କନକ ବ୍ୟୁରୋ: କରୋନା ଭୂତାଣୁ ଲେଉଟିବା ପରେ ହୁ ହୁ ହେଇ ମାଡି ଚାଲିଛି ସଂକ୍ରମଣ । ଦ୍ୱିତୀୟ ଲହର ଆରମ୍ଭ ହେବାର ମାତ୍ର ଦିନ କେଇଟା ଭିତରେ ଦୈନିକ ସଂକ୍ରମଣ ସଂଖ୍ୟା ପାଖାପାଖି ୯୦ ହଜାରରେ ପହଁଚିଛି । ମାର୍ଚ୍ଚ ୧୨ରେ ସାରାଦେଶରୁ ୨୩ ହଜାର ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ଅପ୍ରେଲ ୩ ତାରିଖରେ ଏହି ସଂଖ୍ୟା ୯୦ହଜାର ଛୁଇଁବାକୁ ଯାଉଛି । ଦୈନିକ କରୋନା ଆକ୍ରାନ୍ତ ଚିହ୍ନଟ ୧୨ ମାର୍ଚ୍ଚ – ୨୩Continue reading “ଦେଶରେ ରେକର୍ଡ ଛୁଉଁଛି କରୋନା ସଂକ୍ରମଣ । ପ୍ରଥମ ଲହର ତୁଳନାରେ ଅଧିକ ବ୍ୟାପୁଛି ଦ୍ୱିତୀୟ ଲହର ।”
Author Archives: Raghaba
ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ ତମ ସମାବର୍ତ୍ତନ ଉତ୍ସବ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟର ୫ ବିଶିଷ୍ଟ ବ୍ୟକ୍ତିଙ୍କୁ ଉପରାଷ୍ଟ୍ରପତି ପ୍ରଦାନ କଲେ ଡକ୍ଟରେଟ୍ ଉପାଧି ।
କନକ ବ୍ୟୁରୋ: ବିଶ୍ୱବିଦ୍ୟାଳୟରେ ଶିକ୍ଷା ଏପରି ହେବା ଉଚିତ ଯାହା ଛାତ୍ରଛାତ୍ରୀଙ୍କୁ ଚାକିରି ପଛରେ ଗୋଡାଇବା ବଦଳରେ ଅନ୍ୟକୁ ଚାକିରି ଦେବାରେ ସକ୍ଷମ କରିବ । ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଶିକ୍ଷାନୁଷ୍ଠାନର ଭୂମିକା ଓ ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟକୁ ନେଇ ଏପରି ମାର୍ଗଦର୍ଶନ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏଥିସହ ଓଡିଶାର ଐତିହ୍ୟ ଓ ସମୃଦ୍ଧ ନୌବାଣଜ୍ୟ ପରମ୍ପରାରୁ ପ୍ରେରଣା ନେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଉତ୍କଳ ଦିବସର ୫୦ତମ ସମାବର୍ତ୍ତନ ଉତ୍ସବContinue reading “ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ ତମ ସମାବର୍ତ୍ତନ ଉତ୍ସବ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟର ୫ ବିଶିଷ୍ଟ ବ୍ୟକ୍ତିଙ୍କୁ ଉପରାଷ୍ଟ୍ରପତି ପ୍ରଦାନ କଲେ ଡକ୍ଟରେଟ୍ ଉପାଧି ।”
ଜଗା ଦର୍ଶନ ପାଇଁ ଆସିଥିବା ବେଳେ ଘଟିଗଲା ଅଭାବନୀୟ ଘଟଣା । ବ୍ୟାରିକେଡରେ ଫସିଗଲା ୫ ବର୍ଷର ଶିଶୁ ।
କନକ ବ୍ୟୁରୋ: ଶ୍ରୀମନ୍ଦିର ସମୁଖରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଜୋତାଷ୍ଟାଣ୍ଡ ନିକଟରେ ଥିବା ବ୍ୟାରିକେଡ୍ରେ ଫଶି ଯାଇଥିଲା ଜଣେ ୫ ବର୍ଷୀୟା ଶିଶୁ । ରେଲିଂ ଭିତରେ ତା’ର ମୁଣ୍ଡ ପଶି ଯାଇଥିବାରୁ ଏହାକୁ ଦେଖି ସମସ୍ତେ ଚକିତ ହୋଇ ଯାଇଥିଲେ । ଶେଷରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଗ୍ୟାସ୍ କଟରରେ ବ୍ୟାରିକେଡ୍ ରେଲିଂ କାଟି ତାକୁ ଉଦ୍ଧାର କରିଛନ୍ତି । ତେବେ ଆଜି ସବୁ କିଛି ସ୍ୱାଭାବିକ୍ ଚାଲିଥିଲାContinue reading “ଜଗା ଦର୍ଶନ ପାଇଁ ଆସିଥିବା ବେଳେ ଘଟିଗଲା ଅଭାବନୀୟ ଘଟଣା । ବ୍ୟାରିକେଡରେ ଫସିଗଲା ୫ ବର୍ଷର ଶିଶୁ ।”
ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଜୋତା ଫିଙ୍ଗି ନିଲମ୍ବିତ ହେଲେ ୩ ବିଧାୟକ । ବିଷ୍ଣୁ ସେଠୀ, ଜୟ ନାରାୟଣ ମିଶ୍ର ଓ ମୋହନ ମାଝିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ।
କନକ ବ୍ୟୁରୋ: ଗଣତନ୍ତ୍ରର ପବିତ୍ର ଗୃହରେ ବିଧାୟକଙ୍କ ଅଗଣତାନ୍ତ୍ରିକ ଆଚରଣ ମହଙ୍ଗା ପଡ଼ିଛି । ବାଚସ୍ପତିଙ୍କ ଉପରକୁ ଜୋତା ଫୋପାଡ଼ିବା ଘଟଣାରେ ବିରୋଧୀ ଦଳ ଉପ-ନେତା ବିଷ୍ଣୁ ସେଠୀ, ସମ୍ବଲପୁର ବିଧାୟକ ଜୟ ନାରୟଣ ମିଶ୍ର ଏବଂ କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଘଟଣାର ଅନୁଧ୍ୟାନ ପରେ ବାଚସ୍ପତି, ବିଜେପି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବା ବେଳେ ଏହାର ପ୍ରତିବାଦରେ ବିଧାନସଭା ସାମ୍ନାରେ ଥିବା ଗାନ୍ଧୀମୂର୍ତ୍ତୀ ତଳେ ପ୍ରତିବାଦContinue reading “ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଜୋତା ଫିଙ୍ଗି ନିଲମ୍ବିତ ହେଲେ ୩ ବିଧାୟକ । ବିଷ୍ଣୁ ସେଠୀ, ଜୟ ନାରାୟଣ ମିଶ୍ର ଓ ମୋହନ ମାଝିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ।”
କେତେ ଜରୁରୀ ନାଇଟ୍ କର୍ଫ୍ୟୁ? ଭିନ୍ନ ଭିନ୍ନ ମତ ରଖିଲେ ବିଶେଷଜ୍ଞ । ଜାଣନ୍ତୁ, କଣ କହିଲେ…
କନକ ବ୍ୟୁରୋ: ସଂକ୍ରମଣ ରୋକିବା ପାଇଁ ଲକଡାଉନ, ସଟଡାଉନ୍ ଓ ନାଇଟ୍ କର୍ଫ୍ୟୁ ଭଳି କଟକଣା ଲଗାଇଥାନ୍ତି ସରକାର । ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ ଜାରି ହୋଇଛି । ପୁନେରେ ସଂଧ୍ୟା ୬ରୁ ୧୨ ଘଂଟିଆ କର୍ଫ୍ୟୁ ଲଗାଯାଇଛି । ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି ସରକାର । ତେବେ ଛୋଟ ସହର ଓ ଗ୍ରାମାଂଚଳରେ ରାତି ୧୦ଟା ପରେ କର୍ଫ୍ୟୁ, ସଂକ୍ରମଣ ରୋକିବାରେ କେତେ ସହାୟକ ହେବ, ତାହା ସବୁଠୁContinue reading “କେତେ ଜରୁରୀ ନାଇଟ୍ କର୍ଫ୍ୟୁ? ଭିନ୍ନ ଭିନ୍ନ ମତ ରଖିଲେ ବିଶେଷଜ୍ଞ । ଜାଣନ୍ତୁ, କଣ କହିଲେ…”
ପଡ଼ୋଶୀ ଛତିଶଗଡ଼ରୁ ପଶ୍ଚିମ ଓଡ଼ିଶାକୁ କରୋନା ଭୟ । ରାଜ୍ୟକୁ ପୁଣି ଫେରିଲା ନାଇଟ କର୍ଫ୍ୟୁ । ସୋମବାରଠାରୁ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ।
କନକ ବ୍ୟୁରୋ: ଦିନକୁ ଦିନ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବା ଏବଂ ଛତିଶଗଡ଼ରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଜାରି କରିଛନ୍ତି ରାଜ୍ୟ ସରକାର । ବିଶେଷ କରି ଯେଉଁ ଜିଲ୍ଲାଗୁଡିକ ଛତିଶଗଡ଼ ସୀମାକୁ ଲାଗିଛନ୍ତି, ସେହି ଜିଲ୍ଲାରେ କଟକଣା ଜାରି କରାଯାଇଛି । ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । ସେହିପରି ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟContinue reading “ପଡ଼ୋଶୀ ଛତିଶଗଡ଼ରୁ ପଶ୍ଚିମ ଓଡ଼ିଶାକୁ କରୋନା ଭୟ । ରାଜ୍ୟକୁ ପୁଣି ଫେରିଲା ନାଇଟ କର୍ଫ୍ୟୁ । ସୋମବାରଠାରୁ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ।”
ସଂକ୍ରମଣ ରୋକିବାକୁ ଜାରି ହେଉଛି ନାଇଟ୍ କର୍ଫ୍ୟୁ । ହେଲେ ନିର୍ବାଚନ ପ୍ରଚାରରେ ହେଉଛି ବିଶାଳ ରାଲି । ସମାବେଶରେ ଯୋଗ ଦେଉଛନ୍ତି ହଜାର ହଜାର ଲୋକ ।
କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣକୁ ଆଖିରେ ରଖି ନାଇଟ୍ କର୍ଫ୍ୟୁ ଜାରି ହୋଇଛି । କୋଭିଡ କଟକଣା ରହିଛି ହେଲେ ରାଜନୈତିକ ସମାବେଶ ଓ ରାଲି ଉପରେ ଏହି କଟକଣା ଲାଗୁ ହେଉ ନାହିଁ । ଏବେ ଦେଶର ୫ଟି ରାଜ୍ୟରେ ନିର୍ବାଚନର ମାହୋଲ । ରାଜନୈତିକ ରାଲି, ସମାବେଶରେ କରୋନା କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି । ପଶ୍ଚିମବଙ୍ଗ, କେରଳ, ଆସମାରେ କୋଭିଡ କଟକଣାକୁ କେହି ମାନୁ ନାହାନ୍ତି, ପ୍ରଶାସନର ଏଥିପ୍ରତି ନିଘା ନାହିଁContinue reading “ସଂକ୍ରମଣ ରୋକିବାକୁ ଜାରି ହେଉଛି ନାଇଟ୍ କର୍ଫ୍ୟୁ । ହେଲେ ନିର୍ବାଚନ ପ୍ରଚାରରେ ହେଉଛି ବିଶାଳ ରାଲି । ସମାବେଶରେ ଯୋଗ ଦେଉଛନ୍ତି ହଜାର ହଜାର ଲୋକ ।”
କରୋନା କବଳରେ କୁମ୍ଭମେଳା । ୪ ଦିନରେ ୩୦୦ ଲୋକ କରୋନା ସଂକ୍ରମିତ । ସଂକ୍ରମିତଙ୍କ ମଧ୍ୟରେ ସାତ ଜଣ ସାଧୁ ସାମିଲ ।
କନକ ବ୍ୟୁରୋ : କରୋନା ମହାମାରୀ ପାଇଁ ଚଳିତ ବର୍ଷ କେବଳ ଗୋଟେ ମାସ ପାଇଁ କୁମ୍ଭମେଳା କରିବାକୁ ଅନୁମତି ଦେଇଛନ୍ତି ସରକାର। କରୋନା କଟକଣା ମଧ୍ୟ କୁମ୍ଭମେଳା କରିବାକୁ ଅନୁମତି ମିଳିଥିବା ବେଳେ, ୪ ଦିନ ମଧ୍ୟରେ ୩୦୦ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଶଙ୍କରାଚାର୍ଯ୍ୟ ଛକରେ ଅବସ୍ଥିତ କୃଷ୍ଣ ଆଶ୍ରମରେ ସାତ ଜଣ ସାଧୁ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ କୁମ୍ଭମେଳା ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। କରୋନା ସଂକ୍ରମିତ ହୋଇଥିବା ସାଧୁମାନଙ୍କୁ ଏବେContinue reading “କରୋନା କବଳରେ କୁମ୍ଭମେଳା । ୪ ଦିନରେ ୩୦୦ ଲୋକ କରୋନା ସଂକ୍ରମିତ । ସଂକ୍ରମିତଙ୍କ ମଧ୍ୟରେ ସାତ ଜଣ ସାଧୁ ସାମିଲ ।”
ଶେଷ ହେଲା ବିଧାନସଭା ବଜେଟ୍ ଅଧିବେଶନ । ୫ଟି କାର୍ଯ୍ୟଦିବସ ପୂର୍ବରୁ ଆଗୁଆ ସରିଲା ଅଧିବେଶନ ।
କନକ ବ୍ୟୁରୋ: ଶେଷ ହେଲା ବିଧାନସଭାର ବଜେଟ୍ ଅଧିବେଶନ । ୫ଟି କାର୍ଯ୍ୟଦିବସ ପୂର୍ବରୁ ଆଜି ବିଧାନସଭା ବଜେଟ୍ ଅଧିବେଶନକୁ ଶେଷ କରିଦିଆଯାଇଛି । ତେବେ ଏହି ଅଧିବେଶନରେ ମୋଟ ୨୬ଟି ବୈଠକ ବସିଥିଲା । ଯେଉଁଥିରେ ସମୁଦାୟ ୯ଟି ବିଲ୍ ପାରିତ ହୋଇଥିଲା । ଏହାସହ ଏହି ଅଧିବେଶନରେ ଉଭୟ ଶାସକ ଓ ବିରୋଧୀଙ୍କ ହଙ୍ଗାମା ଦେଖିଥିଲା ବିଧାନସଭା । ବିଧାୟକଙ୍କ ସାନିଟାଇଜର ପିଇବା ପ୍ରସଙ୍ଗ, ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ଗୃହ କମ୍ପିଥିଲା । ଚଳିତContinue reading “ଶେଷ ହେଲା ବିଧାନସଭା ବଜେଟ୍ ଅଧିବେଶନ । ୫ଟି କାର୍ଯ୍ୟଦିବସ ପୂର୍ବରୁ ଆଗୁଆ ସରିଲା ଅଧିବେଶନ । “
ଖବର ବାଜିଲା ପରେ ବନ ବିଭାଗର ନିଦ ଭାଙ୍ଗିଲା । ମାଲକାନଗିରି ବଣ୍ଡା ଘାଟିରୁ ନିଆଁ ଲିଭାଇବାକୁ ତତ୍ପର ବନ ବିଭାଗ ।
କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ୮ଟି ପାହାଡରେ ପୋଡୁ ଚାଷ ପାଇଁ ନିଆଁ ଲାଗିବା ଖବର କନକ ନ୍ୟୁଜରେ ପ୍ରସାରଣ ପରେ ତତ୍ପରତା ଦେଖାଇଛି ମାଥିଲି ବନବିଭାଗ । ରାତିରେ ଘାଟି ଅଂଚଳର ପାହାଡ ଚଢି ନିଆଁକୁ କାବୁ କରିଛି ବନ ବିଭାଗର ସ୍ୱତନ୍ତ୍ର ଟିମ୍ । ସେପଟେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁର ପ୍ରଭାବ ଦେଖିବାକୁ ମିଳିଛି । ୩ ଦିନ ଧରି ଜିଲ୍ଲାରେ ଧୂଆଁଳିଆ ପରିବେଶ ଦେଖିବାକୁ ମିଳୁଛି। ରାତିରContinue reading “ଖବର ବାଜିଲା ପରେ ବନ ବିଭାଗର ନିଦ ଭାଙ୍ଗିଲା । ମାଲକାନଗିରି ବଣ୍ଡା ଘାଟିରୁ ନିଆଁ ଲିଭାଇବାକୁ ତତ୍ପର ବନ ବିଭାଗ ।”