ଆଉ ମା’ କ୍ଷୀର ଅଭାବରୁ ମରିବେନି ଶିଶୁ । ଦେଶରେ ପ୍ରଥମଥର ପାଇଁ ଖୋଲିଲା ମା’କ୍ଷୀର ଭଣ୍ଡାର

କନକ ବ୍ୟୁରୋ : ରାଜସ୍ଥାନ ଯୋଦ୍ଧପୁର ଠାରେ ଦେଶର ପ୍ରଥମ ମା’କ୍ଷୀର ଭଣ୍ଡାର ପ୍ରସ୍ତୁତ ହୋଇଛି । ଏଠାରୁ ସହରର ଆବଶ୍ୟକ ଥିବା ଶିଶୁ ମାନଙ୍କୁ ମା’କ୍ଷୀର ଯୋଗାଇ ଦିଆଯିବ । ସହରର ‘ନବଜୀବନ ସଂସ୍ଥାନ’ ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଭଣ୍ଡାର ପ୍ରସ୍ତୁତ କରିଛି । କେନ୍ଦ୍ର ସରକାରଙ୍କ ରିପୋର୍ଟ ମୁତାବକ ଦେଶରେ ପ୍ରତିବର୍ଷ ୧୦ ଲକ୍ଷ ଶିଶୁ ମା’କ୍ଷୀର ଅଭାବରୁ ମୃତ୍ୟୁବରଣ କରୁଛନ୍ତି । ଆବଶ୍ୟକ ବେଳେ ରୋଗରେ ପଡିଥିବା ଶିଶୁମାନଙ୍କୁ ଯଦିContinue reading “ଆଉ ମା’ କ୍ଷୀର ଅଭାବରୁ ମରିବେନି ଶିଶୁ । ଦେଶରେ ପ୍ରଥମଥର ପାଇଁ ଖୋଲିଲା ମା’କ୍ଷୀର ଭଣ୍ଡାର”

ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ଗୋଟିଏ ଦିନରେ ଚିହ୍ନଟ ହେଲେ ୫ ଶହରୁ ଅଧିକ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଚିହ୍ନଟ

କନକ ବ୍ୟୁରୋ : ରାଜ୍ୟକୁ ପୁଣି ଫେରିଛି କରୋନାର ଦ୍ୱିତୀୟ ଲହର । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।  ୫୭୩ ମଧ୍ୟରୁ କ୍ୱାରେଣ୍ଟିନରୁ ୩୩୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ରହିଛି ୨୩୬ । ବିଭାଗର ସୂଚନା ମୁତାବକ ଅନୁଗୁଳ ୩୨, ବାଲେଶ୍ୱର ୧୧, ବରଗଡ ୪୩, ଭଦ୍ରକ ୩, ବଲାଙ୍ଗୀର ୨୦,Continue reading “ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ଗୋଟିଏ ଦିନରେ ଚିହ୍ନଟ ହେଲେ ୫ ଶହରୁ ଅଧିକ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଚିହ୍ନଟ”

ସ୍ଥିତି ଅସମ୍ଭାଳ । ଗତ ୨୪ ଘଂଟାରେ ୧ ଲକ୍ଷ ପାର କଲା ସଂକ୍ରମିତଙ୍କ ସଂଖ୍ୟା । ୪୭୮ ଲୋକଙ୍କ ମୃତ୍ୟୁ

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ପହଂଚିଛି । ପ୍ରଥମଥର ପାଇଁ ଦେଶରେ ଗତ ୨୪ ଘଂଟାରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ପାର କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ଗତ ୨୪ ଘଂଟାରେ ଦେଶରେ ୧,୦୩,୫୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ୪୭୮ ଜଣଙ୍କର ମୃତ୍ୟୁ ହୋଇଛି । ଏହା ପୂର୍ବରୁ ଦେଶରେ ସବୁଠାରୁ ଅଧିକ ସଂକ୍ରମିତ ୨୦୨୦ ସେପ୍ଟେମ୍ବର ୧୭Continue reading “ସ୍ଥିତି ଅସମ୍ଭାଳ । ଗତ ୨୪ ଘଂଟାରେ ୧ ଲକ୍ଷ ପାର କଲା ସଂକ୍ରମିତଙ୍କ ସଂଖ୍ୟା । ୪୭୮ ଲୋକଙ୍କ ମୃତ୍ୟୁ”

ଛତିଶଗଡ଼ର ସୁକମା-ବିଜାପୁର ସୀମାରେ ପହଂଚିବେ ଅମିତ ଶାହା : ସୁରକ୍ଷାକର୍ମୀଙ୍କ ଉପରେ ନକ୍ସଲ ହମଲା ସ୍ଥଳ ବୁଲି ଦେଖିବେ କେନ୍ଦ୍ର ଗୃହମନ୍ତ୍ରୀ

କନକ ବ୍ୟୁରୋ : ଛତିଶଗଡ଼ର ସୁକମା-ବିଜାପୁର ସୀମାକୁ ଯିବେ ଅମିତ ଶାହା । ସୁରକ୍ଷାକର୍ମୀଙ୍କ ଉପରେ ନକ୍ସଲ ହମଲା ସ୍ଥଳ ବୁଲି ଦେଖିବା ସହ ସହିଦକୁ ଶ୍ରଦ୍ଧାଂଜଳି ଜଣାଇବେ । ଏହା ସହ ହସ୍ପିଟାଲ ଯାଇ ଆହତ ଯବାନଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଛତିଶଗଡ଼ରେ ନକ୍ସଲ ହମଲାରେ ୨୨ ଯବାନ ସହିଦ ହୋଇଛନ୍ତି । ୩୦ ଜଣ ଆହତଙ୍କର ଏବେ ଚିକିତ୍ସା ଚାଲିଛି । ମାଓବାଦୀଙ୍କୁ ମୁହଁତୋଡ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଂଟContinue reading “ଛତିଶଗଡ଼ର ସୁକମା-ବିଜାପୁର ସୀମାରେ ପହଂଚିବେ ଅମିତ ଶାହା : ସୁରକ୍ଷାକର୍ମୀଙ୍କ ଉପରେ ନକ୍ସଲ ହମଲା ସ୍ଥଳ ବୁଲି ଦେଖିବେ କେନ୍ଦ୍ର ଗୃହମନ୍ତ୍ରୀ”

ଷ୍ଟେଜରେ ଗୀତ ଗାଉଥିଲେ ବଲିଉଡ ସିଙ୍ଗର ଜୁବିନ ନୌଟିଆଲ : ଅଚାନକ ଚଢ଼ାଉ କଲା ପୋଲିସ, ଷ୍ଟେଜ ଛାଡ଼ି ଚାଲିଗଲେ ସିଙ୍ଗର

କନକ ବ୍ୟୁରୋ : ବାଲେଶ୍ୱର ଆସିଥିଲେ ବଲିଉଡର ଷ୍ଟାର ସିଙ୍ଗର ଜୁବିନ ନୌଟିଆଲ । ଜୁବିନଙ୍କ ମ୍ୟୁଜିକାଲ ନାଇଟ୍କୁ ଉପଭୋଗ କରିବା ପାଇଁ ସବୁ ଯେମିତି ଚାତକ ପରି ଚାହିଁ ବସିଥିଲେ । ସେପଟେ ଅପେକ୍ଷାର ଅନ୍ତ ଘଟାଇ ଜୁବିନ୍ ବି ନିର୍ଦ୍ଧାରିତ ସମୟରେ ମଂଚ ଉପରକୁ ଆସିଥିଲେ । ହେଲେ ତାଙ୍କ କଣ୍ଠରୁ ଗୀତ ବାହାରୁ ବାହାରୁ ମଂଚ ଉପରକୁ ଚାଲି ଆସିଥିଲେ ପୋଲିସ ଫୋର୍ସ । ତେଣୁ ଗୀତ ଗାଇ ନପାରି ଜୁବିନ୍ ଫେରିContinue reading “ଷ୍ଟେଜରେ ଗୀତ ଗାଉଥିଲେ ବଲିଉଡ ସିଙ୍ଗର ଜୁବିନ ନୌଟିଆଲ : ଅଚାନକ ଚଢ଼ାଉ କଲା ପୋଲିସ, ଷ୍ଟେଜ ଛାଡ଼ି ଚାଲିଗଲେ ସିଙ୍ଗର”

ପୁଣି ଆନ୍ଧ୍ରର ଦାଦାଗିରି : କୋରାପୁଟ ଜିଲ୍ଲାର କୋଟିଆରେ ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନ ପାଇଁ ଜାରି କଲା ବିଜ୍ଞପ୍ତି

କନକ ବ୍ୟୁରୋ : ଆନ୍ଧ୍ରର ଦାଦାଗିରି । ଓଡ଼ିଶାର କୋଟିଆ ପଂଚାୟତରେ ପୁଣି ଥରେ ଜୋର ଜବରଦସ୍ତ ନିର୍ବାଚନ କରିବାକୁ ଯାଉଛି ଆନ୍ଧ୍ର ସରକାର । ଓଡ଼ିଶାର ବିରୋଧ ସତ୍ୱେ ଫେବୃଆରୀ ମାସରେ ସରପଂଚ ଏବଂ ୱାର୍ଡସଭ୍ୟ ନିର୍ବାଚନ କରି ସାରିଥିବା ବେଳେ ଆସନ୍ତା ୮ ତାରିଖରେ ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ପାଇଁ ନିର୍ବାଚନ କରିବ ଆନ୍ଧ୍ର । ଏଥିପାଇଁ ସରକାର ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଉ ୧୦Continue reading “ପୁଣି ଆନ୍ଧ୍ରର ଦାଦାଗିରି : କୋରାପୁଟ ଜିଲ୍ଲାର କୋଟିଆରେ ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନ ପାଇଁ ଜାରି କଲା ବିଜ୍ଞପ୍ତି”

ଚର୍ଚ୍ଚାରେ କଳାହାଣ୍ଡି କେସିଙ୍ଗାର ନିର୍ବାହୀ ଅଧିକାରୀ : ଟୀକା ନେବା ପାଇଁ ବୟସ୍କ ଲୋକଙ୍କ ବୁଝାଉଛନ୍ତି, ଗାଡିରେ ବସାଇ ଟୀକା ନେବାକୁ ଆଣୁଛନ୍ତି

କନକ ବ୍ୟୁରୋ : କରୋନା ଟିକାକରଣ ପାଇଁ ବୃଦ୍ଧ ବୃଦ୍ଧାଙ୍କୁ ବୁଝାଉଛନ୍ତି । ଆଉ କାର୍ଯ୍ୟାଳୟର ବଲେରୋ ଗାଡିରେ ବୃଦ୍ଧ, ବୃଦ୍ଧାଙ୍କୁ ଟିକାକରଣ କେନ୍ଦ୍ରକୁ ଆଣି ଟିକା ଦେଉଛନ୍ତି । କଳାହାଣ୍ଡି ଜିଲ୍ଲା କେସିଙ୍ଗାର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ବ୍ଲକର ବୟସ୍କ ଲୋକଙ୍କୁ ଆଣି ଟିକା ନେବାରେ ପ୍ରୋତ୍ସାହିତ କରି ଅନ୍ୟଙ୍କ ପାଇଁ ପ୍ରେରଣା ସାଜିଛନ୍ତି । କରୋନା ଚେନ ଭାଙ୍ଗିବା ପାଇଁ ଟିକାକରଣ କରିବାକୁ ସରକାର ତତ୍ପରତା ଦେଖାଇଛନ୍ତି । ହେଲେ ସଚେତନତା ଅଭାବରୁContinue reading “ଚର୍ଚ୍ଚାରେ କଳାହାଣ୍ଡି କେସିଙ୍ଗାର ନିର୍ବାହୀ ଅଧିକାରୀ : ଟୀକା ନେବା ପାଇଁ ବୟସ୍କ ଲୋକଙ୍କ ବୁଝାଉଛନ୍ତି, ଗାଡିରେ ବସାଇ ଟୀକା ନେବାକୁ ଆଣୁଛନ୍ତି”

କେନାଲରୁ ମିଳିଲା ନିଖୋଜ ଯୁବକର ମୃତଦେହ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ 

କନକ ବ୍ୟୁରୋ : କେନାଲରୁ ମିଳିଲା ନିଖୋଜ ଯୁବକର ମୃତଦେହ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଂଚଳର ଠେଲକୋମୁଣ୍ଡା ନିକଟରୁ ମୃତଦେହ ଉଦ୍ଧାର କରିଛି କୁଟୁରୁ ପୁଲିସ । ମୃତକ ଜୟପାଟଣାର ସୀମାଂଚଳ ମହାପାତ୍ର ବୋଲି ପୁଲିସ ଚିହ୍ନଟ କରିଛି । ମୃତଦେହର ମୁଣ୍ଡ ଓ ଅଂଟାରେ ଗଭୀର କ୍ଷତ ଚିହ୍ନ ରହିଥିବା ବେଳେ ମୃତ୍ୟୁର କାରଣ ଜଣାପଡି ନାହିଁ । ଆଜି ସକାଳେ ମୃତକଙ୍କ ପରିବାର ପକ୍ଷରୁ ନିଖୋଜ ନେଇ ଏତଲା ଦିଆଯାଇଥିଲା । ହେଲେContinue reading “କେନାଲରୁ ମିଳିଲା ନିଖୋଜ ଯୁବକର ମୃତଦେହ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ “

ଜଳ ପ୍ରଳୟ ପରେ ଜଙ୍ଗଲ ନିଆଁ । ଉତ୍ତରାଖଣ୍ଡର ବିଭିନ୍ନ ଜିଲ୍ଲାରେ ଜଳୁଛି ଜଙ୍ଗଲ, ନିଆଁ ଲିଭାଇବାକୁ NDRF ଓ ଚପ୍ପର ନିୟୋଜିତ ।

କନକ ବ୍ୟୁରୋ: ଜଳୁଛି ଜଙ୍ଗଲ, ଉତ୍ତରାଖଣ୍ଡରେ ଜଳ ପ୍ରଳୟ ପରେ ଏବେ ନୟାନ୍ତ କଲାଣି ଜଙ୍ଗଲ ନିଆଁ । ଆଉ ସେ ନିଆଁକୁ ଆୟତ୍ତ କରିବା ପାଇଁ ଏନଡିଆରଏଫ୍ ଟିମ୍ ଏବଂ ଚପ୍ପର ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରଣାଳୟ । ଉତ୍ତରାଖଣ୍ଡ ଜଙ୍ଗଲ ବିଭାଗର ସୂଚନା ଅନୁଯାୟୀ, ଜାନୁଆରୀ ୧ରୁ ରାଜ୍ୟରେ ୧,୦୨୮ ଜଙ୍ଗଲ ଅଗ୍ନିକାଣ୍ଡ ଘଟିଛି ଯେଉଁଥିରେ ୧,୩୫୯ ହେକ୍ଟର ଜଙ୍ଗଲ ଜମି କ୍ଷତିଗ୍ରସ୍ତ ହୋଇଛି ।  #ନୈନିତାଲ_ଜଙ୍ଗଲରେ_ନିଆଁ ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେContinue reading “ଜଳ ପ୍ରଳୟ ପରେ ଜଙ୍ଗଲ ନିଆଁ । ଉତ୍ତରାଖଣ୍ଡର ବିଭିନ୍ନ ଜିଲ୍ଲାରେ ଜଳୁଛି ଜଙ୍ଗଲ, ନିଆଁ ଲିଭାଇବାକୁ NDRF ଓ ଚପ୍ପର ନିୟୋଜିତ ।”

ଆଜି ୭ ଜିଲ୍ଲାରେ ବର୍ଷା ଆଶଙ୍କା : ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

କନକ ବ୍ୟୁରୋ : ଆଜି ୭ ଜିଲ୍ଲାରେ ବର୍ଷା ଆଶଙ୍କା । ରାୟଗଡ଼ା, କୋରାପୁଟ, ଗଜପତି,ମୟୂରଭଂଜ, କେନ୍ଦୁଝର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ କରିଛି । ବାକି ଜିଲ୍ଲାରେ ଗୁଡ଼ିକଲେ ଶୁଖିଲା ରହିବ ପାଗ । ଗତ ୨ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେଉଥିବାରୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିିଛି ।Continue reading “ଆଜି ୭ ଜିଲ୍ଲାରେ ବର୍ଷା ଆଶଙ୍କା : ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ”

Design a site like this with WordPress.com
Get started