ଛତିଶଗଡ ପରେ ମଧ୍ୟପ୍ରଦେଶରେ ଲାଗୁହେଲା ଲକଡାଉନ୍ । ପ୍ରମୁଖ ସହର ମାନଙ୍କରେ ୬୦ ଘଂଟିଆ ଲକଡାଉନ

କନକ ବ୍ୟୁରୋ : ସାରା ଦେଶରେ କରୋନା ସଂକଟ ଭିତରେ ମଧ୍ୟପ୍ରଦେଶରେ ବି କରୋନା ସଂକ୍ରମଣ ଭୟାନକ ରୂପ ନେବାରେ ଲାଗିଛି । ଏହାରି ମଧ୍ୟରେ ସଂକ୍ରମଣକୁ ରୋକିବାକୁ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ପ୍ରମୁଖ ସହର ମାନଙ୍କରେ ୬୦ ଘଂଟା ପାଇଁ ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ଏହି ଲକଡାଉନ୍ ଶୁକ୍ରବାର ସଂନ୍ଧ୍ୟା ୬ ଟାରୁ ଆରମ୍ଭ ହୋଇ ସୋମବାର ସକାଳ ୬ ଟା ପର୍ଯ୍ୟନ୍ତ ବଳବତ୍ତରContinue reading “ଛତିଶଗଡ ପରେ ମଧ୍ୟପ୍ରଦେଶରେ ଲାଗୁହେଲା ଲକଡାଉନ୍ । ପ୍ରମୁଖ ସହର ମାନଙ୍କରେ ୬୦ ଘଂଟିଆ ଲକଡାଉନ”

କନ୍ଦାଇଦେବ କୋଇଡ଼ାର କରୁଣ କାହାଣୀ : ଅଇଁଠା ଖଲିକୁ ଚାଟି ଚାଟି ଖାଉଛି କୁନି ପୁଅ; ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ 

କନକ ବ୍ୟୁରୋ : ଏମିତି ଏକ ଦୃଶ୍ୟ… ଯାହା ଆପଣଙ୍କ ଆଖିରେ ହୁଏତ ଲୁହ ଆଣିଦେଇପାରେ । ଖଣି ଖାଦାନ ଭରା ସୁନ୍ଦରଗଡ କୋଇଡାରୁ ଆସିଛି ଦାରିଦ୍ର୍ୟର କରୁଣ କାହାଣୀ । ମାଟି ଭିତରେ କେତେ ଅମୂଲ୍ୟ ସଂପଦ ଭରି ରହିଛି । ହେଲେ ମାଟି ଉପରେ ରହୁଥିବା ଲୋକଙ୍କ ପେଟ ପୋଡିଯାଉଛି । ଛୋଟିଆ ପୁଙ୍ଗୁଳା ଛୁଆଟିଏ, ରାସ୍ତା କଡରେ ପଡିଥିବା ଅଇଁଠା ଖଲିକୁ ଚାଟି ଖାଇ ଯାଉଛି । ଏହି ଗୋଟିଏ ଚିତ୍ର  ସରକାରଙ୍କContinue reading “କନ୍ଦାଇଦେବ କୋଇଡ଼ାର କରୁଣ କାହାଣୀ : ଅଇଁଠା ଖଲିକୁ ଚାଟି ଚାଟି ଖାଉଛି କୁନି ପୁଅ; ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ “

କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗ : ମହିନ୍ଦ୍ରା କୋଚିଂ ସେଂଟରକୁ ସିଲ କଲା କଟକ ମହାନଗର ନିଗମ

କନକ ବ୍ୟୁରୋ : କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗରେ କୋଚିଂ ସେଂଟରକୁ ସିଲ କଲା କଟକ ମହାନଗର ନିଗମ । ଅରୁଣୋଦୟ ମାର୍କେଟରେ ଥିବା ମହିନ୍ଦ୍ରା କୋଚିଂ ସେଂଟରରେ କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗ ହୋଇଥିଲା । କୋଚିଂ ସେଂଟରରେ କ୍ଲାସରେ ଏକା ସାଙ୍ଗରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ବିନା ସାମାଜିକ ଦୂରତାରେ ବସି ପାଠ ପଢୁଥିଲେ । ଏନେଇ ଅଭିଯୋଗ ପରେ ସେଂଟରରେ ଚଢାଉ କରି ସିଲ କରିଛି ସିଏମସି ସ୍କ୍ୱାର୍ଡ । ଏଥିସହ ଅରୁଣଦୋୟContinue reading “କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗ : ମହିନ୍ଦ୍ରା କୋଚିଂ ସେଂଟରକୁ ସିଲ କଲା କଟକ ମହାନଗର ନିଗମ”

ଆଜି ସନ୍ଧ୍ୟା ସୁଦ୍ଧା ଟିକା ନପହଞ୍ଚିଲେ ଶନିବାରଠୁ ବନ୍ଦ ହେବ ଟିକାକରଣ : ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

କନକ ବ୍ୟୁରୋ : ଆଜି ସନ୍ଧ୍ୟା ସୁଦ୍ଧା ଟିକା ନ ଆସିଲେ ଓଡ଼ିଶାରେ ଶନିବାରରୁ ଟିକାକରଣ ବନ୍ଦ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଂକ୍ରମଣ ବୃଦ୍ଧି ପାଉଥିବା ରାଜ୍ୟରୁ ଓଡ଼ିଶା ଆସୁଥିବା ଲୋକମାନଙ୍କର ଆରଟିପିସିଆର୍ ଟେଷ୍ଟିଂ କରାଯିବ। ସେମାନେ ୭ ଦିନ ସଙ୍ଗରୋଧରେ ରହିବେ। ପଶ୍ଚିମବଙ୍ଗ ଫେରନ୍ତାଙ୍କର ବି ପରୀକ୍ଷା ହେବ। ସଂକ୍ରମଣ ବଢ଼ୁଥିବାରୁ ସରକାରୀ ଓ ଘରୋଇ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆସରିଛିContinue reading “ଆଜି ସନ୍ଧ୍ୟା ସୁଦ୍ଧା ଟିକା ନପହଞ୍ଚିଲେ ଶନିବାରଠୁ ବନ୍ଦ ହେବ ଟିକାକରଣ : ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ”

ପୋଖରୀରୁ ପାଣି କମିଲା, ମହିଳାଙ୍କ କଙ୍କାଳ ଉଦ୍ଧାର ହେଲା । ହତ୍ୟା ସନ୍ଦେହ, ଘଟଣାସ୍ଥଳରେ ପହଞ୍ଚି ପୋଲିସର ଯାଞ୍ଚ ଆରମ୍ଭ । 

କନକ ବ୍ୟୁରୋ : ଆଜି ସକାଳେ ଯାଜପୁର ସଦର ଥାନା ଅଞ୍ଚଳର ଜାହାନପୁର ପଞ୍ଚାୟତ ଅନ୍ତର୍ଗତ କପିଳେଶ୍ୱର ଗ୍ରାମର ଶୁଖି ଆସୁଥିବା ଏକ ପୋଖରୀରୁ ଜଣେ ମହିଳାଙ୍କ କଙ୍କାଳ ଦିଶୁଥିବା ଗଳିତ ଶବ ଉଦ୍ଧାର ହୋଇଛି। ସ୍ଥାନୀୟ ବାସିନ୍ଦା ରାସ୍ତାକଡ଼ରେ ଥିବା ଉକ୍ତ ପୋଖରୀରେ କଙ୍କାଳଟି ପଡ଼ିଥିବା ଦେଖିବା ପରେ ଘଟଣାଟି ଲୋକଲୋଚନକୁ ଆସିଛି। ମହିଳାଙ୍କ କଙ୍କାଳରେ ଓଢ଼ଣିଟିଏ ବନ୍ଧା ହୋଇଛି। ତାଙ୍କର ବୟସ ପ୍ରାୟ ୩୦ କିମ୍ବା ୩୫ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛିContinue reading “ପୋଖରୀରୁ ପାଣି କମିଲା, ମହିଳାଙ୍କ କଙ୍କାଳ ଉଦ୍ଧାର ହେଲା । ହତ୍ୟା ସନ୍ଦେହ, ଘଟଣାସ୍ଥଳରେ ପହଞ୍ଚି ପୋଲିସର ଯାଞ୍ଚ ଆରମ୍ଭ । “

ଓଡ଼ିଶାରେ ବଢ଼ୁଛି ସଂକ୍ରମଣ ହେଲେ ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା କମ୍ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା; ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ଉପରେ, ହସ୍ପିଟାଲରେ ଅଛନ୍ତି ୩ଶହ ରୋଗୀ

କନକ ବ୍ୟୁରୋ : ରାଜରେ କରୋନା ସଂକ୍ରମଣ ବଢୁଛି । ହେଲେ ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା କମ । ଆଜି ରାଜ୍ୟରେ କରୋନା ସ୍ଥିତି ଉପରେ ପ୍ରତିକ୍ରିୟା ଦେଇ ଏହି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ଓଡିଶାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ୮୮୮ରହିଛି । କିନ୍ତୁ ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା କମ ଥିବାରୁ ହସ୍ପିଟାଲରେ ବହୁତ କମ ଲୋକ ଚିକିତ୍ସା ପାଇଁ ଭର୍ତ୍ତି ହେଉଛନ୍ତି । ଏବେContinue reading “ଓଡ଼ିଶାରେ ବଢ଼ୁଛି ସଂକ୍ରମଣ ହେଲେ ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା କମ୍ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା; ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ଉପରେ, ହସ୍ପିଟାଲରେ ଅଛନ୍ତି ୩ଶହ ରୋଗୀ”

କୋଭିସିଲ୍ଡ ଯୋଗାଣରେ ବିଳମ୍ବ । ସିରମ୍ ଇନଷ୍ଟିଚ୍ୟୁଟ୍ କୁ ଆଇନଗତ ନୋଟିସ୍ ପଠାଇଲା ଆଷ୍ଟ୍ରାଜେନିକା

କନକ ବ୍ୟୁରୋ : ମହାମାରୀ ବିରୋଧରେ ଟିକା ସହିତ ରୋଗପ୍ରତିରୋଧକ ଔଷଧ ପ୍ରସ୍ତୁତ କରୁଥିବା ପ୍ରମୁଖ ଭାରତୀୟ କମ୍ପାପୀ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ଏବେ ଆଇନ ଜାଲରେ ଛନ୍ଦି ହେବାକୁ ଯାଉଛି । କହିରଖୁ କି ବ୍ରିଟିସ୍ ଓ ସ୍ୱିଡେସ୍ ବହୁରାଷ୍ଟ୍ରୀୟ ଔଷଧ ଓ ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରାଜେନିକା ସିରମକୁ ଏକ ଆଇନଗତ ନୋଟିସ ପଠାଇଛି । ଏହି ନୋଟିସ କରୋନା ଟିକା ଯୋଗାଣରେ ବିଳମ୍ବ ହୋଇଥିବା ହେତୁ ପଠାଯାଇଥିବା କୁହାଯାଇଛି । ଅନ୍ୟପଟେContinue reading “କୋଭିସିଲ୍ଡ ଯୋଗାଣରେ ବିଳମ୍ବ । ସିରମ୍ ଇନଷ୍ଟିଚ୍ୟୁଟ୍ କୁ ଆଇନଗତ ନୋଟିସ୍ ପଠାଇଲା ଆଷ୍ଟ୍ରାଜେନିକା”

ସରକାର କହିଲେ ୨ ଦିନରେ ସରିଯିବ ଟିକା : ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା, ଭ୍ୟାକ୍ସିନ ନଥିବାରୁ ବନ୍ଦ ହେଲାଣି ୭ଶହ ଟିକାଦାନ କେନ୍ଦ୍ର

କନକ ବ୍ୟୁରୋ : ସରକାର କହିଲେ ୨ ଦିନରେ ସରିଯିବ ଟିକା । ଟିକା ଅଭାବରୁ ବନ୍ଦ ହୋଇଛି ୭ଶହ ଟିକାକରଣ କେନ୍ଦ୍ର । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଟିକା ଅଭାବରୁ ଟିକାକରଣ ବାଧାପ୍ରାପ୍ତ ହୋଇଛି । ଗତକାଲି ୧ ଲକ୍ଷ ୧୦ ହଜାର ୮ଶହ୮୯ ଡୋଜ ଟିକା ଦିଆଯାଇଛି । ୪ଲକ୍ଷ ୩୫ ଡୋଜ ୩୨୦ କୋଭିସିଲ୍ଡ ଟିକା ରହିଛି । ୧ ଲକ୍ଷContinue reading “ସରକାର କହିଲେ ୨ ଦିନରେ ସରିଯିବ ଟିକା : ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା, ଭ୍ୟାକ୍ସିନ ନଥିବାରୁ ବନ୍ଦ ହେଲାଣି ୭ଶହ ଟିକାଦାନ କେନ୍ଦ୍ର”

ଆଉ ୪ ଦିନ ପାଇଁ ବନ୍ଦ ହେଲା ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ମୁଖ୍ୟ କାର୍ଯ୍ୟାଳୟ ।

କନକ ବ୍ୟୁରୋ : ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ଆଉ ୪ ଦିନ ବନ୍ଦ ରହିବ । କାର୍ଯ୍ୟାଳୟରୁ ଅଧିକ ସଂକ୍ରମିତ ଚିହ୍ନଟ ପରେ ବିଏମସି ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଆଜିଠୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ପୂରା କାର୍ଯ୍ୟାଳୟ । ଦୁଇ ଦିନ ଅଫିସ ସିଲ୍ ହୋଇଥିବା ବେଳେ ୧୦ ତାରିଖ ଦ୍ୱିତୀୟ ଶନିବାର ଓ ୧୧ ତାରିଖ ରବିବାର ପଡୁଥିବାରୁ ବନ୍ଦ ରହିବContinue reading “ଆଉ ୪ ଦିନ ପାଇଁ ବନ୍ଦ ହେଲା ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ମୁଖ୍ୟ କାର୍ଯ୍ୟାଳୟ ।”

ମଦ ଦୋକାନ ପାଇଁ ସାରା ରାଜ୍ୟରେ ଚାଲିଛି ଲଟେରି : ଅବକାରୀ ବିଭାଗ ପକ୍ଷରୁ କାଲି ବ୍ରହ୍ମପୁର ଜୋନ ପାଇଁ ହୋଇଥିଲା ଲଟେରି ଉଠାଣ

କନକ ବ୍ୟୁରୋ : ସାରା ରାଜ୍ୟରେ ମଦ ଦୋକାନ ଖୋଲିବା ପାଇଁ ଚାଲିଛି ଲଟେରି । ଗତକାଲି ବ୍ରହ୍ମପୁର ଅବକାରୀ ବିଭାଗ ତରଫରୁ ବ୍ରହ୍ମପୁର ଜୋନ ପାଇଁ ଲଟେରୀ ଉଠାଣ ହୋଇଛି । ୩୬ଟି କାଉଂଟର ପାଇଁ ଆବେଦନ କରିଛନ୍ତି ୧ ହଜାର ୩୪ ଜଣ । ସେହିପରି ଆଜି ଗଂଜାମ ଜିଲ୍ଲା ଅବକାରୀ ବିଭାଗ ତରଫରୁ ୫୬ଟି କାଉଂଟର ପାଇଁ ଲଟେରି ଉଠାଣ ହେବ । ଏଠି ମଧ୍ୟ ୧୧ଶହ ଆବେଦନକାରୀ ଅଛନ୍ତି । ଦେଖାContinue reading “ମଦ ଦୋକାନ ପାଇଁ ସାରା ରାଜ୍ୟରେ ଚାଲିଛି ଲଟେରି : ଅବକାରୀ ବିଭାଗ ପକ୍ଷରୁ କାଲି ବ୍ରହ୍ମପୁର ଜୋନ ପାଇଁ ହୋଇଥିଲା ଲଟେରି ଉଠାଣ”

Design a site like this with WordPress.com
Get started