ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ହେବ ମାଷ୍ଟରପ୍ଲାନ । ଅନୁଗୁଳରେ କରିବ ଆଇଆଇଟି, ତାଳଚେରରେ ଏନଆଇଟି

କନକ ବ୍ୟୁରୋ : ତତଲା ସହର ଅନୁଗୁଳ। ତାଳଚେର ତାତି ବି କିଛି କମ୍‌ ନୁହେଁ। ଅନୁଗୁଳ ଜିଲ୍ଲାର ଏହି ଦୁଇଟି ପ୍ରମୁଖ ସହର ଖରାଦିନେ ଜଳୁଛି। ଶିଳ୍ପ ସମୃଦ୍ଧ ଏହି ଅଞ୍ଚଳର ଅବସ୍ଥା ଏତେ ସାଙ୍ଘାତିକ ଯେ, ୨୦୧୮ମସିହାରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରଦୂଷଣ ତାଲିକାରେ ସ୍ଥାନ ଦେଇଥିଲା। ଇଲାକାର ପ୍ରଦୂଷଣ ଯେ ଜନଜୀବନ ପାଇଁ କ୍ଷତିକାରକ ତାହା ଚେତାଇ ଦେଇଥିଲା। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏହି ସତର୍କତା ଉପରେ ଉଭୟ କେନ୍ଦ୍ର ଏବଂContinue reading “ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ହେବ ମାଷ୍ଟରପ୍ଲାନ । ଅନୁଗୁଳରେ କରିବ ଆଇଆଇଟି, ତାଳଚେରରେ ଏନଆଇଟି”

ଭୟ ବଢ଼ାଉଛି କରୋନାର ଦ୍ୱିତୀୟ ସଂକ୍ରମଣ । ୫ମାସ ପରେ ଦିନକରେ ରେକର୍ଡ ୯୩ ହଜାର ନୂଆଁ ଆକ୍ରାନ୍ତ ଚିହ୍ନଟ, ୫ଶହରୁ ଅଧିକ ମୃତ 

କନକ ବ୍ୟୁରୋ : ଦେଶରେ ବେକାବୁ ହେଉଛି କରୋନାର ସ୍ଥିତି । ଦୃତ ବେଗରେ ବଢ଼ୁଛି କରୋନା ସଂକ୍ରମଣ । ଦିନ ଦିନକୁ ଦୈନିକ ସଂକ୍ରମଣ ସଂଖ୍ୟା ନୂଆଁ ନୂଆଁ ରେକର୍ଡ଼ କରୁଛି । ୫ ମାସ ପରେ ଦିନକରେ ୯୩ ହଜାର ନୂଆଁ ଆକ୍ରାନ୍ତ ଚିହ୍ନଟ ହୋଇଛି । ସେହିପରି ୨୪ ଘଂଟାରେ କରୋନାରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଦୈନିକ ସଂକ୍ରମଣ ମାମଲାରେ ପୁଣି ଥରେ ବିଶ୍ୱରେ ଭାରତ ପ୍ରଥମ ସ୍ଥାନରେContinue reading “ଭୟ ବଢ଼ାଉଛି କରୋନାର ଦ୍ୱିତୀୟ ସଂକ୍ରମଣ । ୫ମାସ ପରେ ଦିନକରେ ରେକର୍ଡ ୯୩ ହଜାର ନୂଆଁ ଆକ୍ରାନ୍ତ ଚିହ୍ନଟ, ୫ଶହରୁ ଅଧିକ ମୃତ “

ବାଚସ୍ପତିଙ୍କ ଉପରେ ଜୋତା ଫିଙ୍ଗିବା ଘଟଣା : ୩ ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଜେପି ସଦସ୍ୟଙ୍କ ଧାରଣା, ଆଜି ବିଧାୟକ ଦଳର ସମ୍ବାଦିକ ସମ୍ମିଳନୀ

କନକ ବ୍ୟୁରୋ : ବାଚସ୍ପତିଙ୍କ ଉପରେ ଜୋତା ଫିଙ୍ଗିବା ଘଟଣାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ୩ ବିଧାୟକଙ୍କ ବିରୁଦ୍ଧରେ ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଜେପି ସଦସ୍ୟମାନେ ଧାରଣା ଦେଇଛନ୍ତି । ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତୀ ତଳେ ସାରା ରାତି ବିଜେପି ବିଧାୟକମାନେ ଧାରଣା ଦେଇଛନ୍ତି । ବିଧାୟକଙ୍କ ପ୍ରତିବାଦକୁ ଦେଇ ବାଚସ୍ପତି ଆସି ବୁଝାସୁଝା କରିବା ପରେ ମଧ୍ୟ ବିଜେପି ସମସ୍ୟମାନେ ସେଭଳି ଧାରଣା ଜାରି ରଖିଥିଲେ । ଆଉContinue reading “ବାଚସ୍ପତିଙ୍କ ଉପରେ ଜୋତା ଫିଙ୍ଗିବା ଘଟଣା : ୩ ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଜେପି ସଦସ୍ୟଙ୍କ ଧାରଣା, ଆଜି ବିଧାୟକ ଦଳର ସମ୍ବାଦିକ ସମ୍ମିଳନୀ”

ବଢୁଥିବା ସଂକ୍ରମଣ ଭିତରେ ଆଶ୍ୱସ୍ତ କରୁଛି ଟିକାକରଣ । କ୍ରମାଗତ ଦ୍ୱିତୀୟ ଦିନରେ ଓଡ଼ିଶାରେ ଟିକାକରଣକୁ ନେଇ ରେକର୍ଡ, ଗତକାଲି  ଦିଆଗଲା ୨ ଲକ୍ଷ ୭୧ ହଜାର ୪୮୦ ଡୋଜ୍ 

କନକ ବ୍ୟୁରୋ : କରୋନା ସଂକ୍ରମଣ ବଢୁଥିବା ବେଳେ ଟିକାକରଣକୁ ନେଇ ଆସିଛି ଆଶ୍ୱସ୍ତକର ଖବର । କ୍ରମାଗତ ଦ୍ୱିତୀୟ ଦିନରେ ଓଡ଼ିଶାରେ ରେକର୍ଡ ପରିମାଣରେ ଟିକାକରଣ କରାଯାଇଛି । ଦୈନିକ ୨ ଲକ୍ଷ ଟିକାକରଣ ଲକ୍ଷ୍ୟ ଥିବା ବେଳେ ଗତକାଲି ୨ ଲକ୍ଷ ୭୧ ହଜାର ୪୮୦ ଡୋଜ୍ ଟିକାକରଣ କରାଯାଇଛି । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଟିକାକରଣ ଅଢ଼େଇ ଲକ୍ଷ ଅତିକ୍ରମ କରିଛି । ଏହାରି ଭିତରେ ଓଡ଼ିଶାରେ ମୋଟ୍ ୩୧ ଲକ୍ଷContinue reading “ବଢୁଥିବା ସଂକ୍ରମଣ ଭିତରେ ଆଶ୍ୱସ୍ତ କରୁଛି ଟିକାକରଣ । କ୍ରମାଗତ ଦ୍ୱିତୀୟ ଦିନରେ ଓଡ଼ିଶାରେ ଟିକାକରଣକୁ ନେଇ ରେକର୍ଡ, ଗତକାଲି  ଦିଆଗଲା ୨ ଲକ୍ଷ ୭୧ ହଜାର ୪୮୦ ଡୋଜ୍ “

ଆଜିଠାରୁ ପ୍ରତି ରବିବାର ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର । ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଉପରେ ରହିବ ନଜର, କଡ଼ାକଡ଼ି ପାଳନ ହେବ କଟକଣା

କନକ ବ୍ୟୁରୋ : ଆଜିଠାରୁ ପ୍ରତି ରବିବାର ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର । ସେହିପରି ସପ୍ତାହକ ଦୁଇ ଥର ସର୍ବସାଧାରଣ ଦର୍ଶନ ପରେ ଶ୍ରୀମନ୍ଦିର ପରିସରକୁ କରାଯିବ ସାନିଟାଇଜ୍ । କରୋନା ସଂକ୍ରମଣ ଆଶଙ୍କା ଥିବାରୁ ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଉପରେ ନଜର ରଖାଯିବ । ସଂକ୍ରମଣକୁ ଆଖିରେ ପୁରୀ ଶ୍ରୀମନ୍ଦିର ପାଇଁ ନୂଆ ଏସଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ ।  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ସେବାୟତ ଓ ଶ୍ରୀମନ୍ଦିରContinue reading “ଆଜିଠାରୁ ପ୍ରତି ରବିବାର ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର । ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଉପରେ ରହିବ ନଜର, କଡ଼ାକଡ଼ି ପାଳନ ହେବ କଟକଣା”

ପଡ଼ୋଶୀ ଛତିଶଗଡ଼ରୁ ପଶ୍ଚିମ ଓଡ଼ିଶାକୁ କରୋନା ଭୟ । ଝାରସୁଗୁଡ଼ା ଜିଲ୍ଲାର ୧୨ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ । ସେପଟେ ଆସନ୍ତାକାଲିଠାରୁ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ

କନକ ବ୍ୟୁରୋ : ଛତିଶଗଡ଼ରେ ବଢ଼ୁଥିବା କରୋନା ସଂକ୍ରମଣ ପଶ୍ଚିମ ଓଡ଼ିଶା ପାଇଁ ଚିନ୍ତା କାରଣ ପାଲଟିଛି । ଆଉ ଏହାରି ଭିତରେ ଝାରସୁଗୁଡ଼ା ଜିଲ୍ଲାର ୧୨ଟି ସ୍ଥାନରେ କଣ୍ଟେନମେଣ୍ଟ  ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ନୂଆ ୧୭ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହେବା ପରେ ସତର୍କତାମୂଳପ ପଦକ୍ଷେପ ଭାବେ ଏହି ନିଷ୍ପତି ନେଇଛି ଝାରସୁଗୁଡ଼ା ଜିଳ୍ଲା ପ୍ରଶାସନ । ସେପଟେ ପଡ଼ୋଶୀ ଛତିଶଗଡ଼ରୁ ପଶ୍ଚିମ ଓଡ଼ିଶାକୁ କରୋନା ଭୟ । ଆଉContinue reading “ପଡ଼ୋଶୀ ଛତିଶଗଡ଼ରୁ ପଶ୍ଚିମ ଓଡ଼ିଶାକୁ କରୋନା ଭୟ । ଝାରସୁଗୁଡ଼ା ଜିଲ୍ଲାର ୧୨ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ । ସେପଟେ ଆସନ୍ତାକାଲିଠାରୁ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ”

ଦୁଇ ସପ୍ତାହ ପରେ ସ୍ୱାଭାବିକ ବିଶ୍ୱର ସବୁଠୁ ବ୍ୟସ୍ତ ଜଳପଥ । ସୁଏଜ କେନାଲରେ ଶନିବାର ଅତିକ୍ରମ କଲା ଜାମରେ ଫସିଥିବା ଶେଷ ୬୧ଟି ଜାହାଜ ।

କନକ ବ୍ୟୁରୋ: ଇଜିପ୍ଟର ସୁଏଜ କେନାଲରେ ଲାଗିରହିଥିବା ଅଚଳାବସ୍ଥା ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ହେଉଛି । ଗତ ୨୩ ତାରିଖରେ ସୁଏଜ କେନାଲରେ ବିଶାଳକାୟ ଏଭର ଗିଭେନ ଜାହାଜ ଫସିଥିଲା ଯାହା ୭ଦିନ ପରେ ଅର୍ଥାତ ୩୦ ତାରିଖରେ ଏହା ହଟିଥିଲା । ଏହି ସମୟ ମଧ୍ୟରେ କେନାଲର ଦୁଇ ମୁଣ୍ଡରେ ୪୨୨ଟି ଜାହାଜ ଅଟକ ରହିଥିଲା । କେନାଲରେ ଫସିରହିଥିବା ୬୧ଟି ଜାହାଜକୁ ବାଦ୍ ଦେଇ ଅନ୍ୟ ସମସ୍ତ ଜାହାଜ ସୁଏଜ କେନାଲ ଅତିକ୍ରମ କରିସାରିଛିContinue reading “ଦୁଇ ସପ୍ତାହ ପରେ ସ୍ୱାଭାବିକ ବିଶ୍ୱର ସବୁଠୁ ବ୍ୟସ୍ତ ଜଳପଥ । ସୁଏଜ କେନାଲରେ ଶନିବାର ଅତିକ୍ରମ କଲା ଜାମରେ ଫସିଥିବା ଶେଷ ୬୧ଟି ଜାହାଜ ।”

ଅର୍ଥନୀତିକୁ ବାଦ୍ ନେଇ ରାଜନୈତିକ ରାସ୍ତା ବାଛିଲା ପାକିସ୍ତାନ । କଶ୍ମୀର ପ୍ରସଙ୍ଗ ଯୋଗୁଁ ଭାରତ ସହ ବାଣିଜ୍ୟିକ ସମ୍ପର୍କ ଚାହୁଁନଥିବା କହିଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।

କନକ ବ୍ୟୁରୋ: ଭାରତ ସହ ବାଣିଜ୍ୟ କରିବା ନେଇ ନିଷ୍ପତ୍ତି ନେବାର ମାତ୍ର ୨୪ଘଂଟା ଭିତରେ ନିଷ୍ପତ୍ତି ବଦଳାଇଥିବା ପାକିସ୍ତାନ ଏବେ କଶ୍ମୀର ପ୍ରସଙ୍ଗ ଉଠାଇଛି । କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତ ସ୍ପଷ୍ଟ କରିିଥିବା ବେଳେ ମଧ୍ୟ ଏବେ କଶ୍ମୀର କଥା କହୁଛି ପାକିସ୍ତାନ । ସାମ୍ପ୍ରତିକ ପରିସ୍ଥିତିରେ ଭାରତ ସହ କୌଣସି ବାଣିଜ୍ୟ ସମ୍ବନ୍ଧୀୟ ଅଗ୍ରଗତି କରିହେବ ନାହିଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି । ଭାରତରୁ ତୁଳାContinue reading “ଅର୍ଥନୀତିକୁ ବାଦ୍ ନେଇ ରାଜନୈତିକ ରାସ୍ତା ବାଛିଲା ପାକିସ୍ତାନ । କଶ୍ମୀର ପ୍ରସଙ୍ଗ ଯୋଗୁଁ ଭାରତ ସହ ବାଣିଜ୍ୟିକ ସମ୍ପର୍କ ଚାହୁଁନଥିବା କହିଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।”

କରୋନା ସଂକ୍ରମଣକୁ ନଜରରେ ରଖି ପୁଣି ଫେରିଛି ଲକଡାଉନ । ବାଂଲାଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସୋମବାର ଠାରୁ ଲକଡାଉନ ଘୋଷଣା ।

କନକ ବ୍ୟୁରୋ: କରୋନା ସଂକ୍ରମଣକୁ ନଜରରେ ରଖି ପୁଣି ପେରିଛି ଲକଡାଉନ । ବାଂଲାଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ସୋମବାର ଠାରୁ ଲକଡାଉନ ଘୋଷଣା କରାଯାଇଛି । ବଢୁଥିବା କରୋନା ମାମଲାକୁ ରୋକିବା ପାଇଁ ଏପରି ନିଷ୍ପତି ନେଇଛି ବାଂଲାଦେଶ । ଏହି ତାଲାବନ୍ଦ ସମୟରେ ଜରୁରୀସେବା ଜାରି ରହିବ । କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍ ଦେଲେ ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିବ । କିନ୍ତୁ ଶିଳ୍ପାଂଚଳ ଗୁଡିକ ଚାଲୁ ରହିବContinue reading “କରୋନା ସଂକ୍ରମଣକୁ ନଜରରେ ରଖି ପୁଣି ଫେରିଛି ଲକଡାଉନ । ବାଂଲାଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସୋମବାର ଠାରୁ ଲକଡାଉନ ଘୋଷଣା ।”

ମହାରାଷ୍ଟ୍ରରେ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ଆଜିଠାରୁ ପୁନେରେ ୧୨ ଘଂଟିଆ ନାଇଟ୍ କର୍ଫ୍ୟୁ । ସପ୍ତାହ ପର୍ଯ୍ୟନ୍ତ କଟକଣା ଲଗାଇଲା ପୁନେ ପ୍ରଶାସନ ।

କନକ ବ୍ୟୁରୋ: ଚିନ୍ତା ବଢ଼ାଉଛନ୍ତି ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ, ଦିଲ୍ଳୀ, ତାମିଲନାଡୁ, ଗୁଜୁରାଟ , ମଧ୍ୟପ୍ରଦେଶ ଓ ପଞ୍ଜାବ । ଶୁକ୍ରବାର ସାରାଦେଶରେ ମୋଟ ଯେତିକି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୮୧ ପ୍ରତିଶତ ରୋଗୀ କେବଳ ଏହି ୮ଟି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି । ଯେଉଁଥିପାଇଁ ଦେଶର ଦୈନିକ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି ବୋଲି କୁହାଯାଉଛି । ମହାରାଷ୍ଟ୍ରରେ ଶୁକ୍ରବାର ୪୭ ହଜାର ୮୨୭ ନୂଆ ପଜିଟିଭ୍Continue reading “ମହାରାଷ୍ଟ୍ରରେ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ଆଜିଠାରୁ ପୁନେରେ ୧୨ ଘଂଟିଆ ନାଇଟ୍ କର୍ଫ୍ୟୁ । ସପ୍ତାହ ପର୍ଯ୍ୟନ୍ତ କଟକଣା ଲଗାଇଲା ପୁନେ ପ୍ରଶାସନ ।”

Design a site like this with WordPress.com
Get started