କନକ ବ୍ୟୁରୋ: ଗତ ଦୁଇ ଦିନରେ ୨ଲକ୍ଷ ସଂକ୍ରମଣ ପରେ ସତର୍କ କରାଇଲେ ସରକାର । ନୀତି ଆୟୋଗ ସଦସ୍ୟ ଭିକେ ପଲ କହିଛନ୍ତି ଦେଶରେ ଖରାପ ହେଉଛି ପରିସ୍ଥିତି ଏବଂ ଆସନ୍ତା ୪ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜି ସାମ୍ବାଦିକ ସମ୍ମିଳନୀ କରି କୋଭିଡ ସ୍ଥିତି ସମ୍ପର୍କରେ ସୂଚନା ଦେବା ବେଳେ ଏହା କହିଛନ୍ତି ନୀତି ଆୟୋଗ ସଦସ୍ୟ । ଦେଶରେ ଗତ କିଛି ଦିନ ହେଲା ଲଗାତର ଭାବେ କୋଭିଡ ସଂକ୍ରମଣ ବଢି ଚାଲିଥିବାContinue reading “ଗତ ଦୁଇ ଦିନରେ ୨ଲକ୍ଷ ସଂକ୍ରମଣ ପରେ ସତର୍କ କରାଇଲେ ସରକାର । ନୀତି ଆୟୋଗ ସଦସ୍ୟ ଭିକେ ପଲ କହିଲେ, ଖରାପ ହେଉଛି ପରିସ୍ଥିତି, ଆସନ୍ତା ୪ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।”
Author Archives: Raghaba
କୁନି ପିଲାଙ୍କ ପାଇଁ ଭୟଙ୍କର ହୋଇପାରେ ଭୂତାଣୁ । ଦ୍ୱିତୀୟ ଲହର ଭିତରେ ମତ ରଖିଲେ ବିଶେଷଜ୍ଞ ।
କନକ ବ୍ୟୁରୋ: କରୋନାର ‘କ’ ବି ବୁଝୁନଥିବା କୁନି ପିଲାଙ୍କ ପାଇଁ ଭୂତାଣୁ ଯେ ଭୟାନକ ହୋଇପାରେ – ଏହି ଆଶଙ୍କା ବଢ଼ିଛି ଯେତେବେଳେ କରୋନାର ଦ୍ୱିତୀୟ ଲହରୀ ଭିତରେ ବିଶେଷଜ୍ଞ କହୁଛନ୍ତି, ଛୋଟ ପିଲାଙ୍କୁ ସଂକ୍ରମଣ କରୁଛି କରୋନା । କରୋନାର ପ୍ରଥମ ଲହରରେ ଭୂତାଣୁ ଛୋଟ ପିଲା ମାନଙ୍କୁ ବିଶେଷ ଭାବେ ପ୍ରଭାବିତ କରୁନଥିଲା । ହେଲେ, ଏବେ ଚିତ୍ର ବଦଳିଛି । ଦ୍ୱିତୀୟ ଲହରରେ ଶିଶୁମାନଙ୍କୁ ବି ପ୍ରଭାବିତ କରୁଛି କରୋନା ଭୂତାଣୁContinue reading “କୁନି ପିଲାଙ୍କ ପାଇଁ ଭୟଙ୍କର ହୋଇପାରେ ଭୂତାଣୁ । ଦ୍ୱିତୀୟ ଲହର ଭିତରେ ମତ ରଖିଲେ ବିଶେଷଜ୍ଞ ।”
ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା ବେଳେ ଦିଆଗଲା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ । ଶନିବାର ଓ ରବିବାର ମନ୍ଦିର ବନ୍ଦ ରଖିବାକୁ ପ୍ରସ୍ତାବ
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା ବେଳେ ଦିଆଗଲା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ । ଶନିବାର ଓ ରବିବାର ମନ୍ଦିର ବନ୍ଦ ରଖିବାକୁ ପ୍ରସ୍ତାବ । ମନ୍ଦିର ଭିଡକୁ କମ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବା ସୂଚନା । ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ ରହିଛି । ରାଜ୍ୟରେ ସମସ୍ତ ମନ୍ଦିର ବାବଦରେ ଖୁବଶୀଘ୍ର ନିଷ୍ପତ୍ତି ସମ୍ଭାବନା ରହିଛି । କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଆଜି ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ଛତିଶଗଡ ସୀମାକୁ ଲାଗିଥିବା ଜିଲ୍ଲାରେContinue reading “ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା ବେଳେ ଦିଆଗଲା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ । ଶନିବାର ଓ ରବିବାର ମନ୍ଦିର ବନ୍ଦ ରଖିବାକୁ ପ୍ରସ୍ତାବ”
ଭୁବନେଶ୍ୱରରେ ଶହେ ଟପିଲା ଦୈନିକ ସଂକ୍ରମଣ । ଆଜି ୮୦ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ।
କନକ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ଦୈନିକ କରୋନା ସଂକ୍ରମଣ ବଢୁଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱରର କରୋନା ଗ୍ରାଫ୍ ଡରାଇବା ଆରମ୍ଭ କରିଛି । ଆଜି ଗୋଟିଏ ଦିନରେ ରାଜଧାନୀରୁ ଶତାଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ରାଜଧାନୀବାସୀଙ୍କ ମନରେ ଛନକା ପଶିଛି । ଚିନ୍ତାର ବିଷୟ ଏହା ଯେ, ଚିହ୍ନଟ ହୋଇଥିବା ଏହି ପଜିଟିଭଙ୍କ ଭିତରେ ୮୦ ପ୍ରତିଶତ ଲୋକାଲ୍ କେସ୍ ଅଛି । Update on newly detected #COVID19 cases inContinue reading “ଭୁବନେଶ୍ୱରରେ ଶହେ ଟପିଲା ଦୈନିକ ସଂକ୍ରମଣ । ଆଜି ୮୦ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ।”
ସଂକ୍ରମଣ ବଢୁଥିବାବେଳେ ପୁଣି ଫୋକସରେ ପୁରୀ । ରେଳଷ୍ଟେସନରେ କଡାକଡି ହେଲା ଚେକିଂ । ସେପଟେ, ବ୍ରହ୍ମପୁରରେ ଟିକା ବନ୍ଦ ନେଇ ଲାଗିଲା ନୋଟିସ ।
କନକ ବ୍ୟୁରୋ: ସଂକ୍ରମଣ ବଢୁଥିବାବେଳେ ଏବେ ପୁଣି ଫୋକସକୁ ଆସିଛି ପୁରୀ । ପୁରୀ ରେଳଷ୍ଟେସନରେ ଯାତ୍ରୀମାନେ ପହଂଚିବା ପରେ ସେମାନଙ୍କର ଯାଂଚ ହେଉଛି । ଯେଉଁମାନେ ଅଧିକ ସଂକ୍ରମିତ ରାଜ୍ୟରୁ ଆସିଛନ୍ତି ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଉଛି । ଖାଲି ସେତିକି ନୁହେଁ, ମାସ୍କ ବ୍ୟବହାରକୁ କଡାକଡି କରିବା ସହିତ ଖିଲାପକାରୀଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରିବାକୁ ଅଂଟା ଭିଡିଛି ପ୍ରଶାସନ । ୫ ସର୍ବାଧିକ ସଂକ୍ରମିତ ରାଜ୍ୟରୁ ଆସିଲେ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାContinue reading “ସଂକ୍ରମଣ ବଢୁଥିବାବେଳେ ପୁଣି ଫୋକସରେ ପୁରୀ । ରେଳଷ୍ଟେସନରେ କଡାକଡି ହେଲା ଚେକିଂ । ସେପଟେ, ବ୍ରହ୍ମପୁରରେ ଟିକା ବନ୍ଦ ନେଇ ଲାଗିଲା ନୋଟିସ ।”
କୋଭିଡ୍ ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ୧୦ ଦିନ ପାଇଁ କୋଭିଡ୍ ନିୟମ କଡାକଡି କରିବାକୁ ନିର୍ଦ୍ଦେଶ ।
କନକ ବ୍ୟୁରୋ: ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ମୁଖ୍ୟତଃ ପଶ୍ଚିମ ଓଡିଶାକୁ ଫୋକସ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କହିବା ମୁତାବକ, ଛତିଶଗଡ ସୀମାନ୍ତ ଜିଲ୍ଲାଗୁଡିକରେ କରୋନା ବ୍ୟାପିଛି । ତେଣୁ ଏହି ଜିଲ୍ଲାକୁ ଯିବାକୁ ମୁଖ୍ୟମନ୍ତ୍ରୀ ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ କୋଭିଡ୍ ସ୍ଥିତି କିପରି ଅଛି ସେନେଇ ସେମାନେ ଅନୁଧ୍ୟାନ କରିବା ସହିତ ଆବଶ୍ୟକ ଥିବା ପଦକ୍ଷେପକୁ ତୁରନ୍ତContinue reading “କୋଭିଡ୍ ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ୧୦ ଦିନ ପାଇଁ କୋଭିଡ୍ ନିୟମ କଡାକଡି କରିବାକୁ ନିର୍ଦ୍ଦେଶ ।”
୧୦ ଦିନ ପାଇଁ ସିଲ ହେଲା ଟଙ୍କପାଣି ରୋଡ ‘ତରୁ’ ଆପାର୍ଟମେଣ୍ଟ । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସିଲ ହେଲା ଆପାର୍ଟମେଣ୍ଟ ।
କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଥିବା ଏକ ଆପାର୍ଟମେଣ୍ଟ ମଙ୍ଗଳବାର ୧୦ ଦିନ ପାଇଁ ସିଲ ହୋଇଛି। ସଂପୃକ୍ତ ଆପାର୍ଟମେଣ୍ଟରେ କିଛି ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଏଭଳି ପଦକ୍ଷେପ ନେଇଛି। ବିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଟଙ୍କପାଣି ରୋଡସ୍ଥିତ ‘ତରୁ’ ଆପାର୍ଟମେଣ୍ଟକୁ ସିଲ କରାଯାଇଛି। ଏଠାରେ କିଛି ଲୋକ କରୋନା ସଂକ୍ରମିତ ହୋଇଥିବାରୁ ଆଜିଠାରୁ ଚଳିତ ମାସ ୧୬ ତାରିଖ ପର୍ୟ୍ୟନ୍ତ ସିଲ କରାଯାଇଛି।Continue reading “୧୦ ଦିନ ପାଇଁ ସିଲ ହେଲା ଟଙ୍କପାଣି ରୋଡ ‘ତରୁ’ ଆପାର୍ଟମେଣ୍ଟ । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସିଲ ହେଲା ଆପାର୍ଟମେଣ୍ଟ ।”
ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଲା ଅଲୌକିକ ଘଟଣା । ଶ୍ରୀଜଗନ୍ନାଥଙ୍କ ସ୍ୱପ୍ନାଦେଶ ପରେ ମନ୍ଦିର ତିଆରି କରୁଛନ୍ତି ଭକ୍ତ ।
କନକ ବ୍ୟୁରୋ: ଯୁଗେ ଯୁଗେ ଭକ୍ତ ଆଉ ଭଗବାନଙ୍କର ସର୍ମ୍ପକକୁ ନେଇ ବହୁ କିମ୍ବଦନ୍ତୀ ରହିଛି । ସେଭଳି ଏକ ଆଲୌକିକ ଘଟଣା ଦେଖିବାକୁ ମିଳିିଛି ଗଜପତି ଜିଲ୍ଲାରେ । ମହାପ୍ରଭୁଙ୍କ ବାରମ୍ବାର ସପ୍ନାଦେଶ ପରେ ନିଜସ୍ୱ ଖର୍ଚ୍ଚରେ ମନ୍ଦିର ମରାମତି କାମ କରୁଛନ୍ତି ଜଣେ ଭକ୍ତ । ବିଭିନ୍ନ କାରଣରୁ ଦୀର୍ଘବର୍ଷ ହେଲା ବନ୍ଦ ହୋଇ ପଡିଥିବା ମନ୍ଦିର କାର୍ଯ୍ୟ ଆରମ୍ଭ ହେବା ପରେ ପାରଳାବାସୀଙ୍କ ମନରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ପାରଳାଖେମୁଣ୍ଡିରେContinue reading “ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଲା ଅଲୌକିକ ଘଟଣା । ଶ୍ରୀଜଗନ୍ନାଥଙ୍କ ସ୍ୱପ୍ନାଦେଶ ପରେ ମନ୍ଦିର ତିଆରି କରୁଛନ୍ତି ଭକ୍ତ ।”
କଏଦୀଙ୍କ ମାନସିକତାରେ ପରିବର୍ତ୍ତନ ଆଣୁଛି ଜଳେଶ୍ୱରର ସବୁଜ ସୁନ୍ଦର ଉପ-କାରାଗାର । ଜେଲରେ ଶୋଭା ପାଉଛି ସୁନ୍ଦର ଚାଷ ।
କନକ ବ୍ୟୁରୋ: କଥାରେ ଅଛି ସ୍ୱଚ୍ଛ ଏବଂ ସୁନ୍ଦର ପରିବେଶ ଜଣେ ବ୍ୟକ୍ତିର ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ସହାୟକ ହୋଇଥାଏ । ସୁନ୍ଦର ପରିବେଶ ଭିତରେ ରହିଲେ ମଣିଷ ମନରେ ସକାରତ୍ମକ ଭାବନା ଜାଗ୍ରତ ହୁଏ । ସେଥିପାଇଁ ବିଭିନ୍ନ ଅପରାଧିକ ମାମଲାରେ ଛନ୍ଦି ହୋଇ ଜେଲରେ ବନ୍ଦୀ ଜୀବନ ବିତାଉଥିବା କଏଦୀଙ୍କୁ ନେଇ ଜେଲ ପରିସରକୁ ସବୁଜ ସୁନ୍ଦର କରାଯାଇଛି । ବାଲେଶ୍ୱର ଜଳେଶ୍ୱର ଉପ-କାରାଗାରର ସୁନ୍ଦର ପରିବେଶ ଓ ସବୁଜିମାରେ ଭରା ହୋଇContinue reading “କଏଦୀଙ୍କ ମାନସିକତାରେ ପରିବର୍ତ୍ତନ ଆଣୁଛି ଜଳେଶ୍ୱରର ସବୁଜ ସୁନ୍ଦର ଉପ-କାରାଗାର । ଜେଲରେ ଶୋଭା ପାଉଛି ସୁନ୍ଦର ଚାଷ ।”
ଜେଲରେ କଏଦୀ କରୁଛନ୍ତି ପରିବା ଚାଷ । ଜେଲରେ ଥିବା ଅନ୍ତେବାସୀଙ୍କୁ ଆତ୍ମନିର୍ଭରଶିଳ କରିବା ପାଇଁ ଜେଲ କର୍ତ୍ତୃପକ୍ଷଙ୍କ ପ୍ରୟାସ ।
କନକ ବ୍ୟୁରୋ : ଜେଲରେ ଥିବା କଏଦୀଙ୍କ ଆଚାର ବ୍ୟବହାରରେ ସୁଧାର ଆଣିବା ପାଇଁ ଫୁଲବାଣୀ ଜେଲ୍ କର୍ତ୍ତୃପକ୍ଷଙ୍କ ପ୍ରୟାସ । ଅନ୍ତେବାସୀଙ୍କୁ ନେଇ ଯୋଗ, ବ୍ୟାୟାମ, ବିଭିନ୍ନ ପ୍ରତିଯୋଗିତା ସହ କରାଯାଉଛି ପନିପରିବା ଚାଷ । ୫ରୁ ୬ ବର୍ଷ ସଜା କାଟି ସାରିଥିବା ଅନ୍ତେବାସୀଙ୍କୁ ନେଇ ବିଭିନ୍ନ ପନିପରିବା ଚାଷ କରାଇଛନ୍ତି ଫୁଲବାଣୀ ଜେଲ୍ କର୍ତ୍ତୃପକ୍ଷ । କଏଦୀଙ୍କ ହାତରେ କୋଡି କୋଦାଳ । କଏଦୀଙ୍କ ଶ୍ରମ ଦାନରେ ହସୁଛି ପରିବା ବଗିଚା ।Continue reading “ଜେଲରେ କଏଦୀ କରୁଛନ୍ତି ପରିବା ଚାଷ । ଜେଲରେ ଥିବା ଅନ୍ତେବାସୀଙ୍କୁ ଆତ୍ମନିର୍ଭରଶିଳ କରିବା ପାଇଁ ଜେଲ କର୍ତ୍ତୃପକ୍ଷଙ୍କ ପ୍ରୟାସ ।”