କନକ ବ୍ୟୁରୋ: ଗତବର୍ଷ ଭଳି ଏଥର ବି ବିନା ଦର୍ଶକରେ ଖେଳାଯିବ ଆଇପିଏଲ୍ । କରୋନା ସଂକ୍ରମଣ ବଢୁଥିବା ଦେଖି ବିସିସିଆଇ ଏନେଇ ବଡ ନିଷ୍ପତ୍ତି ନେଇଛି । ଦେଶରେ ଏବେ କରୋନା ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଛି । ବିଶେଷ କରି ମହାରାଷ୍ଟ୍ରରେ ସଂକ୍ରମଣ ସୀମା ଲଙ୍ଘିବାରେ ଲାଗିଲାଣି । ତେଣୁ ଏପରି ସ୍ଥିତିରେ ଷ୍ଟାଡିୟମରେ ଦର୍ଶକ ଭର୍ତ୍ତି ହେବା ଦ୍ୱାରା ସଂକ୍ରମଣ ବଢିବାର ଆଶଙ୍କା ରହୁଛି । ତେଣୁ ଏହା ଉପରେ ଦୃଷ୍ଟିContinue reading “ଗତବର୍ଷ ଭଳି ଏଥର ବି ବିନା ଦର୍ଶକରେ ଖେଳାଯିବ ଆଇପିଏଲ୍ । କେବଳ ୬ଟି ଷ୍ଟାଡିୟମରେ ଖେଳାଯିବ ସମସ୍ତ ମ୍ୟାଚ୍ ।”
Author Archives: Raghaba
ଯାହା ପାରିଲାନି ପୋଲିସ- ପ୍ରଶାସନ, ତାହା କରିଦେଲେ ଯୁବକ । ପ୍ରଶାସନ ନଶୁଣିବାରୁ ନିଜ ଖର୍ଚ୍ଚରେ ସହର ସାରା ଯୁବକ ଲଗାଇଲେ ସିସିଟିଭି । ଚର୍ଚ୍ଚାରେ ମାଲକାନଗିରିର ବିନୋଦ ।
କନକ ବ୍ୟୁରୋ: କମିବ ଅପରାଧ, ଡରିବେ ଅପରାଧୀ । ଉପରୁ ଥାଇ ସବୁ ଦେଖିବ କ୍ୟାମେରାର ଆଖି । ପାରିଲାନି ପ୍ରଶାସନ, ଶୁଣିଲାନି ପୋଲିସ । ନିଜ ଖର୍ଚ୍ଚରେ ଯୁବକ ଲଗାଇଲେ ସହରରେ ସିସିଟିଭି । ଏବେ କମିବ କ୍ରାଇମ, ଛାନିଆ ହେବେ ଛିନତାଇ ଗ୍ୟାଙ୍ଗ । ଲୁଟ, ହତ୍ୟା, ଅପରାଧ ଭିଆଇବା ପୂର୍ବରୁ ଅନେକ ଥର ଭାବିବେ ଆଉ ଉପରରକୁ ଅନାଇବେ । କାରଣ ସେମାନଙ୍କ ଉପରେ ରହିଛି ସିସିଟିଭିର ଆଖି, କଡା ନଜର ରଖିଛିContinue reading “ଯାହା ପାରିଲାନି ପୋଲିସ- ପ୍ରଶାସନ, ତାହା କରିଦେଲେ ଯୁବକ । ପ୍ରଶାସନ ନଶୁଣିବାରୁ ନିଜ ଖର୍ଚ୍ଚରେ ସହର ସାରା ଯୁବକ ଲଗାଇଲେ ସିସିଟିଭି । ଚର୍ଚ୍ଚାରେ ମାଲକାନଗିରିର ବିନୋଦ ।”
ପକ୍ଷୀପ୍ରେମରେ ପୂର୍ବତନ ସରପଞ୍ଚ । ବେସାହାରା ଚଢେଇଙ୍କ ପାଇଁ ଗାଁ ସାରା ବୁଲି ବୁଲି ଗଛରେ ବସା ବାନ୍ଧୁଛନ୍ତି ଭଦ୍ରକର ପକ୍ଷୀପ୍ରେମୀ ସୁଶାନ୍ତ ।
କନକ ବ୍ୟୁରୋ: ପକ୍ଷୀପ୍ରେମରେ ପୂର୍ବତନ ସରପଞ୍ଚ । ଚଢେଇଙ୍କ ପାଇଁ ବାନ୍ଧୁଛନ୍ତି ବସା । ଆଜିର ବ୍ୟସ୍ତବହୁଳ ଜୀବନ, ସ୍ୱାର୍ଥପର ଦୁନିଆରେ ମଣିଷ ପାଖରେ ମଣିଷଟିଏ ପାଇଁ ସମୟ ନାହିଁ । ଜଣେ ଅନ୍ୟ ଜଣଙ୍କର ସୁଖ, ଦୁଃଖ ବୁଝିବାକୁ ବି ବେଳ ନାହିଁ । କିନ୍ତୁ ଏଠି ମଣିଷ ନୁହେଁ ପକ୍ଷୀ ପାଇଁ ଚାଲିଛି ଘର ତିଆରି, ଗଢା ହେଉଛି ଚଢେଇ ବସା । ମଣିଷର ଘରଖଣ୍ଡେ ଅଛି ବୋଲି ସେ ଆରାମରେ ମୁଣ୍ଡ ଗୁଞ୍ଜିContinue reading “ପକ୍ଷୀପ୍ରେମରେ ପୂର୍ବତନ ସରପଞ୍ଚ । ବେସାହାରା ଚଢେଇଙ୍କ ପାଇଁ ଗାଁ ସାରା ବୁଲି ବୁଲି ଗଛରେ ବସା ବାନ୍ଧୁଛନ୍ତି ଭଦ୍ରକର ପକ୍ଷୀପ୍ରେମୀ ସୁଶାନ୍ତ ।”
କେରଳ ଭୋଟରଙ୍କୁ ରାହୁଲଙ୍କ ଅବିଶ୍ୱସନୀୟ ପ୍ରତିଶୃତି । ଯୁଡିଏଫ୍ ସରକାର ଆସିଲେ ପ୍ରତି ଲୋକଙ୍କ ବ୍ୟାଙ୍କ ଖାତାକୁ ଯିବ ମାସିକ ୬ ହଜାର ଟଙ୍କା
କନକ ବ୍ୟୁରୋ : କେରଳ ବିଧାନସଭା ପାଇଁ ଆଜି ନିର୍ବାଚନୀ ପ୍ରଚାର ଶେଷ ହେଉଛି । ପ୍ରଚାରର ଶେଷ ଦିନରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ତାଙ୍କ ସଂସଦୀୟ କ୍ଷେତ୍ର ୱାଇନାଡୁରେ ଏକ ନିର୍ବାଚନ ସଭାକୁ ଉଦବୋଧନ ଦେଇ କେରଳ ଭୋଟର ମାନଙ୍କୁ ଅବିଶ୍ୱସନୀୟ ପ୍ରତିଶୃତି ଦେଇଛନ୍ତି । ସେ କହିଛନ୍ତି କି କେରଳରେ ଏବେ ୨ ଟି ନିର୍ବାଚନ ହେଉଛି । ଗୋଟିଏ କେରଳ ବାସୀଙ୍କ ପାଇଁ ଓ ଅନ୍ୟଟି କେରଳ ବିଧାନସଭାContinue reading “କେରଳ ଭୋଟରଙ୍କୁ ରାହୁଲଙ୍କ ଅବିଶ୍ୱସନୀୟ ପ୍ରତିଶୃତି । ଯୁଡିଏଫ୍ ସରକାର ଆସିଲେ ପ୍ରତି ଲୋକଙ୍କ ବ୍ୟାଙ୍କ ଖାତାକୁ ଯିବ ମାସିକ ୬ ହଜାର ଟଙ୍କା”
ମହାମାରୀ ସହ ଲଢେଇ କରି ବଳିଦାନ ଦେଲେ ସେମାନେ, ମୃତ୍ୟୁର ଆଁରୁ ଅଳ୍ପକେ ବଞ୍ଚିଗଲୁ ଆମେ… କିଏ ବାପା ହରାଇଲା, କିଏ ସ୍ୱାମୀ ହରାଇଲା । ଜାତି ଭୁଲିବନି ଯୋଦ୍ଧାଙ୍କ ତ୍ୟାଗ…
କନକ ବ୍ୟୁରୋ: ଆଜି ସେ ଭାରି ମନେପଡୁଛନ୍ତି । ମୋ ହାତରେ ତାଙ୍କ ପ୍ରଶଂସାର ପତ୍ର ଅଛି ହେଲେ ସେ ନାହାନ୍ତି । ତାଙ୍କ ପାଇଁ ମତେ ସମ୍ମାନ ମିଳୁଛି କିନ୍ତୁ ସେ ମୋ ସାଥିରେ ନାହାନ୍ତି । ଏକା କରି ଆରପାରିକି ଚାଲିଯାଇଛନ୍ତି । କରୋନା ସହ ଲଢେଇ କରି କରି ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ଆଉ କରୋନା ଯୋଦ୍ଧାଭାବେ ତାଙ୍କୁ ସମ୍ମାନିତ କରାଯାଇଛି । ଏ ମୁହୂର୍ତ୍ତ ଯେତିକି ଗୌରବମୟ ସେତିକି କଷ୍ଟକରContinue reading “ମହାମାରୀ ସହ ଲଢେଇ କରି ବଳିଦାନ ଦେଲେ ସେମାନେ, ମୃତ୍ୟୁର ଆଁରୁ ଅଳ୍ପକେ ବଞ୍ଚିଗଲୁ ଆମେ… କିଏ ବାପା ହରାଇଲା, କିଏ ସ୍ୱାମୀ ହରାଇଲା । ଜାତି ଭୁଲିବନି ଯୋଦ୍ଧାଙ୍କ ତ୍ୟାଗ…”
ଆରପାରିକୁ ଚାଲିଗଲେ, ଆଖି ଦାନ କରି ଅମର ହେଲେ । ମୃତ୍ୟୁ ପରେ ଅନ୍ୟଆଖିରେ ବଞ୍ଚି ରହିବେ କାର୍ତ୍ତିକ ।
କନକ ବ୍ୟୁରୋ: ଆଖି ବୁଜିବା ପରେ ଦୁନିଆ ଦେଖିବ ମୋ ପୁଅର ଆଖି । ସେ ସିନା ଶେଷ ନିଦ୍ରାରେ ଶୋଇଗଲା ହେଲେ ତା ଆଖିରେ ଆଉ କିଏ ଦୁନିଆ ଦେଖିବ, ନୂଆ ଜୀବନ ପାଇବ । ମୃତ୍ୟୁ ପରେ ବି ଆଉ କାହା ଦେହରେ ବଞ୍ଚି ରହିବ ମୋ ପୁଅର ଆଖି । ଆଉ ସେ ମରି କି ହୋଇଯିବ ଅମର… ପାଣିରେ ବୁଡି ପୁଅର ଆକସ୍ମିକ ମୃତ୍ୟୁ ପରେ ମାଆ ଅବାକ ହୋଇଥିବା ବେଳେContinue reading “ଆରପାରିକୁ ଚାଲିଗଲେ, ଆଖି ଦାନ କରି ଅମର ହେଲେ । ମୃତ୍ୟୁ ପରେ ଅନ୍ୟଆଖିରେ ବଞ୍ଚି ରହିବେ କାର୍ତ୍ତିକ ।”
ବଲିଉଡରେ କରୋନା କାୟା, ଅକ୍ଷୟ କୁମାରଙ୍କ ପରେ କରୋନା ପଜିଟିଭ୍ ଚିହ୍ନଟ ହେଲେ ଗୋବିନ୍ଦା
କନକ ବ୍ୟୁରୋ : ଲଗାତର ଭାବେ ବଲିଉଡ କଳାକାର ମାନେ କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି । ଆଜି ପ୍ରଥମେ ଅକ୍ଷୟ କୁମାର କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଥିବା ବେଳେ ଏବେ ଖବର ଆସିଛି କି ଗୋବିନ୍ଦା ବି କରୋନା ସଂକ୍ରମିତ ହୋଇଛନ୍ତି । ଗୋବିନ୍ଦା କରୋନା ପଜିଟିଭ୍ ଚିହ୍ନଟ ହେବା କଥା ତାଙ୍କର ଜଣେ ସହଯୋଗୀ କଳାକାର ସୂଚନା ଦେଇଛନ୍ତି । ସେ କହିଛନ୍ତି କି କୋଭିଡ କଟକଣାକୁ ଠିକ୍ ଭାବେ ପାଳନ କରୁଥିବାContinue reading “ବଲିଉଡରେ କରୋନା କାୟା, ଅକ୍ଷୟ କୁମାରଙ୍କ ପରେ କରୋନା ପଜିଟିଭ୍ ଚିହ୍ନଟ ହେଲେ ଗୋବିନ୍ଦା”
ଏଟିଏମରୁ ଚିରା ଫଟା ନୋଟ ବାହାରିଲେ ଚିନ୍ତା କରିବାର କିଛି ନାହଁ । ତୁରନ୍ତ ବ୍ୟାଙ୍କକୁ ଯାଇ ଏଭଳି ପ୍ରକ୍ରିୟାରେ କରନ୍ତୁ ଆବେଦନ । ବ୍ୟାଙ୍କ ତୁରନ୍ତ ବଦଳାଇବ ଆପଣଙ୍କ ନୋଟ
କନକ ବ୍ୟୁରୋ : ଆଜିର ସମୟରେ ନଗଦ ଟଙ୍କାର ଆବଶ୍ୟକତା ପଡିଲେ ଲୋକମାନେ ତୁରନ୍ତ ଏଟିଏମ ଯାଇ ନିଜର ଆବଶ୍ୟକ ମୁତାବକ ଟଙ୍କା ବାହାର କରିଥାନ୍ତି । ମାତ୍ର ବେଳେ ବେଳେ ଏମିତି ହୋଇଥାଏ କି ଏଟିଏମରୁ ବାହାରିଥିବା ନୋଟ ମଧ୍ୟରୁ କିଛି ଚିରା ଫଟା ନୋଟ ଥାଏ । ଏହାକୁ ନେଇ ଲୋକମାନେ ଚିନ୍ତାବ୍ୟକ୍ତ କରିଥାନ୍ତି । କାରଣ ଏହି ଚିରା ଫଟା ନୋଟ ବଜାରରେ ଚଳି ନଥାଏ । ହେଲେ ଏନେଇ କଣ କରିଲେContinue reading “ଏଟିଏମରୁ ଚିରା ଫଟା ନୋଟ ବାହାରିଲେ ଚିନ୍ତା କରିବାର କିଛି ନାହଁ । ତୁରନ୍ତ ବ୍ୟାଙ୍କକୁ ଯାଇ ଏଭଳି ପ୍ରକ୍ରିୟାରେ କରନ୍ତୁ ଆବେଦନ । ବ୍ୟାଙ୍କ ତୁରନ୍ତ ବଦଳାଇବ ଆପଣଙ୍କ ନୋଟ”
ବିଜାପୁର ଜଙ୍ଗଲରେ ନକ୍ସଲଙ୍କ ନରସଂହାର ଘଟଣାରେ ସହିଦ ଯବାନଙ୍କ ସଂଖ୍ୟା ୨୪କୁ ବୃଦ୍ଧି । ବିଜାପୁର ଜଙ୍ଗଲରେ ଚାଲିଛି ବଡ ଧରଣର ସର୍ଚ୍ଚ ଅପରେସନ୍ ।
କନକ ବ୍ୟୁରୋ: ଛତିଶଗଡ ବିଜାପୁରରେ ନକ୍ସଲ ଆକ୍ରମଣରେ ସହିଦ ଯବାନଙ୍କ ସଂଖ୍ୟା ୨୪କୁ ବୃଦ୍ଧି ହୋଇଛି । ଆଜି ଚାଲିଥିବା ସର୍ଚ୍ଚ ଅପରେସନରେ ଆଉ ୨ ଜଣ ସହିଦ ଯବାନଙ୍କ ମରଶରୀର ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ଛତିଶଗଡ ପୋଲିସ ଅଧିକାରୀ । ଗତକାଲି ୨ ସହିଦ ଜବାନଙ୍କ ମରଶରୀର ଉଦ୍ଧାର ହୋଇଥିଲା । ଏହାପରେ ଆଜି ଶେଷ ଖବର ସୁଦ୍ଧା ଆଉ ୨୨ ସହିଦ ଯବାନଙ୍କ ମରଶରୀର ଉଦ୍ଧାର ହୋଇଛି । ଗତକାଲି ବିଜାପୁର ଜଙ୍ଗଲରେContinue reading “ବିଜାପୁର ଜଙ୍ଗଲରେ ନକ୍ସଲଙ୍କ ନରସଂହାର ଘଟଣାରେ ସହିଦ ଯବାନଙ୍କ ସଂଖ୍ୟା ୨୪କୁ ବୃଦ୍ଧି । ବିଜାପୁର ଜଙ୍ଗଲରେ ଚାଲିଛି ବଡ ଧରଣର ସର୍ଚ୍ଚ ଅପରେସନ୍ ।”
ଛତିଶଗଡ ନକ୍ସଲ ଆକ୍ରମଣ ପରେ ଆସାମରେ ପ୍ରଚାର ବାତିଲ୍ କଲେ ଶାହା । ଦିଲ୍ଲୀ ଆସି ବରିଷ୍ଠ ଅଧିକାରୀଙ୍କ ସହ କରିବେ ଗୁରୁତ୍ୱପୂର୍ଣ୍ଣ ବୈଠକ ।
କନକ ବ୍ୟୁରୋ: ଛତିଶଗଡ ସୁକମା-ବିଜାପୁର ବର୍ଡରରେ ନକ୍ସଲ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହେବାରୁ ୨୪ ଜଣ ଯବାନ ସହିଦ ହୋଇଛନ୍ତି । ଏବେ ବି କିଛି ଭାରତୀୟ ଯବାନ ନିଖୋଜ ଥିବା ଖବର ମିଳୁଛି । ତେବେ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହିତ ନିଜର ନିର୍ବାଚନ ରାଲିକୁ ସ୍ଥଗିତ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହା ଆଜି ଆସାମରେ ନିର୍ବାଚନ ପ୍ରଚାର କରିବାକୁ ସ୍ଥିର ହୋଇଥିଲା । ହେଲେContinue reading “ଛତିଶଗଡ ନକ୍ସଲ ଆକ୍ରମଣ ପରେ ଆସାମରେ ପ୍ରଚାର ବାତିଲ୍ କଲେ ଶାହା । ଦିଲ୍ଲୀ ଆସି ବରିଷ୍ଠ ଅଧିକାରୀଙ୍କ ସହ କରିବେ ଗୁରୁତ୍ୱପୂର୍ଣ୍ଣ ବୈଠକ । “