କନକ ବ୍ୟୁରୋ : ପିପିଲି ଉପ-ନିର୍ବାଚନ ପୂର୍ବରୁ ଜବତ ହୋଇଛି ବିପୁଳ ପରିମାଣର ଟଙ୍କା । ଆସନ୍ତା ୧୭ ତାରିଖରେ ମତଦାନ ହେବାକୁ ଥିବାବେଳେ ଜବତ ହୋଇଛି ନଗଦ ୫୦ ଲକ୍ଷ ଟଙ୍କା । ନିର୍ବାଚନକୁ ଦୃଷ୍ଟିରେ ରଖି ଯାନବାହାନର କଡା ଚେକିଂ ଚାଲିଥିବା ବେଳେ ୫୦ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ତାରା ଛକ ନିକଟରେ ପୋଲିସ ଏହି ଟଙ୍କା ଜବତ କରିଛି । ପୋଲିସର ସୂଚନା ଅନୁସାରେ, ଗୋଟିଏ ବାଇକରେ ୨ଜଣ ବ୍ୟକ୍ତିContinue reading “ଉପନିର୍ବାଚନ ପୂର୍ବରୁ ପିପିଲିରୁ ଜବତ ହେଲା ୫୦ଲକ୍ଷ ଟଙ୍କା : ପୋଲିସ କହିଲା, ୨ଜଣଙ୍କୁ ଅଟକ ରଖି କରାଯାଉଛି ପଚରା ଉଚରା”
Author Archives: Raghaba
ରାଜ୍ୟରେ ସରି ଆସୁଛି କୋଭିଡ ଟିକା : ଆଜି ଦିନ ୨ଟା ସୁଦ୍ଧା ପହଂଚିବ ୩ଲକ୍ଷ ୫୦ ହଜାର କୋଭିସିଲଡ ଡୋଜ
କନକ ବ୍ୟୁରୋ : ରାଜ୍ୟରେ ଜୋରସୋରରେ ଚାଲିଛି ଟିକାକରଣ କାମ । ହେଲେ ଦିନକ ଭିତରେ ରାଜ୍ୟରେ ମହଜୁଦ ଥିବା ଟିକା ଶେଷ ହୋଇଯିବାର ଆଶଙ୍କା ରହିଛି । ତେଣୁ ତୁରନ୍ତ ୧୫ଲକ୍ଷ କୋଭିସିଲଡ ଟିକା ଯୋଗାଇଦେବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ସୋମବାର ସକାଳ ସୁଦ୍ଧା ରାଜ୍ୟରେ ୬ଲକ୍ଷ ୨ହଜାର ୪୩୦ କୋଭିସିଲଡ ଓ ୧ଲକ୍ଷ ୪୮ ହଜାର ୫୫୦ କୋଭାକସିନ ଡୋଜ ଉପଲବ୍ଧ ଥିଲା । ଏପଟେ ସୋମବାର ଗୋଟିଏ ଦିନରେContinue reading “ରାଜ୍ୟରେ ସରି ଆସୁଛି କୋଭିଡ ଟିକା : ଆଜି ଦିନ ୨ଟା ସୁଦ୍ଧା ପହଂଚିବ ୩ଲକ୍ଷ ୫୦ ହଜାର କୋଭିସିଲଡ ଡୋଜ”
କଲବଲ କରୁଛି କରୋନା କଟକଣା । ପରିବା ବିକ୍ରି ନକରିପାରି ରାସ୍ତାରେ ପରିବା ଫିଙ୍ଗିଲେ ବ୍ୟବସାୟୀ
କରୋନା ସମସ୍ତଙ୍କୁ କଲବଲ କରୁଛି । ବ୍ୟବସାୟ କ୍ଷେତ୍ର ହେଉ କି ଚାଷ କ୍ଷେତ୍ର । ସବୁଥିଲେ ଲୋକଙ୍କୁ ହଇରାଣ ହେବାକୁ ପଡୁଛି, କ୍ଷତି ସହିବାକୁ ପଡୁଛି । ଏହିଭଳି ଏକ ଘଟଣା ଝାରସୁଗୁଡାରୁ ସାମ୍ନାକୁ ଆସିଛି କଟକଣା ଯୋଗୁଁ ପରିବା ବିକ୍ରି କରିନପାରି ରାସ୍ତାରେ ଢ଼ାଳି ପରିବା ବିକାଳୀ ପ୍ରତିବାଦ । ଝାରସୁଗୁଡ଼ା ସହରରେ ଥିବା ଏକ ମାତ୍ର ବଜାରକୁ ପ୍ରଶାସନ ପକ୍ଷରୁ କରୋନା କଟକଣା ଯୋଗୁଁ ବନ୍ଦ କରିଦିଆଯାଇଛି । ଫଳରେ ଏହି ବଜାରContinue reading “କଲବଲ କରୁଛି କରୋନା କଟକଣା । ପରିବା ବିକ୍ରି ନକରିପାରି ରାସ୍ତାରେ ପରିବା ଫିଙ୍ଗିଲେ ବ୍ୟବସାୟୀ”
୫ଟି ରାଜ୍ୟରେ ମତଦାନ ଆଜି : ପଶ୍ଚିମବଙ୍ଗରେ ତୃତୀୟ ଓ ଆସାମରେ ଅନ୍ତିମ ପର୍ଯ୍ୟାୟ ଭୋଟ
କନକ ବ୍ୟୁରୋ : ୫ ରାଜ୍ୟର ବିଧାନସଭା ପାଇଁ ଚାଲିଥିବା ନିର୍ବାଚନର ସବୁଠୁ ବଡ଼ ପର୍ଯ୍ୟାୟ ଭୋଟ ଆଜି । ମୋଟ ୪୭୫ଟି ଆସନରେ ମତଦାନ ହେବ । ପଶ୍ଚିମବଙ୍ଗରେ ତୃତୀୟ, ଆସାମରେ ଚୂଡ଼ାନ୍ତ, ତାମିଲନାଡ଼ୁ, କେରଳ, ପୁଡୁଚେରୀରେ ଗୋଟିଏ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତୃତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୩୧ଟି ବିଧାନସଭା ଆସନରେ ଭୋଟ ହେବ । ହାୱଡା, ହୁଗୁଳି ଏବଂ ଦକ୍ଷିଣ ୨୪Continue reading “୫ଟି ରାଜ୍ୟରେ ମତଦାନ ଆଜି : ପଶ୍ଚିମବଙ୍ଗରେ ତୃତୀୟ ଓ ଆସାମରେ ଅନ୍ତିମ ପର୍ଯ୍ୟାୟ ଭୋଟ”
୧୨୧ ବର୍ଷ ପରେ ମାର୍ଚ୍ଚ ଦେଶର ତୃତୀୟ ସର୍ବାଧିକ ଉତ୍ତପ୍ତ ମାସ : ମାସ ସାରା ଦେଶର ସର୍ବାଧିକ ହାରାହାରି ତାପମାତ୍ରା ଥିଲା ୩୨.୬୫ ଡିଗ୍ରି ସେଲସିୟସ
କନକ ବ୍ୟୁରୋ : ଦୀର୍ଘ ୧୨୧ ବର୍ଷ ପରେ ଗତ ମାର୍ଚ୍ଚ ଦେଶର ତୃତୀୟ ସର୍ବାଧିକ ଉତ୍ତପ୍ତ ମାସ ଥିଲା । ମାର୍ଚ୍ଚରେ ଦେଶର ଅନେକ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିଲା । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଗୋଟିଏ ମାସରେ ସର୍ବାଧିକ, ସର୍ବନିମ୍ନ ଓ ସ୍ୱାଭାବିକ ତାପମାତ୍ରା କ୍ଷେତ୍ରରେ ୨୦୨୧ ମାର୍ଚ୍ଚ ଉତ୍ତପ୍ତ ମାସ ହୋଇଛି । ମାର୍ଚ୍ଚରେ ସର୍ବାଧିକ ହାରାହାରି ତାପମାତ୍ରା ୩୨ ଦଶମିକ ୬୫ ଡିଗ୍ରୀ ସେଲସିୟସ ରହିଥିଲାContinue reading “୧୨୧ ବର୍ଷ ପରେ ମାର୍ଚ୍ଚ ଦେଶର ତୃତୀୟ ସର୍ବାଧିକ ଉତ୍ତପ୍ତ ମାସ : ମାସ ସାରା ଦେଶର ସର୍ବାଧିକ ହାରାହାରି ତାପମାତ୍ରା ଥିଲା ୩୨.୬୫ ଡିଗ୍ରି ସେଲସିୟସ”
ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରହାଟକୁ ୨୧ ଦିନ ବନ୍ଦ ପାଇଁ ପ୍ରଶାସନର ନିଷ୍ପତ୍ତି : ପ୍ରତିବାଦରେ ରାସ୍ତା ଉପରେ ପରିବା ଢାଳି ବ୍ୟବସାୟୀଙ୍କ ବିକ୍ଷୋଭ
କନକ ବ୍ୟୁରୋ : କଟକଣା ଯୋଗୁଁ ପରିବା ବିକ୍ରି କରିନପାରି ରାସ୍ତାରେ ଢ଼ାଳି ପରିବା ବିକାଳୀ ପ୍ରତିବାଦ । ଝାରସୁଗୁଡ଼ା ସହରରେ ଥିବା ଏକ ମାତ୍ର ବଜାରକୁ ପ୍ରଶାସନ ପକ୍ଷରୁ କରୋନା କଟକଣା ଯୋଗୁଁ ବନ୍ଦ କରିଦିଆଯାଇଛି । ଫଳରେ ଏହି ବଜାର ଉପରେ ନିର୍ଭର କରୁଥିବା ଚାଷୀ ଏବଂ ପରିବା ବ୍ୟବସାୟମାନେ ପରିବା ବିକ୍ରି କରି ନ ପାରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ସାପ୍ତାହିକ ହାଟ ଓ ଦୈନିକ ହାଟ ବନ୍ଦContinue reading “ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରହାଟକୁ ୨୧ ଦିନ ବନ୍ଦ ପାଇଁ ପ୍ରଶାସନର ନିଷ୍ପତ୍ତି : ପ୍ରତିବାଦରେ ରାସ୍ତା ଉପରେ ପରିବା ଢାଳି ବ୍ୟବସାୟୀଙ୍କ ବିକ୍ଷୋଭ”
କରୋନା ଚେନ ଭାଙ୍ଗିବାକୁ ଉଦ୍ୟମ । ଛତିଶଗଡକୁ ଲାଗିଥିବା ରାଜ୍ୟର ୧୦ ସୀମାବର୍ତୀ ଜିଲ୍ଲାରେ ଗତକାଲି ରାତିଠୁ ଲାଗୁ ହୋଇଛି ନାଇଟ କର୍ଫ୍ୟୁ, ରାତି ୧୦ରୁ ସକାଳ ୫ ଯାଏଁ ଜାରି ରହିଥିଲା କଟକଣା
କନକ ବ୍ୟୁରୋ : ରାଜ୍ୟକୁ ପୁଣି ଫେରିଲା ନାଇଟ୍ କରଫ୍ୟୁ । ରାଜ୍ୟର ୧୦ ଜିଲ୍ଲାରେ ଲାଗୁ ହୋଇଛି ନାଇଟ୍ କଫ୍ୟୁ । ମାଲକାନଗିରି, ସୁନ୍ଦରଗଡ, ଝାରସୁଗୁଡା, ସଂବଲପୁର, ବରଗଡରେ ଲାଗୁ ହୋଇଛି ନାଇଟ୍ କରଫ୍ୟୁ । ସେହିପରି ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି ନାଇଟ୍ କଫ୍ୟୁ । ରାତି ୧୦ ଟାରୁ ସକାଳ ୫ଟା ଯାଏଁ ଏହି କଟକଣା ଜାରି ରହିଥିଲା । ଏହି ସମୟରେ କେବଳContinue reading “କରୋନା ଚେନ ଭାଙ୍ଗିବାକୁ ଉଦ୍ୟମ । ଛତିଶଗଡକୁ ଲାଗିଥିବା ରାଜ୍ୟର ୧୦ ସୀମାବର୍ତୀ ଜିଲ୍ଲାରେ ଗତକାଲି ରାତିଠୁ ଲାଗୁ ହୋଇଛି ନାଇଟ କର୍ଫ୍ୟୁ, ରାତି ୧୦ରୁ ସକାଳ ୫ ଯାଏଁ ଜାରି ରହିଥିଲା କଟକଣା”
ପୁଣି ତାତି ବଢ଼ିବ : ଏପ୍ରିଲ ଦ୍ବିତୀୟ ସପ୍ତାହ ସୁଦ୍ଧା ରାଜ୍ୟବାସୀଙ୍କୁ ତାତିରୁ ମିଳିବ ନାହିଁ ତ୍ରାହି
କନକ ବ୍ୟୁରୋ : ରାଜ୍ୟରେ ପୁଣି ତାତି ବଢ଼ିବ । ପାରଦ ଊର୍ଧ୍ବମୁଖା ହେବା ସହ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ । ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ । ମଝିରେ କାଳବୈଶାଖୀଜନିତ ବର୍ଷାର ସମ୍ଭାବନା ଥିଲେ ହେଁ ଏପ୍ରିଲ ଦ୍ବିତୀୟ ସପ୍ତାହ ସୁଦ୍ଧା ରାଜ୍ୟବାସୀଙ୍କୁ ତାତିରୁ ତ୍ରାହି ମିଳିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । କେନ୍ଦ୍ରର ସୂଚନା ଅନୁଯାୟୀ, ୪ ଦିନContinue reading “ପୁଣି ତାତି ବଢ଼ିବ : ଏପ୍ରିଲ ଦ୍ବିତୀୟ ସପ୍ତାହ ସୁଦ୍ଧା ରାଜ୍ୟବାସୀଙ୍କୁ ତାତିରୁ ମିଳିବ ନାହିଁ ତ୍ରାହି”
ଛତିଶଗଡରେ ପୁଅ ହୋଇଗଲା ସହିଦ । ହେଲେ ମା ଜଣା ଯାଉନାହିଁ ସହିଦ ହେବାର ଖବର ।
କନକ ବ୍ୟୁରୋ: ଛତିଶଗଡ଼ର ସୁକୁମା ଓ ବିଜାପୁର ସୀମା ସ୍ଥିତ ଜଙ୍ଗଲରେ ମାଓବାଦୀଙ୍କ ସହ ହୋଇଥିବା ଏନ୍କାଉଣ୍ଟରରେ ସୁରକ୍ଷା ବାହିନୀର ୨୨ ଯବାନ ସହିଦ ହୋଇଯାଇଛନ୍ତି। ଏଥିରେ ଅଯୋଧ୍ୟାରେ ରହୁଥିବା ରାଜକୁମାର ଯାଦବ ବି ସହିଦ ହୋଇଛନ୍ତି। ପରିବାରର ସବୁଠାରୁ ବଡ଼ ପୁଅ ରାଜକୁମାର ଯାଦବ ଛୁଟିରେ ଘରକୁ ଆସିଥିଲେ। ଛୁଟି ଶେଷ ହେବାପରେ ଜାନୁଆରି ୧୦ ତାରିଖରେ ସେ ଡିୟୁଟିରେ ଯୋଗ ଦେଇଥିଲେ। ସିଆରପିଏଫର କୋବରା କମାଣ୍ଡୋ ଉଇଙ୍ଗରେ ରାଜକୁମାର ଯାଦବ ନିୟୋଜିତ ଥିଲେ। ଯାଦବଙ୍କContinue reading “ଛତିଶଗଡରେ ପୁଅ ହୋଇଗଲା ସହିଦ । ହେଲେ ମା ଜଣା ଯାଉନାହିଁ ସହିଦ ହେବାର ଖବର ।”
ରାତି ୧୦ ବାଜିଲା, ଓଡ଼ିଶାର ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଆରମ୍ଭ ହେଲା ।
କନକ ବ୍ୟୁରୋ : ରାତି ୧୦ ବାଜିଲା, ରାଜ୍ୟର ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଆରମ୍ଭ ହେଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । ବିଶେଷ କରି ଯେଉଁ ଜିଲ୍ଲାଗୁଡିକ ଛତିଶଗଡ଼ ସୀମାକୁ ଲାଗିଛନ୍ତି, ସେହି ଜିଲ୍ଲାରେ କଟକଣା ଜାରି କରାଯାଇଛି । ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । ସେହିପରି ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେContinue reading “ରାତି ୧୦ ବାଜିଲା, ଓଡ଼ିଶାର ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଆରମ୍ଭ ହେଲା । “