କନକ ବ୍ୟୁରୋ : କରୋନା ମହାମାରୀ ସମୟରେ କେମିତି ରହିବ ଅର୍ଥନୀତିର ପ୍ରଦର୍ଶନ, ତାକୁ ନେଇ ଆଶା, ଆଶଙ୍କା ଲାଗିରହିଛି । କରୋନା ସଂକ୍ରମଣ ରୋକିବାକୁ ଗତବର୍ଷ ଲାଗିଥିବା ଲକଡାଉନ, ସଟଡାଉନ କାରଣରୁ ଅର୍ଥନୀତିରେ ମାନ୍ଦାବସ୍ଥା ଲାଗିରହିଛି । ଏହାରି ଭିତରେ ଭାରତୀୟ ଅର୍ଥନୀତିକୁ ନେଇ ଆଶ୍ୱସ୍ତିକର ଆକଳନ କରିଛି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି- ଆଇଏମଏଫ । ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୧୨.୫ ପ୍ରତିଶତ ରହିବ ବୋଲି ଆକଳନ କରିଛି ଆଇଏମଏଫ । ଗତContinue reading “ଭାରତୀୟ ଅର୍ଥନୀତି ପାଇଁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ସକରାତ୍ମକ ଆକଳନ : ଆଇଏମଏଫ କହିଲା, ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ରହିବ ସର୍ବାଧିକ ୧୨.୫ପ୍ରତିଶତ”
Author Archives: Raghaba
ଅଲିମ୍ପିକ୍ସ ଉପରେ କଳାବାଦଲ : କରୋନା ଭୟରେ ଓହରିଗଲା ଉତ୍ତର କୋରିଆ; ଆଗାମୀ ଜୁଲାଇରେ ବିଶ୍ୱ କ୍ରିଡା ମହାକୁମ୍ଭ ଆୟୋଜନ ନେଇ ବଢ଼ିଲା ସନ୍ଦେହ
କନକ ବ୍ୟୁରୋ : ପୁଣି ବିଶ୍ୱ କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସ ଉପରେ ଆଶଙ୍କାର କଳା ବାଦଲ । ଗତ ମାର୍ଚ୍ଚ ମାସରୁ ସାରାବିଶ୍ୱରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦେଖି ଏହି ଆଶଙ୍କା ପ୍ରକାଶ ପାଇଛି । ବିଶେଷ କରି ସଂକ୍ରମଣ ଭୟରେ ଉତର କୋରିଆ ପ୍ରଥମ ଦେଶ ଭାବେ ଅଲିମ୍ପିକ୍ସରେ ଭାଗ ନେବନାହିଁ ବୋଲି କହିବା ପରେ ଏହି ଆଶଙ୍କା ବଢିଯାଇଛି । ଯାହା ଆଗାମୀ ଦିନରେ ଅନ୍ୟ ଦେଶଗୁଡିକୁ ପ୍ରଭାବିତ କରିପାରେ । ଟୋକିଓContinue reading “ଅଲିମ୍ପିକ୍ସ ଉପରେ କଳାବାଦଲ : କରୋନା ଭୟରେ ଓହରିଗଲା ଉତ୍ତର କୋରିଆ; ଆଗାମୀ ଜୁଲାଇରେ ବିଶ୍ୱ କ୍ରିଡା ମହାକୁମ୍ଭ ଆୟୋଜନ ନେଇ ବଢ଼ିଲା ସନ୍ଦେହ”
ବାଲେଶ୍ୱର ଥାନା ଭିତରେ ଅଭିଯୋଗକାରୀଙ୍କ ଆକ୍ରମଣ : ପୋଲିସ ସମ୍ମୁଖରେ ହାଣିଲେ ଦୁବୃର୍ତ୍ତ; ଥାନାରେ ଭଙ୍ଗାରୁଜା, ଘଟଣାସ୍ଥଳରେ ଉତ୍ତେଜନା
କନକ ବ୍ୟୁରୋ : ବାଲେଶ୍ୱର ଥାନା ଭିତରେ ଅଭିଯୋଗକାରୀଙ୍କ ଆକ୍ରମଣ । ପୋଲିସ ସମ୍ମୁଖରେ ହାଣିଲେ ଦୁବୃର୍ତ୍ତ। ଥାନାରେ ଭଙ୍ଗାରୁଜା । ଆକ୍ରମଣର ଶିକାର ହୋଇଥିବା ଦମ୍ପତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ରେମୁଣା ଥାନା ଭିତରେ ପୁଲିସ ସମ୍ମୁଖରେ ଘଟିଛି । ଏବେ ବି ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି । ପୁଲିସର ସୂଚନା ଅନୁଯାୟୀ, ରେମୁଣାର ମନ୍ଦାରପୁର ଓ ନିଆଁବାଗ ଗାଁର ଦୁଇ ଗୋଷ୍ଠୀଙ୍କContinue reading “ବାଲେଶ୍ୱର ଥାନା ଭିତରେ ଅଭିଯୋଗକାରୀଙ୍କ ଆକ୍ରମଣ : ପୋଲିସ ସମ୍ମୁଖରେ ହାଣିଲେ ଦୁବୃର୍ତ୍ତ; ଥାନାରେ ଭଙ୍ଗାରୁଜା, ଘଟଣାସ୍ଥଳରେ ଉତ୍ତେଜନା”
ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀଙ୍କ ଅନୀଲଙ୍କ ବିରୋଧରେ ସିବିଆଇର ମାମଲା ରୁଜୁ : ଆଜି ପଚାର ଉଚରା କରିବେ ସ୍ୱତନ୍ତ୍ର ଟିମ୍
କନକ ବ୍ୟୁରୋ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ । ଆଜି ଦେଶମୁଖଙ୍କୁ ଜେରା କରିବ ସିବିଆଇ ସିବିଆଇର ଏକ ସ୍ୱତନ୍ତ୍ର ଦଳ । ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ତଦନ୍ତ କରୁଛି ସିବିଆଇ । ଏଥିସହ ଦେଶମୁଖଙ୍କ ବିରୋଧରେ ହୋଇଥିବା ଅଭିଯୋଗ ନେଇ ମୁମ୍ବାଇ ପୋଲିସର ଜଣେ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରିପାରେ ସିବିଆଇ ଟିମ୍ । ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମେଶ୍ୱର ସିଂହ ଅଭିଯୋଗContinue reading “ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀଙ୍କ ଅନୀଲଙ୍କ ବିରୋଧରେ ସିବିଆଇର ମାମଲା ରୁଜୁ : ଆଜି ପଚାର ଉଚରା କରିବେ ସ୍ୱତନ୍ତ୍ର ଟିମ୍ “
ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର : ଅଫିସରୁ ଫେରିବାବେଳେ ସାଙ୍ଗରେ ଆଣୁଥିଲେ ନଗଦ ୧ଲକ୍ଷ ୭ହଜାର
କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ । ତହସିଲଦାର ବାରଙ୍ଗ ଅଫିସରୁ କାର୍ଯ୍ୟ ସାରି ପଟିଆସ୍ଥିତ ଘରକୁ ଫେରିବାବେଳେ ବାଟରେ ଭିଜିଲାନ୍ସ ଦଳ ତାଙ୍କୁ ବାଟରେ ଅଟକାଇଥିଲା । ଏହି ସମୟରେ ସେ ତାଙ୍କ ପାଖରେ ଥିବା ନଗଦ ୧ଲକ୍ଷ ୭ହଜାର ଟଙ୍କାକୁ ସେ ଫିଙ୍ଗି ଦେଇଥିଲେ । ଏହା ଦେଖିବା ପରେ ଏତେ ଟଙ୍କା କେଉଁଠୁ ଆଣିଲେ ବୋଲି ତହସିଲଦାରଙ୍କୁ ପଚାରିଥିଲେ ଭିଜିଲାନ୍ସ ଟିମ୍ । ହେଲେ ସେ କୌଣସିContinue reading “ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର : ଅଫିସରୁ ଫେରିବାବେଳେ ସାଙ୍ଗରେ ଆଣୁଥିଲେ ନଗଦ ୧ଲକ୍ଷ ୭ହଜାର”
ରାଜ୍ୟରେ ଆଜି ଠାରୁ ୧୦ ଦିନ ଜାରି ରହିବ ସ୍ୱତନ୍ତ୍ର ଅଭିଯାନ : ଶନିବାର ଓ ରବିବାର ମନ୍ଦିର ବନ୍ଦ ରଖିବାକୁ ପ୍ରାଥମିକ ଆଲୋଚନା
କନକ ବ୍ୟୁରୋ : ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖମନ୍ତ୍ରୀ । ସମୀକ୍ଷା ବେଳେ ଫୋକସରେ ରହିଛି ପଶ୍ଚିମ ଓଡିଶା । ପଡୋଶୀ ଛତିଶଗଡ ଯୋଗୁଁ ପଶ୍ଚିମ ଓଡିଶାରେ କରୋନା ସଂକ୍ରମଣ ବଢୁଥିବାରୁ ଏହି ଜିଲ୍ଲାଗୁଡିକ ଉପରେ ଅଧିକ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନContinue reading “ରାଜ୍ୟରେ ଆଜି ଠାରୁ ୧୦ ଦିନ ଜାରି ରହିବ ସ୍ୱତନ୍ତ୍ର ଅଭିଯାନ : ଶନିବାର ଓ ରବିବାର ମନ୍ଦିର ବନ୍ଦ ରଖିବାକୁ ପ୍ରାଥମିକ ଆଲୋଚନା”
ବାପା ହେଲେ ବାବୁସାନ୍ : ପରିବାରକୁ ଛୁଟିଲା ଶୁଭେଚ୍ଛାର ସୁଅ
କନକ ବ୍ୟୁରୋ : ଓଲିଉଡ୍ ଅଭିନେତା ବାବୁସାନ୍ ମହାନ୍ତି ବାପା ହୋଇଛନ୍ତି । ତାଙ୍କ ପତ୍ନୀ ତୃପ୍ତି ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ସାମାଜିକ ଗଣମାଧ୍ୟମରେ ବାବୁସାନ୍ଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିଛି । ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କୁ ତାଙ୍କ ପ୍ରଶଂସକମାନେ ଜେଜେ ହେଲେ ବୋଲି ଅଭିନନ୍ଦନ ଜଣାଇଥିବାବେଳେ ଅପରାଜିତା ପ୍ରିୟଦର୍ଶିନୀଙ୍କୁ ଜେଜେମା’ ବୋଲି ବହୁ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତିContinue reading “ବାପା ହେଲେ ବାବୁସାନ୍ : ପରିବାରକୁ ଛୁଟିଲା ଶୁଭେଚ୍ଛାର ସୁଅ”
ମାଓବାଦୀଙ୍କ କବଜାରେ ଏବେ ବି ଅଛନ୍ତି ଯବାନ : ଯବାନଙ୍କୁ ମୁକ୍ତ କରିବା ପାଇଁ ମଧ୍ୟସ୍ଥି ନିୟୋଜନ କରିବାକୁ ସରକାରଙ୍କୁ ଜଣାଇଲା ମାଓବାଦୀ ସଂଗଠନ
କନକ ବ୍ୟୁରୋ : ଛତିଶଗଡ ବିଜାପୁରରେ ମାଓବାଦୀଙ୍କ ନରସଂହାର ଘଟଣାର ୪ଦିନ ପରେ ମଙ୍ଗଳବାର ମାଓବାଦୀମାନେ ସ୍ପଷ୍ଟ କରିଛନ୍ତି ଯେ ଜଣେ ମହିଳା ମାଓବାଦୀଙ୍କ ସମେତ ୫ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ତେବେ କବଜାରେ ରହିଥିବା ଯବାନଙ୍କୁ ମୁକ୍ତ କରିବା ପାଇଁ ସରକାର ମଧ୍ୟସ୍ଥି ନିୟୋଜନ କରନ୍ତୁ ବୋଲି ମାଓବାଦୀମାନେ ଜଣାଇଛନ୍ତି । ତାଙ୍କୁ ଉଦ୍ଧାର କରିବା ପାଇଁ ଏବେ ଚାଲିଛି ସର୍ଚ୍ଚ ଅପରେସନ । ଲାଲବାହିନୀ ତାଙ୍କୁ ଅପହରଣ କରିନେଇଥିବା ଗଣମାଧ୍ୟମରୁ ଜାଣିଥିବା କହିଛନ୍ତିContinue reading “ମାଓବାଦୀଙ୍କ କବଜାରେ ଏବେ ବି ଅଛନ୍ତି ଯବାନ : ଯବାନଙ୍କୁ ମୁକ୍ତ କରିବା ପାଇଁ ମଧ୍ୟସ୍ଥି ନିୟୋଜନ କରିବାକୁ ସରକାରଙ୍କୁ ଜଣାଇଲା ମାଓବାଦୀ ସଂଗଠନ”
ରାଜ୍ୟରେ ପୁଣି ତାତି କରିବ କଲବଲ । ୩ ଦିନ ପ୍ରଚଣ୍ଡ ଖରାରେ ସିଝିବ ୧୧ ଜିଲ୍ଲା ।
କନକ ବ୍ୟୁରୋ : ରାଜ୍ୟକୁ ପୁଣି ତାତି ଫେରୁଛି। ବୁଧବାରଠାରୁ ୩ ଦିନ ଧରି ଜଳିବ ଓଡ଼ିଶା। ରାଜ୍ୟର ତାପମାତ୍ରା ପ୍ରାୟ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ ଏବଂ ଅତ୍ୟଧିକ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯିବ। ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବୌଦ୍ଧ, ବରଗଡ଼, ବଲାଙ୍ଗୀର, ନୂଆପଡ଼ା ଓ ନବରଙ୍ଗପୁର ଆଦି ଜିଲ୍ଲାର ତାପମାତ୍ରା ୪୦Continue reading “ରାଜ୍ୟରେ ପୁଣି ତାତି କରିବ କଲବଲ । ୩ ଦିନ ପ୍ରଚଣ୍ଡ ଖରାରେ ସିଝିବ ୧୧ ଜିଲ୍ଲା ।”
ରାଜ୍ୟରେ ଦୈନିକ ସଂକ୍ରମଣ ୩୦ ହଜାର ଛୁଇଁପାରେ! ନୂଆ ଷ୍ଟ୍ରେନ ଓ ମ୍ୟୁଟେସନ ଘାତକ ହୋଇପାରେ । ସତର୍କ ନହେଲେ ଉପୁଜିବ ସାଂଘାତିକ ସ୍ଥିତି ।
କନକ ବ୍ୟୁରୋ : ରାଜ୍ୟରେ ଦୈନିକ ସଂକ୍ରମଣ ୩୦ ହଜାର ଛୁଇଁପାରେ। କରୋନା ଭୂତାଣୁର ନୂତନ ଷ୍ଟ୍ରେନ୍(ବ୍ରିଟେନ୍, ଦକ୍ଷିଣ ଆଫ୍ରିକା) ଓ ଡବଲ ମ୍ୟୁଟେସନ୍ ସଂକ୍ରମଣକୁ ଅଧିକ ବଢ଼ାଇ ଦେଇପାରେ। ମହାରାଷ୍ଟ୍ରରେ ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ଓଡ଼ିଶାରେ ଏଭଳି ସ୍ଥିତିକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ତେଣୁ ଏବେଠାରୁ ସତର୍କ ନ ହେଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଏହାସହ ରାଜ୍ୟବାସୀଙ୍କୁ କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଭାରି ପଡ଼ିବ ବୋଲି ସତର୍କ କରାଇଛନ୍ତିContinue reading “ରାଜ୍ୟରେ ଦୈନିକ ସଂକ୍ରମଣ ୩୦ ହଜାର ଛୁଇଁପାରେ! ନୂଆ ଷ୍ଟ୍ରେନ ଓ ମ୍ୟୁଟେସନ ଘାତକ ହୋଇପାରେ । ସତର୍କ ନହେଲେ ଉପୁଜିବ ସାଂଘାତିକ ସ୍ଥିତି ।”