କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରୀ ଅଫିସରେ ସାଧରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ । ଭୁବନେଶ୍ୱର ଓ କଟକ ସମେତ ଯେଉଁ ସବୁ ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି ସେସବୁ ସ୍ଥାନର ସରକାରୀ ଅଫିସକୁ ସାଧାରଣ ଲୋକ ଯାଇପାରିବେ ନାହିଁ । ତେବେ ନିଜ ଅଭିଯୋଗ ଲୋକେ ଇ-ଅଭିଯୋଗ ପୋର୍ଟାଲ ଜରିଆରେ ଜଣାଇପାରିବେ । ଅନ୍ୟପଟେ ଅତିଜରୁରୀ କାମ ଥିଲେ ସର୍ବୋଚ୍ଚ ଅଧିକାରୀଙ୍କ ଅନୁମତିContinue reading “ସଂକ୍ରମିତ ଜିଲ୍ଲାରେ ସରକାରୀ ଅଫିସକୁ ସାଧାରଣ ଲୋକଙ୍କୁ ମନା । ସାମ୍ନାସାମ୍ନିି ବୈଠକ ଉପରେ କଟକଣା । ବିଏମସି ଓ ବିଡିଏ କାର୍ଯ୍ୟାଳୟ ଯାଇପାରିବେନି ଲୋକେ ।”
Author Archives: Raghaba
ରବି ଧାନ ସଂଗ୍ରହ ନେଇ ଚାଷୀଙ୍କ ନାମ ପଂଜୀକରଣ ସମୟ ସୀମା ବୃଦ୍ଧି । ଏପ୍ରିଲ ୭ରୁ ଏପ୍ରିଲ ୧୦କୁ ବଢିଲା ସମୟ ସୀମା ।
କନକ ବ୍ୟୁରୋ: ୨୦୨୦-୨୧ ବର୍ଷରେ ରାଜ୍ୟରେ ରବି ଧାନ ସଂଗ୍ରହ ନିମନ୍ତେ ଚାଷୀଙ୍କ ନାମ ପଂଜୀକରଣ ସମୟ ସୀମା ବୃଦ୍ଧି । ଏପ୍ରିଲ ୭ ତାରିଖରୁ ଏପ୍ରିଲ ୧୦ ତାରିଖକୁ ସମୟ ସୀମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ରବି ଧାନ ସଂଗ୍ରହ ହେଉଥିବା ୧୭ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ସେହିପରି ସୋସାଇଟିଗୁଡିକରେ ଫର୍ମ ଡିଜିଟାଇଜେସନର ସମୟସୀମା ଏପ୍ରିଲ ୧୦ ତାରିଖରୁContinue reading “ରବି ଧାନ ସଂଗ୍ରହ ନେଇ ଚାଷୀଙ୍କ ନାମ ପଂଜୀକରଣ ସମୟ ସୀମା ବୃଦ୍ଧି । ଏପ୍ରିଲ ୭ରୁ ଏପ୍ରିଲ ୧୦କୁ ବଢିଲା ସମୟ ସୀମା ।”
ମହାବିଦ୍ୟାଳୟ ପାଇଁ ନୂଆ ମାର୍ଗଦର୍ଶିକା ଜାରି କଲା ବିଏମ୍ସି । କରୋନା ହେତୁ କଟକଣା କଡ଼ାକଡ଼ି କରିବାକୁ ପରାମର୍ଶ।
କନକ ବ୍ୟୁରୋ: କରୋନା ଭାଇରସ ସଂକ୍ରମଣ ବଢ଼ିଥିବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ବୁଧବାର ମହାବିଦ୍ୟାଳୟ ଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରିଛି । ନୂଆ ମାର୍ଗଦର୍ଶିକା ଅନୁସାରେ ବିଏମ୍ସି ଅଧିନରେ ଥିବା ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ, ଜୁନିଅର କଲେଜ ଓ ଡିଗ୍ରି କଲେଜଗୁଡ଼ିକରେ ଏହା ପାଳନ କରାଯିବ। ବିଏମ୍ସି ପକ୍ଷରୁ ଜାରି ମାର୍ଗଦର୍ଶିକାରେ କୁହାଯାଇଛି ଯେ, ଯେଉଁ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଶେଷ ହୋଇଯାଇଛି ଏବଂ ସେମାନଙ୍କର ପରୀକ୍ଷା ଦେବାର ନାହିଁ, ସେମାନେ ଯଥାଶୀଘ୍ର ହଷ୍ଟେଲ ପରିସରContinue reading “ମହାବିଦ୍ୟାଳୟ ପାଇଁ ନୂଆ ମାର୍ଗଦର୍ଶିକା ଜାରି କଲା ବିଏମ୍ସି । କରୋନା ହେତୁ କଟକଣା କଡ଼ାକଡ଼ି କରିବାକୁ ପରାମର୍ଶ।”
ଦ୍ରୁତ ଗତିରେ କରୋନା ମାଡ଼ୁ ଥିବା ବେଳେ ବିରୋଧାଭାଷ ପାଲଟିଛି ନିର୍ବାଚନୀ ରାଲି । ରାଜନୈତିକ ଶୋଭାଯାତ୍ରାରେ ସାମିଲ ହେଉଛନ୍ତି ଲକ୍ଷ ଲକ୍ଷ ଲୋକ ।
କନକ ବ୍ୟୁରୋ: ହଜାର ହଜାର ଲୋକଙ୍କ ରାଲି ଏବଂ ଲକ୍ଷାଧିକ ଲୋକଙ୍କୁ ନେଇ ହେଉଥିବା ସମାବେଶ ଭିତରେ ଆପଣ, ନିର୍ବାଚନ ଜିତିବାର ଜୋସ୍, ଦଳୀୟ କର୍ମୀଙ୍କୁ ଉତ୍ସାହିତ କଲା ଭଳି ଭାଷଣ ଏବଂ ଶାସକ-ବିରୋଧୀ ଲଢ଼େଇ, ସବୁ କିଛି ପାଇବେ । କିନ୍ତୁ ଭୂତାଣୁକୁ ନେଇ ଭୟ, କୋଭିଡ୍ କଟକଣା ଏବଂ ସାମାଜିକ ଦୂରତା ଖୋଜିଲେ ବି ପାଇବେ ନାହିଁ । କରୋନାର କୋକୁଆ ଭୟରେ ଯେଉଁ ସବୁ ତଥ୍ୟ ଆସୁଛି, ତାର କୌଣସି ପ୍ରଭାବ ହୁଏତContinue reading “ଦ୍ରୁତ ଗତିରେ କରୋନା ମାଡ଼ୁ ଥିବା ବେଳେ ବିରୋଧାଭାଷ ପାଲଟିଛି ନିର୍ବାଚନୀ ରାଲି । ରାଜନୈତିକ ଶୋଭାଯାତ୍ରାରେ ସାମିଲ ହେଉଛନ୍ତି ଲକ୍ଷ ଲକ୍ଷ ଲୋକ ।”
ରହସ୍ୟମୟ ହେଉଛି କରୋନାର ଦ୍ୱିତୀୟ ଲହର । ନୂଆ ଭାରିଏଂଟ ପାଇଁ ଦ୍ରୁତ ଗତିରେ ବଢ଼ୁଛି କି ସଂକ୍ରମଣ ? ହେଲେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି କମ୍ ଆକ୍ରାନ୍ତ ।
କନକ ବ୍ୟୁରୋ: ସାରା ଦେଶରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ଦେଶର ପ୍ରାୟ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଏହାର ପ୍ରଭାବ ବେଶ୍ ସ୍ପଷ୍ଟ ଭାବେ ବାରି ହୋଇପଡୁଛି । ଏହାରି ଭିତରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିଛି – ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ସମୟରେ ସବୁଠୁ ଅଧିକ ଆକ୍ରାନ୍ତ ୨୦୨୦ ସେପ୍ଟେମ୍ବର ୧୭ ତାରିଖରେ ଚିହ୍ନଟ ହୋଇଥିଲେ । ଏହି ଦିନ ମୋଟ ୯୭ ହଜାର ୮୯୪ ଜଣ ନୂଆ ଆକ୍ରାନ୍ତContinue reading “ରହସ୍ୟମୟ ହେଉଛି କରୋନାର ଦ୍ୱିତୀୟ ଲହର । ନୂଆ ଭାରିଏଂଟ ପାଇଁ ଦ୍ରୁତ ଗତିରେ ବଢ଼ୁଛି କି ସଂକ୍ରମଣ ? ହେଲେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି କମ୍ ଆକ୍ରାନ୍ତ ।”
ଓଡିଶାରେ ହଠାତ୍ ବଢିଲା କୋଭିଡ୍ ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ୭୯୧ ଆକ୍ରାନ୍ତ ଚିହ୍ନଟ । ସେପଟେ ପଶ୍ଚିମ ଓଡିଶା ବୁଲିଲେ ଉନ୍ନୟନ କମିଶନର
କନକ ବ୍ୟୁରୋ: ହଠାତ ଓଡିଶାରେ କୋଭିଡ୍ ସଂକ୍ରମଣ ହାର ବଢି ଯାଇଛି । ରାଜ୍ୟରେ ମଙ୍ଗଳବାର ୫୮୮ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ବୁଧବାର ଚିହ୍ନଟ ହୋଇଛନ୍ତି ୭୯୧ ଜଣ । ସବୁ ଜିଲ୍ଲା ମଧ୍ୟରେ ସୁନ୍ଦରଗଡରେ ପରିସ୍ଥିତି ଉଦବେଗଜନକ ରହିଛି । ଏଠାରେ ୧୪୭ଜଣ ଟିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୧୧୮ଜଣ । ସବୁଠାରୁ ବଡ ଚ୍ୟାଲେଂଜ ହୋଇଛି, କରୋନା ଚେନକୁ ଭଙ୍ଗାଯିବ କେମିତି ? ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୭Continue reading “ଓଡିଶାରେ ହଠାତ୍ ବଢିଲା କୋଭିଡ୍ ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ୭୯୧ ଆକ୍ରାନ୍ତ ଚିହ୍ନଟ । ସେପଟେ ପଶ୍ଚିମ ଓଡିଶା ବୁଲିଲେ ଉନ୍ନୟନ କମିଶନର”
ବଢୁଥିବା ସଂକ୍ରମଣକୁ ଦେଖି ସ୍କୁଲ ଓ ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି । ନବମ ଓ ଏକାଦଶ ଶ୍ରେଣୀର କ୍ଲାସ ବାତିଲ ।
କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦେଖି ବଡ ନିଷ୍ପତ୍ତି ନେଇଛି ସ୍କୁଲ୍ ଓ ଗଣଶିକ୍ଷା ବିଭାଗ । ରାଜ୍ୟର ସମସ୍ତ ନବମ ଓ ଏକାଦଶ କ୍ଲାସକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ବଢିବାକୁ ଲାଗିଛି, ଏପରି ସ୍ଥିତିରେ କ୍ଲାସ୍ ହେଲେ ପିଲାମାନେ ସଂକ୍ରମିତ ହେବାର ଭୟ ରହିଛି । ଏହାକୁ ଆଖି ଆଗରେ ରଖି ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଆସନ୍ତା ୩୦ ତାରିଖ ଯାଏଁ ନବମ ଓContinue reading “ବଢୁଥିବା ସଂକ୍ରମଣକୁ ଦେଖି ସ୍କୁଲ ଓ ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି । ନବମ ଓ ଏକାଦଶ ଶ୍ରେଣୀର କ୍ଲାସ ବାତିଲ ।”
ଡରାଉଛି ରାଜଧାନୀ ଭୁବନେଶ୍ୱର । ସହରରୁ ଆଜି ଚିହ୍ନଟ ହେଲେ ୧୦୩ ପଜିଟିଭ୍ ।
କନକ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ସୀମା ଟପୁଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱର ସମସ୍ତଙ୍କୁ ଡରାଇବା ଆରମ୍ଭ କଲାଣି । ଆଜି ସହରରୁ ୧୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଏହି ଖବର ବିଏମସି ପାଇଁ ଚିନ୍ତା ଆଣିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସଂକ୍ରମିତଙ୍କ ଭିତରେ ୭୯ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ବିଏମସିର ରିପୋର୍ଟ ମୁତାବକ, ଆଜି ରାଜଧାନୀରୁ ୧୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ଭିତରୁContinue reading “ଡରାଉଛି ରାଜଧାନୀ ଭୁବନେଶ୍ୱର । ସହରରୁ ଆଜି ଚିହ୍ନଟ ହେଲେ ୧୦୩ ପଜିଟିଭ୍ । “
ଦିନ ୧୧ଟା ଯାଏଁ ଅଫିସ ଖାଲି, ଆସୁନାହାନ୍ତି ଅଫିସର । ଘଂଟା ଘଂଟା ଧରି ଅପେକ୍ଷା କରୁଛନ୍ତି ବିଭିନ୍ନ କାମରେ ଆସୁଥିବା ଲୋକେ ।
କନକ ବ୍ୟୁରୋ: ଖାଲି ପଡିଛି ଅଫିସ । କେତେକ ଅଫିସରେ ତାଲା ପଡିଛି । କେତେବେଳେ ଆସିବେ ସରକାରୀ ବାବୁ । ଅପେକ୍ଷା କରି ରହୁଛନ୍ତି ବିଭିନ୍ନ କାମ ପାଇଁ ବ୍ଲକ ଅଫିସକୁ ଆସୁଥିବା ଲୋକେ । କଟକ ଜିଲ୍ଲା ନିଆଳି ବ୍ଲକରୁ କନକ ନ୍ୟୁଜର ରିଆଲଟି ଚେକ । ବ୍ଲକର ଅଫିସରେ ଲାଗିଥିବା ଏହି କାନ୍ଥ ଘଂଟାକୁ ଦେଖନ୍ତୁ । ସମୟ ସକାଳ ୧୦ଟା ୫୫ ହେଲାଣି, ବ୍ଲକ ଅଫିସରେ ବାବୁଙ୍କ ଦେଖା ନାହିଁ ।Continue reading “ଦିନ ୧୧ଟା ଯାଏଁ ଅଫିସ ଖାଲି, ଆସୁନାହାନ୍ତି ଅଫିସର । ଘଂଟା ଘଂଟା ଧରି ଅପେକ୍ଷା କରୁଛନ୍ତି ବିଭିନ୍ନ କାମରେ ଆସୁଥିବା ଲୋକେ ।”
ପଶ୍ଚିମ ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରୁ ଜୋରଦାର ହେଲା ଚେକିଂ । ମାସ୍କ ଚେକିଂ କରି ଫାଇନ୍ କାଟିଲା ସୁନ୍ଦରଗଡ ପୁଲିସ
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ସୁନ୍ଦରଗଡରେ ଚାଲିଛି ଜୋରଦାର ଚେକିଂ । ଗତକାଲି ମୁଖ୍ୟମନ୍ତ୍ରୀ ରାଜ୍ୟରେ କୋଭିଡ ସ୍ଥିତିକୁ ସମୀକ୍ଷା କଲା ପରେ ପଶ୍ଚିମଓଡିଶାରେ ପୁଲିସର ଚେକିଂକୁ ଜୋରଦାର କରାଯାଇଛି । ଏହାସହ ନାଇଟକର୍ଫ୍ୟୁ ଲାଗୁ ହୋଇଥିବା ୧୦ଟି ଜିଲ୍ଲାରେ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି । ଏପ୍ରିଲ୭ରୁ ୧୬ ପର୍ଯ୍ୟନ୍ତ ୧୦ ଦିନ ଧରି ଏହି ସ୍ପେଶାଲ ଡ୍ରାଇଭ ଚାଲିବ । ସେପଟେ କୋରାପୁଟ କୋଟିଆରେ କିଭଳି ସଂକ୍ରମଣ ନବ୍ୟାପିବ ସେଥିପାଇଁ ସରକାର ଦୃଷ୍ଟିContinue reading “ପଶ୍ଚିମ ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରୁ ଜୋରଦାର ହେଲା ଚେକିଂ । ମାସ୍କ ଚେକିଂ କରି ଫାଇନ୍ କାଟିଲା ସୁନ୍ଦରଗଡ ପୁଲିସ”