କନକ ବ୍ୟୁରୋ: ବର୍ତମାନ ସମୟରେ ଉଚ୍ଚ ସ୍ତରୀୟ ସରକାରୀ ଅଫିସରମାନେ ବଡ ଏବଂ ଦାମୀ ଗାଡ଼ିରେ ଯିବା ଆସିବା କରିବା ପାଇଁ ପସନ୍ଦ କରନ୍ତି । ଏଥିପାଇଁ ପ୍ରାୟତଃ ସବୁ ଅଧିକାରୀମାନଙ୍କ ପାଇଁ ଦାମୀ ଗାଡି ସବୁ ନିଆଯାଇଥାଏ । ଯେତେ ବଡ ଅଫିସର ସେତେ ଦାମୀ ଗାଡ଼ି । ହେଲେ ଏଭଳି ସ୍ଥିତିରେ ମୟୂରଭଞ୍ଜ ଜିଲ୍ଲାର ଜଣେ ଓଏଏସ ଅଧିକାରୀ ନିଜ କର୍ମକ୍ଷେତ୍ରକୁ ସାଇକେଲ୍ ଯୋଗେ ଯିବା ଆସିବା କରୁଥିବାର ନଜର ଆସିଛି । ତାହାContinue reading “ଡହ ଡହ ଖରାରେ ସାଇକେଲରେ ଅଫିସ ଯାଉଛନ୍ତି ଓଏଏସ୍ ଅଫିସର । ଚର୍ଚ୍ଚାରେ ମୟୂରଭଞ୍ଜର ଡେପୁଟି କଲେକ୍ଟର ସୁଜୟ କୁମାର ପତି ।”
Author Archives: Raghaba
ସସପେଣ୍ଡ ହେବା ପରେ ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । କହିଲେ, ସସପେଣ୍ଡକୁ ଖାତିର କରୁନାହିଁ ।
କନକ ବ୍ୟୁରୋ: ଗୃହରୁ ସସପେଣ୍ଡ ହେବା ପରେ ପ୍ରତିକ୍ରିୟା ରଖିଲେ ବିଧାୟକ ଜୟନାରାୟଣ ମିଶ୍ର । କହିଲେ, ବାଚସ୍ପତି ଯେତେବେଳେ ସମ୍ବିଧାନ ହିସାବରେ କାମ କଲେ ନାହିଁ ସେତେବେଳେ ଏପିର ପ୍ରତିକ୍ରିୟା ଆସିଲା । ଯଦି ଅତ୍ୟାଚାର, ଅନାଚାର ବିରୋଧରେ ସ୍ୱର ଉତ୍ତୋଳନ କଲେ ସସପେଣ୍ଡ କରାଯାଏ, ଏହାକୁ ମୁଁ ସ୍ୱାଗତ କରୁଛି । ମୁଁ ଏହି ସସପେଣ୍ଡକୁ ଖାତିର କରୁନାହିଁ । ଗୃହରେ ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିବା ଘଟଣା । ୩ ଜଣ ବିଧାୟକଙ୍କୁContinue reading “ସସପେଣ୍ଡ ହେବା ପରେ ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । କହିଲେ, ସସପେଣ୍ଡକୁ ଖାତିର କରୁନାହିଁ ।”
ପିପିଲି ଉପ ନିର୍ବାଚନ ମଇଦାନରେ ଏଥର ୧୦ ପ୍ରାର୍ଥୀ । ୬ ତାରିଖରୁ ଆରମ୍ଭ ହେବ ପୋଷ୍ଟାଲ ବାଲାଟ୍ ଭୋଟ୍ ।
କନକ ବ୍ୟୁରୋ: ପିପିଲି ଉପ ନିର୍ବାଚନ ମଇଦାନରେ ୧୦ ପ୍ରାର୍ଥୀ । ଆଜି ପିପିିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ଥିଲା । ଯେଉଁଥିରେ ମୋଟ ଦଶଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଚୂଡାନ୍ତ ହୋଇଥିବା ସିିଇଓ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି । ଏଥର ପିପିଲି ଉପ ନିର୍ବାଚନ ପାଇଁ ମୋଟ ୧୫ ଜଣ ନୋମିନେସନ ଫାଇଲ୍ କରିଥିଲେ । ଯେଉଁଥିରୁ ତିନିଜଣଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିଲା । ଏହାପରେ ଆଜିContinue reading “ପିପିଲି ଉପ ନିର୍ବାଚନ ମଇଦାନରେ ଏଥର ୧୦ ପ୍ରାର୍ଥୀ । ୬ ତାରିଖରୁ ଆରମ୍ଭ ହେବ ପୋଷ୍ଟାଲ ବାଲାଟ୍ ଭୋଟ୍ । “
ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିବା ଘଟଣା । ୩ ବିଧାୟକଙ୍କୁ ସସପେଣ୍ଡ ପାଇଁ ନିର୍ଦ୍ଦେଶ ଦେଲେ ବାଚସ୍ପତି
କନକ ବ୍ୟୁରୋ: ଗୃହରେ ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିବା ଘଟଣା । ୩ ଜଣ ବିଧାୟକଙ୍କୁ ସସପେଣ୍ଡ ପାଇଁ ନିର୍ଦ୍ଦେଶ ଦେଲେ ବାଚସ୍ପତି । ଚଳିତ ବିଧାନସଭା ଅଧିବେସନ ପାଇଁ ୩ ବିଧାୟକ ସସପେଣ୍ଡ । ସସପେଣ୍ଡ ହେଲେ ବିଷ୍ଣୁ ସେଠୀ, ଜୟ ନାରାୟଣ ମିଶ୍ର ଓ ମୋହନ ମାଝୀ । ବିଧାନସଭାରେ ଆଜି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିଛନ୍ତି ବିରୋଧୀ ବିଧାୟକ । ବାଚସ୍ପତି ମୁଲତବି ପ୍ରସ୍ତାବ ଗ୍ରହଣContinue reading “ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିବା ଘଟଣା । ୩ ବିଧାୟକଙ୍କୁ ସସପେଣ୍ଡ ପାଇଁ ନିର୍ଦ୍ଦେଶ ଦେଲେ ବାଚସ୍ପତି “
ଶ୍ରୀମନ୍ଦିର ପାଇଁ ପ୍ରଶାସନ ଆଣିଲା ନୂଆ ଏସଓପି । ରବିବାର ବନ୍ଦ ରହିବ ମନ୍ଦିର, ସପ୍ତାହକୁ ଦୁଇ ଥର ହେବ ସାନିଟାଇଜ୍ ।
କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାବେଳେ ଶ୍ରୀମନ୍ଦିର ପାଇଁ ନୂଆ ଏସଓପି ଆଣିଛି ମନ୍ଦିର ପ୍ରଶାସନ । ଏଣିକି ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବା ସହିତ ଏହିଦିନ ସମ୍ପୂର୍ଣ୍ଣ ମନ୍ଦିରକୁ ସାନିଟାଇଜ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଖାଲି ସେତିକି ନୁହେଁ, ରବିବାର ମନ୍ଦିର ବନ୍ଦ ରହିବା ସହିତ ରାତିରେ ସପ୍ତାହକୁ ଦୁଇଦିନ ମନ୍ଦିର ସାନିଟାଇଜ ହେବ । ତା ସହିତ ମନ୍ଦିର ଭିତରେ କୋଭିଡ୍ ଗାଇଡଲାଇନ୍ କଡାକଡି ଭାବେ ପାଳନ ହେବContinue reading “ଶ୍ରୀମନ୍ଦିର ପାଇଁ ପ୍ରଶାସନ ଆଣିଲା ନୂଆ ଏସଓପି । ରବିବାର ବନ୍ଦ ରହିବ ମନ୍ଦିର, ସପ୍ତାହକୁ ଦୁଇ ଥର ହେବ ସାନିଟାଇଜ୍ । “
ଗଞ୍ଜାମରେ ଦଣ୍ଡନାଚ ଉପରେ କଟକଣା ଲଗାଇଲେ ଜିଲ୍ଲାପାଳ । କେବଳ ୨୫ ଜଣ ଲୋକଙ୍କୁ ନେଇ ଦଣ୍ଡଯାତ୍ରା ଅନୁମତି ।
କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାବେଳେ ଆଜି ଗଞ୍ଜାମ ଜିଲ୍ଲାପାଳ ଦଣ୍ଡନାଚ ଉପରେ କଟକଣା ଲାଗୁ କରିଛନ୍ତି । ଦଣ୍ଡନାଚରେ କେବଳ ୨୫ ଜଣ ଲୋକ ଯୋଗଦେଇପାରିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏହାସହ ଜିଲ୍ଲାରେ ବର୍ତ୍ତମାନ ପାଇଁ କୌଣସି ପ୍ରକାର ରାତ୍ରୀକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିିଁ ବୋଲି ନିୟମ ଜାରି ହୋଇଛି । ତାସହ ତାରା ତାରିଣୀ ପୀଠରେ ଭକ୍ତମାନେ ବର୍ତ୍ତମାନ ମୁଣ୍ଡନ କରିପାରିବେ ନାହିଁ ।Continue reading “ଗଞ୍ଜାମରେ ଦଣ୍ଡନାଚ ଉପରେ କଟକଣା ଲଗାଇଲେ ଜିଲ୍ଲାପାଳ । କେବଳ ୨୫ ଜଣ ଲୋକଙ୍କୁ ନେଇ ଦଣ୍ଡଯାତ୍ରା ଅନୁମତି ।”
ଛତିଶଗଡରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ୫ ଯବାନ ସହିଦ୍, ଜଣେ ନକ୍ସଲ ମୃତ
କନକ ବ୍ୟୁରୋ : ଛତିଶଗଡର ବିଜାପୁର ଜିଲ୍ଲା ତରରେମ୍ ଠାରେ ନକ୍ସଲ ଓ ସୁରକ୍ଷା କର୍ମୀମାନଙ୍କ ଭିତରେ ହୋଇଥିବା ସଂଘର୍ଷରେ ଡିଆରବି ଓ ସିଆରପିଏଫର ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ନକ୍ସଲର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କିଛିମାସ ପୂର୍ବରୁ ନକ୍ସଲମାନେ ଯବାନଙ୍କର ଏକ ବସକୁ ଆଇଡି ବିସ୍ଫୋରଣରେ ଉଡାଇ ଦେଇଥିଲେ । ଯେଉଁଥିରେ ୫ ଜଣ ଯବାନ ସହିଦ ହୋଇଥିଲେ । ନାରାୟଣପୁର ଠାରେ ଯବାନଙ୍କ ବସ୍ ଉପରେ ଏଭଳିContinue reading “ଛତିଶଗଡରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ୫ ଯବାନ ସହିଦ୍, ଜଣେ ନକ୍ସଲ ମୃତ”
ତେଲଙ୍ଗାନା ଉପ ନିର୍ବାଚନରେ ୨ ବିରଳ ପ୍ରାର୍ଥୀ । ଜଣେ ବାଘ ଧରି ବୁଲୁଛନ୍ତି ତ ଜଣେ ଭୋଟରଙ୍କୁ ଦେଖି କାନ୍ଦୁଛନ୍ତି
କନକ ବ୍ୟୁରୋ : ତେଲଙ୍ଗାନାର ନାର୍ଗାଜୁନ ସାଗର ବିଧାନସଭା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏପ୍ରିଲ ୧୭ ତାରିଖ ଦିିିିିନ ଏଠାରେ ଭୋଟ ଗ୍ରହଣ କରାଯିବ ଓ ମେ’ ୨ ତାରିଖରେ ଫଳାଫଳ ପ୍ରକାଶ ପାଇବ । ଭୋଟ ଗ୍ରହଣ ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ୨ ଜଣ ଆଶାୟୀଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଗୋଟିଏ ଭିଡିଓରେ ଟିଆରଏସ୍ ପ୍ରାର୍ଥୀ ବାଗଥ୍ କୁମାରଙ୍କରContinue reading “ତେଲଙ୍ଗାନା ଉପ ନିର୍ବାଚନରେ ୨ ବିରଳ ପ୍ରାର୍ଥୀ । ଜଣେ ବାଘ ଧରି ବୁଲୁଛନ୍ତି ତ ଜଣେ ଭୋଟରଙ୍କୁ ଦେଖି କାନ୍ଦୁଛନ୍ତି”
୪୨୨ ଇଥାନଲ୍ ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ । ୪୧ ହଜାର କୋଟି ଟଙ୍କା ପୁଞ୍ଜିନିବେଶର ସମ୍ଭାବନା
କନକ ବ୍ୟୁରୋ : ଦେଶରେ ଇଥାନଲ୍ ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଦେଶର ବିଭିନ୍ନ ରାଜ୍ୟରେ ୪୨୨ ଟି ଇଥାନଲ୍ ପ୍ରକଳ୍ପ ସ୍ଥାପନ ନିମନ୍ତେ ମଞ୍ଜୁରୀ ପ୍ରଦାନ କରିଛନ୍ତି । ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ ବେଳେ ବିଭାଗୀୟ ଅଧିକାରୀ କହିଛନ୍ତି କି ଏହି ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ହେଲେ ଦେଶରେ ବାର୍ଷିକ ଅଧିକ ୧୬୭୫ କୋଟି ଲିଟର ଇଥାନଲ୍ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ । ଏହା ସହ ୪୧ ହଜାର କୋଟି ଟଙ୍କାର ପୁଞ୍ଜିନିବେଶContinue reading “୪୨୨ ଇଥାନଲ୍ ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ । ୪୧ ହଜାର କୋଟି ଟଙ୍କା ପୁଞ୍ଜିନିବେଶର ସମ୍ଭାବନା”
ଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ । ଜାଣନ୍ତୁ କର୍ଫ୍ୟୁ ସମୟରେ କେଉଁଥିରେ ଲାଗିବ କଟକଣା, କ’ଣ ହେବ ଛାଡ଼ ।
କନକ ବ୍ୟୁରୋ : ଓଡ଼ିଶାର ୧୦ଟି ଜିଲ୍ଲାରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । କରୋନା ସଂକ୍ରମଣ ଦିନକୁ ଦିନ ପୁଣି ବଢୁଥିବା ବେଳେ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଏହି ଜିଲ୍ଲା ଗୁଡିକ ମଧ୍ୟରେ ରହିଛି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ତେବେ ଆସନ୍ତା ୫ ତାରିଖ ଅର୍ଥାତContinue reading “ଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ । ଜାଣନ୍ତୁ କର୍ଫ୍ୟୁ ସମୟରେ କେଉଁଥିରେ ଲାଗିବ କଟକଣା, କ’ଣ ହେବ ଛାଡ଼ । “