ଦେଶରେ ବଢ଼ୁଛି କରୋନାର ଦୈନିକ ସଂକ୍ରମଣ : ସ୍ଥିତିର ସମୀକ୍ଷା କଲେ ନରେନ୍ଦ୍ର ମୋଦୀ; ସଂକ୍ରମଣ ରୋକିବାକୁ ୫ସୂତ୍ରୀ ପ୍ରସ୍ତାବ ଦେଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : କରୋନାର ଦୈନିକ ସଂକ୍ରମଣ ସର୍ବକାଳୀନ ରେକର୍ଡ ସ୍ତରରେ ପହଂଚିଛି । ରବିବାର ଗୋଟିଏ ଦିନରେ  ଦେଶରେ ୧ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ପ୍ରକାଶିତ ରିପୋର୍ଟ ଅନୁସାରେ ଗତ ୨୪ ଘଂଟାରେ ସାରାଦେଶରେ ୧ ଲକ୍ଷ ୩ ହଜାର ୮୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତବର୍ଷ ସେପ୍ଟେମ୍ବର ମାସରେ ସର୍ବାଧିକ ଦୈନିକ ସଂକ୍ରମଣଠାରୁ ୫ ହଜାରContinue reading “ଦେଶରେ ବଢ଼ୁଛି କରୋନାର ଦୈନିକ ସଂକ୍ରମଣ : ସ୍ଥିତିର ସମୀକ୍ଷା କଲେ ନରେନ୍ଦ୍ର ମୋଦୀ; ସଂକ୍ରମଣ ରୋକିବାକୁ ୫ସୂତ୍ରୀ ପ୍ରସ୍ତାବ ଦେଲେ ପ୍ରଧାନମନ୍ତ୍ରୀ”

ବିଜୁଳି ଦର ବୃଦ୍ଧି ପ୍ରତିବାଦକୁ ଆଉ ପାଦେ ଆଗେଇ ନେବ କଂଗ୍ରେସ : ଆଜି ସମସ୍ତ ସଦର ମହକୁମା ଓ ବ୍ଲକରେ ବିଦ୍ୟୁତ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ

କନକ ବ୍ୟୁରୋ : ବିଦ୍ୟୁତ ଦର ବୃଦ୍ଧିକୁ ନେଇ କଂଗ୍ରେସ କରିବ ବିକ୍ଷୋଭ ପ୍ରଦର୍ଶନ । ଆଜି ବିଦ୍ୟୁତ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ । ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକରେ ଥିବା ବିଦ୍ୟୁତ କାର୍ଯ୍ୟାଳୟ ସାମ୍ନା ଏବଂ ୬ ତାରିଖରେ ଭୁବନେଶ୍ୱର ସ୍ଥିତ ଓଇଆରସିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ସମାବେଶ କରି ଦରବୃଦ୍ଧିର ପ୍ରତିବାଦ କରାଯିବ ବୋଲି କଂଗ୍ରେସର ପିସିସି ସଭାପତି ନିରଂଜନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।Continue reading “ବିଜୁଳି ଦର ବୃଦ୍ଧି ପ୍ରତିବାଦକୁ ଆଉ ପାଦେ ଆଗେଇ ନେବ କଂଗ୍ରେସ : ଆଜି ସମସ୍ତ ସଦର ମହକୁମା ଓ ବ୍ଲକରେ ବିଦ୍ୟୁତ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ”

ସଂକ୍ରମଣ ସୀମା ଡେଇଁଲା, ରାଜ୍ୟରେ କଟକଣା ଲାଗିଲା । କରୋନା କମାଇବାକୁ ନାଇଟ କର୍ଫ୍ୟୁ ଲଗାଇଲେ ସରକାର । ଆଜି ଠାରୁ ୧୦ ଜିଲ୍ଲାରେ ଜାରି ରାତ୍ରୀକାଳୀନ କର୍ଫ୍ୟୁ ।

କନକ ବ୍ୟୁରୋ: ଓଡ଼ିଶାକୁ ପୁଣି ଫେରିଲା ନାଇଟ୍ କର୍ଫ୍ୟୁ । ଆଜିଠୁ ୧୦ ଜିଲ୍ଲାରେ ରାତ୍ରୀକାଳୀନ କଟକଣା । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କଟକଣା । କରୋନା ବଢିଲା, ନାଇଟ କର୍ଫ୍ୟୁ ଫେରିଲା । ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବାକୁ କଟକଣା କଡା କଲେ ରାଜ୍ୟ ସରକାର । ପଡିଶା ଛତିଶଗଡ ପାଇଁ ଓଡିଶା ଛାତିରେ ଛନକା ପଶିଥିବା ବେଳେ କରୋନା ଛତିଶଗଡରୁ ଛୁଟୁଥିବା ଆଶଙ୍କା କରାଯାଉଛି । ଆଉ ଏହାକୁ ଦୃଷ୍ଟିରେ ରଖି ୧୦ଟିContinue reading “ସଂକ୍ରମଣ ସୀମା ଡେଇଁଲା, ରାଜ୍ୟରେ କଟକଣା ଲାଗିଲା । କରୋନା କମାଇବାକୁ ନାଇଟ କର୍ଫ୍ୟୁ ଲଗାଇଲେ ସରକାର । ଆଜି ଠାରୁ ୧୦ ଜିଲ୍ଲାରେ ଜାରି ରାତ୍ରୀକାଳୀନ କର୍ଫ୍ୟୁ ।”

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଲୁଟ୍ : ରାଇରଙ୍ଗପୁର ଶାକମ୍ବରୀ ପେଟ୍ରୋଲ ପମ୍ପରେ ୮ ଦୁର୍ବୃତ ସଶସ୍ତ୍ର ଡକାୟତି

କନକ ବ୍ୟୁରୋ : ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଲୁଟ୍ । ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଏନଏଚ-୨୨୦ ଭାଲୁବସା ଛକ ନିକଟ ଶାକମ୍ବରୀ ପେଟ୍ରୋଲ ପମ୍ପରେ ଏହି ଲୁଟ ହୋଇଛି । ୮ ଜଣ ଦୁର୍ବୃତ ହଠାତ୍ ପଶି ଆସି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ନିସ୍ତୁକ ମାଡ ମାରି ଲକ୍ଷାଧିକ ଟଙ୍କା ଲୁଟ୍ କରିଛନ୍ତି । ସମସ୍ତଙ୍କୁ ଏକ କଠୋରରେ ବନ୍ଧକ ବନେଇ ସବୁ କର୍ମଚାରୀଙ୍କ ମୋବାଇଲ ଫୋନ ନେଇ ଦୁର୍ବୃତମାନେContinue reading “ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଲୁଟ୍ : ରାଇରଙ୍ଗପୁର ଶାକମ୍ବରୀ ପେଟ୍ରୋଲ ପମ୍ପରେ ୮ ଦୁର୍ବୃତ ସଶସ୍ତ୍ର ଡକାୟତି”

ନାକେଦମ୍ କଲାଣି କରୋନାର ଦ୍ୱିତୀୟ ଲହର! ଦେଶରେ ପ୍ରଥମଥର ପାଇଁ ୧ ଲକ୍ଷ ଟପିଲା ଦୈନିକ ସଂକ୍ରମଣ ।

କନକ ବ୍ୟୁରୋ: ଧିରେ ଧିରେ ଭାରତରେ ବଢୁଛି ଭୂତାଣୁର କାୟା । ଦେଶରେ କରୋନାର ଦ୍ଵିତୀୟ ଲହର ସୃଷ୍ଟି କଲାଣି ସାଂଘାତିକ ସ୍ଥିତି । ଦେଶରେ ପ୍ରଥମ ଥର ପାଇଁ ୧ ଲକ୍ଷ ଟପିଲା ଦୈନିକ କରୋନା ସଂକ୍ରମଣ । ଏପରିକି କି ଏହି ଦୈନିକ ସଂକ୍ରମଣ ଭାରତରେ ସର୍ବକାଳୀନ ରେକର୍ଡ ସଂଖ୍ୟକ ସଂକ୍ରମଣ । କାରଣ ପୂର୍ବରୁ ସର୍ବାଧିକ ଦୈନିକ ସଂକ୍ରମଣ ଥିଲା ୯୭, ୮୯୪ । ଗତବର୍ଷ ସେପ୍ଟେମ୍ବର ୧୬ରେ ଏହି ସଂଖ୍ୟା ଦେଖିଥିଲାContinue reading “ନାକେଦମ୍ କଲାଣି କରୋନାର ଦ୍ୱିତୀୟ ଲହର! ଦେଶରେ ପ୍ରଥମଥର ପାଇଁ ୧ ଲକ୍ଷ ଟପିଲା ଦୈନିକ ସଂକ୍ରମଣ ।”

ନକ୍ସଲ ନରସଂହାରର ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରର ବଡ ପ୍ରସ୍ତୁତି : ଗୃହ ମନ୍ତ୍ରାଳୟ ଓ ସିଆରପିଏଫ ଅଧିକାରୀଙ୍କ ସହ ଶାହାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

କନକ ବ୍ୟୁରୋ : ବିଜାପୁର ନକ୍ସଲ ନରସଂହାର ଘଟଣାରେ ଗୃହମନ୍ତ୍ରୀ ଅମିତ ଶାହା ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ନକ୍ସଲଙ୍କୁ ଦମନ କରିବା ପାଇଁ ଏକ ବଡ ଯୋଜନା କରାଯାଉଥିବା ସୂଚନା ମିଳିଛି । ସୁତ୍ର ଅନୁସାରେ ଏହି ବୈଠକରେ ଅମିତ ଶାହା କହିଛନ୍ତି ନକ୍ସଲଙ୍କ ବିରୋଧରେ ଅପରେସନରେ କୌଣସି ପ୍ରକାରର ଅବହେଳା ନହେବା ଦରକାର । ଏହି ନକ୍ସଲ ଆକ୍ରମଣ ଘଟଣାର ତଦନ୍ତ ଏନଆଇଏକୁ ଦିଆଯିବାର ସମ୍ଭାବନା ଅଛି । ଗୃହContinue reading “ନକ୍ସଲ ନରସଂହାରର ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରର ବଡ ପ୍ରସ୍ତୁତି : ଗୃହ ମନ୍ତ୍ରାଳୟ ଓ ସିଆରପିଏଫ ଅଧିକାରୀଙ୍କ ସହ ଶାହାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ”

ଚିନ୍ତା ବଢାଇଲା ଭୁବନେଶ୍ୱର ବିମାନବନ୍ଦର । ଆଜି ୧୦ ଜଣ ବାହାର ରାଜ୍ୟ ଫେରାନ୍ତ ପଜିଟିଭ ଚିହ୍ନଟ ।

କନକ ବ୍ୟୁରୋ: ଚିନ୍ତା ବଢାଉଛି ଭୁବନେଶ୍ୱର ବିମାନ ବନ୍ଦର । ଆଜି ୧୦ ଜଣ ବାହାର ରାଜ୍ୟ ଫେରାନ୍ତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୩ ଦିନରେ ୨୫ଜଣ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଆଜିର ୧୦ କରୋନା ଆକ୍ରାନ୍ତକୁ ମିଶାଇ ମୋଟ ୩୫ ଜଣ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇସାରିଲେଣି । ତେବେ ବିମାନ ବନ୍ଦରରୁ ସଂକ୍ରମିତ ଚିହ୍ନଟ ସମସ୍ତ ଯାତ୍ରୀ ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେରୁ ଆସିଥିବାContinue reading “ଚିନ୍ତା ବଢାଇଲା ଭୁବନେଶ୍ୱର ବିମାନବନ୍ଦର । ଆଜି ୧୦ ଜଣ ବାହାର ରାଜ୍ୟ ଫେରାନ୍ତ ପଜିଟିଭ ଚିହ୍ନଟ ।”

୨୦୧୨ରୁ ଆରମ୍ଭ ହୋଇଥିବା ବ୍ୟବସାୟ ଏବେ ବାର୍ଷିକ ଦେଉଛି ୧୨ଲକ୍ଷ ଟଙ୍କାର ଆୟ । ଧୂପକାଠି ତିଆରି କରି ସ୍ୱାବଲମ୍ବୀ ହେଲେ ଧର୍ମଶାଳାର ମହିଳା ସଂଘ । 

କନକ ବ୍ୟୁରୋ : ଧୂପକାଠି ବ୍ୟବସାୟ କରି ସ୍ୱାବଲମ୍ବୀ ହୋଇଛନ୍ତି ମହିଳା । ଯାଜପୁର ଜିଲ୍ଳା ଧର୍ମଶାଳାର ପାଟପୁର ଅଗରବତୀ ମହାସଂଘର ମହିଳାମାନେ ଧୂପକାଠି ବିକ୍ରି କରି ବାର୍ଷିକ ୧୦ରୁ ୧୨ଲକ୍ଷ ଟଙ୍କାର ବ୍ୟବସାୟ କରୁଛନ୍ତି । ୨୦୧୨ ମସିହାରୁ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଏବେ ସଫଳତାର ଶୀର୍ଷରେ ପହଞ୍ଚିଛି ଏବଂ ଏହି ମହିଳାମାନଙ୍କୁ ବ୍ୟବସାୟୀର ପରିଚୟ ବି ଦେଇଛି । ଏହି ମହିଳା ଜଣକ ହେଉଛନ୍ତି ପାଟପୁର ଗାଁର ଶାନ୍ତିଲତା ଦାସ । ରୋଜଗାରContinue reading “୨୦୧୨ରୁ ଆରମ୍ଭ ହୋଇଥିବା ବ୍ୟବସାୟ ଏବେ ବାର୍ଷିକ ଦେଉଛି ୧୨ଲକ୍ଷ ଟଙ୍କାର ଆୟ । ଧୂପକାଠି ତିଆରି କରି ସ୍ୱାବଲମ୍ବୀ ହେଲେ ଧର୍ମଶାଳାର ମହିଳା ସଂଘ । “

କୋଟିଆରେ ମାତ୍ ଖାଇଲା ଆନ୍ଧ୍ର । ଅଧିକ ଦରରେ କୋଟିଆ ତେନ୍ତୁଳି କିଣିଲା କୋରାପୁଟ ପ୍ରଶାସନ, ଖାଲି ହାତରେ ଫେରିଗଲେ ଆନ୍ଧ୍ର ବେପାରୀ । ୨୫ ବଦଳରେ ୩୬ଟଙ୍କାରେ ଓଡିଶା ସରକାରଙ୍କୁ ତେନ୍ତୁଳି ବିକିଲେ କୋଟିଆବାସୀ ।

କନକ ବ୍ୟୁରୋ : ଓଡ଼ିଶାର ଯୋଜନା ପାଖରେ ହାର ମାନିଲା ଆନ୍ଧ୍ର । କୋଟିଆରୁ ନିରାଶ ହୋଇ ଫେରିଲା ଆନ୍ଧ୍ର ଗାଡ଼ି । ପ୍ରଥମ ଥର ପାଇଁ ଓଡ଼ିଶା କିଣିଲା କୋଟିଆ ତେନ୍ତୁଳି । ମିଶନ କୋଟିଆ ପାଇଁ କୋରାପୁଟ ଜିଲ୍ଳା ପ୍ରଶାସନର ଆଗୁଆ ରଣନୀତି ସଫଳ ହୋଇଛି । ବିକାଶ ପରେ ଏବେ କୋଟିଆରେ ଜୀବନ ଜୀବିକା ଉପରେ ରାଜ୍ୟ ସରକାର ଦେଇଛନ୍ତି ଅଧିକ ଗୁରୁତ୍ୱ । ତେନ୍ତୁଳି । ତେନ୍ତୁଳିକୁ ଅନେକ କ୍ଷେତ୍ରରେ ବ୍ୟବହାରContinue reading “କୋଟିଆରେ ମାତ୍ ଖାଇଲା ଆନ୍ଧ୍ର । ଅଧିକ ଦରରେ କୋଟିଆ ତେନ୍ତୁଳି କିଣିଲା କୋରାପୁଟ ପ୍ରଶାସନ, ଖାଲି ହାତରେ ଫେରିଗଲେ ଆନ୍ଧ୍ର ବେପାରୀ । ୨୫ ବଦଳରେ ୩୬ଟଙ୍କାରେ ଓଡିଶା ସରକାରଙ୍କୁ ତେନ୍ତୁଳି ବିକିଲେ କୋଟିଆବାସୀ ।”

ସଂକ୍ରମଣ ବଢୁଥିବାବେଳେ ମନ୍ଦିରରେ ଲାଗିଲା କଟକଣା । ରାୟଗଡାର ମଝିଘରିଆଣୀ ,କେନ୍ଦୁଝରର ଘଟଗାଁରେ ଭକ୍ତଙ୍କୁ ମନ୍ଦିର ମନା ।

କନକ ବ୍ୟୁରୋ: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡିଶାର ପ୍ରମୁଖ ଦୈବୀ ପୀଠ ରାୟଗଡାର ମା’ ମଝିଘରିଆଣୀଙ୍କ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତି ହୋଇଛି । ରାୟଗଡା ଜିଲ୍ଲା ପ୍ରଶାସନ ଏହି ନିଷ୍ପତି ନେଇଛି । ଜିଲ୍ଲପାଳଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ପ୍ରତି ସପ୍ତାହରେ ମଙ୍ଗଳବାର, ବୁଧବାର ଓ ରବିବାର ଏହି ୩ଦିନ ମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ବନ୍ଦ ରହିବ । ଏହି ସମୟରେ ମନ୍ଦିରର ପୂଜାବିଧି ରୀତିନୀତି ଅନୁଯାୟୀContinue reading “ସଂକ୍ରମଣ ବଢୁଥିବାବେଳେ ମନ୍ଦିରରେ ଲାଗିଲା କଟକଣା । ରାୟଗଡାର ମଝିଘରିଆଣୀ ,କେନ୍ଦୁଝରର ଘଟଗାଁରେ ଭକ୍ତଙ୍କୁ ମନ୍ଦିର ମନା ।”

Design a site like this with WordPress.com
Get started