କନକ ବ୍ୟୁରୋ : ପୁଣି ବିଧାନସଭାରେ ଧାନ କିଣା ପ୍ରସଙ୍ଗ ଉଠାଇ କଂଗ୍ରେସର ହୋ ହଲ୍ଲା । ଗୃହରେ ଧାନ କିଣା ପ୍ରସଙ୍ଗ ଉଠାଇ ସରକାରଙ୍କୁ ନିଶାନା କରିଛନ୍ତି କଂଗ୍ରେସ ଦଳର ନେତା ନରସିଂହ ମିଶ୍ର । ରାଜ୍ୟରେ ୧୪ ଲକ୍ଷ ୭୨ ହଜାର ଚାଷୀ ଧାନ ବିକ୍ରି କରିବା ପାଇଁ ପଂଜିକରଣ କରିଥିଲେ ମଧ୍ୟ କିପରି ୩୪ ଲକ୍ଷ ଲୋକଙ୍କୁ କାଳିଆ ଟଙ୍କା ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର । ପଂଜିକୃତ ହୋଇଥିବାContinue reading “ପୁଣି ବିଧାନସଭାରେ ଉଠିଲା ଧାନ କିଣା ପ୍ରସଙ୍ଗ : ଧାନ ବିକିବାକୁ ପଂଜିକରଣ କରିଛନ୍ତି ୧୪ ଲକ୍ଷ ୭୨ ହଜାର ଚାଷୀ, ୩୪ ଲକ୍ଷ ଲୋକଙ୍କୁ କେମିତି ଦିଆଗଲା କାଳିଆ ଟଙ୍କା”
Author Archives: Raghaba
କରୋନା ସଂକ୍ରମଣକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା : ରାଜ୍ୟରେ ବର୍ତ୍ତମାନ ଆସିନି ଲକଡାଉନ୍ ସ୍ଥିତି; କୌଣସି ସମୟରେ ପଡିପାରେ ତାଲାବନ୍ଦ
କନକ ବ୍ୟୁରୋ : କରୋନାକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ବର୍ତ୍ତମାନ ଯେଉଁ ଷ୍ଟ୍ରେନ ଆସିଛି, ତାହା ସଂକ୍ରମଣ ଅଧିକା ବେଗରେ ଗତି କରୁଛି । ନୂଆପଡ଼ା ଯେହେତୁ ଛତିଶଗଡ଼ ସୀମାରେ ଅଛି ସେଠି ଅଧିକା ସଂକ୍ରମଣ ବଢୁଛି । ନୂଆପଡ଼ା ଜିଲ୍ଲାରେ କେତେ ଲୋକ ଟିକା ନେଲା ପରେ ସଂକ୍ରମିତ ହେଉଛନ୍ତି ସେ ନେଇ ସର୍ଭେ କରାଯାଉଛି । ଗତକାଲି ୨ଲକ୍ଷ ୫୨ହଜାର ଟିକାକରଣ କରାଯାଇଛି ।Continue reading “କରୋନା ସଂକ୍ରମଣକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା : ରାଜ୍ୟରେ ବର୍ତ୍ତମାନ ଆସିନି ଲକଡାଉନ୍ ସ୍ଥିତି; କୌଣସି ସମୟରେ ପଡିପାରେ ତାଲାବନ୍ଦ”
‘ବାଇପାସ୍ ସର୍ଜରି’ ପରେ ‘ଏମ୍ସ୍’ର ‘ଆଇସିୟୁ’ରୁ ବାହାରିଲେ ରାଷ୍ଟ୍ରପତି କୋବିନ୍ଦ
କନକ ବ୍ୟୁରୋ : ଶନିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ‘ଆଇସିୟୁ’ରୁ ‘ଏମ୍ସ୍ ହସ୍ପିଟାଲ୍’ର ଏକ ସ୍ୱତନ୍ତ୍ର କୋଠରିକୁ ସ୍ଥାନାନ୍ତର କରାଯାଇଛି। ମାର୍ଚ ୩୦ ତାରିଖ ଦିନ ବାଇପାସ୍ ସର୍ଜରି ହେବା ପରଠାରୁ ରାଷ୍ଟ୍ରପତି କୋବିନ୍ଦଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେଉଥିବା କଥା ରାଷ୍ଟ୍ରପତି ଭବନ ତରଫରୁ କୁହାଯାଇଛି। ଟୁଇଟ୍ କରି ରାଷ୍ଟ୍ରପତି ଭବନ କହିଛି, ନିରବଚ୍ଛିନ୍ନ ଭାବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି। ଡାକ୍ତରମାନେ ସବୁବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରତି ଦୃଷ୍ଟି ଦେବା ସହ ବିଶ୍ରାମContinue reading “‘ବାଇପାସ୍ ସର୍ଜରି’ ପରେ ‘ଏମ୍ସ୍’ର ‘ଆଇସିୟୁ’ରୁ ବାହାରିଲେ ରାଷ୍ଟ୍ରପତି କୋବିନ୍ଦ”
ଚନ୍ଦକା ନିକଟବର୍ତ୍ତୀ ବାଆଂରା ଅଞ୍ଚଳରେ ହାତୀ ଉପଦ୍ରବ : ବାଆଂରା ପଞ୍ଚାୟତ କୂଅମଡା ଗାଁରେ ଫସଲ ନଷ୍ଟ କରିଥିବା ଅଭିଯୋଗ
କନକ ବ୍ୟୁରୋ : ଦୁଇଦିନ ଧରି ଚନ୍ଦକା ନିକଟବର୍ତ୍ତୀ ବାଆଂରା ଅଂଚଳରେ ଦେଖିବାକୁ ମିଳିଛି ହାତୀ ଉପଦ୍ରବ । ବାଆଂରା ପଂଚାୟତର କୂଅମଡା ଗାଁର ଚାଷୀମାନେ ଡାଳୁଅ ଧାନ ଚାଷ କରିଥିବା ବେଳେ ହାତୀ ଧାନ ଫସଲକୁ ନଷ୍ଟ କରିଦେଉଥିବା ଅଭିଯୋଗ ଆଣିଛନ୍ତି ଚାଷୀ । ଏହି ସମୟରେ ଧାନ ଗଛର କେଣ୍ଡା ବାହାରୁଥିବାରୁ ହାତୀପଲ ଏହାକୁ ଖାଇବା ପାଇଁ ଧାନ କିଆରୀ ଭିତରକୁ ପଶିଥାନ୍ତି । ଯେତିକି ଧାନ ଖାଇଥାନ୍ତି ତାଠାରୁ ଅଧିକ ପାଦରେ ଦଳିଚକଟିContinue reading “ଚନ୍ଦକା ନିକଟବର୍ତ୍ତୀ ବାଆଂରା ଅଞ୍ଚଳରେ ହାତୀ ଉପଦ୍ରବ : ବାଆଂରା ପଞ୍ଚାୟତ କୂଅମଡା ଗାଁରେ ଫସଲ ନଷ୍ଟ କରିଥିବା ଅଭିଯୋଗ”
ଭାଷଣ ଶୁଣୁ ଶୁଣୁ ବେହୋସ୍ ହୋଇଗଲେ ବ୍ୟକ୍ତି । ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ ପଠାଇଲେ ନିଜ ଡାକ୍ତରୀ ଟିମ୍
କନକ ବ୍ୟୁରୋ : ଆସାମରେ ଚାଲିଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ଗସ୍ତରେ ଅଛନ୍ତି । ଆଜି ସେ ତାସୁଲପୁର ଠାରେ ଏକ ଜନସଭାକୁ ସମ୍ବୋର୍ଦ୍ଧିତ କରୁଥିବା ବେଳେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ସଭାରେ ଭାଷଣ ଶୁଣୁଥିବା ଜଣେ ବିଜେପି କର୍ମକର୍ତ୍ତା ପାଣି ନ ମିଳିବାରୁ ବେହୋସ୍ ହୋଇଯାଇଥିଲେ । ଏହା ଜାଣିବା ପରେ ପ୍ରଧାନମନ୍ତ୍ରୀ ନିଜ ଡାକ୍ତରୀ ଟିମ୍ କୁ ପଠାଇ କର୍ମୀଙ୍କର ଚିକିତ୍ସା କରିଛନ୍ତିContinue reading “ଭାଷଣ ଶୁଣୁ ଶୁଣୁ ବେହୋସ୍ ହୋଇଗଲେ ବ୍ୟକ୍ତି । ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ ପଠାଇଲେ ନିଜ ଡାକ୍ତରୀ ଟିମ୍”
ଜଙ୍ଗଲି ହାତୀଙ୍କ ଜଳକ୍ରୀଡା । ଗାଁରେ ବିତରଣ କରୁଥିବା ବେଳେ ଜଳକ୍ରିଡା କରୁଛନ୍ତି ହାତୀପଲ
କନକ ବ୍ୟୁରୋ : ଜଙ୍ଗଲି ହାତୀଙ୍କ ଜଳକ୍ରୀଡା । ସମ୍ବଲପୁର ଜିଲ୍ଲାରେ ଦନ୍ତାହାତିର ଡନର ଉତ୍ପାତ ଥମିନଥିବା ବେଳେ ଏବେ ଗାଁ ପାଖରେ ହାତି ପଲ ଦେଖି ଭୟଭୀତ ହେଉଛନ୍ତି ଗାଁ ଲୋକେ । ଏ ହାତିପଲରେ ୧୬ଟି ହାତି ଥିବା ବେଳେ ଗାଁରେ ପାଖରେ କରୁଛନ୍ତି ଜଳକ୍ରୀଡା । ବଲାରଙ୍ଗା ଗାଁ ପାଖରେ ଥିବା ଜଙ୍ଗଲର ନାଳ, ତଥା ପାଣି ଥିବା ଅଂଚଳରେ ଜଳକ୍ରୀଡା କରୁଛନ୍ତି ହାତୀ । ତେବେ ଏହି ହାତୀପଲରେ ୪ଟି ଛୋଟContinue reading “ଜଙ୍ଗଲି ହାତୀଙ୍କ ଜଳକ୍ରୀଡା । ଗାଁରେ ବିତରଣ କରୁଥିବା ବେଳେ ଜଳକ୍ରିଡା କରୁଛନ୍ତି ହାତୀପଲ”
ଚଳିତବର୍ଷ ରାଜ୍ୟରେ ୧୦୦୦ କିଲୋମିଟର ରାସ୍ତା ଓ ୩୦ଟି ବଡ ସେତୁ ନିର୍ମାଣ ହେବ । ଖର୍ଚ୍ଚ ହେବ ୨୩୦୦ କୋଟି ଟଙ୍କା । ରାଜ୍ୟବାସୀଙ୍କୁ ବଡ ଭେଟି ଦେଲେ ନବୀନ ।
କନକ ବ୍ୟୁରୋ : ଚଳିତବର୍ଷ ରାଜ୍ୟରେ ୧୦୦୦ କିଲୋମିଟର ରାସ୍ତା ଓ ୩୦ଟି ସେତୁ ନିର୍ମାଣ କରାଯିବ । ଆସ୍କାରେ ଏକ ସେତୁର ଉଦଘାଟନ ବେଳେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ରିଟିଶ ସମୟର ଦୁଇଟି ପୁରୁଣା ସେତୁକୁ ଭାଙ୍ଗି ଏହାକୁ ନିର୍ମାଣ କରାଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳର ରାସ୍ତା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ସଂଯୋଗ ଭାବେ କାର୍ଯ୍ୟ କରିବ । ଆସ୍କା, ଭଞ୍ଜନଗର, ଛତ୍ରପୁର ଓ ଅନ୍ୟାନ୍ୟ ସହରରୁ ଭୁବନେଶ୍ୱରକୁContinue reading “ଚଳିତବର୍ଷ ରାଜ୍ୟରେ ୧୦୦୦ କିଲୋମିଟର ରାସ୍ତା ଓ ୩୦ଟି ବଡ ସେତୁ ନିର୍ମାଣ ହେବ । ଖର୍ଚ୍ଚ ହେବ ୨୩୦୦ କୋଟି ଟଙ୍କା । ରାଜ୍ୟବାସୀଙ୍କୁ ବଡ ଭେଟି ଦେଲେ ନବୀନ ।”
ବିଜୁଳି ଦର ବୃଦ୍ଧିକୁ କଂଗ୍ରେସ କରିବ ବିରୋଧ : ଆସନ୍ତାକାଲି ଅଧାଘଂଟା ପାଇଁ ବିଦ୍ୟୁତ୍ ଉପକରଣ ବନ୍ଦ ରଖିବାକୁ ଆହ୍ୱାନ ଦେଲେ ପିସିସି ସଭାପତି
କନକ ବ୍ୟୁରୋ : ବିଦ୍ୟୁତ ଦର ବୃଦ୍ଧିକୁ କଂଗ୍ରେସ ବିରୋଧ । ବିଦ୍ୟୁତ୍ ଦର ବୃଦ୍ଧିକୁ ନେଇ ପିସିସ ସଭାପତି ନିରଂଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । କରୋନା ସମୟରେ ଲୋକଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇପଡ଼ିଛି । ଗତ ୭ମାସ ଭିତରେ ୫୦ ପଇସା ବିଦ୍ୟୁତ ଦର ବୃଦ୍ଧି ପାଇଛି । ଓଡ଼ିଶାରେ ବିଦ୍ୟୁତ ଉତ୍ପାଦନ ପାଇଁ ୟୁନିଟ ପିଛା ୩ଟଙ୍କା ଖର୍ଚ୍ଚ ହେଉଛି । The cost of producing electricity in OdishaContinue reading “ବିଜୁଳି ଦର ବୃଦ୍ଧିକୁ କଂଗ୍ରେସ କରିବ ବିରୋଧ : ଆସନ୍ତାକାଲି ଅଧାଘଂଟା ପାଇଁ ବିଦ୍ୟୁତ୍ ଉପକରଣ ବନ୍ଦ ରଖିବାକୁ ଆହ୍ୱାନ ଦେଲେ ପିସିସି ସଭାପତି”
କୋଟିଆ ଓ ସୀମାନ୍ତବର୍ତ୍ତୀ ଗ୍ରାମରେ ବିକାଶମୂଳକ କାମକୁ ନେଇ ମନ୍ତ୍ରୀଙ୍କ ଉତରରେ ଅସନ୍ତୁଷ୍ଟ ବିରୋଧୀ : ସୀମା ବିବାଦର ସମାଧାନ ପାଇଁ ସ୍ୱତନ୍ତ୍ର କମିଟି ଗଠନ ଦାବିରେ ହୋହାଲ୍ଲା
କନକ ବ୍ୟୁରୋ : ରାଜ୍ୟରେ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଜରିଆରେ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଛି । ସାମାଜିକ ସୁରକ୍ଷା ଯୋଜନାରେ କୋଟିଆ ଓ ସୀମାନ୍ତବର୍ତୀ ଅଂଚଳରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷକୁ ସହାୟତା ପ୍ରଦାନ କରାଯାଉଛି । ବିଶେଷକରି ଭିନ୍ନକ୍ଷମ, ବାର୍ଦ୍ଧକ୍ୟ, ଏଡସ ରୋଗୀ, କୃଷ୍ଠ ରୋଗୀ ଓ ଅବିବାହିତ ମହିଳାମାନଙ୍କୁ ଭତା ପ୍ରଦାନ କରାଯାଉଥିବା ବିଧାନସଭାରେ କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ମନ୍ତ୍ରୀ ଅଶୋକପଣ୍ଡା । ବିଧାନସଭାରେ କଂଗ୍ରେସ ବିଧାୟକContinue reading “କୋଟିଆ ଓ ସୀମାନ୍ତବର୍ତ୍ତୀ ଗ୍ରାମରେ ବିକାଶମୂଳକ କାମକୁ ନେଇ ମନ୍ତ୍ରୀଙ୍କ ଉତରରେ ଅସନ୍ତୁଷ୍ଟ ବିରୋଧୀ : ସୀମା ବିବାଦର ସମାଧାନ ପାଇଁ ସ୍ୱତନ୍ତ୍ର କମିଟି ଗଠନ ଦାବିରେ ହୋହାଲ୍ଲା”
ମୋବାଇଲରେ ବ୍ୟସ୍ତଥିଲେ ନର୍ସ । କଥା ହେଉ ହେଉ ଜଣେ ମହିଳାଙ୍କୁ ଦୁଇଥର ଦେଇଦେଲେ କରୋନା ଟିକା । ତା ପରେ ….
କନକ ବ୍ୟୁରୋ : ଦେଶରେ ଏବେ କରୋନାର ଦ୍ୱିତୀୟ ଲହର ଜାରୀ ରହିଛି । ଏହି କ୍ରମରେ କରୋନା ଭୂତାଣୁ ସଂକ୍ରମଣରୁ ଲୋକମାନଙ୍କୁ ସୁରକ୍ଷା ଦେବାକୁ ସରକାର ଟିକାକରଣ ଅଭିଯାନକୁ ବି ଦ୍ରୁତ ଗତିରେ ଚଳାଇଛନ୍ତି । ଏପିଲ ପହିଲା ଠାରୁ ଦେଶରେ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯାଉଛି । ହେଲେ ଟିକା ଦେବାବେଳେ ଜଣେ ନର୍ସଙ୍କ ମନମୁଖି କାର୍ଯ୍ୟ ସମସ୍ତଙ୍କୁ ଚକିତ କରିଦେଇଛି । ଏଠାରେ ଜଣେ ଏଏନଏମ ମୋବାଇଲରେ ବ୍ୟସ୍ତContinue reading “ମୋବାଇଲରେ ବ୍ୟସ୍ତଥିଲେ ନର୍ସ । କଥା ହେଉ ହେଉ ଜଣେ ମହିଳାଙ୍କୁ ଦୁଇଥର ଦେଇଦେଲେ କରୋନା ଟିକା । ତା ପରେ ….”