ରୋଜଗାର ପାଇଁ ଯୁବ ଇଞ୍ଜିନିୟରଙ୍କ ବୁଦ୍ଧିର ଖେଳ । ଜଣେ ଚାକିରି ଛାଡି ଆଉ ଜଣେ ଅବସର ସମୟରେ ତିଆରି କରୁଛନ୍ତି ବିରିୟାନୀ ।

କନକ ବ୍ୟୁରୋ: କୌଣସି କାମ ଛୋଟ କି ବଡ ନୁହଁ । ରାସ୍ତା କଡରେ ବିରିୟାନୀ ବିକି ସମାଜକୁ ଏପରି ନିଆରା ବାର୍ତ୍ତା ଦେଉଛନ୍ତି ଦୁଇ ଯୁବ ଇଂଜିନିୟର । ଆମେ କହୁଛୁ ମାଲକାନଗିରି ଜିଲ୍ଲାର ଦୁଇ ବିଟେକ ଇଂଜିନିୟର ବନ୍ଧୁଙ୍କ କଥା । ଜଣେ ଚାକିରି କରୁଥିବା ବେଳେ, ଅନ୍ୟ ଜଣେ କରୋନା କାଳରେ ଚାକିରି ହରାଇଥିଲେ । ଆଉ ଏବେ ଏହି ଦୁଇ ବନ୍ଧୁ ମିଶି ଆରମ୍ଭ କରିଥିବା ଇଞ୍ଜିନିୟର୍ସ ଠେଲାରେ ବିରିୟାନୀ ଖାଇବାକୁContinue reading “ରୋଜଗାର ପାଇଁ ଯୁବ ଇଞ୍ଜିନିୟରଙ୍କ ବୁଦ୍ଧିର ଖେଳ । ଜଣେ ଚାକିରି ଛାଡି ଆଉ ଜଣେ ଅବସର ସମୟରେ ତିଆରି କରୁଛନ୍ତି ବିରିୟାନୀ ।”

ପିପିଲିରେ କେମିତି ହେବ ନିର୍ବାଚନ ପ୍ରଚାର ? ରାଜନୈତିକ ଦଳ ମାନିବେ କି କରୋନା କଟକଣା ? ୨ ସପ୍ତାହ ଭିତରେ ଶୀର୍ଷ ଛୁଇଁପାରେ ମହାମାରୀର ଦ୍ୱିତୀୟ ଲହର, ୨ ସପ୍ତାହ ଭିତରେ ରହିଛି ପିପିଲିର ଉପନିର୍ବାଚନ ।

କନକ ବ୍ୟୁରୋ : ପିପିଲିରେ କେମିତି ହେବ ନିର୍ବାଚନ ପ୍ରଚାର । ବଡ ପ୍ରଶ୍ନ ହେଲା ରାଜନୈତିକ ଦଳ ମାନିବେ କି କରୋନା କଟକଣା ? କାରଣ କରୋନା ସଂକ୍ରମଣ ବଢି ବଢି ଚାଲିଛି । ୨ ସପ୍ତାହ ଭିତରେ ଶୀର୍ଷ ଛୁଇଁ ପାରେ କରୋନାର ଦ୍ୱିତୀୟ ଲହର । ୨ ସପ୍ତାହ ଭିତରେ ଆସୁଛି ପିପିଲି ଉପ-ନିର୍ବାଚନ । ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ପୁଡୁଚେରୀ ଏବଂ ଆସାମରେ ନିର୍ବାଚନContinue reading “ପିପିଲିରେ କେମିତି ହେବ ନିର୍ବାଚନ ପ୍ରଚାର ? ରାଜନୈତିକ ଦଳ ମାନିବେ କି କରୋନା କଟକଣା ? ୨ ସପ୍ତାହ ଭିତରେ ଶୀର୍ଷ ଛୁଇଁପାରେ ମହାମାରୀର ଦ୍ୱିତୀୟ ଲହର, ୨ ସପ୍ତାହ ଭିତରେ ରହିଛି ପିପିଲିର ଉପନିର୍ବାଚନ ।”

ଓଡିଶାରେ ହେବନି ଦିନକର୍ଫ୍ୟୁ । ରାଜ୍ୟରେ ଏବେ ଲାଗୁ ହେବାର ନାହିଁ ଦିନକର୍ଫ୍ୟୁ । ସ୍ପଷ୍ଟ କଲେ SRC । ଦିନକର୍ଫ୍ୟୁ ନିଷ୍ପତ୍ତି ନିଆଯାଇପାରେ ବୋଲି କହିଥିଲେ ବାଚସ୍ପତି ।

କନକ ବ୍ୟୁରୋ: ଓଡିଶାରେ ହେବନି ଦିନକର୍ଫ୍ୟୁ । ରାଜ୍ୟରେ ଏବେ ଲାଗୁ ହେବନି ଦିନ କର୍ଫ୍ୟୁ । ଓଡିଶାରେ ଦିନ କର୍ଫ୍ୟୁ ଲାଗୁ ହେବା ପ୍ରସଙ୍ଗରେ ଏସଆରସିଙ୍କ ସ୍ପଷ୍ଟୀକରଣ । କହିଲେ ରାଜ୍ୟରେ ଦିନକର୍ଫ୍ୟୁର ଆବଶ୍ୟକତା ନାହିଁ । ଓଡିଶାରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି । କୋଭିଡ ସ୍ଥିତି ଉପରେ ସରକାର ସତର୍କ ଦୃଷ୍ଟି ରଖିଛନ୍ତି । କୋଭିଡ ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଲେ ଏସଆରସି । ତେବେ ସ୍ଥିତି ଦେଖି ଦିନକର୍ଫ୍ୟୁContinue reading “ଓଡିଶାରେ ହେବନି ଦିନକର୍ଫ୍ୟୁ । ରାଜ୍ୟରେ ଏବେ ଲାଗୁ ହେବାର ନାହିଁ ଦିନକର୍ଫ୍ୟୁ । ସ୍ପଷ୍ଟ କଲେ SRC । ଦିନକର୍ଫ୍ୟୁ ନିଷ୍ପତ୍ତି ନିଆଯାଇପାରେ ବୋଲି କହିଥିଲେ ବାଚସ୍ପତି ।”

ସରକାରଙ୍କ ଭୁଲ ଧରିଲେ ସିଏଜି । ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ୭୭ ପ୍ରତିଶତ ଲୋକଙ୍କୁ ମିଛ ନିଯୁକ୍ତି ନେଇ ରିପୋର୍ଟ ।

କନକ ବ୍ୟୁରୋ: ସିଏଜିଙ୍କ ତିନିଟି ଅଡିଟ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ପରେ ଆଜି ପ୍ରେସମିଟରେ ଉପସ୍ଥାପନ କରିଛନ୍ତି ଓଡ଼ିଶାର ଆକାଉଂଟାଟ୍ ଜେନେରାଲ । ଏହି ରିପୋର୍ଟରେ “ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା’’ରେ ୭୭ ପ୍ରତିଶତ ଯୁବକ ଯୁବକତୀଙ୍କୁ ମିଛ ନିଯୁକ୍ତି ଦିଆଯାଇଥିବା କଥା ପଦାରେ ପଡ଼ିଛି । ସେହିଭଳି ଯେଉଁ ସପ୍ଲାୟରମାନେ ତାମିଲନାଡୁ ଓ ଅନ୍ୟ ରାଜ୍ୟର ଔଷଧ ନିଗମକୁ ନାପକିନ୍ ଓ ଚଷମା ଯେତିକି ଦରରେ ଯୋଗାଇଛନ୍ତି ଓଡ଼ିଶା ଔଷଧ ନିଗମକୁୁ ବିContinue reading “ସରକାରଙ୍କ ଭୁଲ ଧରିଲେ ସିଏଜି । ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ୭୭ ପ୍ରତିଶତ ଲୋକଙ୍କୁ ମିଛ ନିଯୁକ୍ତି ନେଇ ରିପୋର୍ଟ ।”

ବିଜେଡି ବିରୋଧରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି । ଅଭିଯୋଗ, ବିଧାନସଭାରେ କହିବା ପାଇଁ ସୁଯୋଗ ଦେଉନାହାନ୍ତି ବାଚସ୍ପତି ।

କନକ ବ୍ୟୁରୋ: ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଓ ପରେ ତିନି ବିଜେପି ବିଧାୟକଙ୍କୁ ବାଚସ୍ପତି ସସପେଣ୍ଡ କରିବା ପ୍ରସଙ୍ଗରେ ଗତକାଲିଠାରୁ ବିଧାନସଭା ପରିସର ଗାନ୍ଧୀ ମୂର୍ତୀ ତଳେ ଧାରଣା ଦେଇଥିବା ବିଜେପି ବିଧାୟକ ଦଳ ଆଜି ସାମ୍ବାଦିକ ସମ୍ମିଳନୀ କରି ବାଚସ୍ପତିଙ୍କୁ ଘେରିଛି । ବିଜେପି ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ଅନୁରୋଧକ୍ରମେ ବିଧାୟକଦଳ ତାଙ୍କ ଅନଶନ ପ୍ରତ୍ୟାହାର କରିଥିଲେ । ଘଟଣା ପାଇଁ ବାଚସ୍ପତିଙ୍କୁ ଦାୟୀ କରିବା ସହ ରାଜ୍ୟପାଳଙ୍କୁ ଭେଟିContinue reading “ବିଜେଡି ବିରୋଧରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି । ଅଭିଯୋଗ, ବିଧାନସଭାରେ କହିବା ପାଇଁ ସୁଯୋଗ ଦେଉନାହାନ୍ତି ବାଚସ୍ପତି ।”

କାଲିଠାରୁ ଓଡିଶାର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ । ଆଜିଠୁ ଜୋରଦାର ହେଲା ଚେକିଂ । ସେପଟେ ଦୈନିକ ସଂକ୍ରମଣ ୪୭୧କୁ ବୃଦ୍ଧି

କନକ ବ୍ୟୁରୋ: ନାଇଟ କର୍ଫ୍ୟୁ ଲାଗୁ ହେବା ପୂର୍ବରୁ ସୁନ୍ଦରଗଡର ଡେଲି ମାର୍କେଟରେ ଶହ ଶହ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ବଜାରରେ ଲାଗିଥିବା ଭିଡ ଭିତରେ ନା ଅଛି ସାମାଜିକ ଦୂରତା ରହିଛି ନା କେହି ମାସ୍କ ପିନ୍ଧିଛନ୍ତି । କାହାର ବି କରୋନା ସଂକ୍ରମଣକୁ ଖାତିର ନାହିଁ । କେବଳ ସୁନ୍ଦରଗଡ ନୁହେଁ, ନବରଙ୍ଗପୁରରେ ମଧ୍ୟ ସେହି ସମାନ ଅବସ୍ଥା । ହେଲେ ଏଠାରେ ଅମାନିଆଙ୍କୁ ସାବାଡ କରିବା ପାଇଁ ଜରିମାନା ଆଦାୟContinue reading “କାଲିଠାରୁ ଓଡିଶାର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ । ଆଜିଠୁ ଜୋରଦାର ହେଲା ଚେକିଂ । ସେପଟେ ଦୈନିକ ସଂକ୍ରମଣ ୪୭୧କୁ ବୃଦ୍ଧି”

ଛତିଶଗଡରେ ମାଓବାଦୀଙ୍କ ନରସଂହାର । ୨ ହଜାର ଯବାନଙ୍କୁ ତିନିପଟୁ ଘେରିଗଲେ ୪ଶହ ମାଓବାଦୀ । ୨୨ ଯବାନ ସହିଦ, ୩୦ ଆହତ

କନକ ବ୍ୟୁରୋ: ବିଜାପୁର ଜିଲ୍ଲା ତେରମ୍ ଥାନା ଅଂଚଳରେ ଥିବା ଜଙ୍ଗଲରେ ପ୍ରାୟ ୪୦୦ ମାଓବାଦୀ ଏକାଠି ହୋଇଥିବା ଖବର ପାଇ ଏସଟିଏଫ, ସିଆରପିଏଫ, କୋବ୍ରା ଓ ଡିଆରଜି ଯବାନମାନେ ଆରମ୍ଭ କରିଥିଲେ ମିଳିତ ଅପରେସନ୍ । ପ୍ରାୟ ୨ ହଜାର ଯବାନ ଚାରିପଟୁ ଘେରି ମାଓବାଦୀଙ୍କୁ କାବୁ କରିବାକୁ ପ୍ରସ୍ତୁତ କରିଥିଲେ ବ୍ଲୁ-ପ୍ରିଂଟ । ଉଦ୍ଦେଶ୍ୟ ଥିଲା, ଯେମିତି କୌଣସି ମାଓବାଦୀ ଘଟଣାସ୍ଥଳରୁ ଖସି ଯାଇପାରିବେ ନାହିଁ । ଯବାନଙ୍କ ଏକ ଟିମ୍ ଜଙ୍ଗଲ ଭିତରେContinue reading “ଛତିଶଗଡରେ ମାଓବାଦୀଙ୍କ ନରସଂହାର । ୨ ହଜାର ଯବାନଙ୍କୁ ତିନିପଟୁ ଘେରିଗଲେ ୪ଶହ ମାଓବାଦୀ । ୨୨ ଯବାନ ସହିଦ, ୩୦ ଆହତ”

ପଶ୍ଚିମବଙ୍ଗର କମାରହାଟିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର । କହିଲେ, ଦିଦି ସାମ୍ପ୍ରଦାୟିକ ରାଜନୀତି କରୁଛନ୍ତି ।

କନକ ବ୍ୟୁରୋ: ଜୟ ଶ୍ରୀରାମ ନାରାକୁ ଶୁଣି ଚିହିଁକି ଉଠୁଥିବା ମମତା ଦିଦି ସାମ୍ପ୍ରଦାୟିକ ରାଜନୀତି କରୁଛନ୍ତି । ଜୟ ଶ୍ରୀରାମ ନାରାକୁ ଗାଳି ମାନୁଛନ୍ତି ମମତା ଦିଦି । ରବିବାର ପଶ୍ଚିମବଙ୍ଗର କମାରହାଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରି ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦି ସବକାContinue reading “ପଶ୍ଚିମବଙ୍ଗର କମାରହାଟିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର । କହିଲେ, ଦିଦି ସାମ୍ପ୍ରଦାୟିକ ରାଜନୀତି କରୁଛନ୍ତି ।”

ମହାରାଷ୍ଟ୍ରରେ ଲାଗିଲା ନାଇଟ୍ କର୍ଫ୍ୟୁ । ରାତି ୮ ଟାରୁ ସକାଳ ୭ ଯାଏ କର୍ଫ୍ୟୁ ଲାଗୁ । କେବଳ ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ

କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର କଡା ପଦକ୍ଷେପ ନେଇଛନ୍ତି । ପୁରା ରାଜ୍ୟରେ ସରକାର ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି । ସରକାରଙ୍କ ସୂଚନା ମୁତାବକ ରାତି ୮ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁହେବ । କର୍ଫ୍ୟୁ ସମୟରେ କେବଳ ଜରୁରୀକାଳୀନ ସେବା ଜାରି ରହିବ । ହୋଟେଲଗୁଡିକ କେବଳ ପାର୍ସଲ ସେବା ଯୋଗାଇ ପାରିବେ । ସମସ୍ତ ସିନେମା ହଲ, ପାର୍କ ଓContinue reading “ମହାରାଷ୍ଟ୍ରରେ ଲାଗିଲା ନାଇଟ୍ କର୍ଫ୍ୟୁ । ରାତି ୮ ଟାରୁ ସକାଳ ୭ ଯାଏ କର୍ଫ୍ୟୁ ଲାଗୁ । କେବଳ ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ”

ଦୁନିଆ ନ ଦେଖୁଣୁ ଆରପାରିକୁ ଚାଲିଗଲା ମାଆ । ବାପା ମାନସିକ ବିକାରଗ୍ରସ୍ତ । ଏ ଦୁନିଆରେ କେମିତି ବଞ୍ଚିବ କୁନି ଝିଅ ଚୁମାଲି ? କିଏ ଗଢିବ ତା ଭବିଷ୍ୟତ ? ଶୁଣ ସରକାର…

କନକ ବ୍ୟୁରୋ: କୋମଳମତି ଶିଶୁଟିଏ, ଏ ଦୁନିଆ ବିଷୟରେ କଣ ବା ଜାଣିଛି ସେ । ହେଲେ ଏ ଦୁନିଆକୁ ଆସିବା ପୂର୍ବ ଆରପାରିକୁ ଚାଲିଯାଇଥିଲା ମାଆ । ଆଉ ବାପା ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ । ନିଜ ହାତରେ ଖାଇବା ଶିଖିନି କି ନିଜର ଦାୟିତ୍ୱ ନେବା ଜାଣିନି । ଏବେ କେମିତି ବଞ୍ଚିବ ଏ କୁନି ଝିଅ । ତା ସୁନାର ଭବିଷ୍ୟତ ଗଢିବ କିଏ? ଆଉ ତାକୁ କୋଳରେ ଧରି ଜହ୍ନContinue reading “ଦୁନିଆ ନ ଦେଖୁଣୁ ଆରପାରିକୁ ଚାଲିଗଲା ମାଆ । ବାପା ମାନସିକ ବିକାରଗ୍ରସ୍ତ । ଏ ଦୁନିଆରେ କେମିତି ବଞ୍ଚିବ କୁନି ଝିଅ ଚୁମାଲି ? କିଏ ଗଢିବ ତା ଭବିଷ୍ୟତ ? ଶୁଣ ସରକାର…”

Design a site like this with WordPress.com
Get started