କନକ ବ୍ୟୁରୋ : ପର୍ଯ୍ୟାପ୍ତ କୋଭିଡ ଭ୍ୟାକସିନ ନଥିବାରୁ ରାଜ୍ୟରେ ବନ୍ଦ ହୋଇଗଲାଣି ୪୦୦ ଟିକାକରଣ କେନ୍ଦ୍ର | ରାଜ୍ୟରେ ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ବିସ୍ତୃତ ସୂଚନା ଦେଇଛନ୍ତି | ସେ କହିଛନ୍ତି, ଯେ ପ୍ରତ୍ୟେକ ଦିନ ରାଜ୍ୟରେ ୨ଲକ୍ଷ ଟିକାକରଣ ଲକ୍ଷ୍ୟ ରହିଛି । କିନ୍ତୁ ଟିକାର ଅଭାବ ରହିଛି । ଟିକା ଅଭାବ ଯୋଗୁଁ ୪୦୦ ସେଣ୍ଟରରେ ଟିକାକରଣ ବନ୍ଦ ହୋଇଛି । ଏନେଇ କେନ୍ଦ୍ରକୁ ଚିଠି ମାଧ୍ୟମରେContinue reading “ରାଜ୍ୟରେ ଦେଖାଦେଇଛି ଟିକା ଅଭାବ : ବନ୍ଦ ହେଲାଣି ୪୦୦ ଟିକାଦାନ କେନ୍ଦ୍ର; ଦୁଇ ଦିନ ଭିତରେ କୋଭିସିଲଡ ଟିକା ନଆସିଲେ ଟିକାକରଣ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା”
Author Archives: Raghaba
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କାର, ପବ୍ଲିକ ପ୍ଲେସ ଓ ଏକା ଗାଡି ଚଳାଉଥିଲେ ବି ମାସ୍କ ପିନ୍ଧିବା ଜରୁରୀ
କନକ ବ୍ୟୁରୋ : କରୋନା ସଂକ୍ରମଣ ଭିତରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ହାଇକୋର୍ଟ କହିଛନ୍ତି କି ଗାଡିକୁ ସର୍ବସାଧାରଣ ସ୍ଥାନ ଭାବେ ମାନିବାକୁ ପଡିବ । ତେଣୁ ଆପଣ ଗାଡିରେ ଏକାଥାଇ ଗାଡି ଚାଳନା କରୁଥିଲେ ବି ଆପଣଙ୍କୁ ମାସ୍କ ପିନ୍ଧିବାକୁ ପଡିବ । ଏନେଇ ବିଚାରପତି ପ୍ରତିଭା ଏମ୍ ସିଂଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ସୋମବାରଦିନ ମୌଖିକ ଭାବେ କହିଥିଲେ କି ‘ଯଦି ଆପଣ ଏକୁଟିଆ ଗାଡି ଚଳାଉଛନ୍ତି ତେବେContinue reading “କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କାର, ପବ୍ଲିକ ପ୍ଲେସ ଓ ଏକା ଗାଡି ଚଳାଉଥିଲେ ବି ମାସ୍କ ପିନ୍ଧିବା ଜରୁରୀ”
ପଞ୍ଜାବ ସୀମାରେ ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଅନକାଉଣ୍ଟର : ୨ଟି AK-୪୭ ରାଇଫଲ୍ ଓ ୨୨ ପ୍ୟାକେଟ୍ ଡ୍ରଗ୍ସ ଜବତ; ୨ ଭାରତୀୟଙ୍କ ସମ୍ପୃକ୍ତି ଥିବା ନେଇ ମାମଲା ରୁଜୁ
କନକ ବ୍ୟୁରୋ : ଅମୃତସର ଜିଲ୍ଲା ଅଞ୍ଜଲା ସବ୍ଡିଭିଜନ୍ ଅନ୍ତର୍ଗତ ଭାରତ-ପାକିସ୍ତାନ ସୀମାନ୍ତବର୍ତ୍ତୀ କାକ୍କର୍ ବର୍ଡର୍ ଆଉଟ୍ପୋଷ୍ଟ୍ ପାଖ କଣ୍ଟକିତ-ତାରବାଡ଼ ସେପଟରେ ଜଣେ ପାକିସ୍ତାନୀ ଚୋରାଚାଲାଣକାରୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ସେଠାରୁ ୨୨ କିଲୋ ହେରୋଇନ୍ ଏବଂ ୨ଟି ଏକେ-୪୭ ରାଇଫଲ୍ ମଧ୍ୟ ଜବତ କରାଯାଇଛି । ବର୍ଡର୍ ସିକ୍ୟୁରିଟି ଫୋର୍ସ (ବିଏସ୍ଏଫ୍) ଏବଂ ଅମୃତସର ଗ୍ରାମୀଣ ପୁଲିସର ଏହି ମିଳିତ ଅଭିଯାନରେ ଏକେ ସିରିଜ୍ର ୪ଟି ମାଗାଜିନ୍, ଗୋଟିଏ ମୋବାଇଲ୍ ଫୋନ୍ ଏବଂ ଏକContinue reading “ପଞ୍ଜାବ ସୀମାରେ ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଅନକାଉଣ୍ଟର : ୨ଟି AK-୪୭ ରାଇଫଲ୍ ଓ ୨୨ ପ୍ୟାକେଟ୍ ଡ୍ରଗ୍ସ ଜବତ; ୨ ଭାରତୀୟଙ୍କ ସମ୍ପୃକ୍ତି ଥିବା ନେଇ ମାମଲା ରୁଜୁ”
ରେପୋ ରେଟ୍ ଅପରିବର୍ତ୍ତିତ ରଖିଲେ ରିଜର୍ଭବ୍ୟାଙ୍କ । ଜାଣନ୍ତୁ ସାଧାରଣ ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ
କନକ ବ୍ୟୁରୋ : ଭାରତୀୟ ରିଜର୍ଭବ୍ୟାଙ୍କର ମୁଦ୍ରନୀତି ସମିତି ବୈଠକ ଆଜି ଶେଷ ହୋଇଛି । ଏପ୍ରିଲ ୫ ତାରିଖରେ ଏହି ବୈଠକ ଆରମ୍ଭ ହୋଇଥିଲା । ବୈଠକ ଶେଷହେବା ପରେ ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନିଷ୍ପତ୍ତି ଘୋଷଣା କରିଛନ୍ତି । ତାଙ୍କ ସୂଚନା ମୁତାବକ ରିଜର୍ଭବ୍ୟାଙ୍କ ମୁଦ୍ରାନୀତିରେ କୌଣସି ପରିବର୍ତ୍ତନ କରି ନାହାନ୍ତି । ରେପୋ ରେଟ୍ କୁ ଅପରିବର୍ତ୍ତିତ ରଖାଯାଇଛି । ରେପୋ ରେଟ୍ ୪ ପ୍ରତିଶତ ଥିବା ବେଳେ ରିଭର୍ସ ରେପୋରେଟ୍Continue reading “ରେପୋ ରେଟ୍ ଅପରିବର୍ତ୍ତିତ ରଖିଲେ ରିଜର୍ଭବ୍ୟାଙ୍କ । ଜାଣନ୍ତୁ ସାଧାରଣ ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ”
ପାନୀୟ ଜଳ ପାଇଁ ହାହାକାର : ହାଣ୍ଡି ମାଠିଆ ଧରି ରାସ୍ତା ଅବରୋଧ କଲେ ମହିଳା
କନକ ବ୍ୟୁରୋ : ପାନୀୟ ଜଳ ପାଇଁ ରାସ୍ତା ଅବରୋଧ । ହାଣ୍ଡି, ମାଠିଆ ଧରି ରାସ୍ତା ଅବରୋଧ କଲେ ମହିଳା । କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ବ୍ଲକ ରାଜଗଡ ପଂଚାୟତର ସ୍ୱାଇଁ ସାହି ୭ନମ୍ବର ୱାର୍ଡର ୭ଶହ ବାସିନ୍ଦାମାନେ ଦୀର୍ଘଦିନ ହେବ ପାନୀୟ ଜଳ ଅସୁବିଧାର ସମ୍ମୁଖୀନ ହେବା ପରେ ରାସ୍ତା ଅବରୋଧ କରିଛନ୍ତି । ଗାଁର ଶତାଧିକ ମହିଳା ରାସ୍ତା ଅବରୋଧ କରିବା ସହିତ ପ୍ଲାକାର୍ଡ ଧରି ରାସ୍ତା ଉପରେ ବସି ରହିଛନ୍ତି ।Continue reading “ପାନୀୟ ଜଳ ପାଇଁ ହାହାକାର : ହାଣ୍ଡି ମାଠିଆ ଧରି ରାସ୍ତା ଅବରୋଧ କଲେ ମହିଳା”
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପଶ୍ଚିମ ଓଡିଶା ଗଲେ ଉନ୍ନୟନ କମିଶନର । ବିଭିନ୍ନ ଅଧିକାରୀଙ୍କ ସହ ବୈଠକ କରି ସ୍ଥିତି ସମୀକ୍ଷା କରିବେ
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପଶ୍ଚିମ ଓଡିଶା ଗଲେ ଉନ୍ନୟନ କମିଶନର । ପ୍ରଥମେ ଝାରସୁଗୁଡା ସ୍ଥିତି ବୁଲି ଦେଖିବେ ପ୍ରଦୀପ ଜେନା । ପରେ ସୁନ୍ଦରଗଡ ଗସ୍ତରେ ଯିବେ ଉନ୍ନୟନ କମିଶନର । ବିଭିନ୍ନ ଅଧିକାରୀଙ୍କ ସହ ବୈଠକ କରି ସ୍ଥିତି ସମୀକ୍ଷା କରିବେ । ଗତ କାଲି ମୁଖ୍ୟମନ୍ତ୍ରୀ କରୋନା ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଆଉ ଏହି ବୈଠକରେ ସେ ପଶ୍ଚିମ ଓଡିଶା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେContinue reading “ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପଶ୍ଚିମ ଓଡିଶା ଗଲେ ଉନ୍ନୟନ କମିଶନର । ବିଭିନ୍ନ ଅଧିକାରୀଙ୍କ ସହ ବୈଠକ କରି ସ୍ଥିତି ସମୀକ୍ଷା କରିବେ”
ନୂଆ ସଂକ୍ରମଣ ମାମଲାରେ ବିଶ୍ୱର ତୃତୀୟ ସ୍ଥାନରେ ପହଂଚିଲା ମହାରାଷ୍ଟ୍ର । ପୁଣେ ରେ ଜରୁରୀ ସେବାକୁ ଛାଡି ଅନ୍ୟ ସବୁ ସେବା ଉପରେ କଟକଣା
କନକ ବ୍ୟୁରୋ : ନୂଆ ସଂକ୍ରମଣ ମାମଲାରେ ମହାରାଷ୍ଟ୍ର ବିଶ୍ୱର ତୃତୀୟ ସ୍ଥାନରେ ପହଂଚିଛି । ଏହି ମାମଲାରେ ବ୍ରାଜିଲ୍ ପ୍ରଥମ ସ୍ଥାନରେ ଥିବା ବେଳେ ଆମେରିକା ଦ୍ୱିତୀୟ ସ୍ଥାନରେ ରହିଛି । ଗତ ୨୪ ଘଂଟାରେ ମହାରାଷ୍ଟ୍ରରେ ୫୫,୪୬୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯୭ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଗତ ୨୪ ଘଂଟା ମଧ୍ୟରେ ୩୪,୨୫୬ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ସଂକ୍ରମିତଙ୍କ ସଂଖ୍ୟାContinue reading “ନୂଆ ସଂକ୍ରମଣ ମାମଲାରେ ବିଶ୍ୱର ତୃତୀୟ ସ୍ଥାନରେ ପହଂଚିଲା ମହାରାଷ୍ଟ୍ର । ପୁଣେ ରେ ଜରୁରୀ ସେବାକୁ ଛାଡି ଅନ୍ୟ ସବୁ ସେବା ଉପରେ କଟକଣା”
ପରିବେଶ ମଞ୍ଜୁରୀ ନମିଳିବାରୁ ବନ୍ଦ ହେଇଗଲା ତାପଜ ବିଦ୍ୟୁତ୍ କାରଖାନା : ଟିଟିପିଏସରେ ତାଲା ପଡିବା ପରେ ଅନୁଗୁଳରେ ଜିଲ୍ଲା ବିଜୁ ଜନତା ଦଳର ୧୨ ଘଂଟିଆ ବନ୍ଦ ପାଳନ
କନକ ବ୍ୟୁରୋ : ଆଜି ୧୨ ଘଂଟିଆ ଅନୁଗୁଳ ବନ୍ଦ । ତାଳଚେର ଥର୍ମାଲ ପାୱାର ଷ୍ଟେସନ ବନ୍ଦ ପ୍ରତିବାଦରେ ଆଜି ତାଳଚେର ଓ ପାଲଲହଡା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବ୍ଲକର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଥିବା ଜଣାପଡିଛି। ଫଳରେ ବ୍ଲକ ଅଂଚଳରେ ଥିବା ବିଭିନ୍ନ ରାସ୍ତା ଉପରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ଆଜି ସକାଳ ୬ଟାଠାରୁ ଦଳୀୟକର୍ମୀମାନେ ବ୍ଲକର ବିଭିନ୍ନ ଛକରେ,ସରକାରୀ କାର୍ଯ୍ୟାଳୟ ସାମ୍ମା ଓ ରାଜରାସ୍ତା ଉପରେ ବସିContinue reading “ପରିବେଶ ମଞ୍ଜୁରୀ ନମିଳିବାରୁ ବନ୍ଦ ହେଇଗଲା ତାପଜ ବିଦ୍ୟୁତ୍ କାରଖାନା : ଟିଟିପିଏସରେ ତାଲା ପଡିବା ପରେ ଅନୁଗୁଳରେ ଜିଲ୍ଲା ବିଜୁ ଜନତା ଦଳର ୧୨ ଘଂଟିଆ ବନ୍ଦ ପାଳନ”
ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ : ରାଜ୍ୟରେ ଦିନକରେ ୭୯୧ ପଜିଟିଭ୍ ଚିହ୍ନଟ; ସୁନ୍ଦରଗଡରେ ସର୍ବାଧିକ ୧୪୭, ଖୋର୍ଦ୍ଧାରେ ୧୧୮
କନକ ବ୍ୟୁରୋ : ରାଜ୍ୟରେ ବୃଦ୍ଧି ପାଉଛି ଦୈନିକ ସଂକ୍ରମଣ । ଲଗାତାର କିଛି ଦିନର ତଥ୍ୟକୁ ଅନୁଶୀଳନ କଲେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାର ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସର୍ବାଧିକ ରୋଗୀ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରେ ୧୪୭ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରେ ୧୧୮ ଜଣ, ଅନୁଗୁଳରେ ୧୭ ଜଣ, ବାଲେଶ୍ୱରରେContinue reading “ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ : ରାଜ୍ୟରେ ଦିନକରେ ୭୯୧ ପଜିଟିଭ୍ ଚିହ୍ନଟ; ସୁନ୍ଦରଗଡରେ ସର୍ବାଧିକ ୧୪୭, ଖୋର୍ଦ୍ଧାରେ ୧୧୮”
ଦେଶରେ ୨୪ ଘଂଟାରେ ଚିହ୍ନଟ ହେଲେ ୧ଲକ୍ଷ ୧୫ ହଜାର ୭୩୬ ନୂଆ ଆକ୍ରାନ୍ତ, ୬୩୦ ମୃତ : ୮ ଲକ୍ଷ ଟପିଲା ସକ୍ରିୟ ଆକ୍ରାନ୍ତ ସଂଖ୍ୟା
କନକ ବ୍ୟୁରୋ : ଦେଶରେ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ । ୨୪ଘଣ୍ଟାରେ ଦିନକରେ ୧,୧୫,୭୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୩୦ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୨୮,୦୧,୭୮୫ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ହୋଇଥିବା ୬୩୦ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୬୬,୧୭୭ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ କୋଭିଡ୍-୧୯Continue reading “ଦେଶରେ ୨୪ ଘଂଟାରେ ଚିହ୍ନଟ ହେଲେ ୧ଲକ୍ଷ ୧୫ ହଜାର ୭୩୬ ନୂଆ ଆକ୍ରାନ୍ତ, ୬୩୦ ମୃତ : ୮ ଲକ୍ଷ ଟପିଲା ସକ୍ରିୟ ଆକ୍ରାନ୍ତ ସଂଖ୍ୟା”