ସାପ୍ତାହିକ ହାଟ ବନ୍ଦକୁ ନେଇ ଅଭିନବ ପ୍ରତିବାଦ । ରାସ୍ତା ଉପରେ ପରିବା ଢାଳିଦେଲେ ବ୍ୟବସାୟୀ, କହିଲେ ହାଟ ବନ୍ଦ ଯୋଗୁଁ ହୋଇପାରୁନି ବିକ୍ରି, ବାହାର ପରିବା ଗାଡ଼ିକୁ ମିଳୁନି ଅନୁମତି । 

କନକ ବ୍ୟୁରୋ : ପରିବା ବିକାଳୀଙ୍କ ଅଭିନବ ପ୍ରତିବାଦ । କଟକଣା ଯୋଗୁଁ ପରିବା ବିକ୍ରି କରିନପାରି ରାସ୍ତାରେ ଢ଼ାଳି ପ୍ରତିବାଦ କଲେ ପରିବା ଦୋକାନୀ । ଆଜି ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡା ସହରରେ । ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ୨୧ ଦିନ ଧରି ସାପ୍ତାହିକ ହାଟ ଗୁଡିକ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଝାରସୁଗୁଡା ସହରରେ ଥିବା ଏକମାତ୍ର ବଜାରକୁ ପ୍ରଶାସନ ପକ୍ଷରୁ କରୋନା କଟକଣା ଯୋଗୁଁ ବନ୍ଦContinue reading “ସାପ୍ତାହିକ ହାଟ ବନ୍ଦକୁ ନେଇ ଅଭିନବ ପ୍ରତିବାଦ । ରାସ୍ତା ଉପରେ ପରିବା ଢାଳିଦେଲେ ବ୍ୟବସାୟୀ, କହିଲେ ହାଟ ବନ୍ଦ ଯୋଗୁଁ ହୋଇପାରୁନି ବିକ୍ରି, ବାହାର ପରିବା ଗାଡ଼ିକୁ ମିଳୁନି ଅନୁମତି । “

କରୋନା କଟକଣା ସତ୍ତ୍ୱେ ପୂର୍ବ ନିର୍ଦ୍ଧାରିତ ୬ଟି ସହରରେ ହିଁ ଖେଳାଯିବ ଆଇପିଏଲ । ଦର୍ଶକଙ୍କୁ ଷ୍ଟାଡିୟମ ହେବ ମନା, କେବଳ ସିଧାପ୍ରସାରଣରେ ମ୍ୟାଚ୍ ଦେଖିବେ ଦର୍ଶକ ।

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣର ୨ୟ ଲହରୀ ଦେଖାଦେଇଥିବାରୁ ଆଇପିଏଲ ଆୟୋଜନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶେଷକରି ମୁମ୍ବାଇରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଦେଖାଦେଇଥିବାରୁ ସେଠାରେ ଆଇପିଏଲ କିପରି ଆୟୋଜନ ହେବ ତାହା ବିସିସିଆଇ ପାଇଁ ଚିନ୍ତାର ବିଷୟ ହୋଇଛି । ତେବେ କରୋନା ମହାମାରୀ ସତ୍ତ୍ବେ ପୂର୍ବରୁ ସ୍ଥିର ହୋଇଥିବା ୬ଟି ସହରରେ ଆଇପିଏଲ ମ୍ୟାଚ ଖେଳାଯିବ । ପୂର୍ବ କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ ହୋଇନଥିବା ବିସିସିଆଇ ସୂତ୍ରରୁ  ଜଣାପଡ଼ିଛିContinue reading “କରୋନା କଟକଣା ସତ୍ତ୍ୱେ ପୂର୍ବ ନିର୍ଦ୍ଧାରିତ ୬ଟି ସହରରେ ହିଁ ଖେଳାଯିବ ଆଇପିଏଲ । ଦର୍ଶକଙ୍କୁ ଷ୍ଟାଡିୟମ ହେବ ମନା, କେବଳ ସିଧାପ୍ରସାରଣରେ ମ୍ୟାଚ୍ ଦେଖିବେ ଦର୍ଶକ ।”

ସହର ଭିତରେ ବିପଦପୂର୍ଣ୍ଣ ପୋଲ ମରାମତି । ବାଲେଶ୍ୱରରେ ଚାଲିଛି ଓଡ଼ିଶାର ପ୍ରଥମ ଫ୍ଲାଏ ଓଭର ବ୍ରିଜର ମରାମତି କାମ, ହେଲେ ଲୋକଙ୍କ ସୁରକ୍ଷା ପ୍ରତି ନାହିଁ ନଜର, ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ।

କନକ ବ୍ୟୁରୋ : ବାଲେଶ୍ୱରର ଉଡ଼ନ୍ତା ପୋଲ । କୁହାଯାଏ ଏହା ହେଉଛି ଓଡ଼ିଶାର ପ୍ରଥମ ଉଡ଼ନ୍ତା ପୋଲ । ପୋଲ ଦୁର୍ବଳ ହେବାରୁ ମରାମତି କାର୍ଯ୍ୟ କରୁଛି ପୂର୍ତ୍ତ ବିଭାଗ ଓ ଦିଲ୍ଲୀର ଏକ ଘରୋଇ ସଂସ୍ଥା । ମାତ୍ର କାମ ଚାଲିଥିବା ବେଳେ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉନଥିବାରୁ ପ୍ରତ୍ୟେକ ଦିନ ବାଜିରେ ଲାଗୁଛି ଲୋକଙ୍କ ଜୀବନ । ବାଲେଶ୍ୱରର ଉଡନ୍ତା ପୋଲର ବିପଦପୂର୍ଣ୍ଣ ମରାମତି । ଝୁଲି ରହିଛି ଭଙ୍ଗା କଂକ୍ରିଟ୍ ଖଣ୍ଡContinue reading “ସହର ଭିତରେ ବିପଦପୂର୍ଣ୍ଣ ପୋଲ ମରାମତି । ବାଲେଶ୍ୱରରେ ଚାଲିଛି ଓଡ଼ିଶାର ପ୍ରଥମ ଫ୍ଲାଏ ଓଭର ବ୍ରିଜର ମରାମତି କାମ, ହେଲେ ଲୋକଙ୍କ ସୁରକ୍ଷା ପ୍ରତି ନାହିଁ ନଜର, ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ।”

ଶାହାଙ୍କ ଗସ୍ତ ପରେ ମାଓବାଦୀଙ୍କ ବିବୃତି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୟାନକୁ ସିପିଆଇ ମାଓବାଦୀର ନିନ୍ଦା, ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି କହିଥିଲେ ଶାହା ।

କନକ ବ୍ୟୁରୋ: ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିଜାପୁର ଗସ୍ତ ପରେ ଏକ ପ୍ରେସ ବିବୃତି ଜାରି କରିଛି ସିପିଆଇ ମାଓଇଷ୍ଟ ସଂଗଠନ । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନକୁ ନିନ୍ଦା କରାଯାଇଛି । ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି କହିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏପରିକି ନକ୍ସଲ ବିରୋଧୀ ଅପରେସନକୁ ଜୋରଦାର କରାଯିବ ବୋଲି ସଂକେତ ଦେଇଥିଲେ । ତେବେ ଏହାକୁ ନିନ୍ଦା କରିବା ସହ ଯବାନଙ୍କContinue reading “ଶାହାଙ୍କ ଗସ୍ତ ପରେ ମାଓବାଦୀଙ୍କ ବିବୃତି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୟାନକୁ ସିପିଆଇ ମାଓବାଦୀର ନିନ୍ଦା, ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି କହିଥିଲେ ଶାହା ।”

ଛତିଶଗଡ ନକ୍ସଲ ଆକ୍ରମଣରେ ସହିଦ ହୋଇଛନ୍ତି ଓଡିଆ ପୁଅ । କଳାହାଣ୍ଡି ଜିଲ୍ଲାର ସୁବାସ ନାଏକ ନକ୍ସଲଙ୍କ ଗୁଳିରେ ସହିଦ ।

କନକ ବ୍ୟୁରୋ: ଛତିଶଗଡ ନକ୍ସଲ ଆକ୍ରମଣରେ ସହିଦ ହୋଇଛନ୍ତି ଓଡିଆ ପୁଅ । ନକ୍ସଲଙ୍କ ଗୁଳିମାଡରେ ଆଖି ବୁଜିଥିବା ୨୨ ଜଣ ଯବାନଙ୍କ ଭିତରେ ଅଛନ୍ତି ଜଣେ ଓଡିଆ ଯବାନ । ଡିଆରଜି ବାଟାଲିୟନରେ କନେଷ୍ଟବଳ ଥିବା ଓଡିଆ ପୁଅ ସୁବାସ ନାଏକ ନକ୍ସଲ ଆକ୍ରମଣରେ ସହିଦ ହୋଇଛନ୍ତି । ଛତିଶଗଡ ନକ୍ସଲ ଆକ୍ରମଣରେ ସହିଦ ୨୨ ଯବାନଙ୍କ ଭିତରେ ଅଛନ୍ତି ଜଣେ ଓଡିଆ ଯବାନ । କଳାହାଣ୍ଡି କୋକସରା ବ୍ଲକର ଯବାନ ସୁବାସ ନାଏକ ସହିଦContinue reading “ଛତିଶଗଡ ନକ୍ସଲ ଆକ୍ରମଣରେ ସହିଦ ହୋଇଛନ୍ତି ଓଡିଆ ପୁଅ । କଳାହାଣ୍ଡି ଜିଲ୍ଲାର ସୁବାସ ନାଏକ ନକ୍ସଲଙ୍କ ଗୁଳିରେ ସହିଦ ।”

ଅଶାନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ! ଅଫଲାଇନ୍ ପରୀକ୍ଷାକୁ ବିରୋଧ କରି ତାତିଲେ ଛାତ୍ର କଂଗ୍ରେସ କର୍ମୀ, ଭଙ୍ଗାରୁଜା ପରେ ପୋଲିସର ଲାଠି ଚାର୍ଜ ।

କନକ ବ୍ୟୁରୋ: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଲାଠି ଚାର୍ଜ । ଛାତ୍ର କଂଗ୍ରେସ କର୍ମୀମାନେ ବିଶ୍ୱବିଦ୍ୟାଳୟ ଘେରାଉ କରିବା ସହ ଭଙ୍ଗାରୁଜା କରିବାରୁ ପୋଲିସ ଲାଠି ମାଡ଼ କରିଥିବା ସୂଚନା ମିଳିଛି । ଅଫଲାଇନ ପରୀକ୍ଷାକୁ ବିରୋଧ କରି ଛାତ୍ରମାନେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଘେରାଉ କରିବା ସହ ଅନଲାଇନ ପରୀକ୍ଷା ପାଇଁ ଦାବି କରି, ଏମିତି ହଙ୍ଗାମା କରିଥିବା ଜଣାପଡ଼ିଛି । ତେବେ ଆନ୍ଦୋଳନ ତୀବ୍ର ରୂପ ନେବାପରେ ପରିସ୍ଥିତି ଉତ୍ତେଜନା ପୁର୍ଣ୍ଣ ହେବାରୁ ପୋଲିସ ଲାଠିContinue reading “ଅଶାନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ! ଅଫଲାଇନ୍ ପରୀକ୍ଷାକୁ ବିରୋଧ କରି ତାତିଲେ ଛାତ୍ର କଂଗ୍ରେସ କର୍ମୀ, ଭଙ୍ଗାରୁଜା ପରେ ପୋଲିସର ଲାଠି ଚାର୍ଜ ।”

ଏଣିକି ୧୦ଦିନ ଭିତରେ ମିଳିବ ବାସଗୃହ, ଆୟର ପ୍ରମାଣପତ୍ର : ସବୁ ଜିଲ୍ଲପାଳଙ୍କୁ ଚିଠି ଲେଖିଲେ ପ୍ରମୁଖ ସଚିବ

କନକ ବ୍ୟୁରୋ : ଏଣିକି କମ୍ ଦିନ ଭିତରେ ମିଳିବ ବିଭିନ୍ନ ପ୍ରମାଣପତ୍ର । ସବୁ ଜିଲ୍ଲପାଳଙ୍କୁ ଚିଠି ଲେଖିଲେ ପ୍ରମୁଖ ସଚିବ । ୧୦ଦିନ ଭିତରେ ମିଳିବ ବାସଗୃହ, ଆୟ ଓ ସମ୍ପତ୍ତିର ପ୍ରମାଣପତ୍ର । ପୂର୍ବରୁ ଏହି ଅବଧି ୧୫ଦିନ ରହିଥିଲା । ୩୦ଦିନ ପରିବର୍ତ୍ତେ ୧୫ଦିନରେ ମିଳିବ ଜାତିଗତ ପ୍ରମାଣପତ୍ର । ୩୦ ଦିନ ଭିତରେ ମିଳିବ ଉତ୍ତରାଧିକାରୀ , ଅଭିଭାବକ ପ୍ରମାଣପତ୍ର । ସମସ୍ତ କ୍ଷେତ୍ର ପାଇଁ ଗୋଟିଏ ଉତ୍ତରାଧିକାରୀ ପ୍ରମାଣପତ୍ରContinue reading “ଏଣିକି ୧୦ଦିନ ଭିତରେ ମିଳିବ ବାସଗୃହ, ଆୟର ପ୍ରମାଣପତ୍ର : ସବୁ ଜିଲ୍ଲପାଳଙ୍କୁ ଚିଠି ଲେଖିଲେ ପ୍ରମୁଖ ସଚିବ”

ଯାଁଆଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା : ମହିଳାଙ୍କ ପରିିଚୟ ଦେଲେ ପୁରସ୍କାର ଦେବ ପୋଲିସ

କନକ ବ୍ୟୁରୋ :  ଖୋର୍ଦ୍ଧା ଯାଁଆଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣାରେ ମହିଳାଙ୍କ ପରିଚୟ ପାଇବାକୁ ଜୋରଦାର ପ୍ରୟାସ ଚଳାଇଛି କମିଶନରେଟ ପୋଲିସ । ମହିଳାଙ୍କ ପରିଚୟ ଦେଲେ ମିଳିବ ପୁରସ୍କାର । ଏଥିପାଇଁ ପୋଲିସ କମିଶନରଙ୍କୁ ଚିଠି ଲେଖିବେ ଭୁବନେଶ୍ୱର ଡିସିପି । ଗତ ଫେବ୍ରୁଆରୀ ୧୨ ତାରିଖରେ ଯାଁଳା ଫାଣ୍ଡି ପରିସରରୁ ଏକ ସିଜ କାର ଭିତରୁ ମିଳିଥିଲା ମହିଳାଙ୍କ କଙ୍କାଳ । ମହିଳାଙ୍କ ପରିଚୟ ପାଇବା ପାଇଁ କଙ୍କାଳରୁ ସ୍କେଚ୍ ପ୍ରସ୍ତୁତContinue reading “ଯାଁଆଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା : ମହିଳାଙ୍କ ପରିିଚୟ ଦେଲେ ପୁରସ୍କାର ଦେବ ପୋଲିସ”

ଆଜି ମୁଖ୍ୟମନ୍ତ୍ରୀ କରିବେ ଗୁରୁତ୍ୱପୂର୍ଣ୍ଣ କରୋନା ସମୀକ୍ଷା ବୈଠକ  । ସୀମାନ୍ତ ଓ ସହରାଞ୍ଚଳ ପାଇଁ ହୋଇପାରେ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ।

କନକ ବ୍ୟୁରୋ : ରାଜ୍ୟରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଉନ୍ନୟନ କମିଶନର ଓ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଏହାଛଡା ବୈଠକରେ ସମସ୍ତ ଜିଲ୍ଲାପାଳ ମାନଙ୍କୁ ମଧ୍ୟ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୀମାନ୍ତବର୍ତ୍ତୀ ଅଞ୍ଚଳ ସମେତ ସହରାଞ୍ଚଳ ପାଇଁ ନିଆଯାଇପାରେContinue reading “ଆଜି ମୁଖ୍ୟମନ୍ତ୍ରୀ କରିବେ ଗୁରୁତ୍ୱପୂର୍ଣ୍ଣ କରୋନା ସମୀକ୍ଷା ବୈଠକ  । ସୀମାନ୍ତ ଓ ସହରାଞ୍ଚଳ ପାଇଁ ହୋଇପାରେ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ।”

ରାଜ୍ୟରେ ବିଜୁଳି ଦର ବୃଦ୍ଧି ପ୍ରତିବାଦକୁ ଆଉ ପାଦେ ଆଗେଇଲା କଂଗ୍ରେସ : ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକରେ ବିଜୁଳି ଅଫିସ ଘେରିବା ପରେ, ଓଇଆରସି ଅଫିସ ଆଗରେ ଧାରଣା

କନକ ବ୍ୟୁରୋ : ବିଜୁଳି ଦର ବୃଦ୍ଧି ପ୍ରତିବାଦକୁ ଆଉପାଦେ ଆଗେଇ ନେଇଛି କଂଗ୍ରେସ । ବିଦ୍ୟୁତ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଏବେ ଓଇଆରସି ଅଫିସ ଘେରିଛି ଦଳ । ଗତକାଲି ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକରେ ଥିବା ବିଦ୍ୟୁତ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ଓ ସମାବେଶ କରି ଦରବୃଦ୍ଧିର ପ୍ରତିବାଦ କରିଥିଲା କଂଗ୍ରେସ । ଆଜି ଦଳର ବରିଷ୍ଠ ନେତାମାନେ ଭୁବନେଶ୍ୱରରେ ଥିବା ଓଇଆରସି ଅଫିସ ଆଗରେ ଧାରଣାContinue reading “ରାଜ୍ୟରେ ବିଜୁଳି ଦର ବୃଦ୍ଧି ପ୍ରତିବାଦକୁ ଆଉ ପାଦେ ଆଗେଇଲା କଂଗ୍ରେସ : ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକରେ ବିଜୁଳି ଅଫିସ ଘେରିବା ପରେ, ଓଇଆରସି ଅଫିସ ଆଗରେ ଧାରଣା”

Design a site like this with WordPress.com
Get started