ସତର୍କ କଲା ପାଣିପାଗ ବିଭାଗ । ରାଜ୍ୟର ୧୭ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣି । ପବନ, ଘଡଘଡି ସହ ବର୍ଷା ସମ୍ଭାବନା ।

କନକ ବ୍ୟୁରୋ : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାରି ମଧ୍ୟରେ ରାଜ୍ୟର ୧୭ ଟି ଜିଲ୍ଲାକୁ ୟୋଲ୍ଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗର ସୂଚନା ମୁତାବକ ରାଜ୍ୟର ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ନୟାଗଡ, ଖୋର୍ଦ୍ଦା, ଗଞ୍ଜାମ, ସୋନପୁର, ସମ୍ବଲପୁର, ଦେବଗଡ, ଓ ସୁନ୍ଦରଗଡ ଜିଲ୍ଲାରେ ଆଜି କାଳ ବୈଶାଖିର ସମ୍ଭାବନା ରହିଛି । ଏହି ସମୟରେ ୩୦ ରୁContinue reading “ସତର୍କ କଲା ପାଣିପାଗ ବିଭାଗ । ରାଜ୍ୟର ୧୭ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣି । ପବନ, ଘଡଘଡି ସହ ବର୍ଷା ସମ୍ଭାବନା ।”

ମମତାଙ୍କ ଅଭିଯୋଗର ଉତ୍ତର ରଖିଲେ ନିର୍ବାଚନ କମିସନ୍ । କହିଲେ, ମମତାଙ୍କ ଅଭିଯୋଗର କୌଣସି ସତ୍ୟତା ନାହିଁ ।

କନକ ବ୍ୟୁରୋ: ଏପ୍ରିଲ୍‌ ୧ ତାରିଖ ଦିନ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଅନ୍ତର୍ଗତ ବୋୟାଲ୍‌ ମତଦାନ କେନ୍ଦ୍ର ଜବରଦଖଲ ହୋଇଥିବା କଥା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲେଖିଥିବା ପତ୍ରର ଉତ୍ତର ଦେଇଛନ୍ତି ନିର୍ବାଚନ କମିସନ୍ । ସେ କହିଛନ୍ତି ଯେ, ମମତାଙ୍କ ଅଭିଯୋଗର କୌଣସି ସତ୍ୟତା ନାହିଁ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହସ୍ତଲିଖିତ ଅଭିଯୋଗ ତଥ୍ୟଗତ ଭାବେ ତ୍ରୁଟିପୂର୍ଣ୍ଣ ବୋଲି ସେ କହିଛନ୍ତି । ଏଥିସହ ଏଥିରେ କୌଣସି ଗୁରୁତ୍ୱ ନାହିଁ ବୋଲି କହିବାContinue reading “ମମତାଙ୍କ ଅଭିଯୋଗର ଉତ୍ତର ରଖିଲେ ନିର୍ବାଚନ କମିସନ୍ । କହିଲେ, ମମତାଙ୍କ ଅଭିଯୋଗର କୌଣସି ସତ୍ୟତା ନାହିଁ ।”

କରୋନା ସ୍ଥିତି ଓ ଟିକାକରଣ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା । ବରିଷ୍ଠ ଅଧିକାରୀ, କ୍ୟାବିନେଟ ସଚିବ, ସ୍ୱାସ୍ଥ୍ୟ ସଚିବଙ୍କ ସହ ମୋଦିଙ୍କ ବୈଠକ ।

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ଓ ଟିକାକରଣର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ, ପ୍ରମୁଖ ସଚିବ, କ୍ୟାବିନେଟ୍ ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରୁଛନ୍ତି ପ୍ରଧାନମନ୍ତ୍ରୀ । ବର୍ତମାନ ଦେଶରେ ଦିନକରେ ଏକ ଲକ୍ଷ ଆଡକୁ ପହଁଚିଗଲାଣି ଦୈନିକ ନୂଆ ସଂକ୍ରମଣ ସଂଖ୍ୟା । ଏସବୁ ଭିତରେ ଦେଶରେ ମହାରାଷ୍ଟ୍ର, ପଂଜାବ, ପଶ୍ଚିମବଙ୍ଗ, ସମେତ ୧୨ଟି ରାଜ୍ୟ ଓContinue reading “କରୋନା ସ୍ଥିତି ଓ ଟିକାକରଣ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା । ବରିଷ୍ଠ ଅଧିକାରୀ, କ୍ୟାବିନେଟ ସଚିବ, ସ୍ୱାସ୍ଥ୍ୟ ସଚିବଙ୍କ ସହ ମୋଦିଙ୍କ ବୈଠକ ।”

ବିଜାପୁର ନକ୍ସଲ କାଣ୍ଡକୁ ନେଇ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି । ନକ୍ସଲଙ୍କ ଆକ୍ରମଣରେ ସହିଦ ଯବାନଙ୍କ ସଂଖ୍ୟା ୨୨କୁ ବୃଦ୍ଧି ।

କନକ ବ୍ୟୁରୋ: ଛତିଶଗଡ ବିଜାପୁରରେ ନକ୍ସଲ ଆକ୍ରମଣରେ ୨୨ ଜବାନ ସହିଦ ହେବା ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସହିଦ ଯବାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି । ସେପଟେ ନକ୍ସଲଙ୍କ ବର୍ବର କାଣ୍ଡ ପରେ ବିଜାପୁର ଜୋନାଗୁଡା ଜଙ୍ଗଲରେ ଚାଲିଛି ବଡ ଧରଣର ସର୍ଚ୍ଚ ଅପରେସନ୍ । ଆଜି ସକାଳୁ ସୁରକ୍ଷାକର୍ମୀ ବିଜାପୁର ଓ ସୁକୁମାରେ ବଡ ସର୍ଚ୍ଚର୍ ଅପରେସନ୍ ଆରମ୍ଭ କରିଛନ୍ତି । ଏନେଇContinue reading “ବିଜାପୁର ନକ୍ସଲ କାଣ୍ଡକୁ ନେଇ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି । ନକ୍ସଲଙ୍କ ଆକ୍ରମଣରେ ସହିଦ ଯବାନଙ୍କ ସଂଖ୍ୟା ୨୨କୁ ବୃଦ୍ଧି ।”

ଆସନ୍ତାକାଲି ନାଇଟ୍ କର୍ଫ୍ୟୁ ପୂର୍ବରୁ ନବରଙ୍ଗପୁରରେ ଜୋର ଧରିଲା ମାସ୍କ ଓ ହେଲମେଟ୍ ଚେକିଂ । ସୁନ୍ଦରଗଡର ହାଟ ବଜାରରେ ପ୍ରବଳ ଭିଡ । ଲୋକ ମାନୁନାହାନ୍ତି କୋଭିଡ୍ ନିୟମ ।

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରେ ପୁଣି ଥରେ କାୟା ବିସ୍ତାର କରିଛି କରୋନା । ସଂକ୍ରମଣ ବୃଦ୍ଧି ପାଇବା ହେତୁ କାଲିଠାରୁ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯିବ । ତେବେ ଏହା ପୂର୍ବରୁ ଜିଲ୍ଲାରେ ଅମାନିଆଙ୍କୁ ସାବାଡ କରିବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ମାସ୍କ ଚେକିଂ । ଆଜି କିଛି ଅମାନିଆ ମାସ୍କ ନପିନ୍ଧି ତଣ୍ଡ ଗଣିଥିବା ବେଳେ କିଛି କୋଭିଡ୍ ନିୟମ ଉଲ୍ଲଙ୍ଘନ କରି ତଣ୍ଡ ଗଣିଛନ୍ତି । ସେହିପରି ସୁନ୍ଦରଗଡ଼ରେContinue reading “ଆସନ୍ତାକାଲି ନାଇଟ୍ କର୍ଫ୍ୟୁ ପୂର୍ବରୁ ନବରଙ୍ଗପୁରରେ ଜୋର ଧରିଲା ମାସ୍କ ଓ ହେଲମେଟ୍ ଚେକିଂ । ସୁନ୍ଦରଗଡର ହାଟ ବଜାରରେ ପ୍ରବଳ ଭିଡ । ଲୋକ ମାନୁନାହାନ୍ତି କୋଭିଡ୍ ନିୟମ ।”

ୟୁନିଟ୍-୧ ସ୍ଥିତ ଏସବିଆଇ ବ୍ୟାଙ୍କକୁ ସିଲ୍ କଲା ବିଏମସି । ୭ କର୍ମଚାରୀ ସଂକ୍ରମିତ ଚିହ୍ନଟ ପରେ ୪୮ ଘଂଟା ପାଇଁ ବ୍ୟାଙ୍କ୍ ସିଲ୍ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ଏସବିଆଇ ବ୍ୟାଙ୍କକୁ ସିଲ୍ କଲା ବିଏମସି । ୟୁନିଟ୍-୧ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ଏହାକୁ ୪୮ ଘଂଟା ପାଇଁ ସିଲ୍ କରିଛି । ଏନେଇ ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି । ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏହି ଶାଖାରୁ ୭ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସିContinue reading “ୟୁନିଟ୍-୧ ସ୍ଥିତ ଏସବିଆଇ ବ୍ୟାଙ୍କକୁ ସିଲ୍ କଲା ବିଏମସି । ୭ କର୍ମଚାରୀ ସଂକ୍ରମିତ ଚିହ୍ନଟ ପରେ ୪୮ ଘଂଟା ପାଇଁ ବ୍ୟାଙ୍କ୍ ସିଲ୍ ।”

ଓଡ଼ିଶାରେ ଲାଗୁ ହୋଇପାରେ ଦିନ କର୍ଫ୍ୟୁ! ସଂକେତ ଦେଲେ ସୂର୍ଯ୍ୟ ।

କନକ ବ୍ୟୁରୋ : ରାଜ୍ୟରେ ଦିନବେଳା ହୋଇପାରେ କର୍ଫ୍ୟୁ! ଆଗାମୀ ୪ରୁ ୫ ଦିନ ମଧ୍ୟରେ ଲାଗୁ ହୋଇପାରେ ଦିନ କର୍ଫ୍ୟୁ । କରୋନା ପୁଣିଥରେ କାୟା ମେଲାଉଥିବା ବେଳେ କିଛି ଏଭଳି ସଂକେତ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।  ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଏନେଇ ତର୍ଜମା କରୁଛନ୍ତି ବୋଲି କହିଛନ୍ତି ସୂର୍ଯ୍ୟ । କରୋନାର ଦ୍ୱିତୀୟ ଲହର ଚିନ୍ତା ବଢାଇଛି । ବିଭିନ୍ନ ରାଜ୍ୟରେ ଏହା କାୟା ମେଲାଉଥିବା ବେଳେ ଓଡ଼ିଶାରେContinue reading “ଓଡ଼ିଶାରେ ଲାଗୁ ହୋଇପାରେ ଦିନ କର୍ଫ୍ୟୁ! ସଂକେତ ଦେଲେ ସୂର୍ଯ୍ୟ ।”

ନିର୍ବାଚନ ରାଜ୍ୟରେ କରୋନା ବିସ୍ଫୋଟ । ରାଲି ଓ ଶୋଭାଯାତ୍ରାରେ କରୋନା କଟକଣାକୁ ଫୁ । କେରଳକୁ ଛାଡି ପଶ୍ଚିମବଙ୍ଗ, ତାମିଲନାଡୁ ଓ ଆସାମରେ ଦ୍ରୁତ ଗତିରେ ବଢିଲା ସଂକ୍ରମଣ ।

କନକ ବ୍ୟୁରୋ: ନିର୍ବାଚନୀ ରାଜ୍ୟରେ ବେକାବୁ କରୋନା । ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, ପୁଡୁଚେରୀ ଓ କେରଳରେ ହେଉଥିବା ନିର୍ବାଚନୀ ରାଲିଲେ ନା ଥିଲା ସାମାଜିକ ଦୂରତା ନା ଥିଲା ଲୋକଙ୍କ ମୁହଁରେ ମାସ୍କ । ତେଣୁ ନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡ଼ିକରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାର ଚିତ୍ର ସାମ୍ନାକୁ ଆସିଛି । । ବିଭିନ୍ନ ଦଳୀୟ ନେତା ମାନେ ଏହି ସବୁ ରାଜ୍ୟ ଗୁଡ଼ିକରେ ନିର୍ବାଚନୀ ପ୍ରଚାର ପାଇଁ ଡ଼େରା ପକାଇଛନ୍ତି ।Continue reading “ନିର୍ବାଚନ ରାଜ୍ୟରେ କରୋନା ବିସ୍ଫୋଟ । ରାଲି ଓ ଶୋଭାଯାତ୍ରାରେ କରୋନା କଟକଣାକୁ ଫୁ । କେରଳକୁ ଛାଡି ପଶ୍ଚିମବଙ୍ଗ, ତାମିଲନାଡୁ ଓ ଆସାମରେ ଦ୍ରୁତ ଗତିରେ ବଢିଲା ସଂକ୍ରମଣ ।”

ଭୟ ବଢ଼ାଉଛି କରୋନାର ଦ୍ୱିତୀୟ ସଂକ୍ରମଣ । ୫ମାସ ପରେ ଦିନକରେ ୯୩ ହଜାରରୁ ଅଧିକ ନୂଆଁ ଆକ୍ରାନ୍ତ ଚିହ୍ନଟ, ୫ଶହରୁ ଅଧିକ ମୃତ । 

କନକ ବ୍ୟୁରୋ: ଦେଶରେ ବେକାବୁ ହେଉଛି କରୋନାର ସ୍ଥିତି । ଦ୍ରୁତ ବେଗରେ ବଢ଼ୁଛି କରୋନା ସଂକ୍ରମଣ । ଦିନ ଦିନକୁ ଦୈନିକ ସଂକ୍ରମଣ ସଂଖ୍ୟା ନୂଆଁ ନୂଆଁ ରେକର୍ଡ଼ କରୁଛି । ୫ ମାସ ପରେ ଦିନକରେ ୯୩ ହଜାରରୁ ଅଧିକ ନୂଆଁ ଆକ୍ରାନ୍ତ ଚିହ୍ନଟ ହୋଇଛି । ତେବେ ଗତ ୨୪ ଘଂଟାରେ ୯୩ ହଜାର ୨୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୩ ଜଣଙ୍କ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଦୈନିକContinue reading “ଭୟ ବଢ଼ାଉଛି କରୋନାର ଦ୍ୱିତୀୟ ସଂକ୍ରମଣ । ୫ମାସ ପରେ ଦିନକରେ ୯୩ ହଜାରରୁ ଅଧିକ ନୂଆଁ ଆକ୍ରାନ୍ତ ଚିହ୍ନଟ, ୫ଶହରୁ ଅଧିକ ମୃତ । “

ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମର ବିଶ୍ୱ ରେକର୍ଡ । ଲଗାତର ଭାବେ ଜିତିଲା ୨୨ ତମ ଏକଦିବସୀୟ ମ୍ୟାଚ୍ । ରିକି ପଟିଂ ଙ୍କୁ ବି ପଛରେ ପକାଇଲା ଟିମ୍

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ଇତିହାସ ରଚିଛି । ଦଳ ନ୍ୟୁଜିଲାଣ୍ଡ ବିରୋଧରେ ପ୍ରଥମ ମ୍ୟାଚରେ ୬ ୱିକେଟରେ ବିଜୟଲାଭ କରି ନିଜ ନାମରେ ବିଶ୍ୱ ରେକର୍ଡ କରିଛି । ଏହା ଅଷ୍ଟ୍ରେଲିଆ ମହିଳା ଦଳର କ୍ରମାଗତ ୨୨ ତମ ବିଜୟ   । ଆଜିଯାଏ କୌଣସି କ୍ରିକେଟ ଟିମ୍ (ପୁରୁଷ/ମହିଳା) ଲାଗତର ଭାବେ ୨୨ ଟି ମ୍ୟାଚ୍ ଜିତିନାହିଁ । ଏହାପୂର୍ବରୁ ରିକି ପଟିଂଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ପୁରୁଷContinue reading “ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମର ବିଶ୍ୱ ରେକର୍ଡ । ଲଗାତର ଭାବେ ଜିତିଲା ୨୨ ତମ ଏକଦିବସୀୟ ମ୍ୟାଚ୍ । ରିକି ପଟିଂ ଙ୍କୁ ବି ପଛରେ ପକାଇଲା ଟିମ୍”

Design a site like this with WordPress.com
Get started