି ସ୍ନାନ ଉପରେ ପ୍ରଶାସନର କଟକଣା : ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ଲାଗିଲା ୧୪୪ ଧାରା 

କନକ ବ୍ୟୁରୋ : ବାରୁଣି ସ୍ନାନ ଉପରେ ପ୍ରଶାସନର କଟକଣା । ପବିତ୍ର ବୈତରଣୀ ନଦୀରେ ବାରୁଣୀ ସ୍ନାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ବାରଣ କରାଯାଇଛି । କୌଣସି ଲୋକ ଏଠାକୁ ନ ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସୂଚନା ଅନୁସ‌ାରେ ଆସନ୍ତାକାଲି ବାରୁଣୀ ସ୍ନାନ ଯୋଗ ଥିବାରୁ ପବିତ୍ର ବୈତରଣୀ ନଦୀର ଦଶାଶ୍ବମେଧ ଘାଟ ଓ ଏହାର ଆଖପାଖ ଘାଟଗୁଡ଼ିକରେ କଟକଣା ଲାଗୁ । ରାଜ୍ୟContinue reading “ବାରୁଣି ସ୍ନାନ ଉପରେ ପ୍ରଶାସନର କଟକଣା : ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ଲାଗିଲା ୧୪୪ ଧାରା “

Design a site like this with WordPress.com
Get started