ଆସନ୍ତା ୮ରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମେଗା ବୈଠକ । କରୋନା ସ୍ଥିତି ନେଇ ହେବ ଆଲୋଚନା ।

କନକ ବ୍ୟୁରୋ : ଗତକାଲି ଦେଶର କରୋନା ସ୍ଥିତି ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବୈଠକରେ ଦେଶରେ ବଢ଼ୁଥିବା ସଂକ୍ରମଣ ବିଷୟ‌ରେ ଜାଣିବା ପରେ ଆସନ୍ତା‌କାଲି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଉ ଏକ ବୈଠକ କରିବେ ବୋଲି ଜଣାପଡ଼ିଛି। ଏହି ବୈଠକରେ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ସନ୍ଧ୍ୟା ୬ଟା ୩୦ମିନିଟରେ ଏହି ବୈଠକ ଆରମ୍ଭ ହେବ ବୋଲି ସୂତ୍ରରୁ ଜଣାପଡ଼ିଛି। ଆସନ୍ତା‌କାଲିର ବୈଠକ ପରେ ଆସନ୍ତା ଗୁରୁବାର ପ୍ରଧାନମନ୍ତ୍ରୀ ସମସ୍ତContinue reading “ଆସନ୍ତା ୮ରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମେଗା ବୈଠକ । କରୋନା ସ୍ଥିତି ନେଇ ହେବ ଆଲୋଚନା ।”

ଦେଶରେ ଖୋଲିଲା ମା’ କ୍ଷୀର ଭଣ୍ଡାର, ୩୦ ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତୁତ ହୋଇଛି ଭଣ୍ଡାର ।

କନକ ବ୍ୟୁରୋ : ରାଜସ୍ଥାନର ଯୋଦ୍ଧପୁରଠାରେ ଦେଶର ପ୍ରଥମ ମା’କ୍ଷୀର ଭଣ୍ଡାର ପ୍ରସ୍ତୁତ ହୋଇଛି । ଏଠାରୁ ସହରର ଆବଶ୍ୟକ ଥିବା ଶିଶୁମାନଙ୍କୁ ମା’କ୍ଷୀର ଯୋଗାଇ ଦିଆଯିବ। ସହରର ‘ନବଜୀବନ ସଂସ୍ଥାନ’ ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଭଣ୍ଡାର ପ୍ରସ୍ତୁତ କରିଛି । କେନ୍ଦ୍ର ସରକାରଙ୍କ ରିପୋର୍ଟ ମୁତାବକ ଦେଶରେ ପ୍ରତିବର୍ଷ ୧୦ ଲକ୍ଷ ଶିଶୁ ମା’ କ୍ଷୀର ଅଭାବରୁ ମୃତ୍ୟୁବରଣ କରୁଛନ୍ତି । ଆବଶ୍ୟକ ବେଳେ ରୋଗରେ ପଡିଥିବା ଶିଶୁମାନଙ୍କୁ ଯଦି ମା’ କ୍ଷୀରContinue reading “ଦେଶରେ ଖୋଲିଲା ମା’ କ୍ଷୀର ଭଣ୍ଡାର, ୩୦ ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତୁତ ହୋଇଛି ଭଣ୍ଡାର ।”

ବଢୁଥିବା କରୋନା ସଂକ୍ରମଣ ମାମଲାରେ ଆସନ୍ତା ୮ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ନେଇପାରନ୍ତି ବଡ ନିଷ୍ପତ୍ତି

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଏବେ ଶୀର୍ଷ ସ୍ତରରେ ପହଂଚିଲାଣି । ଏହାକୁ ନେଇ ଆସନ୍ତା ୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ ବୋଲି ଜଣାପଡିଛି । ଏହି ଆଲୋଚନା ବେଳେ ଟିକାକରଣ ଉପରେ ଆଲୋଚନା ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ସୂଚନା ଥାଉକି ଏପ୍ରିଲ ୪ ତାରିଖ ଦିନ କରୋନା ସଂକ୍ରମଣ ଉପରେ ଏକ ଉଚ୍ଚସ୍ତରୀୟ ବୈଠକContinue reading “ବଢୁଥିବା କରୋନା ସଂକ୍ରମଣ ମାମଲାରେ ଆସନ୍ତା ୮ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ନେଇପାରନ୍ତି ବଡ ନିଷ୍ପତ୍ତି”

ନୌସେନାର ସୁରକ୍ଷାକବଚ ସାଫ୍ ଟେକ୍ନୋଲୋଜି । ଶତ୍ରୁପକ୍ଷର ମିସାଇଲ ଓ କ୍ଷେପଣାସ୍ତ୍ର କରିବ ବାଟବଣା, ଆକାଶପଥରେ ହିଁ କରିଦେବ ନଷ୍ଟ ।

କନକ ବ୍ୟୁରୋ : ଭାରତର ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ପକ୍ଷରୁ ଏକ ଅତ୍ୟାଧୁନିକ ସାଫ୍ ଟେକ୍ନୋଲୋଜିର ବିକାଶ କରିଛି । ଏହି ଟେକ୍ନୋଲୋଜି ବ୍ୟବହାର କରି ଭାରତୀୟ ନୌସେନାର ଯୁଦ୍ଧ ଜାହାଜଗୁଡ଼ିକୁ ଶତ୍ରୁପକ୍ଷର ମିସାଇଲ ବା କ୍ଷେପଣାସ୍ତ୍ର ଆକ୍ରମଣରୁ ରକ୍ଷା କରାଯାଇପାରିବ । ଯୋଧପୁରସ୍ଥିତ ଡିଆରଡିଓର ଏକ ଲାବରୋଟୋରି ପକ୍ଷରୁ ଏହି ଟେକ୍ନୋଲୋଜି ବ୍ୟବହାର କରି ତିନି ପ୍ରକାରର ରକେଟ ପ୍ରସ୍ତୁତ କରାଯାଇଛି । ସେଗୁଡ଼ିକ ହେଉଛି ସ୍ୱଳ୍ପ ଦୂରଗାମୀ ସାଫ୍ ରକେଟ୍, ମଧ୍ୟମ ଦୂରଗାମୀContinue reading “ନୌସେନାର ସୁରକ୍ଷାକବଚ ସାଫ୍ ଟେକ୍ନୋଲୋଜି । ଶତ୍ରୁପକ୍ଷର ମିସାଇଲ ଓ କ୍ଷେପଣାସ୍ତ୍ର କରିବ ବାଟବଣା, ଆକାଶପଥରେ ହିଁ କରିଦେବ ନଷ୍ଟ ।”

ଏପ୍ରିଲ ୨୬ରେ ମାଓ ସଙ୍ଗଠନର ଭାରତ ବନ୍ଦ ଡାକରା । ଛତିଶଗଡ ମାଓ ସଙ୍ଗଠନ ପକ୍ଷରୁ ପ୍ରେସ ବିବୃତି ଜାରି ।

କନକ ବ୍ୟୁରୋ: ଏପ୍ରିଲ ୨୬ରେ ମାଓ ସଙ୍ଗଠନର ଭାରତ ବନ୍ଦ ଡାକରା । ଛତିଶଗଡ ମାଓ ସଙ୍ଗଠନ ପକ୍ଷରୁ ପ୍ରେସ ବିବୃତି ଜାରି । ଅପରେସନ ‘ପ୍ରହାର’କୁ ବିରୋଧ କଲେ ମାଓବାଦୀ । ମାଓ ସଙ୍ଗଠନର ଦକ୍ଷିଣ ସବଜୋନାଲ ବ୍ୟୁରୋ ପକ୍ଷରୁ ପ୍ରେସ ବିବୃତି ଜାରି କରାଯାଇଛି । ଛତିଶଗଡର ବିଜାପୁର ଜିଲ୍ଲାରେ ଏକ ପ୍ରକାର ନରସଂହାର କରିଛନ୍ତି ମାଓବାଦୀ । ବେଶ କିଛି ମାସ ଧରି ନିସ୍କ୍ରିୟ ଥିବା ଏହି ଉଗ୍ରବାଦୀ ସଂଗଠନ ନିଜ ସ୍ଥିତିକୁContinue reading “ଏପ୍ରିଲ ୨୬ରେ ମାଓ ସଙ୍ଗଠନର ଭାରତ ବନ୍ଦ ଡାକରା । ଛତିଶଗଡ ମାଓ ସଙ୍ଗଠନ ପକ୍ଷରୁ ପ୍ରେସ ବିବୃତି ଜାରି ।”

ବାପ ଛେଉଁଣ୍ଡ ହୋଇଗଲେ ସହିଦ୍ ଯବାନଙ୍କ କୁନି କୁନି ପିଲା । ଚୁରମାର ହୋଇଗଲା ସୁନାର ସଂସାର

କନକ ବ୍ୟୁରୋ : ଛତିଶଗଡ ବିଜାପୁର ମାଓ ଆକ୍ରମଣରେ ମାଟି ମାଆ ପାଇଁ ଲଢି ସହିଦ୍ ହୋଇଗଲେ ଯବାନ । ବାପ ଛେଉଁଣ୍ଡ ହୋଇଗଲେ ତାଙ୍କର କୁନି କୁନି ପିଲା । ପୁଅକୁ ହରାଇଲେ ବାପା ମାଆ, ଏକୁଟିଆ ହୋଇଗଲା ଭାଇ । ଚୁରମାର ହୋଇଗଲା ସୁନାର ସଂସାର । ଉତ୍ତରପ୍ରଦେଶ ଚନ୍ଦୋଲିର ଧର୍ମଦେବ୍ କୁମାର । ସିଆରପିଏଫ୍ କୋର୍ବା ବାଟେଲିୟନରେ ନିୟୋଜିତ ଥିଲେ । ଧର୍ମଦେବଙ୍କ ଦୁଇଟି ଝିଅ ଅଛନ୍ତି । ଜଣେ ୮ବର୍ଷର ହୋଇଥିବାContinue reading “ବାପ ଛେଉଁଣ୍ଡ ହୋଇଗଲେ ସହିଦ୍ ଯବାନଙ୍କ କୁନି କୁନି ପିଲା । ଚୁରମାର ହୋଇଗଲା ସୁନାର ସଂସାର”

କୋଟିଆ ପ୍ରସଙ୍ଗରେ ପୁଣି ସୁପ୍ରିମକୋର୍ଟ ଗଲା ଓଡିଶା । ଆନ୍ଧ୍ର ସରକାରଙ୍କ ବିରୋଧରେ ଇଂଜକସନ୍ କଲେ ରାଜ୍ୟ ସରକାର ।

କନକ ବ୍ୟୁରୋ: ସୀମାରେ ଆନ୍ଧ୍ରର ଦାଦାଗିରି । ପୁଣି କୋଟିଆ ମାମଲାରେ ସୁପ୍ରିମକୋର୍ଟ ଗଲେ ଓଡିଶା ସରକାର । ଆନ୍ଧ୍ର ସରକାରଙ୍କ ବିରୋଧରେ ଇଂଜକସନ୍ କରିଛନ୍ତି ରାଜ୍ୟ ସରକାର । କୋଟିଆରେ ଆନ୍ଧ୍ରର ପଂଚାୟତ ନିର୍ବାଚନକୁ ବିରୋଧ କରିଛନ୍ତି ଓଡିଶା ସରକାର । ସେପଟେ ଓଡ଼ିଶାର କୋଟିଆ ପଂଚାୟତରେ ପୁଣି ଥରେ ଜୋର ଜବରଦସ୍ତ ର୍ନିବାଚନ କରିବାକୁ ଯାଉଛି ଆନ୍ଧ୍ର ସରକାର । ଓଡ଼ିଶାର ବିରୋଧ ସତ୍ୱେ ଫେବୃଆରି ମାସରେ ସରପଂଚ ଏବଂ ୱାର୍ଡସଭ୍ୟ ନିର୍ବାଚନ କରିContinue reading “କୋଟିଆ ପ୍ରସଙ୍ଗରେ ପୁଣି ସୁପ୍ରିମକୋର୍ଟ ଗଲା ଓଡିଶା । ଆନ୍ଧ୍ର ସରକାରଙ୍କ ବିରୋଧରେ ଇଂଜକସନ୍ କଲେ ରାଜ୍ୟ ସରକାର ।”

ମାଓବାଦୀଙ୍କ କବଜାରେ ଯବାନ । କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା କହିଲେ, ବ୍ୟର୍ଥ ଯିବନି ଯବାନଙ୍କ ବଳିଦାନ । ଖୁବଶୀଘ୍ର ଆରମ୍ଭ ହେବ ଅପରେସନ୍ ପ୍ରହାର-ଥ୍ରୀ ।

କନକ ବ୍ୟୁରୋ: ମାଓବାଦୀଙ୍କ କବଜାରେ ଅଛନ୍ତି ନିଖୋଜ ଯବାନ । ଛତିଶଗଡ ବିଜାପୁର ଜୋନାଗୁଡା ଜଙ୍ଗଲରେ ହୋଇଥିବା ନକ୍ସଲ ହମଲା ନିଖୋଜ ଯବାନଙ୍କ ପତା ମିଳିଛି । ଏବେ ମାଓବାଦୀ କବଜାରେ ଅଛନ୍ତି ଯବାନ । ନକ୍ସଲଙ୍କ କବଜାରେ ଥିବା ଯବାନଙ୍କ ରାକେଶୋର ସିଂ ମନହସ । ସେ ସିଆର୍ପିଏଫ୍ ୨୧୦ କୋବ୍ରା ବାଟାଲିୟନରେ କାର୍ଯ୍ୟରତ ଅଛନ୍ତି । ଘଟଣାସ୍ଥଳରୁ ୨୨ ଜଣ ଯବାନଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଜଣଙ୍କର ପତା ମିଳୁନଥିଲା ।Continue reading “ମାଓବାଦୀଙ୍କ କବଜାରେ ଯବାନ । କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା କହିଲେ, ବ୍ୟର୍ଥ ଯିବନି ଯବାନଙ୍କ ବଳିଦାନ । ଖୁବଶୀଘ୍ର ଆରମ୍ଭ ହେବ ଅପରେସନ୍ ପ୍ରହାର-ଥ୍ରୀ ।”

ପିପିଲିରେ ଯାଞ୍ଚ ବେଳେ ପ୍ରାୟ ୫୦ ଲକ୍ଷ ଟଙ୍କା ଜବତ । ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ପୋଲିସ

କନକ ବ୍ୟୁରୋ: ପିପିଲିରେ ଯାଞ୍ଚ ବେଳେ ପ୍ରାୟ ୫୦ ଲକ୍ଷ ଟଙ୍କା ଜବତ କଲା ପୋଲିସ । ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି । ଏହାସହ ଦୁଇଟି ପଲସର ବାଇକ ମଧ୍ୟ ଜବତ କରାଯାଇଛି । ଟୋଲଗେଟରେ ଯାଞ୍ଚ ବେଳେ ଗାଡି ଅଟକାଇନଥିଲେ ସମ୍ପୃକ୍ତ ଯୁବକ । ପୋଲିସ ସନ୍ଦେହ କରି ତାଙ୍କ ପିଛା କରିଥିଲା । ତରାକଜ ଛକ ନିକଟରେ ୨ ଜଣଙ୍କୁ ଧରିବା ସହ ଟଙ୍କା ଜବତ କରିଥିଲାContinue reading “ପିପିଲିରେ ଯାଞ୍ଚ ବେଳେ ପ୍ରାୟ ୫୦ ଲକ୍ଷ ଟଙ୍କା ଜବତ । ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ପୋଲିସ”

ବଢୁଛି କରୋନା, ବଢୁଛି କଟକଣା । ଉତ୍ତରପ୍ରଦେଶର ସବୁ ଜିଲ୍ଲାରେ ଲାଗିଲା ଧାରା ୧୪୪

କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ରାଜ୍ୟର ସବୁ ଜିଲ୍ଲାରେ ଆଜିଠାରୁ ୧୪୪ ଧାରା ଲାଗୁ କରିଛନ୍ତି । ଏହି କ୍ରମରେ ଗୋଟିଏ ସ୍ଥାନରେ ୫ ରୁ ଅଧିକ ଲୋକ ଏକତ୍ରିତ ହେବାକୁ ବାରଣ କରାଯାଇଛି । ପଞ୍ଚାୟତ ନିର୍ବାଚନ ପ୍ରଚାର ବେଳେ ବି ଏହି କଟକଣା ଲାଗୁ କରାଯିବ । ଏନେଇ ସବୁ ଜିଲ୍ଲାର ଡିଏମ୍ ଓ ଏସ୍ ପି ମାନଙ୍କୁ ଚିଠି ଲେଖାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀContinue reading “ବଢୁଛି କରୋନା, ବଢୁଛି କଟକଣା । ଉତ୍ତରପ୍ରଦେଶର ସବୁ ଜିଲ୍ଲାରେ ଲାଗିଲା ଧାରା ୧୪୪”

Design a site like this with WordPress.com
Get started