କନକ ବ୍ୟୁରୋ : ଆଜିଠାରୁ କଡାକଡି ହେବ କୋଭିଡ୍ କଟକଣା ଯାଂଚ । ବିଶେଷ କରି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାର ଯାଂଚକୁ କଡାକଡି କରାଯିବା ସହ ସଚେନତ ବି କରାଯିବ । ଏଥିପାଇଁ ଆଜିିଠାରୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହେବ । ୭ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଯାଂଚ ଚାଲିବ । କୋଭିଡ ସ୍ଥିତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ସ୍ପେଶାଲ ଡ୍ରାଇଭ୍ କରିବାକୁ ନିର୍ଦ୍ଦେଶ ଦେବା ପରେ ଏନେଇContinue reading “ଆଜି ଠାରୁ କଡାକଡି ହେବ କୋଭିଡ୍ କଟକଣା ଯାଂଚ : ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାର ଯାଂଚ ହେବ କଡାକଡି; ଆରମ୍ଭ ହେବ ସ୍ୱତନ୍ତ୍ର ଡ୍ରାଇଭ”
Author Archives: Raghaba
୯ବର୍ଷ ବାଳକର ଇଚ୍ଛା ପୂରଣ କଲେ ରାହୁଲ ଗାନ୍ଧୀ । ପାଇଲଟ ହେବାକୁ ସ୍ୱପ୍ନ ଦେଖୁଥିବା ଅଦ୍ୱେତକୁ ବିମାନର କକପିଟ ବୁଲାଇଲେ ରାହୁଲ ।
କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ୯ବର୍ଷ ବାଳକର ଇଚ୍ଛା ପୂରଣ କରିଛନ୍ତି । ପାଇଲଟ ହେବାକୁ ସ୍ୱପ୍ନ ଦେଖୁଥିବା ଏହି ଛୋଟ ପିଲାକୁ ବିମାନର କକପିଟ୍ ଯାଏଁ ନେଇଯାଇଛନ୍ତି ରାହୁଲ । ଏବଂ ପାଇଲଟଙ୍କ ସହ ମିଶି ପିଲାଟିକୁ ବିମାନ ସମ୍ପର୍କରେ ବୁଝାଇଦେଇଛନ୍ତି । ନିକଟରେ ରାହୁଲ ନିଜର କେରଳ ଗସ୍ତ ସମୟରେ ଗୋଟେ କୁନି ବାଳକଙ୍କ ସହ କଥା ହେଉଥିଲେ ଓ ତାଙ୍କ ସ୍ୱପ୍ନ ବିଷୟରେ ପଚାରିବୁଝିଲେ । ପଚାରିବା ପରେContinue reading “୯ବର୍ଷ ବାଳକର ଇଚ୍ଛା ପୂରଣ କଲେ ରାହୁଲ ଗାନ୍ଧୀ । ପାଇଲଟ ହେବାକୁ ସ୍ୱପ୍ନ ଦେଖୁଥିବା ଅଦ୍ୱେତକୁ ବିମାନର କକପିଟ ବୁଲାଇଲେ ରାହୁଲ ।”
ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଏନଭି ରମନ୍ନ । ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ରମନ୍ନାଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ।
କନକ ବ୍ୟୁରୋ: ଭାରତର ପରବର୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଏନଭି ରମନ୍ନା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୁପ୍ରିମକୋର୍ଟର ପରବର୍ତି ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ରମନ୍ନାଙ୍କୁ ନିଯୁକ୍ତି ଦେଇଛନ୍ତି । ଏପ୍ରିଲ ୨୩ତାରିଖରେ ଅବସର ଗ୍ରହଣ କରିବାକୁ ଥିବା ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ସୁପାରିଶକ୍ରମେ ଜଷ୍ଟିସ ରମନ୍ନାଙ୍କୁ ନିଯୁକ୍ତି ମିଳିଛି । ଜଷ୍ଟିସ ଏନଭି ରମନ୍ନା ଦେଶର ୪୮ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି । ଏପ୍ରିଲ ୨୪ତାରିଖରେ ଜଷ୍ଟିସContinue reading “ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଏନଭି ରମନ୍ନ । ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ରମନ୍ନାଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ।”
ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଉଦ୍ଧବ ସରକାର । ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ କଲେ ଚ୍ୟାଲେଞ୍ଜ ।
କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିଛନ୍ତି ମହାରାଷ୍ଟ୍ର ସରକାର । ସୁପ୍ରମକୋର୍ଟରେ ମହାରାଷ୍ଟ୍ର ସରକାରଙ୍କ ସ୍ଥାୟୀ ଓକିଲ ସଚିନ ପାଟିଲ କହିଛନ୍ତି ଯେ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରି ଆବେଦନ କରିଛନ୍ତି ରାଜ୍ୟ ସରକାର । ମୁମ୍ବାଇର ପୂର୍ବତନContinue reading “ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଉଦ୍ଧବ ସରକାର । ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ କଲେ ଚ୍ୟାଲେଞ୍ଜ ।”
କାଲିଠାରୁ ୧୦ ଦିନିଆ ସ୍ୱତନ୍ତ୍ର ଅଭିଯାନ । କୋଭିଡ ଗାଇଡଲାଇନ ଉପରେ ରହିବ କଡା ନଜର । ମାସ୍କ ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ
କନକ ବ୍ୟୁରୋ: କରୋନା ଭାଇରସ ସଂକ୍ରମଣ ବୃଦ୍ଧି ଦେଖାଯାଇଥିବାରୁ କଟକଣାକୁ ଆହୁରି ଜୋର କରିଦିଆଯାଇଛି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଏପ୍ରିଲ ୭ ତାରିଖ ଠାରୁ ପୁଲିସ ରାଜ୍ୟରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବ। ସ୍ବତନ୍ତ୍ର ଅଭିଯାନ ନେଇ ପୁଲିସ ମହାନିର୍ଦ୍ଦେଶକ ଅଭୟ ରାଜ୍ୟର ସମସ୍ତ ଏସପି ଓ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବତନ୍ତ୍ର ଅଭିଯାନ ସମୟରେ ଲୋକେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ କିଭଳି ଭାବେ ପାଳନ କରୁଛନ୍ତି, ସେନେଇ କଡ଼ାContinue reading “କାଲିଠାରୁ ୧୦ ଦିନିଆ ସ୍ୱତନ୍ତ୍ର ଅଭିଯାନ । କୋଭିଡ ଗାଇଡଲାଇନ ଉପରେ ରହିବ କଡା ନଜର । ମାସ୍କ ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ”
ପଶ୍ଚିମବଙ୍ଗରେ ମୁହାଁମୁହିଁ ମୋଦି ଓ ମମତା । ମମତାଙ୍କୁ ଟାର୍ଗେଟ କରି ମୋଦି କହିଲେ ରାଜ୍ୟରେ ନିର୍ବାଚନ ହାରିସାରିଛି ଟିଏମସି ।
କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ମୁହାଁମୁହିଁ ହୋଇଛନ୍ତି ମୋଦୀ ଓ ମମତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଚ ବିହାରରେ ନିର୍ବାଚନୀ ସଭା କରିଥିବା ବେଳେ ଅଲିପୁରଦୁରଠାରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ମମତାଙ୍କୁ ଟାର୍ଗେଟ କରି ମୋଦୀ କହିଛନ୍ତି ରାଜ୍ୟରେ ଟିଏମସି ନିର୍ବାଚନ ହାରିସାରିଛି । ସେପଟେ ଗୁଣ୍ଡାରାଜ ଚଳାଇ ନିର୍ବାଚନ ଜିତି ହୁଏନି ବୋଲି କହିଛନ୍ତି ମମତା ବାନାର୍ଜିContinue reading “ପଶ୍ଚିମବଙ୍ଗରେ ମୁହାଁମୁହିଁ ମୋଦି ଓ ମମତା । ମମତାଙ୍କୁ ଟାର୍ଗେଟ କରି ମୋଦି କହିଲେ ରାଜ୍ୟରେ ନିର୍ବାଚନ ହାରିସାରିଛି ଟିଏମସି ।”
୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୪୭୫ ଆସନରେ ପଡିଲା ଭୋଟ । ପଶ୍ଚିମବଙ୍ଗରେ ତୃତୀୟ ଓ ଆସାମରେ ଅନ୍ତିମ ପର୍ଯ୍ୟାୟ ଭୋଟ ।
କନକ ବ୍ୟୁରୋ: ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳ ପାଇଁ ଚାଲିଥିବା ନିର୍ବାଚନରେ ମଙ୍ଗଳବାର ସବୁଠୁ ବଡ ପର୍ଯ୍ୟାୟ ଭୋଟ ପଡିଛି । ମୋଟ୍ ୪୭୫ ଆସନ ପାଇଁ ପଡିଛି ଭୋଟ୍ । ପଶ୍ଚିମବଙ୍ଗ ଓ ଆସାମରେ ତୃତୀୟ ପର୍ଯ୍ୟାୟ ଭୋଟ୍ ପଡୁଥିବା ବେଳେ, ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଗୋଟିଏ ତଥା ଚୂଡାନ୍ତ ପର୍ଯ୍ୟାୟରେ ମତଦାନ ହୋଇଛି । ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ମତଦାନ ହେବ, ଯାହା ଏପ୍ରିଲ ୨୯ରେ ଶେଷContinue reading “୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୪୭୫ ଆସନରେ ପଡିଲା ଭୋଟ । ପଶ୍ଚିମବଙ୍ଗରେ ତୃତୀୟ ଓ ଆସାମରେ ଅନ୍ତିମ ପର୍ଯ୍ୟାୟ ଭୋଟ ।”
ଦିଲ୍ଲୀକୁ ଫେରିଲା ନାଇଟ କର୍ଫ୍ୟୁ । ଏପ୍ରିଲ ୩୦ ଯାଏଁ ରାତି ୧୦ଟାରୁ ସକାଳ ୫ଟା ଯାଏଁ କଟକଣା ।
କନକ ବ୍ୟୁରୋ: ଦେଶରେ ବେକାବୁ ହେଉଛି କରୋନା ସଂକ୍ରମଣ । ସୋମବାର ସର୍ବାଧିକ ଦୈନିକ ସଂକ୍ରମିତ ଚହ୍ନଟ ହେବା ପରେ ମଙ୍ଗଳବାର ସାମାନ୍ୟ ହ୍ରାସ ପାଇ ୯୬ ହଜାର ୯୮୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେବଳ ୧୧ଟି ରାଜ୍ୟରୁ ପ୍ରାୟ ୯୦ ପ୍ରତିଶତ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଦିଲ୍ଲୀରେ ଲଗାତାର ଭାବରେ ସଂକ୍ରମଣ ବଢ଼ୁଥିବାରୁ ମୁକାବିଲା ପାଇଁ ଅପ୍ରେଲ ୩୦ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି ଦିଲ୍ଲୀ ସରକାର । ରାତିContinue reading “ଦିଲ୍ଲୀକୁ ଫେରିଲା ନାଇଟ କର୍ଫ୍ୟୁ । ଏପ୍ରିଲ ୩୦ ଯାଏଁ ରାତି ୧୦ଟାରୁ ସକାଳ ୫ଟା ଯାଏଁ କଟକଣା ।”
ମାଓବାଦୀଙ୍କ କବଜାରେ ଏବେ ବି ଅଛନ୍ତି ଯବାନ । ଛତିଶଗଡ ଡିଜି କହିଲେ, ଖୋଜିବା ଲାଗି ଚାଲିଛି ଅପରେସନ
କନକ ବ୍ୟୁରୋ: ଅନୁମାନ କରାଯାଉଛି ମାଓବାଦୀଙ୍କ ଗହଣରେ ବନ୍ଦୀ ଅବସ୍ଥାରେ ଥାଇପାରନ୍ତି ନିଖୋଜ ଯବାନ ରାକେଶୋର ସିଂ ମନହସ । ତାଙ୍କୁ ଉଦ୍ଧାର କରିବା ପାଇଁ ଏବେ ଚାଲିଛି ସର୍ଚ୍ଚ ଅପରେସନ । ଲାଲବାହିନୀ ତାଙ୍କୁ ଅପହରଣ କରିନେଇଥିବା ଗଣମାଧ୍ୟମରୁ ଜାଣିଥିବା କହିଛନ୍ତି ବସ୍ତର ଆଇଜି ପି. ସୁନ୍ଦରରାଜ । କାରଣ ବିଜାପୁର ଜୋନାଗୁଡା ଜଙ୍ଗଲରେ ନକ୍ସଲଙ୍କ ନରସଂହାର ପରେ ସିଆର୍ପିଏଫ୍ ଯବାନ ରାକେଶୋର ସିଂ ମନହସଙ୍କ ପତ୍ତା ମିଳୁନାହିଁ । ଆଉ ଏହାରି ଭିତରେ ସିପିଆଇContinue reading “ମାଓବାଦୀଙ୍କ କବଜାରେ ଏବେ ବି ଅଛନ୍ତି ଯବାନ । ଛତିଶଗଡ ଡିଜି କହିଲେ, ଖୋଜିବା ଲାଗି ଚାଲିଛି ଅପରେସନ”
କଟକ ଘରୋଇ ନର୍ସିଂହୋମରେ ଅଭାବନୀୟ ଘଟଣା । ଶବକୁ ୧୨ ଘଂଟା ଯାଏଁ କରାଯାଉଥିଲା ଚିକିତ୍ସା ।
କନକ ବ୍ୟୁରୋ: କଟକ ସହରରେ ଶବକୁ ଘଂଟା ଘଂଟା ଧରି ଚିକିତ୍ସା କରାଯାଇଛି ଏବଂ ଚିକିତ୍ସା ଖର୍ଚ୍ଚ ବାବଦରେ ୮୦ ହଜାର ଟଙ୍କା ବି ଦାବି କରାଯାଇଛି । ରୋଗ ଓ ରୋଗୀ ନାଁରେ ଶୋଷଣ କରୁଥିବା ଘରୋଇ ନର୍ସିଂ ହୋମର ଅସଲ ମୁଖା ଖୋଲିଛି, ଯେତେବେଳେ ପୀଡ଼ିତ ପରିବାର ଥାନାର ଦ୍ୱାରସ୍ତ ହୋଇଛନ୍ତି । କଟକ ଅନ୍ନପୂର୍ଣ୍ଣା ନର୍ସିଂ ହୋମରେ ଯେଉଁ ଘଟଣା ଘଟିଛି, ତାହା କେବଳ ଚିକିତ୍ସା ସେବା ଉପରେ ପ୍ରଶ୍ନ ଉଠାଇନାହିଁ, ବରଂContinue reading “କଟକ ଘରୋଇ ନର୍ସିଂହୋମରେ ଅଭାବନୀୟ ଘଟଣା । ଶବକୁ ୧୨ ଘଂଟା ଯାଏଁ କରାଯାଉଥିଲା ଚିକିତ୍ସା ।”