କନକ ବ୍ୟୁରୋ : ଦେଶରେ କାୟା ମେଲାଉଛି କରୋନା ସଂକ୍ରମଣ । ୨୪ ଘଂଟା ଭିତରେ ୯୬ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ଘଂଟା ଭିତରେ କରୋନା କାରଣରୁ ୪୪୬ଜଣଙ୍କର ମୃତ୍ୟୁ ହୋଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟି ୨୬ଲକ୍ଷ ୮୬ହଜାର ୪୯କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ଏକ କୋଟି ୧୭ଲକ୍ଷ ୩୨ହଜାର ୨୭୯ ଜଣ ସୁସ୍ଥ ହୋଇଛନ୍ତି । ଏବେContinue reading “ସାରା ଦେଶରେ ଗୋଟିଏ ଦିନରେ ପୁଣି ୯୬ ହଜାର ୯୮୨ ଆକ୍ରାନ୍ତ ଚିହ୍ନଟ : ୨୪ ଘଂଟାରେ ୪୪୬ ଜଣଙ୍କ ମୃତ୍ୟୁ”
Author Archives: Raghaba
ଟିକା ଅଭାବରୁ ଲାଗିଲା ନୋଟିସ : ବ୍ରହ୍ମପୁର ଗୁଡସ ରୋଡରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୁଧବାର ପର୍ଯ୍ୟନ୍ତ ଟିକାଦାନ ବନ୍ଦ ରହିବା ନେଇ ସୂଚନା
କନକ ବ୍ୟୁରୋ : କରୋନାର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ଜୋର ଦେଉଛନ୍ତି । ହେଲେ ରାଜ୍ୟରେ କରୋନା ଟିକାର ଘୋର ଅଭାବ ଦେଖା ଦେଲାଣି । ଏପରିକି ଟିକାଦାନ କେନ୍ଦ୍ରରେ ନୋଟିସ ଲଗାଇ ଟିକା ନଥିବା ସୂଚନା ଦିଆଯାଇଛି । ଏ ହେଉଛି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ଗୁଡସ ରୋଡରେ ଥିବା ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଦୃଶ୍ୟ । ଏଥିରେ ନୋଟିସ ଲଗାଇ ସୋମବାର,Continue reading “ଟିକା ଅଭାବରୁ ଲାଗିଲା ନୋଟିସ : ବ୍ରହ୍ମପୁର ଗୁଡସ ରୋଡରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୁଧବାର ପର୍ଯ୍ୟନ୍ତ ଟିକାଦାନ ବନ୍ଦ ରହିବା ନେଇ ସୂଚନା”
କରୋନା ମୁକାବିଲା ପାଇଁ ଅଂଟା ଭିଡିଲା ପୁରୀ ଜିଲ୍ଲା ପ୍ରଶାସନ : ରେଳ ଷ୍ଟେସନରେ ଯାତ୍ରୀଙ୍କ ହେଲା ଆଂଟିଜେନ୍ ପରୀକ୍ଷା
କନକ ବ୍ୟୁରୋ : କୋଭିଡର ମୁକାବିଲା ନେଇ ପୁରୀରେ ଆରମ୍ଭ ଟେଷ୍ଟିଂ। ମାସ୍କ ବ୍ୟବହାରକୁ କଡ଼ାକଡ଼ି କରିବା ଏବଂ ଖିଲାପକାରୀଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରିବାକୁ ଅଂଟା ଭିଡ଼ିଛି ପ୍ରଶାସନ । ସେହିଭଳି ଆଜି ଠାରୁ ଟ୍ରେନ ମାଧ୍ୟମରେ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ନଜର ରଖାଯାଇଥିବା କୁହାଯାଇଛି । ଏବଂ ସେହି ଯାତ୍ରୀମାନେ ପୁରୀ ରେଳ ଷ୍ଟେସନରେ ପହଂଚିବା ପରେ ଟ୍ରେନ ଟିକେଟ ଅନୁଯାୟୀ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଉଛି । ଆଜି ସକାଳୁ ଯେଉଁContinue reading “କରୋନା ମୁକାବିଲା ପାଇଁ ଅଂଟା ଭିଡିଲା ପୁରୀ ଜିଲ୍ଲା ପ୍ରଶାସନ : ରେଳ ଷ୍ଟେସନରେ ଯାତ୍ରୀଙ୍କ ହେଲା ଆଂଟିଜେନ୍ ପରୀକ୍ଷା”
ଏବେ ଶିଶୁଙ୍କୁ ବି କରୋନା ହେଉଛି । ପୂର୍ବ ଅପେକ୍ଷା ଅଧିକ ସଂକ୍ରାମକ ହେଉଛି କରୋନା, ଜାଣନ୍ତୁ ଦେଖାଯାଉଛି କେଉଁ ଲକ୍ଷଣ?
କନକ ବ୍ୟୁରୋ : ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ କରୋନାର ଦ୍ରୁତ ସଂକ୍ରମଣ ହେଉଛି। କରୋନା ରୂପ ବଦଳାଇଥିବାରୁ ଏହା ପୂର୍ବାପେକ୍ଷା ଅଧିକ ସଂକ୍ରାମକ ହୋଇଛି। ବିଶେଷ କରି ଏହା ଶିଶୁମାନଙ୍କୁ ବେଶୀ ପ୍ରଭାବିତ କରୁଛି ବୋଲି ରିଲାଏନ୍ସ ହସ୍ପିଟାଲ୍ ଏବଂ ଫୋର୍ଟିସ୍ ହସ୍ପିଟାଲ୍ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସୁଭାଷ ରାଓ କହିଛନ୍ତି। କରୋନା କିଭଳି ପିଲାମାନଙ୍କୁ ପ୍ରଭାବିତ କରୁଛି ସେନେଇ ଅଭିଭାବକମାନଙ୍କର ଏକାଧିକ ପ୍ରଶ୍ନର ଉତ୍ତର ରଖି ଡାକ୍ତର ରାଓ କହିଛନ୍ତି, ଦ୍ୱିତୀୟContinue reading “ଏବେ ଶିଶୁଙ୍କୁ ବି କରୋନା ହେଉଛି । ପୂର୍ବ ଅପେକ୍ଷା ଅଧିକ ସଂକ୍ରାମକ ହେଉଛି କରୋନା, ଜାଣନ୍ତୁ ଦେଖାଯାଉଛି କେଉଁ ଲକ୍ଷଣ?”
ବାହାର ରାଜ୍ୟରେ ବଢ଼ୁଛି ସଂକ୍ରମଣ, ଓଡ଼ିଶାକୁ ଫେରିଲେଣି ପ୍ରବାସୀ । କେମିତି ଚାଲିଛି କରୋନା ଚେକିଂ, ଗଂଜାମ ଜିଲ୍ଲାରେ ଦେଖନ୍ତୁ କନକ ନ୍ୟୁଜର ରିୟଲିଟି ଚେକ୍ ।
କନକ ବ୍ୟୁରୋ: ପଡୋଶୀ ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣକୁ ଦେଖି ଅଧିକ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ସେହିପରି ରାଜ୍ୟରେ ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏକାଧିକ ପଦକ୍ଷେପ ଘୋଷଣା କରାଯାଇଛି । ଗତବର୍ଷ ପ୍ରବାସୀ ଓଡିଆମାନେ ଫେରିବା ପରେ ରାଜ୍ୟରେ କରୋନା ସଂକ୍ରମଣ ବିସ୍ଫୋରକ ହୋଇଥିଲା । ସେଥିପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଗଞ୍ଜାମ ଜିଲ୍ଲାରେ ଦଣ୍ଡନାଚ, ତାରାତାରିଣୀ ଯାତ୍ରା ସାଙ୍ଗକୁ ବୁଢୀ ଠାକୁରାଣୀ ଯାତ୍ରା ଲାଗିContinue reading “ବାହାର ରାଜ୍ୟରେ ବଢ଼ୁଛି ସଂକ୍ରମଣ, ଓଡ଼ିଶାକୁ ଫେରିଲେଣି ପ୍ରବାସୀ । କେମିତି ଚାଲିଛି କରୋନା ଚେକିଂ, ଗଂଜାମ ଜିଲ୍ଲାରେ ଦେଖନ୍ତୁ କନକ ନ୍ୟୁଜର ରିୟଲିଟି ଚେକ୍ ।”
ରାଜନଗରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୫ଟି ପରିବାରର ୧୩ ବଖରା ଘର
କନକ ବ୍ୟୁରୋ : ରାଜନଗରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୫ଟି ପରିବାରର ୧୩ ବଖରା ଘର । ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ରାଜନଗର ଗାଁର ନିତ୍ୟାନନ୍ଦ ମିଶ୍ରଙ୍କ ଘରେ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ ସାଙ୍ଗେ ସାଙ୍ଗେ ୫ଟି ପରିବାରର ୧୩ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା । ଲୋକଙ୍କ ଘର ପୋଡ଼ି ପାଉଁଶ ହୋଇଥିଲେ ସହାୟତା ମିଳିନଥିବାରୁ କ୍ଷତିଗ୍ରସ୍ତ ପରିବାର ଲୋକେContinue reading “ରାଜନଗରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୫ଟି ପରିବାରର ୧୩ ବଖରା ଘର”
ବାପାଙ୍କୁ ଭଲ କରିବାକୁ କରଣୀ ଓ ଗଜ ଧରିଲେ ଦୁଇ ଭଉଣୀ ।
କନକ ବ୍ୟୁରୋ : ଝିଅ ବି କମ ନୁହେଁ । ସମୟ ବଦଳିଛି, ପରିବାରର ବୋଝ ଉଠାଇବାକୁ ଝିଅ ବି ଆଗେଇ ଆସୁଛନ୍ତି । ଝିଅମାନେ ବି ବାପାମା’ଙ୍କ ସାହାରା ପାଲଟିବା ଉଦାହରଣ ଆଜିକାଲି କିଛି ବହୁତ ଦେଖିବାକୁ ମିଳୁଛି। ଝିଅମାନେ ବାପାମା’ଙ୍କ ଅସମୟର ସାହାରା ହେବା, ଶବକୁ କାନ୍ଧ ଦେବା ଓ ମୁଖାଗ୍ନି ଦେବାର ବହୁ ଉଦାହରଣ ଆଜିକାଲି ଦେଖିବାକୁ ମିଳିଲାଣି। ସେମିତି ଏକ ଉଦାହରଣ ଏବେ ବାଲିଅନ୍ତା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।Continue reading “ବାପାଙ୍କୁ ଭଲ କରିବାକୁ କରଣୀ ଓ ଗଜ ଧରିଲେ ଦୁଇ ଭଉଣୀ । “
ଗଞ୍ଜାମର ଇଷ୍ଟଦେବୀ ତାରା ତାରିଣୀଙ୍କ ଯାତ୍ରାର ଆଜି ୨ୟ ମଙ୍ଗଳବାର : କରୋନା କଟକଣାରେ ମା’ଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ
କନକ ବ୍ୟୁରୋ : ଆଜି ଚୈତ୍ର ମାସର ଦ୍ବିତୀୟ ମଙ୍ଗଳବାର । ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଯାତ୍ରା ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଭିତରେ ପାଳନ ହେଉଛି। ସବୁଠାରୁ ବଡ଼ କଥା ହେଲା ଯେ ଏଠାରେ ପ୍ରତିବର୍ଷ ବହୁ ଶ୍ରଦ୍ଧାଳୁ ମୁଣ୍ଡନ କରାଇଥାନ୍ତି। ହେଲେ ଏଥର ତାହାକୁ ବନ୍ଦ ରଖାଯାଇଛି । ଏହି ଯାତ୍ରାକୁ ମୁଣ୍ଡନ ଯାତ୍ରା ବୋଲି ବି କୁହାଯାଇଥାଏ । ତଥାପି କେତେକ ଲୋକ ଅନ୍ୟ ଜାଗାରେ ମୁଣ୍ଡନ କରାଇ ମନ୍ଦିରରେContinue reading “ଗଞ୍ଜାମର ଇଷ୍ଟଦେବୀ ତାରା ତାରିଣୀଙ୍କ ଯାତ୍ରାର ଆଜି ୨ୟ ମଙ୍ଗଳବାର : କରୋନା କଟକଣାରେ ମା’ଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ”
ରାଜ୍ୟରେ ଦିନକୁ ଦିନ ବଢ଼ୁଛି କରୋନା ସଂକ୍ରମଣ : ୨୪ ଘଂଟାରେ ୫୮୮ଜଣ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୦୫ ପଜିଟିଭ
କନକ ବ୍ୟୁରୋ : ଚିନ୍ତା ବଢାଉଛି କରୋନା ସଂକ୍ରମଣ । ୨୪ଘଂଟା ଭିତରେ ରାଜ୍ୟରେ ୫୮୮ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୩୪୨ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୨୪୬ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୮୪, କଲାହାଣ୍ଡିରୁ ୬୪, କଟକରୁ ୩୦, ନୂଆପଡ଼ାରୁ ୨୯,ସମ୍ବଲପୁରରୁ ୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡ଼ାରୁContinue reading “ରାଜ୍ୟରେ ଦିନକୁ ଦିନ ବଢ଼ୁଛି କରୋନା ସଂକ୍ରମଣ : ୨୪ ଘଂଟାରେ ୫୮୮ଜଣ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୦୫ ପଜିଟିଭ”
ଖାକିରେ ଥାଇ ହୋଲି ଖେଳିଲେ, ନାଗିନ୍ ନିଶାରେ ମସଗୁଲ ହେଲେ । ନାଗିନ୍ ଗୀତର ତାଳେ ତାଳେ ନାଚିଲେ ଉଭୟ ମହିଳା ଓ ପୁରୁଷ ପୋଲିସ କର୍ମଚାରୀ ।
କନକ ବ୍ୟୁରୋ: ଯେଉଁଠି ସମସ୍ୟାର ସମାଧାନ ପାଇଁ ଲୋକେ ଯାଆନ୍ତି, ଅଭିଯୋଗ କରି ଦୁଃଖ ଦୂର କରିବାକୁ ଚାହାନ୍ତି । ଆଉ ଆଇନର ମନ୍ଦିର କହୁଥିବା ସ୍ଥାନରେ ଚାଲିଥିଲା ନାଗିନ୍ ଡ୍ୟାନ୍ସ । ଥାନା ଭିତରେ ଚାଲିଛି ନାଗିନ୍ ଡ଼୍ୟାନ୍ସ । ପୁଲିସ ପୋଷାକରେ ଥାନା ଭିତରେ ନାଗିନ୍ ଡ଼୍ୟାନ୍ସରେ ମସଗୁଲ ଅଛନ୍ତି ପୁଲିସ୍ ବାବୁମାନେ । କେବଳ ପୁରୁଷ ପୋଲିସ କାହିଁକି ମହିଳା ପୋଲିସ କର୍ମଚାରୀମାନେ ମଧ୍ୟ ଏମିତି ଡ୍ୟାନ୍ସ କରିଛନ୍ତି ଯେ ଆପଣ ଦେଖିଲେContinue reading “ଖାକିରେ ଥାଇ ହୋଲି ଖେଳିଲେ, ନାଗିନ୍ ନିଶାରେ ମସଗୁଲ ହେଲେ । ନାଗିନ୍ ଗୀତର ତାଳେ ତାଳେ ନାଚିଲେ ଉଭୟ ମହିଳା ଓ ପୁରୁଷ ପୋଲିସ କର୍ମଚାରୀ ।”